অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆତ୍ମହତ୍ୟା ପ୍ରବଣତା

ଉପକ୍ରମ

୧୦ ଜଣଙ୍କ ମଧ୍ୟରୁ ପ୍ରାୟ ୯ ଜଣଙ୍କର ମାନସିକ ରୋଗ ଯଥା – ବିଶାଦ, ସିଜୋଫ୍ରେନିଆ ଓ ଅତ୍ୟଧିକ ନିଶାସେବାନ ଆଦି ସମସ୍ୟା ଥାଏ । ଅବିବାହିତ, ବେକାରୀ ଓ କର୍ମରୋଜଗାର ଆତ୍ମହତ୍ୟାର ଆଶଙ୍କାକୁ ବଢାଇଥାଏ । ଏହିପରି ବ୍ୟକ୍ତିମାନଙ୍କ ଉପରେ ମାନସିକ ଚାପ ପଡିଲେ, ଆତ୍ମହତ୍ୟା ଇଚ୍ଛା ତ୍ୱରାନ୍ୱିତ ହୋଇଥାଏ । ଯେପରିକି ଆତ୍ମୀୟମାନଙ୍କ ମୃତ୍ୟୁହେବା, ମୁଲ୍ୟବାନ ଜୀବନ ଓ ମାନସମ୍ମାନ ହରାଇବା ଓ ବହୁଦିନ ଧରି ସ୍ୱାସ୍ଥ୍ୟଖରାପ ରହିବା ଇତ୍ୟାଦି ।

ଲୋକଟିର ଚିକିତ୍ସା ପାଇଁ ପରିବାରର ସଦାଶ୍ୟାମାନଙ୍କର ବହୁ ଗୁରୁଦାୟିତ୍ଵ ରହିଛି । ସେମାନେ ତା’ର ସମସ୍ଯା ବିଝିବା ସଙ୍ଗୀ ସଙ୍ଗେ ଏହାର ସମାଧାନ କରିବା ପାଇଁ ଡାକ୍ତରଙ୍କ ସହଯୋଗ ଓ ସାହାଯ୍ୟ କରିବା ସହ ଲୋକକୁ ମଧ୍ୟ ସାହାଯ୍ୟ କରିବେ ଓ ସେ କିପରି ପୁନର୍ବାର ଆତ୍ମହତ୍ୟାର ଇଚ୍ଛାରୁ ଦୂରେଇ ରହିବ ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ ।

ଜଣେ ନିଜର ଜୀବନକୁ ଇଚ୍ଛାକୃତ ଭାବରେ ଶେଷ କରିବାକୁ ଆତ୍ମହତ୍ୟା କୁହାଯାଏ । ଏହା ହେଉଛି ଏପରି ଏକ ଜଟିଳ ସମସ୍ୟା, ଯାହାର ଦୀର୍ଘଦିନ ଧରି ନୈତିକ, ଧାର୍ମିକ, ସାଂସ୍କୃତିକ ଆଲୋଚନା ହେଉଛି । ଗୀତା, ମହାଭାରତ ଠାରୁ ଆରମ୍ଭ କରି ଆଧୁନିକ ଦର୍ଶନ ଶାସ୍ତ୍ର ପର୍ଯ୍ୟନ୍ତ, ମାନବ ଜାତି ଏପରି ଏକ ଜଟିଳ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛି । ଅଧିକାଂଶ ଏହାକୁ କେବଳ ଏକ ମାନସିକ ସମସ୍ୟା ବୋଲି ଧାରଣା କରନ୍ତି ମାତ୍ର କେତେକ ସମାଜ ଏହାକୁ ଏକ ଅପରାଧ ତଥା ଆଉ କେତେକ ସମ୍ମାନସୂଚନ ବୋଲି ଭାବନ୍ତି । ଯେପରିକି ଅନଶନ କରି ତଥା ଯୁଦ୍ଧରେ ଜାଣିଶୁଣି ନିଜର ଜୀବନ ଦେବାକୁ ସମ୍ମାନ ସୂଚନ ଧରାଯାଏ । ୟୁଥାନେସିଆର ଅର୍ଥ ହେଉଛି, ନିଜ ଯନ୍ତ୍ରଣା ଦାୟକ ଜୀବନକୁ ଚିକିତ୍ସକମାଣଙ୍କର ସାହାଯ୍ୟ ନେଇ ଶେଷ କରିବା । ମାତ୍ରା ଏହାକୁ ଆମ ଦେଶରେ ବର୍ତ୍ତମାନଯାଏ ସ୍ଵୀକୃତି ଦିଆଯାଇନାହିଁ ।

ପ୍ରତିବର୍ଷ ପୃଥିବୀରେ ପ୍ରାୟ ୧୦ ଲକ୍ଷ ଲୋକ ଆତ୍ମହତ୍ୟା କରନ୍ତି ଓ କୋଟିଏ ଲୋକ ଚେଷ୍ଟା କରନ୍ତି ମାତ୍ର ପ୍ରକୃତ ସଂଖ୍ୟା ଏହାଠାରୁ ବହୁ ଅଧିକ । କାରଣ କେତେକ ଆତ୍ମହତ୍ୟାକୁ ଦୁର୍ଘଟଣା ବୋଲି ଧରାଯାଏ । ଯଦିଓ ସ୍ତ୍ରୀଲୋକମାନେ ଆତ୍ମହତ୍ୟା କରିବାକୁ ଅଧିକ ଚେଷ୍ଟା କରନ୍ତି, ତଥାପି ପୁରୁଷମାନେ ଅଧିକ ଆତ୍ମହତ୍ୟା କରି ନିଜ ଜୀବନର ପରିସମାପ୍ତ କରିଥାନ୍ତି । ଏହି ସମସ୍ୟା ଆଧୁନିକ ସମାଜରେ ଯୁବପିଢୀଙ୍କଠାର ଅଧିକ ।

କାରଣ

ଆତ୍ମହତ୍ୟା ଏକ ଜଟିଳ ସମସ୍ୟା ତେକେକ ଖବରକାଗଜ ଓ ଟିଭିରେ ଯେପରି ଏକ ନିର୍ଦ୍ଦିଷ୍ଟ କାରଣକୁ ଅତିରଂଜିତ ଭାବରେ ବର୍ଣ୍ଣନା କରାଯାଇଥାଏ, ପ୍ରାୟ ସେପରି ନହୋଇ ଏକାଧିକ କାରଣ ଥାଏ । ୧୦ ଜଣଙ୍କ ମଧ୍ୟରୁ ପ୍ରାୟ ୯ ଜଣଙ୍କର ମାନସିକ ରୋଗ ଯଥା – ବିଶାଦ, ସିଜୋଫ୍ରେନିଆ ଓ ଅତ୍ୟଧିକ ନିଶାସେବନ ଆଦି ସମସ୍ୟା ଥାଏ । ଅବିବାହିତ, ବେକାରୀ ଓ କର୍ମରୋଜଗାର ଆତ୍ମହତ୍ୟା ଆଶଙ୍କାକୁ ବଢାଇଥାଏ । ଏହିପରି ବ୍ୟକ୍ତିମାନଙ୍କ ଉପରେ ମାନସିକ ଚାପ ପଡିଲେ, ଆତ୍ମହତ୍ୟା ଇଚ୍ଛା ତ୍ଵରାନ୍ଵିତ ହୋଇଥାଏ । ଯେପରିକି ଆତ୍ମୀୟମାନଙ୍କ ମୃତ୍ୟହେବା, ମୂଲ୍ୟବାନ ଜୀବନ ଓ ମାନସମ୍ମାନ ହରାଇବା ଓ ବହୁଦିନ ଧରି ସ୍ୱାସ୍ଥ୍ୟ ଖରାପ ରହିବା ଇତ୍ୟାଦି ।

ଏହାଛଡା ପରୀକ୍ଷାରେ ଅକୃତକାର୍ଯ୍ୟହେବା, ପ୍ରେମଜନିତ ବ୍ୟାପାରରେ ନୈରାଶ୍ୟ ହେବା ତଥା ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କ ସହ ଭୁଲ ଭୁଝାମଣା ହେବା ଇତ୍ୟାଦି କିଶୋର ମାନଙ୍କର ଆତ୍ମହତ୍ୟାର ଇଚ୍ଛାକୁ ବଢାଇଥାଏ ।

ଲକ୍ଷଣ

ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଚାହୁଁଛି ବୋଲି ଜାଣିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ । ମାତ୍ର କେତେକ ଲକ୍ଷଣ ଯାହାକୁ ଆମେ ବିପଦ ସଂକେତ ବୋଲି ଜାଣିପାରିବା, ତାହା ହେଲା ଇଚ୍ଛାପତ୍ର ବା ଉତ୍ତରାଧିକାରୀ ପତ୍ର ଲେଖିବା, ହଠାତ ପରିବାର ଓ ବନ୍ଧୁମାନଙ୍କ ସହିତ ଦେଖାକରିବା ( ଶେଷଥର ପାଇଁ), ଆତ୍ମହତ୍ୟା ପାଇଁ ସରଞ୍ଜାମ କିଣିବା ଯଥା – ଦଉଡି, ବିଷ ଓ ପେଟ୍ରୋଲ ଇତ୍ୟାଦି ।

ଯେଉଁ ବ୍ୟକ୍ତିଟି ଆତ୍ମହତ୍ୟା କରେ, ପ୍ରାୟ ସେ ମାନସିକ ବିଷାଦଗସ୍ତ ହୋଇଥାଏ । ଏହାର କୌଣସି ଲକ୍ଷଣ ଦେଖା ନଯିବା ପର୍ଯ୍ୟନ୍ତ ପରିବାରର ଲୋକେ ଜାଣିବା କଷ୍ଟକର ହୋଇଥାଏ । ଗୋଟିଏ ସାଧାରଣ ଲୋକ ହଠତ୍ ମାନ୍ଦା ହୋଇଯିବା, କିଛି କାମ ନକରିବା, ଦୁଃଖ ଅନୁଭବ କରିବା,ଦୁର୍ବଳ ଲାଗୁଛି ଓ ଯନ୍ତ୍ରଣା ହେଉଛି ବୋଲି ଅଭିଯୋଗ କରେ,ନିରୋଳାରେ ରହିବାକୁ ଭଲପାଏ ଓ ଅନ୍ୟମାନଙ୍କ କଥା ତାକୁ ଭଲ ଲାଗେନାହିଁ । ସେ ପରିଷ୍କାର ଭାବେ କଥା କହେନାହିଁ ଓ ନିରଗ ରହେ । ରାତିରେ ୨ ଟା, ୩ଟା ବେଳକୁ ଉଠିପଡେ, ସେ ନିଜର ଦୋଷୀ ବୋଲି ଭାବେ ଓ ନିନ୍ଦା କରେ । ନିରାଶ୍ରୟ ଓ ଆଶାଶୂନ୍ୟ ଅନୁଭବ କରେ ସେ ବଞ୍ଚିବା ଅପେକ୍ଷା ମରିଯିବାକୁ ଶ୍ରେୟ ମନେକରି କଠୋର ନିଷ୍ପତ୍ତି ନେଇଥାଏ ।

ଚିକିତ୍ସା ଆତ୍ମହତ୍ୟା ଇଚ୍ଛା କରୁଥିବା ବ୍ୟକ୍ତି ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଆସିଲେପ୍ରଥମେ ତାର ଭାବନା ତଥା ବ୍ୟବହାରର ଆକଳନ କରାଯାଏ । ପୂର୍ବରୁ ସେ କେବେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି କିମ୍ବା ପରିବାରର କିଏ କରିଛନ୍ତି ଆଦି ଜାଣିବା ଦରକାର । କୋକାଟିର ମାନସିକ ଚାପ୍ବ ବିଷୟରେ ଜାଣିଲେ ଚିକିତ୍ସା ସହଜ ହୋଇଥାଏ । ଯେଉଁମାନଙ୍କ ପରିବାର ଓ ବନ୍ଧୁମାନଙ୍କ ସହିତ ନିବିଡ ସଂପର୍କ ଥାଏ ତଥା ମାନସିକ ଚାପ ଦୂରକରିବାର ଇଚ୍ଛାଶକ୍ତି ଥାଏ, ସେମାନେ ଚିକିତ୍ସାରେ ଖୁବ ଶୀଘ୍ର ଲାଭବାନ ହୁଅନ୍ତି । ବିଷାଦଗସ୍ତ ଥିବା ପୂର୍ବରୁ ଆତ୍ମହତ୍ୟାର ଉଦ୍ୟମ କରିଥିବା ଓ ନିଶାସବନ କରୁଥିବା ବ୍ୟକ୍ତିମାନଙ୍କର ଅଧିକ ଦିନ ଚିକିତ୍ସା ଆବଶ୍ୟକ ।

ମନସ୍ତତ୍ତ୍ଵ ଚିକିତ୍ସା

ଲୋକଟି ସହ କଥାବାର୍ତ୍ତା କରି ଟା'ର ସମସ୍ୟା ବିଷୟରେ ପଚରାଉଚୁରା କରିବା ଉଚିତ୍ । ତା'ର ଅକୃତକାର୍ଯ୍ୟ, ନୈରାଶ୍ୟ ଏବଂ ସେ କ'ଣ ପାଇଁ ଚିନ୍ତିତ ରହିଛି ଇତ୍ୟାଦିର ବିଷୟ ବୁଝିବା ଆବଶ୍ୟକ । ତାକୁ ତା'ର କାର୍ଯ୍ୟଦକ୍ଷତା ଓ ସୀମା ବିଷୟରେ ପୁଝିବା ଦରକାର । ସେ ମଧ୍ୟ କିପରି ନିଜକୁ ପରିସ୍ଥିତି ସହ ଖାପ ଖୁଆଇ ଜୀବନରେ ବାସ୍ତବତା ପ୍ରତି ସଜାଗ ରହିବା ତାହା ମଧ୍ୟ ତାକୁ ବୁଝାଇବା ଉଚିତ୍ । ସେ ଆବଶ୍ୟକ କରୁଥିବା ସାହାଯ୍ୟସହାନୁଭୁତି, ଉପଦେଶ ଓ ଉତ୍ସାହ ତାକୁ ଦେବା ଦରକାର । ଫଳରେ ସେ ତା'ର ଉପରେ ହିବା ସମସ୍ତ ପ୍ରକାର ସମସ୍ୟାଗିଡିକୁ ଦୂର କରିପାରିବ ।

ପାରିବାରିକ ଚିକିତ୍ସା

ଲୋକଟିର ଚିକିତ୍ସା ପାଇଁ ପରିବାରର ସଦସ୍ୟମାନଙ୍କର ଗୁରୁଦାୟିତ୍ଵ ରହିଛି । ସେମାନେ ତା'ର ସମସ୍ୟା ବୁଝିବା ସଙ୍ଗେ ସଙ୍ଗେ ଏହାର ସମାଧାନ କରିବା ପାଇଁ ଡାକ୍ତରଙ୍କ ସହଯୋଗ ଓ ସାହାଯ୍ୟ କରିବା ସହ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବେ ଓ ସେ କିପରି ପୁନର୍ବାର ଆତ୍ମହତ୍ୟାର ଇଚ୍ଛାରୁ ଦୂରେଇ ରହିବା ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ ।

ମାମୂହିକ ଚିକିତ୍ସା

ଯେଉନମାନଙ୍କର ପରିପାର୍ଶ୍ଵିକ ଅବସ୍ଥା ବା କାରଣ ଯେଉଁ ଏପରି ଭାବନା ଆସିଥାଏ, ସେମାନଙ୍କ କ୍ଷେତ୍ରରେ ସାଧାରଣତଃ କେତେଗୁଡିଏ ସମସ୍ୟା ଏଥିପାଇଁ ଦାୟୀ । ତେଣୁ ସେମାନେ ଏକାଠି କେତେଗୁଡିଏ ଲୋକ ସହିତ ବସି ଆଲୋଚନା କରି ସମସ୍ୟାର ସମାଧାନ ବିଷୟ ସ୍ଥିର କରିବା ଆବଶ୍ୟକ । ସାଧାରଣତଃ ଛା'ର ଦାସ ଜଣ ଏପ୍ରକାର ଲୋକ ସପ୍ତାହରେ ଠାରେ ଏକାଠି ହୋଇ ଆଲୋଚନା କରିବା ଦରକାର । ଆମେ ଦେଶରେ ଏପ୍ରକାର ପ୍ରଣାଳୀ ଖୁବ୍ ଉପଯୋଗୀ ।

ଆପଣମାନେ କ'ଣ କରିପାରିବେ ?

ଆପଣ ଯଦି ଜାଣିପାରନ୍ତି ଯେକୌଣସି ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଇଚ୍ଛାପ୍ରକାଶ କରୁଛି

  • ତାକୁ ସଙ୍ଗେ ସଙ୍ଗେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ ।
  • ଚିକିତ୍ସା ପାଇଁ ତାଙ୍କୁ ବାଧ୍ୟ କରି ଡାକ୍ତରଙ୍କ ପାଖକୁ ନିୟମିତ ନିଅନ୍ତୁ ।
  • ଦୟାଶୀଳ ହୋଇ ରୋଗୀସହ କଥାବାର୍ତ୍ତା କରନ୍ତୁ । ତାହାର ଅନୁଭବ ଓ ସମସ୍ୟା ବିଷୟରେ ଧୌର୍ଯ୍ୟ ଧରି ଶୁଣନ୍ତୁ ।
  • ତାଙ୍କୁ ଉତ୍ସାହିତ ଦିଅନ୍ତୁ । ତାଙ୍କୁ ପ୍ରବୋଧ ଦିଅନ୍ତୁ ଯେ ଆଗକୁ ଭଲ ଦିନ ଆସୁଛି ଓ ହସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।
  • ତାହାଙ୍କର ଖାଦ୍ୟା ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯତ୍ନ ଦିଅନ୍ତୁ ।
  • ଗୋଟିଏ ମୁହିର୍ତ୍ତ ପାଇଁ ମଧ୍ୟ ଏକୁଟିଆ ଛାଡନ୍ତୁ ନାହିଁ । ଯଦି ଏହା ସମ୍ଭବ ଣ ହୁଏ ତା'ର ହେଲେ ତାଙ୍କ ଡାକ୍ତରଖାନାରେ ରଖି ଦିଅନ୍ତୁ ।
  • ମାନେ ରଖନ୍ତୁ ଆତ୍ମହତ୍ୟା କରିବା ଭାବନା ନିଶ୍ଚିତଭାବେ ଦୂର ହୋଇପାରିବ । ଏଠିପାଇଁ ପରିବାର ସମାଜ ତଥା ଚିକିତ୍ସାକମାଣଙ୍କ ନିତ୍ୟାନ୍ତି ଆବଶ୍ୟକ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 7/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate