অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଅଳ ଉଠିବାର ଉପକାରିତା

ଶୋଇବା ଆମ ଶରୀର ପାଇଁ ଗୁରୁତ୍ଵପୂର୍ଣ୍ଣ

ଶୋଇବା ଆମ ଶରୀର ପାଇଁ ଗୁରୁତ୍ଵପୂର୍ଣ୍ଣ ଅଂଶ । ଠିକରେ ନ ଶୋଇବା ଶରୀର ପକ୍ଷେ କ୍ଷତିକାରକ । ତେଣୁ ଆମେ କମ୍ ଶୋଇଲେ ତାହା ଆମର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇବା । ଏହି ପରିପ୍ରେକ୍ଷୀରେ ଉତ୍ତମ ନିଦ୍ରା ଏକ ଜରୁରୀ ପ୍ରାକୃତିକ ପ୍ରକ୍ରିୟା ହୋଇଥିବାରୁ ଠିକ୍‌ରେ ଶୋଇବା ଓ ଠିକରେ ଶଯ୍ୟା ତ୍ୟାଗ କରିବା ଉପରେ ଗୁରୁତ୍ଵ ଦେବା ଆବଶ୍ୟକ ।

ସଅଳ ଉଠିବାର ଉପକାରିତା

ଇଂରାଜୀରେ ଗୋଟିଏ ଛୋଟ ପଦ୍ୟ ରହିଛି । ଯାହାର ଅର୍ଥ ଯେଉଁମାନେ ସଅଳ ଶୁଅନ୍ତି ଓ ସଅଳଶଯ୍ୟତ୍ୟାଗ କରିଥାଆନ୍ତି, ସେମାନେ ସ୍ଵାସ୍ଥ୍ୟ, ଧନ ଓ ଜ୍ଞାନବାନ ହୋଇଥାଆନ୍ତି । ଏବେ କିନ୍ତୁ ଅନେକ ପ୍ରାତଃ କାଳରେ ଶଯ୍ୟତ୍ୟାଗ କରୁନାହାନ୍ତି । ସେମାନେ ଉଠିବା ବେଳକୁ ଖରାପଡ଼ି ଦିନ ଆରମ୍ଭ ହୋଇଯାଇଥାଏ । ସେମାନେ କେବେହେଲେ ସୂର୍ଯ୍ୟୋଦୟ ଦେଖିପାରନ୍ତି ନାହିଁ । ଉଦୟ ସମୟରେ ସୂର୍ଯ୍ୟଙ୍କ କିରଣ ସ୍ନିଗ୍ଧ, କୋମଳ ଓ ଶୀତଳ ଥାଏ । ଏହି କିରଣ ଶରୀରର ବିଶେଷ କରି ଚର୍ମ ପାଇଁ ହିତକରୀ । ଦ୍ଵିପ୍ରହରର ପ୍ରଖର ସୂର୍ଯ୍ୟକିରଣ ଶରୀର ପ୍ରତି ଅନୁକୂଳ ନୁହେଁ ବରଂ କ୍ଷତିକାରକ । ସୂର୍ଯ୍ୟୋଦୟ ଦେଖିବା ଓ ଉପଭୋଗ କରିବା ଶକ୍ତିବର୍ଦ୍ଧକ ଓ ସ୍ଫୁର୍ତ୍ତ ପ୍ରଦାୟକ ହୋଇଥିବାବେଳେ ସୂର୍ଯ୍ୟାସ୍ତ ଦେଖିବା ସେହିପରି ହିତକର ନୁହେଁ । ଅନେକ ଶାସ୍ତରେ ‘ସୂର୍ଯ୍ୟାସ୍ତ' ନଦେଖିବା ଉଚିତ ବୋଲି ମତ ରଖାଯାଇଛି ।

ପ୍ରାତଃ କାଳରେ କେତେବେଳେ ଶଯ୍ୟା ତ୍ୟାଗ କରିବା କଥା, ତାହା ମୁନିଋଷି ଓ ଶାସ୍ତବିତ ବହୁ ଆଗରୁ ଠିକ କରିଯାଇଛନ୍ତି । ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଶଯ୍ୟ ତ୍ୟାଗ ଠିକ ଥିଲେ ମଧ୍ୟ ସୂର୍ଯ୍ୟୋଦୟର ଠିକ ଆଗରୁ ନିଦ ଭାଙ୍ଗିବା ଭଲ । ଦେଖାଯାଇଛି, ସକାଳେ ବାସି ଶେଜରେ ହିଁ ଭଲ ନିଦ ହୋଇଥାଏ । ଫଳରେ ଡେରିରେ ଉଠିବା ଏକ ଅଭ୍ୟାସରେ ପରିଣତ ହୋଇପଡ଼ିଛି । ମାତ୍ର ଜଳଦି ଉଠିବା, ସକାଳୁ କାମ ଆରମ୍ଭ କରିବା ଦ୍ଵାରା ଅନେକ ଗୁଡ଼ିଏ ଉପକାର ମିଳିଥାଏ ।

ପୃଥିବୀର ସବୁ ସଫଳ ବ୍ୟକ୍ତିମାନେ ପ୍ରାୟତଃ ପ୍ରାତଃ ଶଯ୍ୟ, ତସ୍ୟାଗ କରିଥାଆନ୍ତି । ଏହାର ଅର୍ଥ ନୁହେଁ ଯେ ଡେରିରେ ଉଠୁଥିବା ବ୍ୟକ୍ତି ବିଫଳ । ମାତ୍ର ସକାଳୁ ଜଳଦି ଉଠିବା ଦ୍ଵାରା ଅଧିକ ସମୟ ମିଳିଥାଏ । ଆମ ଦେଶ ଓ ରାଜ୍ୟ ଗ୍ରୀଷ୍ଟ ପ୍ରଧାନ ଦେଶ ହୋଇଥିବାରୁ ସକାଳୁ ଉଠି ନିତ୍ୟକର୍ମ କରିବା ଓ ଗାଧୋଇବା ଦ୍ଵାରା ଉତ୍ତମ ଅଭ୍ୟାସ ହୋଇଥାଏ । ଶରୀର ଓ ମନରେ ନୂତନ ଉସାହ ଦେଖାଯାଇଥାଏ ।

ରାତିରେ ପାଟିରେ, ନାକରେ ଓ ମଳଦ୍ଵାରରେ ଯେତିକି କ୍ଷତିକାରକ ଜୀବାଣୁ ବଢ଼ିଥାଆନ୍ତି ସକାଳପରେ ଅଧିକ ବଢ଼ିଥାଆନ୍ତି । ପରିସ୍ରା ଓ ମଳ ପରିସ୍ରାଥଳୀ ଓ ମଳାଶୟ ଉପରେ ଚାପ ସୃଷ୍ଟି କରିବା ଦ୍ଵାରା ସେହି ଜନିତ ରୋଗସବୁ ସୃଷ୍ଟି ହୋଇଥାଏ । ପ୍ରାତଃରୁ ଶୌଚ ଓ ପରିସ୍ରା ସମ୍ପାଦନ କଲେ ଶରୀର ହାଳାକା, ହୋଇଥାଏ ।

ଏହା ଜାଣି ରଖିବା ଆବଶ୍ୟକ ଯେ, ପ୍ରାତଃଭ୍ରମଣ କରିବା ପୂର୍ବରୁ ମୁହଁ ଧୋଇବା, ଦାନ୍ତ ଘଷିବା, ପରିସ୍ରା ଓ ମଳତ୍ୟାଗ କରିବା ନିହାତି ଆବଶ୍ୟକ । ନଚେତ, ପ୍ରାତଃଭ୍ରମଣର ଉପକାରିତା ମିଳିବା ପରିବର୍ତ୍ତେ ଅପକାର ମିଳିଥାଏ । ଯେଉଁ ପିଲାମାନେ ସକାଳୁ ଜଲଦି ଉଠିଥାଆନ୍ତି, ସେମାନେ ପରୀକ୍ଷାରେ ଅଧିକ ନମ୍ବର ରଖିଥାଆନ୍ତି । ଏହାଛଡ଼ା ପାଠ ଭଲ ପଢ଼ିବା ସହ ଜୀବନରେ ସଫଳତା ପାଆନ୍ତି । ଟେକସାସ୍ ବିଶ୍ଵବିଦ୍ୟାଳୟର ଗବେଷକମାନେ ଏହା କହିଛନ୍ତି ।

ରାତ୍ରିରେ ଆମର ଖାଇବା ୬ରୁ ୮ ଘଣ୍ଟା ବନ୍ଦ ହୋଇଥାଏ । ତେଣୁ ସକାଳୁ ଜଲଦି ନ ଉଠିଲେ ଜଳଖିଆ ଖାଇବାରେ ଡେରି ହୋଇଥାଏ । ଏହାଛଡ଼ା । ସକାଳୁ ଉଠିବା ଦ୍ଵାରା ଆମର କାର୍ଯ୍ୟଦକ୍ଷତା ଓ ପଟୁତା ବୃଦ୍ଧି ପାଇଥାଏ । ସାଧାରଣ ଅପେକ୍ଷା ଏମାନେ ଅଧିକ କାମ କରିଥାଆନ୍ତି । ସକାଳୁ ଉଠୁଥିବା ଲୋକଙ୍କର ମାନସିକ ସ୍ଵାସ୍ଥ୍ୟ ଭଲ ରହିଥାଏ । ଦିନର ପ୍ରଥମ ଘଣ୍ଟା ଯେଭଳି କଟିଥାଏ, ବାକି ସମୟ ସେହି ଅନୁସାରେ କଟିଥାଏ । ଗବେଷଣାରୁ ଜଣାପଡ଼ିଛି ଯେ, ସକାଳୁ ଉଠୁଥିବା ଲୋକମାନେ ଯୁକ୍ତାତ୍ମକ ବ୍ୟକ୍ତିତ୍ଵ, ଅଧିକ ଆଶାବାଦୀ ଏବଂ ଜୀବନରେ ଅଧିକ ସନ୍ତୋଷ ଲାଭ କରିଥାନ୍ତି ।

ସଂଗୃହିତ: ଡାକ୍ତର ରାମଚନ୍ଦ୍ର ରାଉତ ଗୋପାଳପୁର, ବାଙ୍କୀ

Last Modified : 3/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate