অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହାର୍ଟ ରୋଗର ଚିକିତ୍ସା କରିବ ମେସିନ

ହାର୍ଟ ରୋଗର ଚିକିତ୍ସା କରିବ ମେସିନ

ଇଂଟେଲିଜେନ୍ସ ଟେକନିକ୍

ଚିକିତ୍ସକ ଏବେ ହୃଦୟ ସମ୍ବନ୍ଧୀୟ ରୋଗରୁ ନେଇ କ୍ୟାନସର ଯାଏ , ସବୁ ରୋଗର ସଠିକ୍ ଚିକିତ୍ସାକରିପାରିବେ । ଏହା କେବଳ ସମ୍ଭବ ହୋଇପାରିବ ଆର୍ଟିଫିସିଅଲ୍ ଇଂଟେଲିଜେନ୍ସ ଟେକନିକ୍ ଦ୍ୱାରା । ଡାକ୍ତରମାନେ ହୃଦୟ ସମ୍ବନ୍ଧୀୟ ରୋଗ ବିଷୟରେ ଜାଣିବାକୁ ହାର୍ଟବିଟର ଯାଂଚ କରିଥାନ୍ତି । ଅନୁଭବୀ ଡାକ୍ତର ମଧ୍ୟ ରୋଗକୁ ଜାଣିପାରିନଥାନ୍ତି । ଅନେକ ଥର ଦେଖାଯାଏ ରୋଗୀକୁ ସୁସ୍ଥ ଥିବା ଆଶ୍ୱାସନା ଦେଇ ଘରକୁ ପଠାଇଦେଇଥାନ୍ତି । ପୁଣି ଅନାବଶ୍ୟକ ରୂପରେ ସର୍ଜରୀ ପାଇଁ କୁହାଯାଇଥାଏ ।

ବ୍ରିଟେନର ବୈଜ୍ଞାନିକମାନେ ଏମିତି ଆର୍ଟିଫିସିଅଲ୍ ଇଂଟେଲିଜେନ୍ସ ଟେକନିକକୁ ବିକଶିତ କରିଛନ୍ତି । ଯାହା ହୃଦୟ ରୋଗର ଶୀଘ୍ର ଏବଂ ସଠିକ୍ ରୂପରେ ପତ୍ତା କରିପାରେ ସକ୍ଷମ ହେବ । ଏଆଇ ଟେକନିକ୍ ସ୍କାନ୍ ରେ ଦେଖାଯାଉଥିବା ଏହି ଛୋଟ ସୂଚନାଗୁଡିକ ମଧ୍ୟ ପତ୍ତା ଲଗାଇଥାଏ । ଯାହାକୁ ଡାକ୍ତରମାନେ ଦେଖିପାରିନଥାନ୍ତି । ଯାଂଚ ପରେ ସିଷ୍ଟମ ଏହା ବି ଜଣାଯେ ରୋଗକୁ ହୃଦଘାତର ସମସ୍ୟା ଅଛି ନା ନାହିଁ ।

ହୃଦୟର ସ୍କାନ୍

ବ୍ରିଟେନର ରାଡକ୍ଲିଫ୍ ହସ୍ପିଟାଲରେ ବିକଶିତ କରାଯାଇଥିବା ଅଲଟ୍ରୋମିକ୍ସ ନାମକ ଏହି ସିଷ୍ଟମକୁ ଏକ ହଜାର ରୋଗୀଙ୍କ ଠାରେ ପ୍ରୟୋଗ କରାଯାଇଥିଲା । ସେମାନଙ୍କର ହୃଦୟର ସ୍କାନ୍ କରି ରୋଗ ବିଷୟରେ ଜାଣିବାର ପ୍ରୟାସ କରାଯାଇଥିଲା । ଏହି ସବୁ ରୋଗୀଙ୍କ ଚିକିତ୍ସା ଚିକିତ୍ସକ ପ୍ରଫେସର ପାଉଲ ଲିଜନ କରିଥିଲେ ।

ପ୍ରୟୋଗରେ ଏଆଇ ସିଷ୍ଟମ ଲିଜନଙ୍କ ଠାରୁ ଭଲ ପ୍ରଦର୍ଶନ କରିଥିଲା । ବ୍ରିଟେନର ଏକ ଷ୍ଟାଟଅପ୍ , ଫୁସଫୁସରେ କ୍ୟାନସରର ପତ୍ତା ଲଗାଇବା ପାଇଁ ମଧ୍ୟ ଏଆଇଂ ସିଷ୍ଟମ ତିଆରି କରିଥିଲେ । ଏହା କୋଷିକାମାନଙ୍କ ସମୁହ Nodules ର ଯାଂଚ କରିଥାଏ । ପୁଣି ଏହା ମଧ୍ୟ ଦର୍ଶାଇଥାଏ ଯେ ଏହି Nodules ଆଗକୁ କ୍ୟାନସରର ରୂପ ନେବ ନା ନାହିଁ ।

ଆଧାର: କନକ ନ୍ୟୁଜ

Last Modified : 5/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate