অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନସିକ ସମସ୍ୟା “ସୋମାଟୋଫମ”

ସୋମାଟୋଫର୍ମ ରୋଗ ଏକ ମାନସିକ ସମସ୍ୟା

ସୋମାଟୋଫର୍ମ ଶବ୍ଦ ‘ସୋମା’ରୁ ଆସିଛି ଯାହାର ଅର୍ଥ ଶରୀର । ସୋମାଟୋଫର୍ମ ରୋଗ ଏକ ମାନସିକସମସ୍ୟା; ଯେଉଁଥିରେ ବିଭିନ୍ନ ଶାରୀରିକ ଲକ୍ଷଣ ଦେଖାଯାଏ । ମନୁଷ୍ୟର ଶରୀର ଓ ମନ ପରସ୍ପର ନିବିଡ଼ ଥିବାରୁ ସୁସୁ ଜୀବନ ପାଇଁ ମନ ଓ ଶରୀର ମଧ୍ୟରେ ସମନ୍ଵୟ ଜରୁରୀ । ଯେତେବେଳେ ଏଥିରେ କୌଣସି ଅସୁବିଧା ଉପୁଜେ, ସେତେବେଳେ ବିନାରୋଗରେ ଲକ୍ଷଣ ଜଣାପଡ଼େ; ଯାହାକୁ 'ସୋମାଟୋଫର୍ମ ବୋଲି କୁହାଯାଏ । ଏଥିରେ ବ୍ୟକ୍ତି ମନରେ ସର୍ବଦା ଶରୀର ନେଇ ଚିନ୍ତା ଲାଗି ରହିଥାଏ ।

ସୋମାଟୋଫର୍ମ ରୋଗ ସାଧାରଣତଃ ଯୁବାବସ୍ଥାରୁ ଆରମ୍ଭ ହୋଇଥାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ୧୦ ଗୁଣ ଅଧିକ ଦେଖାଯାଏ । ଏହି ରୋଗର ଲକ୍ଷଣ ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ରୋଗର ଲକ୍ଷଣର ତୀବ୍ରତା କମ ବେଶୀ ହେଉଥାଏ, ମାତ୍ର ରୋଗୀ ବିନା ଚିକିତ୍ସାରେ ସମ୍ପୁର୍ଣ୍ଣ ଆରୋଗ୍ୟ ହୋଇପାରେ ନାହିଁ ।

କାରଣ

୧୦ ରୁ ୨୦ ପ୍ରତିଶତ ଲୋକଙ୍କ ଠାରେ ଏହି ରୋଗ ବଂଶାନୁଗତିକ ହୋଇଥାଏ । ଏଥିରେ ମସ୍ତିଷ୍କରେ କେତେକ ନିର୍ଦିଷ୍ଟ ରାସାୟନିକ ପଦାର୍ଥର ମାତ୍ରାରେ ପରିବର୍ତ୍ତନ ଦେଖାଯାଇଥାଏ । କେତେକ ବ୍ୟକ୍ତିଙ୍କ ଠାରେ କୌଣସି କାରଣରୁ ମାନସିକ ଚାପ ପଡ଼ିଲେ, ସୋମାଟୋଫର୍ମ ରୋଗ ଆରମ୍ଭ ହୋଇପାରେ ।

ଲକ୍ଷଣ

ସୋମାଟୋଫର୍ମ ରୋଗର ଲକ୍ଷଣ ସାଧାରଣତଃ ୩୦ ବର୍ଷରୁ ଧୀରେ ଧୀରେ ଆରମ୍ଭ ହୋଇଥାଏ । ନାନା ଶାରୀରିକ ଲକ୍ଷଣ ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ଏଥିରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ । ହାତ ଗୋଡ଼ ବ୍ୟଥା, ପେଟ ବ୍ୟଥା, ଅଣ୍ଟା ପିଠି ଦରଜ ହେବା, ବେକ ଓ କାନ୍ଧ ବିନ୍ଧା ଓ ଦରଜ ହେବା, ମୁଣ୍ଡ ବିନ୍ଧା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହେ । ପେଟରେ ଗ୍ୟାସ ହେବା, ପେଟ ଫୁଲିବା, ପତଳା ଝାଡ଼ା ହେବା, ବାନ୍ତି ହେବା, ବଦହଜମି ହେବା, ଅଧିକ ଦିନ ପର୍ଯ୍ୟନ୍ତ କୋଷ୍ଠକାଠିନ୍ଯ ଲାଗି ରହିବା ଆଦି ଦେଖାଯାଏ । କେତେକ ବ୍ୟକ୍ତିଙ୍କ ଠାରେ ସ୍ନାୟୁ, ଜନିତ ସମସ୍ୟା ଦେଖା ଯାଇଥାଏ । ଅନେକ ରୋଗୀଙ୍କ ଠାରେ ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ । ରୋଗୀକୁ କମ୍ କାମରେ ଅଧିକ ହାଲିଆ ଲାଗିଥାଏ । କେତେକ ରୋଗୀ ଅଜବ ପ୍ରକାରର ଲକ୍ଷଣମାନ କହିଥାନ୍ତି । ଯେମିତିକି ପେଟରୁ ଗ୍ୟାସ ମୁଣ୍ଡକୁ ଚଢ଼ିଯାଉଛି । କେତେବେଳେ ଦେହ ଅତ୍ୟଧୁକ ଥଣ୍ଡା ଲାଗୁଛି ତ କେତେବେଳେ ଗରମ ଲାଗୁଛି, ମୁଣ୍ଡ ଏବଂ ଦେହ ଜଳାପୋଡ଼ା ହେଉଛି ବୋଲି ବାରମ୍ବାର ଡାକ୍ତରଙ୍କୁ କହିଥାନ୍ତି । ଏସବୁ ସମସ୍ୟା ଯୋଗୁଁ ରୋଗୀର ସାମାଜିକ, ପାରିବାରିକ ଓ ଦୈନଦିନ ଜୀବନ ଉପରେ ପ୍ରଭାବ ପଡ଼ିଥାଏ । ରୋଗୀ। ଏସବୁ ସମସ୍ୟା ଯୋଗୁଁ ଅତ୍ୟଧୁକ ବ୍ୟସ୍ତ ହୋଇପଡ଼ିଥାଏ । ଛୋଟ ଛୋଟ ଶାରୀରିକ ଲକ୍ଷଣକୁ ଗମ୍ଭୀର ରୋଗ ବୋଲି ଭାବି ଚିନ୍ତିତ ହୋଇପଡ଼େ । ସମସ୍ତ ଅନୁସନ୍ଧାନ ପରେ ମଧ୍ୟ ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ କାରଣ ମିଳି ନଥାଏ । ଡ଼ାକ୍ତରଙ୍କ ସାନ୍ତନା ପରେ ମଧ୍ୟ ରୋଗୀ ଆଶ୍ଵସ୍ତି ଲାଭ କରି ନପାରି ବାରମ୍ବାର ଡ଼ାକ୍ତର ବଦଳାଇ ଚାଲେ । ମାତ୍ର ଏସବୁ ସତ୍ତ୍ୱେ ରୋଗର ଉପଶମ ମିଳି ନଥାଏ । ଅନେକ ରୋଗୀ ନିଜ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ନିଶା ଦ୍ରବ୍ୟ ସେବନ କରିଥାନ୍ତି । ଫଳରେ ରୋଗ ବଢ଼ିଚାଲେ ।

ଚିକିତ୍ସା

ପ୍ରଥମତଃ ସୋମାଟୋଫର୍ମ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବୁଝିବାକୁ ହେବ । ଏଥିରେ ମାନସିକ ରୋଗ ବିଶେଷଜ୍ଞଙ୍କୁ ତୁରନ୍ତ ପରାମର୍ଶ ଜରୁରୀ । ରୋଗୀମାନେ ସାଧାରଣତଃ କୁଣ୍ଠାବୋଧ କରନ୍ତି । ମାତ୍ର, ଧୈର୍ଯ୍ୟ ଧରି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇଲେ। ଦୀର୍ଘ ଦିନର ଏସବୁ ସମସ୍ୟାର ଖୁବ ଶୀଘ୍ର ସମାଧାନ ହୋଇଥାଏ । ମନସ୍ତାତ୍ତ୍ୱିକ ଚିକିତ୍ସା ଦରକାର ପଡ଼ିଥାଏ ।

ସଂଗୃହିତ : ଡାକ୍ତର ସତ୍ୟକାମ ମହାପାତ୍ର, କଟକ

Last Modified : 2/27/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate