অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନସିକ ରିଟାର୍ଡେସନ

ମାନସିକ ରିଟାର୍ଡେସନ

ମାନସିକ ରିଟାର୍ଡେସନ କଣ ?

ଏହାକୁ ଏକ ବୌଦ୍ଧିକ କାମର ସ୍ତର ବୋଲି ସଂଜ୍ଞାକୃତ କରାଯାଏ । ଯାହା ( ଇଣ୍ଟେଲିଜେଣ୍ଟ କୋସେଣ୍ଟ ପାଇଁ ମାନକ ପରୀକ୍ଷା ଅନୁସାରେ ମପା ଯାଏ) ହାରାହାରି ଠାରୁ ଖୁବ କମ ଓ ଦୈନିକ ବଂଚିବା କୌଶଳରେ ଗୁରୁତ୍ଵପୂର୍ଣ୍ଣ ସୀମା ରହିଛି (ଆଡାପ୍ଟିଭ ଫଙ୍କସନିଂ) ।

ଏମଆର ସମ୍ପର୍କିତ ବିବରଣୀ

  • ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ଅନୁସାରେ 1990 ମସିହାରେ ସାଧାରଣ ଜନସଂଖ୍ୟlରେ ମାନସିକ ରିଟାର୍ଡେସନ 2.5ରୁ 3 ପ୍ରତିଶତ ଥିଲା । ମାନସିକ ରିଟାର୍ଡେସନ ପିଲାବେଳକୁ କିଶୋରାବସ୍ଥା 18 ବର୍ଷ ପର୍ଯ୍ୟନ୍ତ ଆରମ୍ଭ ହୁଏ।
  • ପିଲାବେଳ ସାରା ଏହା ରହିଥାଏ। ବୌଦ୍ଧିକ କାମ କରିବା ସ୍ତର ମାନକ ଟେଷ୍ଟ (ବେଶ୍ଚସ୍ଲର ଇଣ୍ଚେଲିଜେନ୍ସ ସ୍କେଲ) ଦ୍ଵାରା ସଂଜ୍ଞାକୃତ କରାଯାଇଥାଏ ଯାହା ମାନସିକ ବୟସ ( ଇଣ୍ଟେଲିଜେନ୍ସ କୋସେଣ୍ଟ) ଯାହା ତର୍କର ସାମର୍ଥକୁ ମାପିଥାଏ। ଯ଼ଦି କୌଣସି ବ୍ୟକ୍ତିର ବୌଦ୍ଧିକ କାମ କରିବାର ସ୍ତର ହାରାହାରି ଠାରୁ ଖୁବ କମ ରହିବ ଓ 2 କିମ୍ବା ତଦୁର୍ଧ ଆଡାପ୍ଟିଭ ସ୍କିଲ ସୀମା ମଧ୍ୟରେ ରହିବ ତେବେ ମାନସିକ ରିଟାର୍ଡେସନକୁ ଚିହ୍ଟଟ କରାଯାଇପାରିବ।
  • ମାନସିକ ରିଟାର୍ଡେସନ ଆଇକ୍ୟୁ ସ୍ତର 70ରୁ 75 ତଳେ ରହିଲେ କୁହାଯାଏ ।
  • ଆଡାପ୍ଟିଭ କୌଶଳ ହେଉଛି ସେହି କୌଶଳ ଯାହା ଦୈନନ୍ଦିନ ଜୀବନରେ ଆବଶ୍ୟକ ପଡିଥାଏ। ଏହି କୌଶଳ ମଧ୍ୟରେ ଭାଷା କହିବା ଓ ବୁଝିବା କହିବା (ସଂଚାର), ଘରେ ରହିବା କୌଶଳ, ଗୋଷ୍ଠୀ ସମ୍ବଳର ବ୍ୟବହାର, ସ୍ଵାସ୍ଥ୍ୟ,ସୁରକ୍ଷା, ନିଜର ଦେଖାଶୁଣା, ସାମାଜିକ କୌଶଳ, ଏବଂ ସାମାଜିକ କୌଶଳ,ସ୍ଵଯଂ ନିର୍ଦେଶନ, କାମ କରିବା ଓ ଶିଖିବା କୌଶଳ (ପଢିବା, ଲେଖିବା ଓ ପାଟିଗଣିତ) ଏବଂ କାମ କରିବାର କୌଶଳ ।
  • ସାଧାରଣ ଭାବେ ମାନସିକ ରିଟାର୍ଡେଡ ପିଲା ମାନେ ଚାଲିବା, କହିବା ଭଳି ମାଇଲ ଖୁଣ୍ଟ ସାଧାରଣ ପିଲାଙ୍କର ଠାରୁ ଖିୁବ ବିଳମ୍ବରେ କରନ୍ତି ।
  • ମାନସିକ ରିଟାର୍ଡେସନର ଲକ୍ଷଣ ଜନ୍ମ ପରେ କିମ୍ବା ପିଲାବେଳ ପରେ ଦେଖାଯାଏ। ସନ୍ଦିଗ୍ଧ ଭିନ୍ନକ୍ଷମତାର କାରଣ ଉପରେ ଏହାର ଆରମ୍ଭ ନିର୍ଭର କରେ ।
  • ମୃଦୁ ମାନସିକ ରିଟାର୍ଡେସନର କିଛି ମାମଲାକୁ ପ୍ରାକ ସ୍କୁଲ ପୂର୍ବରୁ ବେଳେ ବେଳେ ଚିହ୍ଟଟ କରାଯାଇପାରେ ନାହିଁ।
  • ସାମାଜିକ, ସଂଚାର ଏବଂ ପଢା କାମ କୌଶଳ ପାଇଁ ଏହି ପିଲା ମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।
  • ପିଲାମାନେ ଯ଼େଉଁ ମାନଙ୍କର ନିଉରୋଲୋଜିକାଲ ଡିସଅର୍ଡର ବା ରୋଗ ଯ଼େପରି ଏନସେଫାଲାଇଟିସ ବା ମେନିଙ୍ଗଟିସ ରହିଛି,ସେମାନେ କଗ୍ନିଟିଭ ଇମ୍ପେଯାରମେଣ୍ଟ ଏବଂ ଆଡାପ୍ଟିଭ ଡିଫିକଲ୍ଡିଜର ଲକ୍ଷଣ ଦେଖାନ୍ତି ।

ମାନସିକ ରିଟାର୍ଡେସନର ବର୍ଗ

ମୃଦୁ ମାନସିକ ରିଟାର୍ଡେସନ

ମାନସିକ ରିଟାରର୍ଡେଡ ଲୋକ ମାନଙ୍କର ସଂଖ୍ୟl ମଧ୍ୟରୁ 85 ପ୍ରତିଶତ ଏହି ବର୍ଗର । ସେମାନଙ୍କର ଆଇକ୍ୟୁ ସ୍କୋର ରେଞ୍ଜ 50ରୁ 75 ପ୍ରତିଶତ ମଧ୍ୟରେ ରହିଥାଏ ଓ ସେମାନେ ପ୍ରାୟତଃ ଷଷ୍ଠ ଗ୍ରେଡ ପର୍ଯ୍ୟନ୍ତ ଏକାଡେମିକ କୌଶଳ ହାସଲ କରିଥାନ୍ତି । ସେମାନେ ପ୍ରାୟତଃ ଆତ୍ମ ନିର୍ଭର ହେବା ସହିତ କିଛି ମାମଲାରେ ସ୍ଵାଧୀନ ଭାବେ ଗୋଷ୍ଠୀ ଓ ସାମାଜିକ ସହାୟତାରେ ଜୀବନଯାପନ କରିଥାନ୍ତି ।

ମଧ୍ୟମ ମାନସିକ ରିଟ୍ରାଡେସନ

ମାନସିକ ରିଟଟର୍ଡେଡ ଲୋକ ମାନଙ୍କର ଜନସଂଖ୍ୟl ମଧ୍ୟରୁ 10 ପ୍ରତିଶକ ଏହି ବର୍ଗର ହୋଇଥାନ୍ତି । ଏମାନଙ୍କର ଆଇକ୍ୟୁ ସ୍କୋର 35ରୁ 55 ମଧ୍ୟରେ ହୋଇଥାଏ। ସାମାନ୍ୟ ଦେଖାଶୁଣାରେ ସେମାନେ କାମ କରିବାରେ ସମର୍ଥ ହୋଇଥାନ୍ତି। ସେମାନେ ପିଲା ଦିନରେ ସଂଚାର କୌଶଳ ଶଖିଥାନ୍ତି। ସେମାନେ ନିଜ ଗୋଷ୍ଠୀ ମଧ୍ୟରେ ଓ ଦେଖାଶୁଣା ପରିବେଶ ଯ଼େପରି ଗୋଷ୍ଠୀ ଘରେ ରହିବା ଓ ସଫଳତାର ସହ କାମ କରିବାରେ ସମର୍ଥ ହୋଇଥାନ୍ତି ।

ସିଭିୟର ମାନସିକ ରିଟାର୍ଡେସନ

3ରୁ 4 ପ୍ରତିଶତ ମାନସିକ ରିଟ୍ରାଡେଡ ଜନସଂଖ୍ୟl ମଧ୍ୟରୁ 3ରୁ 4 ପ୍ରତିଶତ ଏହି ଶ୍ରେଣୀର, ଏହି ଶ୍ରେଣୀର ଲୋକ ମାନଙ୍କର ଆଇକ୍ୟୁ ସ୍କୋର 20ରୁ 40 ପର୍ଯ୍ୟନ୍ତ ହୋଇଥାଏ। ଅତି ମୌଳିକ ସ୍ଵୟଂ ଦେଖାଶୁଣା କୌଶଳ ଓ ସଂଚାର କୌଶଳ ସେମାନେ ହାସଲ କରିପାରନ୍ତି । ଅନେକ ସିଭିଯର ମାନସିକ ରିଟାଡ୍ରେଡ ଲୋକ ମାନେ ଗ୍ରୁପ ହୋମରେ ରହିବାରେ ସକ୍ଷମ ହୁଅନ୍ତି ।

ପ୍ରଫାଉଣ୍ଡ ମାନସିକ ରିଟାର୍ଡେସନ

ମେଣ୍ଟାଲି ରିଟ୍ରା଼ଡେଡ ଲୋକ ମାନଙ୍କ ମଧ୍ୟରୁ 1ରୁ 2 ପ୍ରତିଶତ ଲୋକ ମାନଙ୍କୁ ପ୍ରଫାଉଣ୍ଡ ମାନସିକ ରିଟାଡ୍ରେଡ ଶ୍ରେଣୀଭୁକ୍ତ କରାଯାଇପାରେ । ଏମାନଙ୍କର ଆଇକ୍ୟୁ ସ୍କୋର 20ରୁ25 ତଳେ ହୋଇଥାଏ। ସଠିକ ସହଯ଼ୋଗ ଓ ତାଲିମ ଦ୍ଵାରା ସେମାନେ ମୌଳିକ ସ୍ଵୟଂ ଦେଖାଶୁଣା ଓ ସଂଚାର ଶୈଳୀ ହାସଲ କରିପାରନ୍ତି । ସେମାନଙ୍କର ରିଟାର୍ଡେସନ ବେଳେ ବେଳେ ନିଉରୋଲଜିକାଲ ଡିସଅର୍ଡର କାରଣରୁ ହୋଇଥାଏ। ଏହି ଶ୍ରେଣୀର ଲୋକ ମାନେ ଉଚ୍ଚସ୍ତରର ଢାଞ୍ଚା ଓ ଦେଖାଶୁଣା ଆବଶ୍ୟକ କରନ୍ତି ।

ମାନସିକ ରିଟାର୍ଡେସନର କାରଣ

ପ୍ରିନାଟାଲ କାରଣ (ଜନ୍ମ ପୂର୍ବର କାରଣ)

  • କ୍ରମୋଜମାଲ ଡିସଅର୍ଡର: ଡନସ ସିଣ୍ଡ୍ରୋମ, ଫ୍ରାଗାଇଲ ଏକ୍ସ ସିଣ୍ଡ୍ରୋମ, ପ୍ରେଡର ବିଲି ସିଣ୍ଡ୍ରୋମ, କ୍ଲିନ ଫେଲ୍ଟର ସିଣ୍ଡ୍ରମ
  • ସିଙ୍ଗଲ ଜିନ ଡିସଅର୍ଡର: ମେଟାବଲିଜମର ଇନ ବର୍ନ ଏରର ଯ଼େପରି ଗାଲାକ୍ଟୋସେମିଆ, ଫିନାଇଲ କେଟୋନ୍ଯୁରିଆ,ହାଇପୋଥରଡିଜମ, ମ୍ଯକୋ ପୋଲିସାକାରିଡୋସ, ଟେ ସାଚସ ଡିଜିଜ
  • ନିଉରୋ କ୍ଯୁଟାନିଯସ ସିଣ୍ଡ୍ରୋମ: ଟ୍ଯୁବରସ, ସ୍କେରୋସିସ ନିଉରୋଫାଇବ୍ରୋମେଟୋସିସ
  • ଡିସମୋର୍ଫିକ ସିଣ୍ଡ୍ରୋମ: ଲୌରେନ୍ସ ମୁନ ବିଡଲ ସିଣ୍ଡ୍ରୋମ
  • ବ୍ରେନ ମାଲଫର୍ମେସନ: ମାଇକ୍ରୋସିଫେଲି, ହାଇଡ୍ରୋସିଫାଲୁସ, ମାଇଲୋ ମେନିଗୋସିଲ

ଆବନର୍ମାଲ ମ୍ୟାଟେରିଆଲ ଏନଭଯର୍ନମେଣ୍ଟାଲ ଇନଫ୍ଲୁଏନ୍ସ

  • ଡେଫିସିଏନସିଜ: ଆଓଡିନ ଡେଫିସିଏନସି, ଫଲିକ ଏସିଡ ଡେଫିସିଏନସି, ବହୁଳ କୁପୋଷଣ
  • ସବଷ୍ଟାନ୍ସ ଯୁଜ: ଆଲକହଲ, ନିକୋଟିନ, କୋକେନ
  • କ୍ଷତିକାରକ ସାମଗ୍ରୀକୁ ଏକ୍ସପୋଜର : ପ୍ଜଦୂଷଣକାରୀ, ଭାରୀ ମେଟାଲ, ଥାଲିଓଡୋମାଇଡ, ଫିନୋଟିନ, ବାରଫାରିନ ସୋଡିଅମ ଆଦି।
  • ମେଟେର୍ନାଲ ଇନଫେକ୍ସନ:ରୁବେଲା, ଟକ୍ସୋପ୍ଲାମୋସିସ, ସାଇଟୋମଗ୍ଲୋଭାଇପସ, ସିଫିଲିସ, ଏଚଆଇଭି
  • ରେଡିଏସନ:ଏବଂ ଆରଏଚ କମ୍ପେଟିବିଲିଟିକୁ ଏକ୍ସପୋଜର
  • ଗର୍ଭାବସ୍ଥାରେ କମ୍ପ୍ଲିକେସନ: ହାଇପରଟେନସନ, ଆଣ୍ଟେ ପାର୍ଟମ, ହେମରେଜ, ପ୍ଲେସେଣ୍ଟାଲ ଡିସଫଙ୍କସନକୁ ପ୍ରୋତ୍ସାହିତ କରିଥିବା ଗର୍ଭାବସ୍ଥା
  • ମେଟେର୍ନାଲ ଡିଜିଜ: ଡାଇବେଚିସ, ହାର୍ଟ ଏବଂ କିଡନି ରୋଗ

ଜନ୍ମ ଦେବା ସମୟରେ

କଷ୍ଟକର ଏବଂବ କମ୍ପ୍ଲିକେଟେଡ ଡେଲିଭରି, ସିଭିୟର ପ୍ରି ମାଚୁରିଟି, ଖୁବ କମ ଜନ୍ମ ଓଜନ, ବାର୍ଥ ଆସଫେକ୍ସିଆ, ବାର୍ଥ ଟ୍ରମାନ

  • ନିଅନାଟାଲ ପିରିଅଡ: ଟ୍ଯୁବରକଲୋସିସ, ହାଇପୋଗ୍ଲାସେମିଆ, ନିଅନାଟାଲ କନଭଲସନ
  • ଇନଫାନସି ଏବଂ ଚାଇଲ୍ଡହୁଡ : ଟ୍ଯୁବରକ୍ଯୁଲୋସିସ ଭଳି ମସ୍ତିଷ୍କ ସଂକ୍ରମଣ, ଜାପାନୀ ଏନସେଫାଲିଟିଜ, ବ୍ଯାକ୍ଟେରିଆଲ ମେନିନଗ୍ଡିଟିଜ, ହେଡ ଟ୍ରମା, କ୍ରନିକ ଲିଡ ଏକ୍ସପୋଜର, ସିଭିଯର ଏବଂ ଲମ୍ବା କୁପୋଷଣ

ମାନସିକ ରିଟାର୍ଡେସନର ଲକ୍ଷଣ

  • ବୌଦ୍ଧିକ ବିକାଶ ମାପକକୁ ହାସଲ କରିବାରେ ବିଫଳ ହେବା ।
  • ବିକାଶର ବିଭିନ୍ନ ମାଇଲ ଖୁଣ୍ଟ ଯ଼େପରିକି ବସିବା, ଚାଲିବା କହିବା ଆଦି ଠିକ ସମୟରେ ନ କରିବା।
  • ପିଲାଳିଆ ବ୍ୟବହାର ରହିବା, ସମ୍ଭତତଃ କହିବା ଶୈଳୀରେ ପ୍ରଦର୍ଶିତ ହେବା, ସାମାଜିକ ନିୟମକୁ ଓ ବ୍ୟବହାରର ଫଳାଫଳକୁ ନ ବୁଝିବା ।
  • କଷ୍ଟକର ସମସ୍ୟାର ସମାଧାନ ପାଇଁ ଆଗ୍ରହ ପ୍ରକାଶ ନ କରିବା ।
  • ଶିଖିବାର ସାମର୍ଥ ଓ ତାର୍କିକ ଆଧାରରେ ଭାବିବାର ସାମର୍ଥ ନଥିବା ।
  • ମନେରଖିବାରେ ସମସ୍ୟା ହେବା ।
  • ବିଦ୍ୟାଳୟର ଶୈକ୍ଷଣିକ ଆବଶ୍ୟକତାକୁ ପୂରା ନକରିବା ।

ଉପଚାର

  • ମାନସିକ ରିଟ୍ରାଡେସନର ଚିକିତ୍ସା ଡିସଅର୍ଡରକୁ ଠିକ କରିବାକୁ ଡିଜାଇନ କରାଯାଇ ନାହିଁ, ବରଂ ଥେରାପିର ଉଦ୍ଦେଶ୍ୟ ସେମାନଙ୍କର ସୁରକ୍ଷା ବିପଦକୁ କମ କରିବା( ଉଦାହରଣ ସ୍ଵରୂପ ଘରେ ଓ ବିଦ୍ୟାଳୟରେ ସେମାନଙ୍କର ସୁରକ୍ଷା ପାଇଁ ସହାୟତା) ଏବଂ ସଠିକ ଲାଇଫ ସ୍କିଲର ଶିକ୍ଷା ପ୍ରଦାନ କରିବା। ବ୍ୟକ୍ତିର ସାମର୍ଥକୁ ସର୍ବାଧିକ ବିକଶିତ କରିବାର ପ୍ରାଥମିକ ଉଦ୍ଦେଶ୍ୟ ନେଇ ସେମନଙ୍କର ଓ ତାଙ୍କ ପରିବାରର ବିଶେଷ ଆବଶ୍ୟକତାକୁ ଆଖି ଆଗରେ ରଖି ହସ୍ତକ୍ଷେପ ଆବଶ୍ୟକ ।
  • 40ରୁ 70 ପ୍ରତିଶତ ମାମଲାରେ ହେଉଥିବା ଆଗ୍ରେସନ, ମୁ଼ଡ ଡିସଅର୍ଡର, ନିଜକୁ କ୍ଷତି କରୁଥିବା ପରି ବ୍ୟବହାର ଅନ୍ୟ ବ୍ୟବହାର ଗତ ସମସ୍ୟା ଏବଂ କନଭଲସନ ଭଳି କୋ ମୋର୍ଡିବିଟିଜର ଉପଚାର କରିବା ପାଇଁ ମେଡିକେସନର ଆବଶ୍ୟକତା ରହିଛି ।

ସ୍ରୋତ : ଡଃ.ସୁଧା ରାନୀ, ସହାଯକ ଅଧ୍ୟାପକ ସାଇକାଟ୍ରି, ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲ୍ଥ

Last Modified : 7/7/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate