ଶିଶୁଙ୍କ ଭିତରେ ଅଧାରୁ ବେଶୀ ମୃତ୍ୟୁ ବା ଅସୁସ୍ଥତା ଜୀବାଣୁ ଦ୍ଵାରା ହୋଇଥାଏ ଏବଂ ଏହି ଜୀବାଣୁ ଖାଦ୍ୟ , ପିଇବା ପାଣି କିମ୍ବା ମଇଳା ହାତ ଦେଇ ପେଟକୁ ଯାଇଥାଏ । ଏଭିତରୁ ଅଧିକାଂଶ ଜୀବାଣୁ ମଣିଷର ବା ଜୀବଜନ୍ତୁଙ୍କ ମଳରୁ ଆସିଥାଏ ।
ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସ ସାହାଯ୍ୟରେ ବହୁତଗୁଡିଏ ରୋଗର , ବିଶେଷ କରି ତରଳ ଝାଡାର , ପ୍ରତିରୋଧ କରାଯାଇପାରେ । ପାଇଖାନାରେ ଝାଡା ବସିବା , ଝାଡା ଯିବା ପରେ ଏବଂ ଶିଶୁକୁ ଖୁଆଇବା ଆଗରୁ ହାତକୁ ସାବୁନ ବା ପାଉଁଶ ଓ ପାଣିରେ ଭଲ କରି ଧୋଇବା , ଜୀବଜନ୍ତୁଙ୍କ ମଳ ଘର , ରାସ୍ତା , କୂଅ ଓ ପିଲାଙ୍କ ଖେଳିବା ଜାଗାଠାରୁ ଦୂରରେ ରଖିବା ହେଉଛି ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସର କିଛି ଉଦାହରଣ ।
ଗୋଷ୍ଠୀରେ ସମସ୍ତେ ଏକାଠି ମିଶି ପାଇଖାନା ତିଆରି କରିବା ଓ ବ୍ୟବହାର କରିବା , ପିଇବା ପାଣିକୁ ସୁରକ୍ଷିତ ରଖିବା , ମଇଳା ପାଣି ଓ ଅଳିଆ ଠିକ ଜାଗାରେ ପକାଇବା ଉଚିତ । ସରକାର ମଧ୍ୟ ସମସ୍ତେ ବସାଇ ପାରିବା ଭଳି ଅଳ୍ପ ମୂଲ୍ୟର ପାଇଖାନା ତିଆରି ଓ ବ୍ୟବହାର ବିଷୟରେ ଲୋକଙ୍କୁ ବୁଝାଇବା ଦରକାର । ସହର ଅଞ୍ଚଳରେ ଅଳ୍ପ ମୂଲ୍ୟର ପାଇଖାନା ପରିମଳ ବ୍ୟବସ୍ଥା , ମଇଳା ପାଣି ନିଷ୍କାସନ , ପିଇବା ପାଣି ଯୋଗାଣ ଏବଂ ମଇଳା ସଂଗ୍ରହ ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ ।
୧. ନିରାପଦ ଭାବରେ ମଳକୁ ଫିଙ୍ଗାଯିବା ଉଚିତ । ଏଥିପାଇଁ ପାଇଖାନାର ବ୍ୟବହାର ସବୁଠାରୁ ନିରାପଦ ।
୨. ପିଲାଠାରୁ ବଡ ଯାଏଁ ଘରର ସମସ୍ତେ ଝାଡା ଯିବା ପରେ , ଖାଇବା ଆଗରୁ ଓ ଶିଶୁକୁ ଖୁଆଇବା ଆଗରୁ ସାବୁନ କିମ୍ବା ପାଉଁଶ ଓ ପାଣିରେ ହାତ ଭଲ କରି ଧୋଇବା ଜରୁରୀ ।
୩. ସାବୁନରେ ମୁହଁ ଧୋଇଲେ ଆଖି ସଂକ୍ରମଣରୁ ରକ୍ଷା ମିଳିଥାଏ । ପୃଥିବୀର କେତେକ ଅଞ୍ଚଳରେ ଆଖିର ସଂକ୍ରମଣରୁ ଟ୍ରକୋମା ଆରମ୍ଭ ହୁଏ ଓ ଶେଷରେ ଅନ୍ଧତ୍ଵ ଆସିଥାଏ ।
୪. ପାତ୍ରକୁ ଉତ୍ସରୁ ବା ବିଶୋଧିତ ହୋଇଥିବା ପାଣି ବ୍ୟବହାର କରନ୍ତୁ । ପାଣି ରଖୁଥିବା ପାତ୍ରକୁ ଘୋଡାଇ ରଖିବା ଜରୁରୀ ।
୫. କଞ୍ଚା ବା ବାସୀ ଖାଦ୍ୟ ମାରାତ୍ମକ ହୋଇପାରେ । କଞ୍ଚା ଖାଦ୍ୟ ଭଲକରି ଧୁଆହେବା ବା ରନ୍ଧାହେବା ଆବଶ୍ୟକ । ରନ୍ଧା ଖାଦ୍ୟକୁ ଡେରି ନକରି ବା ପୁଣି ଥରେ ଭଲ ଭାବରେ ଗରମ କରି ଖାଇବା ଉଚିତ ।
୬. ଖାଦ୍ୟ , ବାସନ ଓ ରନ୍ଧା ଜାଗା ପରିଷ୍କାର ରଖିବା ଆବଶ୍ୟକ । ଖାଦ୍ୟକୁ ଘୋଡାଇ ରଖିବା ଉଚିତ ।
୭. ଘରର ଅଳିଆକୁ ନିରାପଦ ଜାଗାରେ ଫିଙ୍ଗିଲେ ରୋଗ ଦାଉରୁ ରକ୍ଷା ମିଳିଥାଏ ।
ନିରାପଦ ଭାବରେ ମଳକୁ ଫିଙ୍ଗାଯିବା ଉଚିତ । ଏଥିପାଇଁ ପାଇଖାନାର ବ୍ୟବହାର ସବୁଠାରୁ ନିରାପଦ ।
ତରଳ ଝାଡା ଭଳି ଅନେକ ରୋଗ ମଣିଷର ମଳ ଜରିଆରେ ବ୍ୟାପିଥାଏ । ଏଥିରୁ ଜୀବାଣୁ ପିଇବା ପାଣି , ଖାଦ୍ୟ , ହାତ , ବାସନ କିମ୍ବା ରନ୍ଧାଜାଗାକୁ ଆସେ । ଏସବୁକୁ ବ୍ୟବହାର କଲେ ଜୀବାଣୁ ଦେହକୁ ଆସି ରୋଗ କରାଏ ।
ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଲା ମଣିଷ ଓ ଜୀବଜନ୍ତୁଙ୍କ ମଳକୁ ସୁରକ୍ଷିତ ଭାବରେ ଦୂରେଇବା । ମଣିଷ ପରିଷ୍କାର ପାଇଖାନା ବ୍ୟବହାର କରିବା ଭଲ ଜୀବଜନ୍ତୁଙ୍କ ମଳ ଘର , ଏବଂ ପିଲାଙ୍କ ଖେଳିବା ଜାଗାଠାରୁ ଦୂରରେ ଗଦାଇବା ଦରକାର ।
ଯଦି ପାଇଖାନା ବ୍ୟବହାର କରିବା ସମ୍ଭବ ନୁହେଁ ତେବେ ଘର , ରାସ୍ତା , ପିଇବା ପାଣି ଏବଂ ପିଲାଙ୍କ ଖେଳ ଜାଗାଠାରୁ ଦୂରରେ ଝାଡା ଯିବା ଏବଂ ତାକୁ ସାଙ୍ଗେ ସାଙ୍ଗେ ପୋତିଦେବା ଉଚିତ ।
ସମସ୍ତଙ୍କ ମଳରେ , ଏପରିକି ଛୋଟ ପିଲାଙ୍କ ମଳରେ , ବି ଅନେକ ଜୀବାଣୁ ରହିଥାଏ । ତେଣୁ ତାହା ବିପଦଜନକ । ଯଦି ପିଲା ପାଇଖାନା ବା ମଳପାତ୍ର ବ୍ୟବହାର କରୁ ନଥାଏ , ତେବେ ତା’ ମଳକୁ ସାଙ୍ଗେ ସାଙ୍ଗେ ସଫା କରି ପାଇଖାନାରେ ପକାଇବା ବା ପୋତିଦେବା ଜରୁରୀ ।
ପାଇଖାନାକୁ ସବୁବେଳେ ସଫା ରଖିବା ଏବଂ ତାହାକୁ ଘୋଡାଇ ରଖିବା ଦରକାର ।
ସରକାର ଏବଂ ବେସରକାରୀ ସଂସ୍ଥା ଅଳ୍ପ ମୂଲ୍ୟର ପାଇଖାନା ତିଆରି କରିବା ପାଇଁ ଲୋକଙ୍କୁ ବୁଝାଇବା ଆବଶ୍ୟକ ।
ପିଲାଠାରୁ ବଡ ଯାଏଁ ଘରର ସମସ୍ତେ ଝାଡା ଯିବା ପରେ , ଖାଇବା ଆଗରୁ ଓ ଶିଶୁକୁ ଖୁଆଇବା ଆଗରୁ ସାବୁନ କିମ୍ବା ପାଉଁଶ ଓ ପାଣିରେ ହାତ ଭଲ କରି ଧୋଇବା ଜରୁରୀ ।
ସାବୁନ କିମ୍ବା ପାଉଁଶରେ ହାତ ଧୋଇଲେ ଜୀବାଣୁ ନଷ୍ଟ ହୋଇଯାଆନ୍ତି । କେବଳ ପାଣିରେ ଧୋଇବା ଯଥେଷ୍ଟ ନୁହେଁ , ଦୁଇ ହାତକୁ ସାବୁନ ବା ପାଉଁଶରେ ଘଷି ଧୋଇବା ଦରକାର । ଏହାଦ୍ୱାରା ଜୀବାଣୁ ଖାଦ୍ୟକୁ ଯାଇପାରେ ନାହିଁ । ହାତ ଧୋଇବା ଦ୍ଵାରା କୃମିରୁ ବି ରକ୍ଷା ମିଳିଥାଏ । ତେଣୁ ପାଇଖାନା ପାଖରେ ସାବୁନ ବା ପାଉଁଶ ରଖିବା ଆବଶ୍ୟକ ।
ଶିଶୁ ଅନେକ ସମୟରେ ପାଟିରେ ହାତ ପୂରାଇଥାଏ । ତେଣୁ ଶିଶୁର ହାତକୁ ବାରମ୍ବାର ଧୋଇବା ଦରକାର । ବିଶେଷ କରି ସେମାନେ ମଇଳାରେ ବା ଜୀବଜନ୍ତୁଙ୍କ ସହ ଖେଳିବା ପରେ ଧୋଇବା ବହୁତ ଜରୁରୀ ।
ଶିଶୁ ପେଟରେ ଅତି ସହଜରେ କୃମି ହୁଏ । କୃମି ଓ ତା’ର ଅଣ୍ଡା ମଣିଷ ଏବଂ ଜୀବଜନ୍ତୁଙ୍କ ମଳମୂତ୍ରରେ , ନଈପୋଖରୀ ଭଳି ଉପର ଜଳ , ମାଟି ଏବଂ ଅସିଝା ମାଂସରେ ଥାଏ । ତେଣୁ ପାଇଖାନା ବା ଝାଡା ଯାଉଥିବା ପଡିଆ ପାଖରେ ପିଲା ଖେଳିବା ଉଚିତ ନୁହେଁ । ପାଦ ବାଟେ କୃମି ଦେହ ଭିତରକୁ ନପଶିବା ପାଇଁ ପାଇଖାନା ଯିବା ବେଳେ ଚପଲ ପିନ୍ଧିବା ଆବଶ୍ୟକ ।
ସାବୁନରେ ମୁହଁ ଧୋଇଲେ ଆଖି ସଂକ୍ରମଣରୁ ରକ୍ଷା ମିଳିଥାଏ । ପୃଥିବୀର କେତେକ ଅଞ୍ଚଳରେ ଆଖିର ସଂକ୍ରମଣରୁ ଟ୍ରାକୋମା ଆରମ୍ଭ ହୁଏ ଓ ଶେଷରେ ଅନ୍ଧତ୍ଵ ଆସିଥାଏ ।
ମଇଳା ମୁହଁରେ ମାଛି ବସନ୍ତି ଏବଂ ମାଛିର ଗୋଡରେ ଜୀବାଣୁ ଆସନ୍ତି । ଏଥିଯୋଗୁ ଆଖି ସଂକ୍ରମିତ ହୋଇପାରେ , ଏପରିକି ଦୃଷ୍ଟିଶକ୍ତି ମଧ୍ୟ ନଷ୍ଟ ହୋଇଯାଇପାରେ ।
ଯଦି ଆଖି ସୁସ୍ଥ ଥାଏ , ତେବେ ଧଳା ଡୋଳା ସୁସ୍ଥ ରହିବ , ଆଖି ଓଦାଳିଆ ହୋଇ ଚିକଚିକ କରିବ ଏବଂ ଦୃଷ୍ଟିଶକ୍ତି ଠିକ ରହିବ । ଯଦି ଆଖି ଶୁଖିଲା ହୋଇ ଲାଲ ଦେଖା ଯାଉଥିବ , ଆଖିରୁ ପାଣି ବୋହୁଥିବ ବା ଶିଶୁ ଠିକ ଭାବରେ ଦେଖି ପାରୁନଥିବ ତେବେ ଶିଶୁକୁ ସାଙ୍ଗେ ସାଙ୍ଗେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାଇବା ଜରୁରୀ ।
ପରିଷ୍କାର ଉତ୍ସରୁ ବା ବିଶୋଧିତ ହୋଇଥିବା ପାଣି ବ୍ୟବହାର କରନ୍ତୁ । ପାଣି ରଖୁଥିବା ପାତ୍ରକୁ ଘୋଡାଇ ରଖିବା ଜରୁରୀ ।
ପରିବାର ପାଇଁ ଯଥେଷ୍ଟ ପରିମାଣର ପରିଷ୍କାର ପିଇବା ପାଣି ମିଳୁନଥିଲେ ଓ ପାଣିକୁ ଜୀବାଣୁମୁକ୍ତ ରଖିବା ବିଷୟରେ ତାଙ୍କୁ ଜଣାଥିଲେ ର୍ପ୍ଗା ବହୁତ କମ୍ ହୁଏ ,
ପାଣି ପରିଷ୍କାର ନଥିଲେ ତାକୁ ଛାଣି , ଫୁଟାଇ ପରିଷ୍କାର କରାଯାଇ ପାରିବ ।
ଠିକ ଭାବରେ ବସାଯାଇଥିବା ପାଣି ପାଇପ , ନଳକୂଅ , ସୁରକ୍ଷିତ କୂଅ ଏବଂ ଝରଣା ଆଦି ପରିଷ୍କାର ପାଣିର ଉତ୍ସ । ପୋଖରୀ , ନଈ , ଖୋଲା ବନ୍ଧ ଆଦିର ଅପରିଷ୍କାର ପାଣିକୁ ଫୁଟାଇ ବିଶୋଧିତ କରାଯାଇ ପାରିବ । ପାଣିକୁ ସଫା ରଖିବା ପାଇଁ ତାକୁ ଘୋଡାଇ ରଖିବା ଦରକାର ।
ପରିବାର ଓ ଗୋଷ୍ଠୀ ପାଣିକୁ ସୁରକ୍ଷିତ କରିପାରିବେ :
ଲୋକମାନେ ଘରେ ପାଣି ସଫା ରଖିପାରିବେ
ପାଣିର ଉତ୍ସ ବିଷୟରେ ନିଶ୍ଚିତ ନଥିଲେ ସ୍ଥାନୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ ।
କଞ୍ଚା ବା ବାସି ଖାଦ୍ୟ ମାରାତ୍ମକ ହୋଇପାରେ । କଞ୍ଚା ଖାଦ୍ୟ ଭଲକରି ଧୁଆ ବା ରନ୍ଧାହେବା ଆବଶ୍ୟକ । ରନ୍ଧା ଖାଦ୍ୟକୁ ଡେରି ନକରି ବା ପୁଣି ଥରେ ଭଲ ଭାବରେ ଗରମ କରି ଖାଇବା ଉଚିତ ।
ଖାଦ୍ୟ ଭଲକରି ରନ୍ଧା ହେଲେ ଜୀବାଣୁ ନଷ୍ଟ ହୋଇଯାଆନ୍ତି । ବିଶେଷ କରି କୁକୁଡା ଓ ଅନ୍ୟ ମାଂସକୁ ଭଲ କରି ରାନ୍ଧିବା ଦରକାର ।
ଉଷୁମ ଖାଦ୍ୟରେ ଜୀବାଣୁ ବହୁତ ଶୀଘ୍ର ବଢନ୍ତି । ତେଣୁ ରନ୍ଧା ହେବା ପରେ ଯେତେ ଶୀଘ୍ର ସମ୍ଭବ ଗରମ ଥିବା ଅବସ୍ଥାରେ ଖାଇଦେବା ଉଚିତ । ତାହେଲେ ଜୀବାଣୁ ବଢିବା ପାଇଁ ସମୟ ପାଇବେ ନାହିଁ ।
କଞ୍ଚା ଖାଦ୍ୟ ବିଶେଷ କରି କୁକୁଡା ଓ ମାଂସ ଏବଂ ସମୁଦ୍ର ଖାଦ୍ୟରେ ସାଧାରଣତଃ ଜୀବାଣୁ ଥାଏ । ରନ୍ଧା ଖାଦ୍ୟ କଞ୍ଚା ଖାଦ୍ୟ ସହ ମିଶିଲେ ସେଥିରେ ଜୀବାଣୁ ବଢେ । ତେଣୁ କଞ୍ଚା ଓ ରନ୍ଧା ଖାଦ୍ୟ ଅଲଗା ରଖିବା ଜରୁରୀ । ରାନ୍ଧିବା ପରେ ଛୁରୀ , ପାରିବା କଟା ପଟା , ରୋଷେଇ ଜାଗା ଆଦି ସଫା କରିବା ଉଚିତ ।
ଖାଦ୍ୟ , ବାସନ ଓ ରନ୍ଧା ଜାଗା ପରିଷ୍କାର ରଖିବା ଜରୁରୀ । ଖାଦ୍ୟକୁ ଘୋଡାଇ ରଖିବା ଉଚିତ ।
ଖାଦ୍ୟ ବାଟେ ଜୀବାଣୁ ଦେହକୁ ଯାଇ ରୋଗ କରିପାରେ । ଖାଦ୍ୟକୁ ଜୀବାଣୁମୁକ୍ତ ରଖିବାକୁ ହେଲେ :
ମାଛି , ଅସରପା , ମୂଷାଙ୍କ ଦ୍ଵାରା ଜୀବାଣୁ ବ୍ୟାପିପାରେ । ପାରିବା , ଫଳଚୋପା ବା ଖାଦ୍ୟ ଟୁକୁଡା ପଡି ରହିଲେ ଏମାନେ ବଢନ୍ତି ।
କୌଣସି ଅଞ୍ଚଳରେ ସାମୂହିକ ଭାବରେ ମଇଳା ସଂଗ୍ରହ କରାଯାଉ ନଥିଲେ ଘରେ ଗୋଟିଏ କମ୍ପୋଷ୍ଟ ଗାତା ଖୋଲି ପ୍ରତିଦିନର ମଇଳା ପୋତିଦେବା ଜରୁରୀ ।
ଘର ଓ ତା’ର ଆଖପାଖ ଅଞ୍ଚଳ ସଫା ରଖିଲେ ରୋଗ ଦାଉରୁ ରକ୍ଷା ମିଳିଥାଏ । ଘରର ମଇଳା ପାଣି ଗୋଟିଏ ସୋକ୍ ପିଟ୍ କରି ବା ବଗିଚାରେ ମଡାଯାଇ ପାରିବ ।
ଅଳ୍ପ ପରିମାଣରେ ହେଲେ ବି କୀଟନାଶକ ବା ରାସାୟନିକ ଖାଦ୍ୟ ବା ପାଣିକୁ ବିଷାକ୍ତ କରିପାରନ୍ତି । ଦେହରେ ଲାଗିଲେ ମଧ୍ୟ ତାହାର ବିଷାକ୍ତ କରିପାରନ୍ତି । ଦେହରେ ଲାଗିଲେ ମଧ୍ୟ ତାହାର ବିଷାକ୍ତ ପ୍ରଭାବ ପଡେ । ତେଣୁ କୀଟନାଶକ ବା ରାସାୟନିକ ବ୍ୟବହାର କରିବା ବେଳର ଲୁଗାପଟା ଘରର ପାଣି ଉତ୍ସ ପାଖରେ ଧୋଇବା ଉଚିତ ନୁହେଁ ।
ଘରର ଆଖପାଖରେ ବା ପାଣିର ଉତ୍ସ ପାଖରେ କୀଟନାଶକ ବ୍ୟବହାର କରିବା ଉଚିତ ନୁହେଁ । ପିଇବା ପାଣି ବା ଖାଦ୍ୟ ପାଖରେ ଏସବୁକୁ ରଖିବା ବି ଉଚିତ ନୁହେଁ । କୀଟନାଶକ ବା ରାସାୟନିକ ସାରା ଥିବା ଡବା ବା ବୋତଲରେ କେବେ ବି ଖାଦ୍ୟ ରଖନ୍ତୁ ନାହିଁ ।
ଆଧାର :UNICEF
Last Modified : 5/11/2021