অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ବିକାଶର କ୍ରମ

ମାସକର  ହେଲା  ବେଳକୁ

ଶିଶୁ  କରିପାରିବା  ଉଚିତ

  • ତା’ ଗାଲ  ବା  ପାଟିକୁ  ଛୁଉଁଥିବା  ହାତ  ଆଡକୁ  ମୁଣ୍ଡ  ବୁଲାଇବା
  • ଦୁଇ  ହାତକୁ  ନିଜ  ପାଟି  ପାଖକୁ  ନେବ
  • ପରିଚିତ  ସ୍ଵର  ବା  ଶବ୍ଦ  ଆଡକୁ  ବୁଲିବ
  • ସ୍ତନ  ଚୁଚୁମିବ  ଓ  ହାତରେ  ଏହାକୁ  ଛୁଇଁବ

ବାପାମା’  ଓ ଯତ୍ନକାରୀଙ୍କୁ  ପଦେ

  • ମାଆର  ଦେହକୁ  ଲଗାଇ  ଶିଶୁକୁ  ଶୁଆନ୍ତୁ  ଏବଂ  ଜନ୍ମର  ଘଣ୍ଟାଏ  ମଧ୍ୟରେ  ମା’ କ୍ଷୀର  ଖୁଆନ୍ତୁ
  • ଶିଶୁକୁ  ଉଠାଇ  ଧରିବା  ବେଳେ  ତା’ମୁଣ୍ଡ  ପଛପଟେ  ହାତ  ଦିଅନ୍ତୁ
  • ଶିଶୁକୁ  ଯଥେଷ୍ଟ  ମାଲିସ  ଓ  ଗେଲ  କରନ୍ତୁ
  • ସବୁବେଳେ , ଏପରିକି  ନିଜେ  କ୍ଲାନ୍ତ ବା  ବିଚଳିତ  ଥିଲେ  ମଧ୍ୟ , ଶିଶୁକୁ  ଶାନ୍ତ  ଭାବରେ  ଧରନ୍ତୁ
  • ଅତିକମ୍ ରେ  ପ୍ରତି  ଚାରି  ଘଣ୍ଟାରେ  ଥରେ  କରି  ନିୟମିତ  ସ୍ତନ୍ୟପାନ  କରାନ୍ତୁ
  • ଯେତେ  ସମ୍ଭବ  ଶିଶୁ  ଆଗରେ  କଥା  କୁହନ୍ତୁ , ପଢନ୍ତୁ ଓ  ଗୀତ  ଗାଆନ୍ତୁ
  • ଜନ୍ମର  ଛଅ  ସପ୍ତାହ  ପରେ  ଶିଶୁକୁ  ସ୍ୱାସ୍ଥ୍ୟକର୍ମୀଙ୍କ  ପାଖକୁ  ନିଅନ୍ତୁ   ।

ସତର୍କ  ସୂଚନା

  • ଭଲଭାବରେ  ସ୍ତନକୁ  ନଚୁଚୁମିବା  ବା  ଚୁଚୁମିବାକୁ  ମନା  କରିବା
  • ହାତ ଓ  ଗୋଡ  କମ୍ ହଲାଇବା
  • ଉଚ୍ଚ  ଶବ୍ଦ  ବା  ଉଜଳ  ଆଲୁଅ  ପ୍ରତି  ଅଳ୍ପ  ବା  କୌଣସି  ପ୍ରକାର  ପ୍ରତିକ୍ରିୟା  ନଦେଖାଇବା
  • କୌଣସି  ନିର୍ଦ୍ଧିଷ୍ଟ  କାରଣ  ନଥାଇ  ବହୁ  ସମୟ  ଧରି  କାନ୍ଦିବା
  • ବାନ୍ତି ଓ  ତରଳ  ଝାଡା  ହୋଇ  ଶିଶୁ  ଦେହରୁ  ଜଳୀୟ  ଅଂଶ  କମିଯିବା

ଛଅ  ମାସର  ହେଲା  ବେଳକୁ

ଶିଶୁ  କରିପାରିବା  ଉଚିତ

  • ପେଟେଇ  ଶୋଇଥିବା  ବେଳେ  ମୁଣ୍ଡ  ଓ  ଛାତିକୁ  ଉଠାଇବ
  • ହଲୁଥିବା  ଜିନିଷ  ପାଖକୁ   ହାତ  ବଢାଇବ
  • ଜିନିଷକୁ  ଧରିବ  ଓ  ଝୁଲାଇବ
  • ଦୁଇ  ପାଖକୁ  ଗଡି  ପାରିବ
  • ସାହାଯ୍ୟ  ନେଇ  ବସିବ
  • ହାତ  ଓ  ପାଟିରେ  ଲଗାଇ  ଜିନିଷକୁ  ଚିହ୍ନିବାକୁ  ଚେଷ୍ଟା  କରିବ
  • ଶବ୍ଦ  ଓ  ମୁହଁର  ଭଙ୍ଗୀକୁ  ନକଲ  କରିବା  ଆରମ୍ଭ  କରିବ
  • ନିଜ  ନାଁ ଓ  ଚିହ୍ନା  ମୁହଁ  ପ୍ରତି  ପ୍ରତିକ୍ରିୟା  ଦେଖାଇବ

ବାପାମା’  ଓ ଯତ୍ନକାରୀଙ୍କୁ  ପଦେ

  • ଶିଶୁକୁ  ସଫା , ସମତଳ  ଓ  ସୁରକ୍ଷିତ  ଚଟାଣରେ   ଶୁଆନ୍ତୁ   । ଫଳରେ  ସେ  ସହଜରେ  ଯାଇ  ଜିନିଷ  ପାଖରେ  ପହଞ୍ଚି  ପାରିବ
  • ଶିଶୁକୁ  ଏପରି  ଧରନ୍ତୁ  ଯେପରି  ସେ  ଆଖପାଖରେ  କ’ଣ  ହେଉଛି  ଦେଖିପାରିବ
  • ଆବଶ୍ୟକ  ଅନୁସାରେ  ଦିନରାତି  ସ୍ତନ୍ୟପାନ  ଜାରି  ରଖିବା  ସହ  ଅନ୍ୟ  ଖାଦ୍ୟ  ଖୁଆଇବା  ଆରମ୍ଭ  କରନ୍ତୁ   । ୬ – ୮ ମାସରେ  ଦିନକୁ  ଦୁଇଥର , ୮ – ୧୨ ମାସ ଦିନକୁ  ୩ – ୪ ଥର  ଖାଇବାକୁ ଦିଅନ୍ତୁ
  • ଯେତେବେଳେ  ସମ୍ଭବ  ଶିଶୁ  ସହ  କଟାହା  ହୁଅନ୍ତୁ , ତା  ଆଗରେ  ପଢନ୍ତୁ  ଓ ଗୀତ  ଗାନ୍ତୁ   ।

ସତର୍କ  ସୂଚନା

  • ହାତ ଗୋଡ  ହଲାଇବାରେ ଅସୁବିଧା  ବା  ଟାଣ  ଲାଗିବା
  • ସବୁବେଳେ  ମୁଣ୍ଡ  ଏଣେତେଣେ  କରିବା (କାନରେ  ସଂକ୍ରମଣ ଯୋଗୁଁ  ଏପରି  ହୋଇପାରେ , ଉପଯୁକ୍ତ  ଚିକିତ୍ସା  ନକଲେ  କାଲ  ହେବାର  ସମ୍ଭାବନା  ଥାଏ)
  • ଶବ୍ଦ , ଚିହ୍ନା  ମୁହଁ  ବା  ସ୍ତନ  ପ୍ରତି  କୌଣସି  ପ୍ରତିକ୍ରିୟା  ନଥିବା  ବା  ଅଳ୍ପ  ପ୍ରତିକ୍ରିୟା   ଦେଖାଇବା
  • ମା’କ୍ଷୀର  ବା  ଅନ୍ୟ  ଖାଦ୍ୟ  ନ  ଖାଇବା   ।

ବାର ମାସର  ହେଲା  ବେଳକୁ

ଶିଶୁ  କରିପାରିବା  ଉଚିତ

  • ବିନା  ସାହାଯ୍ୟରେ  ବସିବ
  • ହାତ ଓ  ଆଣ୍ଠୁ ଦେଇ  ଗୁରୁଣ୍ଡିବ  ଏବଂ  ଠିଆ  ହେବାକୁ  ଚେଷ୍ଟା  କରିବ
  • କିଛି  ଧରି (ହାତ  ଧରିଲେ) ପାଦ  ପକାଇବ
  • ଶବ୍ଦ  ଓ ଧ୍ଵନିକୁ  ନକଲ  କରିବାକୁ  ଚେଷ୍ଟା  କରିବ  ଏବଂ  ସାଧାରଣ  କଥା  ଶୁଣି  ପ୍ରତିକ୍ରିୟା  ଦେଖାଇବ
  • ଖେଳିବା  ଓ  ତାଳି  ମାରିଲେ  ଖୁସି  ହେବ
  • ଧ୍ୟାନ  ଆକର୍ଷଣ  କରିବା  ପାଇଁ  ବାରମ୍ବାର  ଶବ୍ଦ  ଓ  ଅଙ୍ଗଭଙ୍ଗୀ  କରିବ
  • ବୁଢା  ଆଙ୍ଗୁଠି ଓ  ଅନ୍ୟ  ଗୋଟିଏ  ଆଙ୍ଗୁଠିରେ  ଜିନିଷ  ଗୋଟାଇବ
  • ଚାମଚ  ଓ  କପ୍ ଧରିପାରିବ  ଏବଂ  ନିଜେ ନିଜେ  ଖାଇବାକୁ  ଚେଷ୍ଟା  କରିବ   ।

ବାପାମା’ ଯତ୍ନକାରୀଙ୍କୁ  ପଦେ

  • ଜିନିଷକୁ  ଦେଖାଇ  ତା’  ନାଁ  କୁହନ୍ତୁ   । ଶିଶୁ  ସହିତ  ଯଥେଷ୍ଟ  କଥା  ହୁଅନ୍ତୁ  ଓ  ଖେଳନ୍ତୁ
  • ଖାଇବା  ସମୟରେ  ପରିବାରର  ସମସ୍ତଙ୍କ  ସହ  କଥାବାର୍ତ୍ତା  ହେବାକୁ  ଉତ୍ସାହିତ  କରନ୍ତୁ
  • ଯଦି  ଶିଶୁର  ବିକାଶ  ଧୀର  ହୁଏ ବା  ଶାରୀରିକ  ଅକ୍ଷମତା  ଥାଏ , ତେବେ  ତା’ର  ଦକ୍ଷତା  ଉପରେ ଯୋଡ଼ା  ଦିଅନ୍ତୁ  ଏବଂ  ଅଧିକ  କଥାବାର୍ତ୍ତା  କରନ୍ତୁ
  • ଗୋଟିଏ  ଅବସ୍ଥାରେ  ଶିଶୁକୁ  ବହୁତ  ସମୟ  ପାଇଁ  ଛାଡନ୍ତୁ  ନାହିଁ
  • ଦୁର୍ଘଟଣାରୁ   ବଞ୍ଚିବା  ପାଇଁ  ସେହି  ଅଞ୍ଚଳକୁ  ନିରାପଦ  କରନ୍ତୁ
  • ସ୍ତନ୍ୟପାନ  ଜାରୀ  ରଖନ୍ତୁ  ଏବଂ  ତାକୁ  ଯଥେଷ୍ଟ   ଓ  ଘରର  ବିଭିନ୍ନ  ପ୍ରକାର  ଖାଦ୍ୟ  ଦିଅନ୍ତୁ
  • ଚାମଚ /କପ୍ ରେ  ଖାଇବା  ପାଇଁ  ଶିଶୁକୁ  ସାହାଯ୍ୟ  କରନ୍ତୁ
  • ଶିଶୁକୁ  ପ୍ରତିରୋଧୀ  କରାନ୍ତୁ  ଏବଂ  ସବୁ  ଅଣୁପୋଷକ  ପରିପୂରକର  ଅନୁମୋଦିତ  ମାତ୍ରା  ଦିଅନ୍ତୁ    ।

ବାର  ମାସର  ହେଲା  ବେଳକୁ  (କ୍ରମଶଃ)

ସତର୍କ ସୂଚନା

  • ଅନ୍ୟମାନଙ୍କ  ପ୍ରତି   ପ୍ରତିକ୍ରିୟାରେ   ପିଲା  ଶବ୍ଦ  ନକରିବା
  • ଗତି  କରୁଥିବା  ଜିନିଷ  ଆଡକୁ  ଶିଶୁଟି  ନଚାହିଁବା
  • ଶିଶୁ  ମାନ୍ଦା  ରହିବା  ଏବଂ  ଯତ୍ନକାରୀ  ପ୍ରତି  ପ୍ରତିକ୍ରିୟା  ନଦେଖାଇବା
  • ଶିଶୁକୁ  ଭୋକ  ନକରିବା  ବା  ଖାଦ୍ୟ  ନଖାଇବା

ଦୁଇ ବର୍ଷର  ହେଲା  ବେଳକୁ

ଶିଶୁ  କରିପାରିବା  ଉଚିତ

  • ଚାଲିବ , ଚଢିବ ଓ  ଦୌଡିବ
  • ନାକ , ଆଖି ଭଳି  ନାଁ  କହିଲେ  ଜିନିଷ  ବା  ଚିତ୍ରକୁ  ଦେଖାଇବ
  • ପ୍ରାୟ  ୧୫ ମାସରୁ  ଆରମ୍ଭ  କରି  ଅଧିକ  ଶବ୍ଦ  କହିପାରିବ
  • ସାଧାରଣ  ନିର୍ଦ୍ଦେଶ  ଅନୁସାରେ  କାମ  କରିପାରିବ
  • ଖଡି  ବା  କ୍ରେୟନ  ଦେଲେ  ଗାର  ପକାଇବ
  • ସରଳ  ଗପ  ଓ  ଗୀତ  ଶୁଣି  ଖୁସୀ  ହେବ
  • ଅନ୍ୟମାନଙ୍କ  ବ୍ୟବହାରକୁ  ନକଲ  କରିବ
  • ନିଜେ  ନିଜେ  ଖାଇବା  ଆରମ୍ଭ  କରିବ

ବାପାମା’  ଯତ୍ନକାରୀଙ୍କୁ  ପଦେ

  • ଶିଶୁ  ସହ  ପଢନ୍ତୁ , ଗାଆନ୍ତୁ  ବା  ଖେଳନ୍ତୁ
  • ବିପଦଜନକ  ଜିନିଷଠାରୁ  ଦୂରେଇ  ରହିବା  ଶିଖାନ୍ତୁ
  • ଶିଶୁଭାଷା  ବ୍ୟବହାର  ନକରି  ସାଧାରଣ  ଭାଷାରେ  କଥାବାର୍ତ୍ତା  ହୁଅନ୍ତୁ
  • ସ୍ତନ୍ୟପାନ  ଜାରି  ରଖନ୍ତୁ  ଏବଂ  ଘରର  ବିଭିନ୍ନ  ପ୍ରକାରର  ଓ ଯଥେଷ୍ଟ  ପରିମାଣର  ଖାଦ୍ୟ  ଦିଅନ୍ତୁ
  • ଶିଶୁକୁ  ଖାଇବା  ପାଇଁ  ଉତ୍ସାହିତ  କରନ୍ତୁ , ଯୋଡ଼ା  କରନ୍ତୁ  ନାହିଁ
  • ସରଳ  କିଛି  ନିୟମ  ସ୍ଥିର  କରନ୍ତୁ  ଓ  ଯୁକ୍ତିଯୁକ୍ତ  ଆଶା  କରନ୍ତୁ
  • ଶିଶୁର  ସଫଳତାରେ  ପ୍ରଶଂସା  କରନ୍ତୁ

ଦୁଇ ବର୍ଷର  ହେଲା  ବେଳକୁ  (କ୍ରମଶଃ)

ସତର୍କ  ସୂଚନା

  • ଅନ୍ୟମାନଙ୍କୁ  ପ୍ରତିକ୍ରିୟା  ନ ଦେଖାଇବା
  • ଟଳଟଳ  ହୋଇ  ଚାଲିବା (ପ୍ରଶିକ୍ଷିତ  ସ୍ୱାସ୍ଥ୍ୟକର୍ମୀଙ୍କୁ  ଦେଖାଅ)
  • ଖଣ୍ଡିଆ  ଖାବରା  ହେବା  ଓ ବିନା  କାରଣରେ  ବ୍ୟବହାର  ବଦଳିଯିବା (ବିଶେଷ  କରି  ଯଦି  ଶିଶୁଟି  ଅନ୍ୟ  ଦ୍ଵାରା  ପାଳିତ  ହେଉଥାଏ)
  • ଭୋକ  ନହେବା

ତିନି  ବର୍ଷର  ହେଲା  ବେଳକୁ

ଶିଶୁ  କରିପାରିବା  ଉଚିତ

  • ସହଜରେ  ଚାଲିବ , ଦୌଡିବ , ଚଢିବ , ଗୋଇଠା  ମାରିବ ଓ  ଡେଇଁବ
  • ସାଧାରଣ  ଜିନିଷ ଓ ଚିତ୍ରକୁ  ମନେରଖିବ ଓ  ଚିହ୍ନିବ
  • ଦୁଇ  ତିନୋଟି  ଶବ୍ଦର  ବାକ୍ୟ  କହିବ
  • ନିଜ  ନାଁ  ଓ  ବୟସ  କହିବ
  • ରଙ୍ଗ ନାଁ  କହିବ
  • ସଂଖ୍ୟା  ବୁଝିପାରିବ
  • ଖେଳରେ  ମିଛିମିଛିକା  ଜିନିଷର  ବ୍ୟବହାର  କରିବ
  • ନିଜେ  ନିଜେ  ଖାଇବ
  • ଅନ୍ୟ  ପ୍ରତି  ସ୍ନେହ  ଦେଖାଇବ

ବାପାମା’ ଓ ଯତ୍ନକାରୀଙ୍କୁ  ପଦେ

  • ଚିତ୍ର  ବହି  ପଢନ୍ତୁ  ଏବଂ  ଚିତ୍ର  ବିଷୟରେ  ଶିଶୁ  ସହ  କଥା  ହୁଅନ୍ତୁ
  • ଶିଶୁଗପ  କୁହନ୍ତୁ  ଏବଂ  ଛୋଟ ପଦ୍ୟ , ଗୀତ  ଶିଖାନ୍ତୁ
  • ଖାଇବା  ପାଇଁ  ଶିଶୁକୁ  ନିଜର  ବାସନ  ଦିଅନ୍ତୁ
  • ଖାଇବା  ପାଇଁ  ଶିଶୁକୁ  ଉତ୍ସାହିତ  କରନ୍ତୁ  ଏବଂ  ଯେତେଥର  ଚାହିଁବ  ସେତେଥର   ଖାଇବାକୁ  ଦିଅନ୍ତୁ
  • ନିଜେ  ପୋଷାକ  ପିନ୍ଧିବା , ହାତ  ଧୋଇବା ଓ  ପାଇଖାନା  ଯିବା  ଆଦି  କାମ  ଶିଖିବାରେ  ସାହାଯ୍ୟ  କରନ୍ତୁ

ତିନି ବର୍ଷର  ହେଲା  ବେଳକୁ  (କ୍ରମଶଃ)

ସତର୍କ  ସୂଚନା

  • ଖେଳିବାରେ  ଆଗ୍ରହ  ନଦେଖାଇବା
  • ବାରମ୍ବାର  ଖସି  ପଡିବା
  • ଛୋଟ  ଛୋଟ  ଜିନିଷକୁ  ଏପଟ  ସେପଟ  କରିବାରେ  ଅସୁବିଧା
  • ସାଧାରଣ  କଥାକୁ   ବୁଝିନପାରିବା
  • କେତେଗୁଡିଏ  ଶବ୍ଦକୁ  ମିଶାଇ  କଥା  କହିନପାରିବା
  • ଖାଇବାରେ  ଆଗ୍ରହ  ନଦେଖାଇବା

ପାଞ୍ଚ  ବର୍ଷର  ହେଲା  ବେଳକୁ

ଶିଶୁ  କରିପାରିବା  ଉଚିତ

  • ଅଙ୍ଗ  ପ୍ରତ୍ୟଙ୍ଗର   ସମନ୍ଵୟ  ରଖି  ଚାଲିବ
  • ପୁରା  ବାକ୍ୟ  କହିବ  ଏବଂ  ବିଭିନ୍ନ  ଶବ୍ଦ  ବ୍ୟବହାର  କରିବ
  • ମୋଟା – ପତଳା , ଡେଙ୍ଗା – ଗେଡା  ଭଳି  ବିପରୀତ  ଶବ୍ଦ  ଜାଣିପାରିବ
  • ଅନ୍ୟ  ପିଲାଙ୍କ  ସହ  ଖେଳିବ
  • ବିନା  ସାହାଯ୍ୟରେ  ପୋଷାକ  ପିନ୍ଧିବ
  • ସରଳ  ପ୍ରଶ୍ନର  ଉତ୍ତର  ଦେବ
  • ୫ରୁ  ୧୦ଟି  ଜିନିଷ  ଗଣିପାରିବ
  • ନିଜ  ହାତ  ନିଜେ  ଧୋଇ ପାରିବ

ବାପାମା’  ଓ ଯତ୍ନକାରୀଙ୍କୁ  ପଦେ

  • ଶିଶୁର  କଥାକୁ  ଶୁଣନ୍ତୁ
  • ଶିଶୁ  ସହ  ଯଥେଷ୍ଟ   କଥାବାର୍ତ୍ତା  କରନ୍ତୁ
  • ଯଦି  ଶିଶୁର  ପାଟି  ଲାଗୁଥାଏ , ତେବେ  ଧୀରେ  ଧୀରେ  ଅଧିକ  କଥା  କହିବାକୁ  କୁହନ୍ତୁ
  • ଗପ  ପଢନ୍ତୁ  ଓ  କୁହନ୍ତୁ
  • ଖେଳିବାକୁ  ଓ  ନିରୀକ୍ଷଣ  କରିବାକୁ  ଶିଶୁକୁ  ଉତ୍ସାହିତ  କରନ୍ତୁ

ପାଞ୍ଚ  ବର୍ଷର  ହେଲା  ବେଳକୁ  (କ୍ରମଶଃ)

ସତର୍କ  ସୂଚନା

ଖେଳିବା  ବେଳେ  ଶିଶୁକୁ  ଲକ୍ଷ୍ୟ  କରନ୍ତୁ   । ଯଦି  ଶିଶୁଟି  ଡରୁଛି , ରାଗୁଛି ବା  ଉଗ୍ର  ହୋଇ  ଉଠୁଛି , ତେବେ  ଶିଶୁର  ମାନସିକ  ସମସ୍ୟା  ରହିଥାଇ  ପାରେ  ବା  ସେ  କିଛି  ମାନସିକ  କଷ୍ଟ  ପାଉଛି   ।

ଆଧାର  :Unicef

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate