অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମ୍ୟାଲେରିଆ

ଉପକ୍ରମ

ମ୍ୟାଲେରିଆ ଏକପ୍ରକାର ରୋଗ ଯାହା ସାଧାରଣତଃ ମଶା ଦ୍ଵାରା ହୋଇଥାଏ । ମ୍ୟାଲେରିଆ ଏକ ଜଟିଳ ରୋଗ । ଛୋଟ ପିଲା ଏବଂ ଗର୍ଭାବତୀ ମହିଳମାନଙ୍କ ଦେହରେ ଏହାର ପ୍ରାଦୁର୍ଭାବ ଅଧିକ ।

ମ୍ୟାଲେରିଆ ପ୍ରବଣ ସ୍ଥାନମାନଙ୍କରେ ବାସ କରୁଥିବା ଲୋକମାନଙ୍କ ଜ୍ଵର ହେଲେ ତାକୁ ମ୍ୟାଲେରିଆ ବୋଲି ଅନୁମାନ କରିବାକୁ ହେବ । ମ୍ୟାଲେରିଆ ରୋଗୀ ଉପୟୁକ୍ତ ଚିକିତ୍ସା ନପାଇଲେ ନିମ୍ନଲିଖିତା କାରଣରୁ ମୃତ୍ୟୁ ମୁଖରେ ପଡିଥାଏ ।

  1. ରକ୍ତହୀନତା (Anemia) – ରକ୍ତ ପତଳା ହୋଇଥାଏ ।
  2. ଚେତନାହୀନ
  3. ମୂର୍ଚ୍ଛା

ଯଦି କୌଣସି ଗର୍ଭାବତୀ ମହିଳା ମ୍ୟାଲେରିଆ ପ୍ରବଣ ସ୍ଥାନରେ ବାସ କରୁଥାନ୍ତି ଏବଂ ଯଦି ସେ ଜ୍ଵରରେ ପୀଡିତ ହୋଇଥାନ୍ତି ତାଙ୍କୁ ମ୍ୟାଲେରିଆ ହୋଇଛି ବୋଲି ଅନୁମାନ କରାଯାଇପାରେ ।

ଗର୍ଭବତୀ ମହିଳା ମ୍ୟାଲେରିଆ ପୀଡିତ ହେଲେ

ରକ୍ତହୀନତା ଯୋଗୁଁ ଗର୍ଭ ନଷ୍ଟ ହୋଇଯାଇପାରେ କିମ୍ବା ପିଲା ଜନ୍ମ ହେଲେ ଡ଼ୃବଳ ଓ ରୋଗଗ୍ରସ୍ତ ହେବାର ସମ୍ଭାବନା ଥାଏ ।

ପ୍ରାଥମିକ ଚିକିତ୍ସା

ଯଦି ଆପଣ ମ୍ୟାଲେରିଆ ପ୍ରବଣ ସ୍ଥାନରେ ବାସ କରୁଥାନ୍ତି  ଏବଂ ଆପାଣାଙ୍କ ପିଲାଙ୍କୁ ଜ୍ଵର ହୁଏ ତେବେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।

    ଜ୍ଵରର ପ୍ରାଥମିକ ଚିକିତ୍ସା – ଯଦି ସେ ଅତ୍ୟଧିକ ଜ୍ଵରରେ ପୀଡିତ ହୋଇଥାନ୍ତି ତେବେ ତାଙ୍କ ଦେହରେ ଥିବା ବସ୍ତ୍ର କାଢି ଦିଅ ଏବଂ ଥଣ୍ଡା ପାଣିରେ ଦେହକୁ ଧୋଇ ଦିଅ ।

  • ଡାକ୍ତର ଚିକିତ୍ସା ପାଇଁ ବନ୍ଦୋବସ୍ତ କର ଏବଂ ମ୍ୟାଲେରିଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଔଷଧ ସେବନ କରିବା ପାଇଁ କୁହ ।
  • ରୋଗୀର ଅଭିଭାବକମାନଙ୍କୁ ପରାମର୍ଶ ଦିଅନ୍ତୁ ଯେପରି ଠିକ୍ ଅନୁପାତରେ ରୋଗୀକୁ ଔଷଧ ସେବନ କରାଇବେ ( ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ) । ଯଦି ରୋଗୀ ଔଷଧ ସେବନ କରାଇବେ (ଡାକ୍ତର ନିର୍ଦ୍ଦେଶ ଅନୁସାରେ) । ଯଦି ରୋଗୀ ଔଷଧ ସେବନ କଲାପରେ ବାନ୍ତି କରିଦିଏ ତେବେ ପୁନଶ୍ଚ ଔଷଧ ସେବନ କରିବାକୁ ଦିଅନ୍ତୁ ।
  • ଔଷଧ ସେବନ କରିବା ପରେ ଯଦି ରୋଗୀ ଭଲ ନହୁଏ, ତେବେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତାର ଚିକିତ୍ସା କରିବା ଉଚିତ୍ ।

ଗୋଷ୍ଠୀ କେଦ୍ରମାନଙ୍କର ପ୍ରାଥମିକ ଚିକିତ୍ସା

ଯଦି ଆପଣ ମ୍ୟାଲେରିଆ ପ୍ରବଣ ସ୍ଥାନମାନଙ୍କରେ ବାସ କରୁଥାନ୍ତି ଏବଂ ସେହି ସ୍ଥାନମାନଙ୍କରେ ମ୍ୟାଲେରିଆ ଜ୍ଵରରେ ଆକ୍ରାନ୍ତ ହେଲେ –

  1. ପ୍ରଥମେ ଜ୍ଵର ପ୍ରାଥମିକ ଚିକିତ୍ସା କରନ୍ତୁ ।
  2. ଡାକ୍ତରଙ୍କ ପାଖକୁ ଚିକିତ୍ସା ପଠାନ୍ତୁ । କେବଳ ସେହି ସମୟରେ ମ୍ୟାଲେରିଆ ଜ୍ଵରର ଔଷଧ ହିଁ ଗର୍ଭବତୀ ମହିଳା ଏବଂ ସେମାନଙ୍କର ଗର୍ଭରେ ଥିବା ସନ୍ତାନ ମ୍ୟାଲେରିଆ ରୋଗ ଦାଉରୁ ରକ୍ଷା ପାଇପାରିବେ ।

ଛୋଟ ପିଲାମାନଙ୍କୁ ମ୍ୟାଲେରିଆ ନ ହେବା ପାଇଁ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

  1. ଛୋଟ ପିଲାମାନଙ୍କର ଶରୀରକୁ ବାହାରକୁ ନେବା ସମୟରେ ଘୋଡାଇ କରି ରଖନ୍ତୁ ।
  2. ପାଣିକୁଣ୍ଡ କିମ୍ବା ପାଣି ଯମୁଥିବା ସ୍ଥାନକୁ ପରିଷ୍କାର କରି ରଖନ୍ତୁ । କୌଣସି ପାତ୍ର କିମ୍ବା ଖାଲୁଆ ଜାଗାମାନଙ୍କରେ ପାଣି ଜମିବା ପାଇଁ ଦିଅନ୍ତୁ ନାହିଁ ।
  3. ଶୋଇବା ସମୟରେ ମଶାବତୀ କିମ୍ବା ମଶାରୀ ବ୍ୟବହାର କରନ୍ତୁ ।
  4. ବସ୍ତୁ ବା ସାହି ଲୋକମାନଙ୍କୁ ମିଳିମିଶି କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାନ୍ତୁ।

ବସ୍ତୁରେ ଥିବା ଖାଲୁଆ ଜାଗାମାନଙ୍କରେ ମାଟି ପକାଇ ପୋତି ପକାନ୍ତୁ, ପାଣି ଜମିବା ପାଇଁ ଦିଅନ୍ତୁ ନାହିଁ । ପାଖରେ ଥିବା ନାଳ, ନର୍ଦ୍ଦମା ଏବଂ ମଇଳା ଜମାଠିବା ସ୍ଥାନମାନଙ୍କୁ ପରିଷ୍କାର ପରିଚ୍ଛାନ୍ମ ରଖନ୍ତୁ ଏବଂ ସ୍ଥଳ ବିଶେଷରେ ମଶାମରା ତେଲେ ବ୍ୟବହାର କରନ୍ତୁ ମଇଳା ଆବର୍ଜନା ସ୍ଥାନମାନଙ୍କରେ ମଇଳା ଜମା କରି ନିଆଁରେ ପୋଡି ଦିଅନ୍ତୁ ।

ମନେରଖନ୍ତୁ

ଆପଣ ଏବଂ ଆପଣଙ୍କର ବସ୍ତିଲୋକ ଚାହିଁଲେ ମ୍ୟାଲେରିଆ ପ୍ରତିରୋଧ କରିପାରିବେ ।

ଆଧାର

ST. JOHN AMBULANCE

Odisha state centre, Bhubaneswar

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate