অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଥଣ୍ଡା ଜନିତ ଘା’ ବା ଜ୍ଵର ଜନିତ ଫୋଟକା

ଥଣ୍ଡା ଜନିତ ଘା' କ'ଣ ?

ଓଠ ଉପରେ ତଥା ପାଟି ଭିତରେ ଥଣ୍ଡା ଯୋଗୁଁ ଛୋଟ ଛୋଟ ଧଳା ଘା’ ସୃଷ୍ଟି ହୁଏ, ଏହାକୁ ଥଣ୍ଡା ଘା’କୁହାଯାଏ । ଯଦି ଲୋକକୁ ଜ୍ଵର ହୁଏ ବା ଖୁବ୍ ଜୋରରେ ସର୍ଦ୍ଦି ହୁଏ, ତେବେ ଏହି ଘା’ ବାହାରି ଥାଏ । କିଛି ଦିନ ପର୍ଯ୍ୟନ୍ତ ରହି ତାହା ଆପେ ଆପେ ଦୂରେଇ ଯାଏ । ଏଥିରେ ବରଫ ଦେଲେ ସାହାଯ୍ୟ ମିଳିଥାଏ । ଫିଟିକିରି, କର୍ପୂର ବା ପିତା ଗଛର ରସ ଲଗାଇଲେ ସାହାଯ୍ୟ ମିଳିପାରେ। ଔଷଧ ନ ଲଗାଇଲେ ଭଲ ।

କିପରି ଘା' ଭଲ ହେବ ?

ପାଟି ଭିତରେ ବା ଜିଭ ଉପରେ ଦୀର୍ଘକାଳୀନ ଘା’ ଯାହା ସାଧାରଣ ଚିକିତ୍ସା ବା ପୁଷ୍ଟିକର ଖାଦ୍ୟ ଦ୍ଵାରା ଭଲ ହେଉ ନଥାଏ । ତେବେ ତାହା ହୁଏତ କ୍ୟାନସର ହୋଇପାରେ । ଯେଉଁମାନେ ଗୁଆ ଚୋବାନ୍ତି ବା ପାନରେ କଡା ଧୂଆଁ ପତ୍ର ମିଶାଇ ଖାଆନ୍ତି ସେହିମାନଙ୍କ ମୁଖରେ ସାଧାରଣତଃ କ୍ୟାନସର ହେବାର ସମ୍ଭାବନା ଥାଏ । ଏହା ହୋଇଥିଲେ ସ୍ୱାସ୍ଥ୍ୟସେବୀଙ୍କ ସହ ପରାମର୍ଶ କରନ୍ତୁ ।

କେଉଁ କାରଣରୁ ଥଣ୍ଡା ଜନିତ ଘା' ହୋଇଥାଏ ?

ଅଧିକ ଖାଇଲେ କିମ୍ବା ତେଲିଆ ଖାଦ୍ୟ ଖାଇଲେ ଅତ୍ୟଧିକ ମଦ ବା କଫି ପିଇଲେ ଅମ୍ଳ ବଦହଜମି ଓ ଛାତିପୋଡାଜଳା ହୋଇଥାଏ । ଏଗୁଡିକ ପାକସ୍ଥଳୀରୁ ଅଧିକ ଅମ୍ଳ ଝରାଇଥାନ୍ତି, ଯେଉଁକାରଣରୁ ପାକସ୍ଥଳୀ ବା ଛାତି ଜଳିଗଲା ପରି ଲାଗେ । କିଛି ଲୋକ ବଦହଜମି ନ କହି ହୃତପିଣ୍ଡର ଅସୁବିଧାରୁ ଛାତି ଜଳି ଯାଉଛି ବୋଲି କୁହନ୍ତି । ଯଦି ଶୋଇବା ଅବସ୍ଥାରେ ମଧ୍ୟ ଅଧିକ ଯନ୍ତ୍ରଣା ହୁଏ ତେବେ ଏହା ଛାତି ପୋଡା ହୋଇପାରେ।

ପାଚକ ଘା’ ପାକସ୍ଥଳୀ ବା କ୍ଷୁଦ୍ରାନ୍ତ୍ରରେ ଏକ ପୁରାତନ ଘା’ ଅଟେ । ଏହା ଅତ୍ୟଧିକ ଅମ୍ଳ କାରଣରୁ ହୋଇଥାଏ । ଏହା ଦୀର୍ଘକାଳ ସ୍ଥାୟୀ ଭାବରେ ରହିଥାଏ ଏବଂ ପାକସ୍ଥଳୀରେ ବହୁତ କଷ୍ଟ ଦେଇଥାଏ । ଯେତେବେଳେ ବ୍ୟକ୍ତି ଖାଦ୍ୟ ଖାଏ ବା କ୍ଷୀର ବା ଅଧିକ ପାଣି ପିଏ, ଯନ୍ତ୍ରଣା କମିଯାଏ, ଖାଇସାରିବାର ୨-୩ ଘଣ୍ଟା ପରେ ହୋଇଥାଏ । ବ୍ୟକ୍ତି ଗୋଟିଏ ବକ୍ତ ଖାଦ୍ୟ ନ ଖାଇଲେ ବା ମଦପିଇବା ପରେ ବା ମସଲାଯୁକ୍ତ ଖାଦ୍ୟ ଖାଇଲେ କଷ୍ଟ ହୋଇଥାଏ । ରାତିରେ ଅତ୍ୟଧିକ କଷ୍ଟ ହୋଇଥାଏ ନିର୍ଦ୍ଧିଷ୍ଟ ପରୀକ୍ଷା ବିନା ପାକସ୍ଥଳୀରେ ଘା ହୋଇଛି କି ନାହିଁ ଜାଣିବା କଷ୍ଟକର ଅଟେ ।

ଯଦି ଘା’ ସାଂଘାତିକ ହୋଇଅଛି ତାହାହେଲେ ବାନ୍ତି ହୋଇପାରେ । ବେଳେବେଳେ କଫି ରଙ୍ଗପରି ରକ୍ତ ବାନ୍ତିରେ ପଡିପାରେ । ଘା’ ରୁ ରକ୍ତ ବାହାରି ଝାଡା ସହିତ ମିଶି ପଦାକୁ ଆସିଥାଏ । ସାଧାରଣତଃ ତାହା ଆଲକାତରା ଭଳି କଳା ଦେଖାଯାଏ ।

ଲକ୍ଷଣ

କିଛି ଘା’ କଷ୍ଟହୀନ ବା ସ୍ଥିର ଓ ବାନ୍ତିରେ ରକ୍ତ ପଡିବାର ଲକ୍ଷଣ ଦେଖାଯାଏ ବା ଝାଡା କଳାରଙ୍ଗ ହୋଇ କାଠୁଆ ହୋଇଥାଏ। ଏହି ସମୟରେ ଡାକ୍ତରଖାନାରେ ଚିକିତ୍ସିତ ହେବା ଉଚିତ୍ । ରକ୍ତ ପଡିବାଦ୍ଵାରା ବ୍ୟକ୍ତି ଶୀଘ୍ର ମରିଯିବାର ସମ୍ଭାବନା ଥାଏ। ଡାକ୍ତରୀ ସାହାଯ୍ୟ ତୁରନ୍ତ ନେବା ଆବଶ୍ୟକ।

ପ୍ରତିଷେଧକ ଓ ଚିକିତ୍ସା

ଏଗୁଡିକ ଘା କୁ ଅଧିକ ବଢାଇବାରେ ସାହାଯ୍ୟ କରେ

ଏଗୁଡିକ କର ନାହିଁ

ଆବଶ୍ୟକ ଅନୁଯାୟୀ ଅଧିକ ଖାଇଲେ

ଅଳ୍ପ ଖାଦ୍ୟ ଓ ଅଧା ପେଟ କରି କିଛି କିଛି ବ୍ୟବଧାନରେ ଖାଇବା ଉଚିତ୍

ମଦ୍ୟପାନ

ସିଝା ପନିପରିବା

କଫି

ପ୍ରଚୁର ପାଣିପିଇବା

ଧୂମପାନ

ସିଝା ଅଣ୍ଡା

ମସଲା ଓ ଲଙ୍କା

ସିଝା ଆଳୁ

ଚର୍ବି ଓ ତୈଳାକ୍ତ ଖାଦ୍ୟ

ସୋଡା, କୋଇଲା

 

ଆସ୍ପିରିନ, କର୍ଟିକୋଷ୍ଟିରଏଡ

 

ଜଣେ ବ୍ୟକ୍ତି ନିଜର ଇଚ୍ଛା ଅନୁସାରେ ଅତ୍ୟଧିକ ଖାଇଲେ ପାକସ୍ଥଳୀର ଘା’ ଅଧିକ ବଢିଯାଏ । ଯଦି ସମ୍ଭବ ତାହାହେଲେ ବ୍ୟକ୍ତିଙ୍କୁ କିଛି କିଛି ବ୍ୟବଧାନରେ ଅଳ୍ପ ଅଳ୍ପ କରି ଖାଇବାକୁ କୁହନ୍ତୁ।

  • ପ୍ରଚୁର ପାଣି ପିଇଲେ ଉପସମ ଲାଗିଥାଏ । ପ୍ରତ୍ୟକ ବକ୍ତ ଖାଇବା ପୂର୍ବରୁ ଓ ପରେ ବଡ ଗ୍ଲାସରେ ୨ ଗ୍ଲାସ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଏବଂ ଖାଇବା ସମୟରେ ମଧ୍ୟ ଅଧିକ ପାଣି ପିଅନ୍ତୁ । ଯଦି ଥରକୁ ଥର କଷ୍ଟ ହୁଏ ତାହାହେଲେ କଷ୍ଟ ବନ୍ଦ ହେବା ପର୍ଯ୍ୟନ୍ତ ପାଣି ଗ୍ଲାସରେ ଏହିପରି ପିଅନ୍ତୁ ।
  • ମ୍ୟାଗ୍ନେସିୟମ ଓ ଆଲୁମିନିୟମ ହାଇଡ୍ରୋଅକସାଇଡ ଅମ୍ଳ ଜନିତ ବଦହଜମି ଭଲ ହେବାରେ ସାହାଯ୍ୟ କରିଥାଏ । ଶୋଇବାକୁ ଯିବା ପୂର୍ବରୁ ଖାଦ୍ୟ ଖାଇବାର ୧/୨ ଘଣ୍ଟା ପରେ ଆଣ୍ଟାସିଡ ୪/୬ ସପ୍ତାହ ପର୍ଯ୍ୟନ୍ତ ଖାଆନ୍ତୁ । ଯଦି ଯନ୍ତ୍ରଣା ଅଧିକ ହୁଏ ତେବେ ଆଣ୍ଟିସ୍ପାଜମୋଡିକ (ସାଇକ୍ଲୋମିନଲ ୨୦ ମି.ଗ୍ରା. ର ବଟିକା ଦିନକୁ ୩/୪ ଥର ଖାଇବା ଆବଶ୍ୟକ । ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଡାଇସାଇକ୍ଲୋମାଇନ ଦିଅନ୍ତୁ ନାହିଁ ।
  • ଅଧିକ ଯନ୍ତ୍ରଣା ହେଲେ ସିମେଟିଡିନ ବା ରାନିଟିଡିନ ରୋଗୀକୁ ଦେବା ଆବଶ୍ୟକ । ଯଦିଓ ଏହି ଔଷଧ ଖର୍ଚ୍ଚ ବହୁଳ ତଥାପି ଏହା ଯନ୍ତ୍ରଣା ଉପଶମରେ ଭଲ କାମ କରିଥାଏ।
  • ଘା’ ଭଲ ହୋଇଗଲା ପରେ ମଧ୍ୟ ଜଣେ ବ୍ୟକ୍ତି ଏହି ସବୁ ଖାଦ୍ୟ ଯଥା ଅଧିକ ଖାଇବା, ଆଲକୋହଲ ସେବନ, କଫି, ସିଗାରେଟ, ମସଲାଯୁକ୍ତ ଖାଦ୍ୟ, ତେଲ ଯୁକ୍ତ ଖାଦ୍ୟ, ଆସ୍ପିରିନ କର୍ଟିକୋଷ୍ଟିରଏଡ ଇତ୍ୟାଦି ଖାଇବା ଉଚିତ୍ ନୁହେଁ । ଯାହା ଘା’କୁ ଅଧିକ ବିପଦପୂର୍ଣ୍ଣ କରିଦିଏ ।
  • ଆଲୋଭେରା ନାମକ ଏକ ଗଛ ଘା’ ଭଲ କରିବାରେ ସାହାଯ୍ୟ କରେ ।

କେତେବେଳେ ଡାକ୍ତରୀ ସାହାଯ୍ୟ ନେବେ

  • ଯଦି ଯନ୍ତ୍ରଣା ଦୂର ନ ହୁଏ ବା ଅଧିକ ହୁଏ ଖାଦ୍ୟ ଖାଇସାରିଲା ପରେ ମଧ୍ୟ ଯନ୍ତ୍ରଣା ନ କମେ ।
  • ଯଦି ବ୍ୟକ୍ତିର ବାନ୍ତିରେ ରକ୍ତ ପଡେ
  • ଯଦି ଝାଡାର ରଙ୍ଗ ଆଲକାତରା ପରି କଳା ହୁଏ ।
  • ପେରିଟୋନାଇଟିସ ଲକ୍ଷଣ ଥାଇ ଯଦି ଅଧିକ ଯନ୍ତ୍ରଣା ହୁଏ ।

ସାବଧାନତା

  1. ଅଧିକାଂଶ ଡାକ୍ତର ଘା’ର ଚିକତ୍ସା ପାଇଁ ଦୁଧ ଖାଇବାକୁ କହିଥାନ୍ତି । କିନ୍ତୁ ଯଦିଓ ଏହି ଦୁଧ ଖାଇବାଦ୍ଵାରା ପ୍ରାଥମିକ ପର୍ଯ୍ୟାୟରେ ଉପଶମ ମିଳିଥାଏ, ଏଥି ସହିତ ପାକସ୍ଥଳୀରେ ଅମ୍ଳର ପରିମାଣ ବଢାଇଦିଏ, ଯାହା ଘା’କୁ ଅଧିକ ମାରାତ୍ମକ କରିଦିଏ । ଏବେ ଅଧିକାଂଶ ଡାକ୍ତର ଘା’ର ଚିକିତ୍ସା ପାଇଁ ଦୁଧ ଖାଇବାକୁ ପରାମର୍ଶ ଦେଉନାହାନ୍ତି ।
  2. ଦୁଧ ଭଳି କେତେକ ଆଣ୍ଟାସିଡ ଯଥା ସୋଡିୟମ ବାଇକାର୍ବୋନେଟ, ଖାଇବା ସୋଡା ଓ ଆଲକାସେଲଜର ଯନ୍ତ୍ରଣା କମାଇଥାଏ, କିନ୍ତୁ ଅଧିକ ଅମ୍ଳ ହେବାର କାରଣ ହୋଇଥାଏ । ଏହାକୁ ସାମୟିକ ବଦହଜମିରେ ଖାଇବା ଉଚିତ୍ କିନ୍ତୁ ଘା’ ପାଇଁ ନୁହେଁ ।
  3. କେତେକ ଔଷଧ ଯଥା ଆସ୍ପିରିନ, ଲୌହ ଲବଣ ଘା’କୁ ଅଧିକ ବିପଦଜନକ କରିଦିଏ । ଛାତି ଜଳିଯିବା ବା ଅମ୍ଳ ବଦହଜମି ଲକ୍ଷଣ ଥିବା ବ୍ୟକ୍ତି ଏହାଠାରୁ ଦୂରେଇ ରହିବା ଉଚିତ୍ ବା ଅଧିକଯତ୍ନ ନେବା ଉଚିତ୍ । (ଖାଦ୍ୟ ସହିତ ପ୍ରଚୁର ଓ କ୍ଵଚିତ ଆଣ୍ଟାସିଡ)କରଟିକୋ – ଷ୍ଟିରଏଡ ମଧ୍ୟ ଘା’କୁ ବଢାଇଥାଏ । ପାକସ୍ଥଳୀରେ ଘା’ ହେବା ମାତ୍ରେ ଚିକିତ୍ସା କରାଇବା ଉଚିତ୍ । ନଚେତ୍ ଏଥିରୁ ଅତ୍ୟଧିକ ରକ୍ତ ବାହାରେ ବା ପେରିଟୋନାଇଟିସ ହୁଏ। ଯଦି ବ୍ୟକ୍ତି ଜଣକ ଯତ୍ନ’ର ସହିତ ଖାଦ୍ୟ ଖାଆନ୍ତି ଓ ପାଣି ପିଅନ୍ତି ପାକସ୍ଥଳୀ ଘା’ ସାଧାରଣତଃ ଭଲ ଅବସ୍ଥାରେ ରହେ । କ୍ରୋଧ, ଉତ୍ତେଜନା ଏବଂ ଅଧୌର୍ଯ୍ୟ ଇତ୍ୟାଦି ପାକସ୍ଥଳୀରେ ଅମ୍ଳ ବଢାଇ ଥାଏ। ପ୍ରଫୁଲ ଓ ସ୍ଥିର ରହିବା ଅଭ୍ୟାସ କଲେ ଏଥିରୁ ଉପକାର ମିଳିଥାଏ । ପୁନର୍ବାର ପାକସ୍ଥଳୀରେ ଘା’ନ ହେବା ପାଇଁ ଯତ୍ନ ଚାଲୁ ରଖିବା ଉଚିତ ।

ଘା’ ତୁରନ୍ତ ଚିକିତ୍ସା କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ ଚିକିତ୍ସା ନ କରିବାଦ୍ଵାରା ଅଧିକ ରକ୍ତସ୍ରାବ ହୋଇଥାଏ ଓ ଏପରିକି ପେରିଟୋନାଇଟସ ରୋଗ ମଧ୍ୟ ହୋଇପାରେ । ଅତ୍ୟଧିକ ଖାଦ୍ୟ, ମଦ ବା କଫି ବା ଧୂମପାନ ଭଳି ପାକସ୍ଥଳୀରେ ଅମ୍ଳ ଉତ୍ପାଦନ କରୁଥିବା ପଦାର୍ଥଠାରୁ ସର୍ବଦା ଦୂରେଇ ରହିବା ଉଚିତ୍।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/13/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate