অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜ୍ଵର

ଉପକ୍ରମ

ଜ୍ଵର ପିଲାମାନଙ୍କୁ ସାଧାରଣତଃ ବେଳେବେଳେ ହୁଏ । ମାତ୍ର ଏହି ଜ୍ଵର ବେଳେବେଳେ ସାଂଘାତିକ ଅବସ୍ଥା ସୃଷ୍ଟି କରେ ।

ଜ୍ଵର ସମୟରେ ପିଲାମାନଙ୍କର ଉତ୍ତାପ ସାଧାରଣ ଦେହ ଉତ୍ତାପଠାରୁ ବହୁ ପରିମାଣରେ ବଢିଯାଏ ଏବଂ ଜ୍ଵର ସମୟରେ ପ୍ରଚୁର ଝାଳ ବାହାରେ । ବେଳେବେଳେ ଏହି ଜ୍ଵର ଶରୀରର ଉତ୍ତାପ କମାଇଦିଏ, ଶରୀର ଥଣ୍ଡା ପଡିଯାଏ ଏବଂ କମ୍ପ ଅନୁଭୂତ ହୁଏ ଏବଂ ପରେ ଶରୀରର ଉତ୍ତାପ ବୃଦ୍ଧିପାଏ ।

ପିଲାମାନଙ୍କ କ୍ଷେତ୍ରରେ ଅତ୍ୟଧିକ ଜ୍ଵର ମୂର୍ଚ୍ଛାର କାରଣ ହୋଇଥାଏ ଏବଂ ପିଲା ଅଚେତ ହୋଇ ପଡନ୍ତି ।

ପ୍ରାଥମିକ ଚିକିତ୍ସା

ଜ୍ଵର ପ୍ରାଥମିକ ଚିକିତ୍ସା ପିଲା ଏବଂ ବୟସ୍କ ଲୋକଙ୍କ ପ୍ରାୟ ସମାନ – ଯଦି ପିଲାମାନଙ୍କ ଅତ୍ୟଧିକ ଜ୍ଵର ହୁଏ ତେବେ ନିମ୍ନଲିଖିତ ଚିକିତ୍ସା କରିବା ଉଚିତ୍ ।

  • ପିଲାର ଶରୀରକୁ ଥଣ୍ଡା କରିବାକୁ ଚେଷ୍ଟା କର ।
  • ପିଲାମାନଙ୍କ ଦେହରୁ ଲୁଗାପତା କାଢି ଦିଅ ।
  • ପିଲାକୁ ଥଣ୍ଡା ପାଣି ଦ୍ଵାରା ଗାଧୋଇ ଦିଅ ।
  • ପିଲାର ଶରୀରକୁ ପଙ୍ଖା ଦ୍ଵାରା ଥଣ୍ଡା କର ।
  • ଅତ୍ୟଧିକ ମାତ୍ରାରେ ପାଣି ପିଇବାକୁ ଦିଅ ଏବଂ ଛୋଟ ଛୁଆମାନଙ୍କୁ ମା କ୍ଷୀର ପ୍ରଚୁର ପରିମାଣରେ ପିଇବାକୁ ଦିଅ ।
  • ପିଲାଙ୍କୁ ସୁଷମ ଖାଦ୍ୟ ଦେବା ଉଚିତ୍ ।
  • ପିଲାଙ୍କ ପାଟି ସଫା ରଖ ।
  • ତୁରନ୍ତ ପ୍ରାଥମିକ ଚିକିତ୍ସା ଦେଇ ଡାକ୍ତରଙ୍କ ପାଖକୁ ପଠାଅ ।
  • ଜ୍ଵର ହେଲେ ରକ୍ତ ପରୀକ୍ଷା କରାଅ  ।

ଆଧାର

Odisha state centre, Bhubaneswar

Last Modified : 7/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate