অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯନ୍ତ୍ରଣାଦାୟକ ଗଣ୍ଠିରୋଗ'ଗାଉଟ୍’

ଯନ୍ତ୍ରଣାଦାୟକ ଗଣ୍ଠିରୋଗ'ଗାଉଟ୍’

ଗଣ୍ଠିରୋଗ

ଶତାଧିକ ପ୍ରକାର ଗଣ୍ଠିବାତ ମଧ୍ୟରୁ ସବୁଠୁ ଅଧିକ ଯନ୍ତ୍ରଣାଦାୟକ ହେଲା ଗାଉଟ୍ । ଏହି ରୋଗରେ ଗଣ୍ଠି ଫୁଲି ନାଲି ପଡ଼ିଯାଏ, ଗଣ୍ଠି ଉପର ଉଷୁମ ଲାଗେ । ଏହି ରୋଗ ମୁଖ୍ୟତଃ ପଚାଶ ବର୍ଷରୁ ଉର୍ଦ୍ଧ୍ଵ ପୁରୁଷ ଓ ସ୍ତ୍ରୀ ଲୋକଙ୍କ ସହିତ ଧନୀ ଲୋକଙ୍କଠାରେ ଅଧିକ ମାତ୍ରାରେ ଦେଖାଯାଏ ।

ଏହାର କାରଣ ହେଲା ଜୀବନଶୈଳୀ, ଖାଦ୍ୟ ଓ ପାନୀୟ । ପୁଷ୍ଟିସାର (ପ୍ରୋଟନ୍) ଖାଦ୍ୟ ଯଥା- ମାଂସ, ମାଛ, ଡାଲି, କ୍ଷୀର, ଛେନା ଅଧିକ ଖାଇବା, ଅଧିକ ମଦପାନ କରିବା ରକ୍ତରେ ୟୁରିକ ଏସିଡର ପରିମାଣ ବଢ଼ାଇଥାଏ । ରକ୍ତରେ ୟୁରିକ ଏସିଡୁର ପରିମାଣ ଶତକଡ଼ା ୪ ରୁ ୭ ମିଲିଗ୍ରାମ । ଏଥିରୁ ଅଧିକ ହେଲେ ୟୁରିକ ଏସିଡ୍ ମିଶ୍ରି ଭଳି କ୍ରିଷ୍ଟାଲ ହୋଇ ଗଣ୍ଠିରେ ଜମା ହୋଇଯାଏ । ଫଳରେ ଗଣ୍ଠି ଫୁଲି ଦରଜ ହୁଏ ଏବଂ ଏହା ଉପର ନାଲି ପଡ଼ିଯାଏ । ରାତିରେ ମାଂସ ଖାଇ ଓ ମଦ ପିଇ ଶୋଇପଡ଼ିଲେ, ସକାଳୁ ଉଠିଲାବେଳକୁ ପାଦର ବୁଢ଼ା ଆଙ୍ଗୁଠି ଗଣ୍ଠି ଫୁଲି ପାଦ ତଳେ ଲଗେଇ ହୁଏନାହିଁ । ଏଭଳି ବିଜେନ୍ଧା ଯେ ଯନ୍ତ୍ରଣା ସମ୍ଭାଳିବା କାଠିକର ପାଠ ହୋଇଯାଏ । ଥରେ ଗଣ୍ଠି ଫୁଲା ଦରଜ ଆରମ୍ଭ ହୋଇଗଲେ ତାହା ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ । ପାଦର ବୁଢ଼ା ଆଙ୍ଗୁଳି ଗଣ୍ଠି ବ୍ୟତୀତ ଏହା ବଳଗଣ୍ଠି, ଆଣୁ, କହୁଣି, ହାତ ଗଣ୍ଠିକୁ ମଧ୍ୟ ଆକ୍ରମଣ କରିଥାଏ । ଏହା ହେଲେ ଗଣ୍ଠି ମଧ୍ୟରେ କାଚଖଣ୍ଡ ପଶିଲା ଭଳି ଖେଞ୍ଚି ହୁଏ । ଏହି ପଦାର୍ଥ ସବୁ ୟୁରିକ୍ ଏସିଡ୍ କ୍ରିଷ୍ଟାଲ ଯାହା ବେଳେବେଳେ ଗୁଳି ପରି ଚର୍ମ ତଳେ ଦେଖାଦିଏ ।

କ୍ରନିକ୍ ଗାଉଟ୍

ଅଧିକ ଦିନ ଏହି ରୋଗ ଲାଗିରହିଲେ । ଏହାକୁ କ୍ରନିକ୍ ଗାଉଟ୍ କହନ୍ତି । ଏଥିରେ ରୋଗ ବାରମ୍ବାର ଲେଉଟେ । ହାତ ଗଣ୍ଠି ସବୁ ଖାଇଯାଏ । ଏହା ଏକ୍ସରେ ଦ୍ଵାରା ଜଣାପଡ଼େ । ଅଲଟ୍ରା ସାଉଣ୍ଡ ପରୀକ୍ଷା କଲେ ଏହି ରୋଗରେ କିଡ୍ନୀରେ ପଥୁରି ବେମାରି ହେବାର ବେଳେବେଳେ ଦେଖାଯାଏ । ସବୁବେଳେ ୟୁରିକ୍ ଏସିଡ୍ ପରିମାଣ ଅଧିକ ରହିଲେ ଜଟିଳ କିଡ୍ନୀ ରୋଗ ଓ ହୃଦ୍‌ରୋଗ ହୋଇପାରେ । ଏହି ରୋଗରୁ ରକ୍ଷା ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ, ଯୋଗ ପ୍ରାଣାୟମ, ବ୍ୟାୟାମ, ଶରୀରର ଓଜନ ଠିକ୍ ରଖିବା ଆବଶ୍ୟକ । ମାଛ, ମାଂସ, ଦୁଧ, ଛେନା, ଡାଲି ଭଳି ପୁଷ୍ଟିସାର ଖାଦ୍ୟ କମ୍ ଖାଇବା ଉଚିତ । ନିରାମିଷ ଭୋଜନ ରୋଗ କମାଇବାରେ ସାହାଯ୍ୟ କରେ । ଧୂମପାନ ଓ ମଦପାନ ବନ୍ଦ କରିବା ଅତ୍ୟନ୍ତ ଦରକାରୀ । ଏଭଳିକି ମୃଦୃ ପାନୀୟ ମଧ୍ୟ ଏହି ରୋଗ ବଢ଼ାଉଥିବାରୁ ଏହାକୁ ବର୍ଜନ କରିବା ଉଚିତ । ଖାଦ୍ୟରେ ଅଧିକ ସଜ ପନିପରିବା, ଫଳ, ଘୋଳଦହି, ଗ୍ରୀନ୍ ଟି (ସବୁଜଚା) ବ୍ୟବହାର କଲେ ରୋଗ ଶୀଘ୍ର ଭଲ ହୋଇଥାଏ । ଶାକ ସବଜି, ଫଳ, ଚର୍ବି ନଥିବା କ୍ଷୀର ଅଳ୍ପ ଲୁଣ, ମାଛ ମାଂସ ବର୍ଜିତ ଖାଦ୍ୟକୁ ଡାସ୍ ଡାଏର୍ (ଡାଏଟାରୀ ଆପ୍ରୋଚ ଟୁ ଷ୍ଟପ୍ ହାଇପରଟେନସନ୍) କୁହାଯାଏ । ଏପରି ଖାଦ୍ୟ ଗାଉଟ୍ ରୋଗୀଙ୍କ ପାଇଁ ଉପକାରୀ ।

ଏହି ରୋଗର ଚିକିତ୍ସା ପାଇଁ ପେନ୍ କିଲର କଲଚିସିନ୍, ଫେବୁକ୍ସୋ, ସ୍ଟାଟ ଆଲୋପ୍ୟୁରିନଲ  ଭଳି ଔଷଧ ବ୍ୟବହାର କରାଯାଇଥାଏ । ବହୁ ଜଟିଳ ଗାଉଟ ରୋଗରେ ‘ପେଗ୍ଲୋଟିକେମ୍ ଭଳି ଦାମୀ ଔଷଧ ବ୍ୟବହାର କରାଯାଏ । କିନ୍ତୁ ରୋଗ ହେବା ପୂର୍ବରୁ ରୋଗ ପ୍ରତିରୋଧ ବହୁ ଗୁରୁତ୍ଵପୂର୍ଣ୍ଣ । ଓଜନ କମାଇବା, ନିଶା ଓ ଆମିଷ ଛାଡ଼ିବା, କେତେକ ଔଷଧ ଯଥା "ଥାୟାଜାଇଡ ଭଳି ଡାଇ-ୟୁରେଟିକ ଔଷଧ ନ ଖାଇବା ଏହି ରୋଗ ନିଯନ୍ତ୍ରଣରେ ସାହାଯ୍ୟ କରେ ।

ଆଧାର: କନକ ନ୍ୟୁଜ

Last Modified : 6/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate