অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦାନ୍ତବିନ୍ଧା ଓ ଦାନ୍ତମୂଳ ଧରିବା (ଫୁଲିବା)

ଦାନ୍ତବିନ୍ଧା ଓ ଦାନ୍ତମୂଳ ଫୁଲିବା

  • ଦାନ୍ତ ମଧ୍ୟରେ ଥିବା ଗର୍ତ୍ତର ଚତୁର୍ଦ୍ଦିଗ ସଫା କରି ଦିଅନ୍ତୁ । ଗରମ ପାଣିରେ ଲୁଣ ମିଶାଇ କୁଳି କରନ୍ତୁ ।
  • ବିନ୍ଧା କମାଇବା ପାଇଁ ଆସ୍ପିରିନ ବା ସେହି ଭଳି ଔଷଧ ଖାଆନ୍ତୁ ।
  • ଲବଙ୍ଗ ଚୋବାଇଲେ ମଧ୍ୟ ଉପକାର ମିଳିଥାଏ ।
  • ଯଦି ଏହି ଦାନ୍ତମୂଳର ସଂକ୍ରମଣ ପ୍ରବଳ ଆକାର ଧାରଣ କରେ (ଯଥା :- ଫୁଲିଯିବା, ପୂଜ ହେବା ଓ ରସବାହୀ ଗ୍ରନ୍ଥି ଫୁଲିଯିବା) ତେବେ ଜୀବାଣୁନାଶୀ ଔଷଧ କରନ୍ତୁ, ଯଥା : ଆମ୍ପିସିଲିନ ପେନିସିଲିନ ଟେଟ୍ରାସାଇକ୍ଲିନ କ୍ୟାପସୁଲ ଖାଆନ୍ତୁ । ଯଦି ବିନ୍ଧା କମୁନାହିଁ ବା ବାରମ୍ବାର ବିନ୍ଧା ହେଉଛି ତେବେ ଦାନ୍ତଟିକୁ ଉପାଡି ଦେବା ଭଲ ।

ଦାନ୍ତମାଢିର ରୋଗ – ପାଇରିଆ ହେବାର କାରଣ

ଦାନ୍ତ ମାଢି ଲାଲ ଦେଖାଯିବା ତଥା ଫୁଲିଯିବା, ଭୀଷଣ ବିନ୍ଧିବା ଓ ମାଢିରୁ ସହଜରେ ରକ୍ତ ବାହାରିବା ଇତ୍ୟାଦି ନିମ୍ନ ଲିଖିତ କାରଣ ମାନଙ୍କ ଯୋଗୁଁ ହୋଇଥାଏ।

  • ଦାନ୍ତ ଓ ମାଢିକୁ ଭଲ ଭାବରେ ତଥା ବାରମ୍ବାର ସଫା ରଖୁ ନଥିଲେ ।
  • ପ୍ରଚୁର ପରିମାଣର ପୁଷ୍ଟିକର ଖାଦ୍ୟ ଖାଉ ନ ଥିଲେ ।

ପ୍ରତିଷେଧକ ଓ ଚିକିତ୍ସା

ପ୍ରତିଥର ଖାଇସାରିବା ପରେ ଦାନ୍ତ ସନ୍ଦିରେ ଲାଗିଥିବା ଖାଦ୍ୟ ଅଂଶକୁ ଭଲଭାବରେ ବ୍ରସଦ୍ଵାରା ସଫା କରିଦିଅନ୍ତୁ । ଦାନ୍ତ ମୂଳରେ ସୃଷ୍ଟି ହେଉଥିବା ବହଳିଆ ହଳଦିଆ ଆସ୍ତରଣ ଛଡାଇ ଦେବାକୁ ଚେଷ୍ଟା କରନ୍ତୁ । ପାଣିରେ ଲୁଣ ମିଶାଇ ତାହାକୁ ଗରମ କରି ସେହି ଲୁଣ ପାଣିରେ କୁଳି କରନ୍ତୁ ।

ଭିଟାମିନ୍ ଯୁକ୍ତ ଶରୀର ରକ୍ଷାକାରୀ ଖାଦ୍ୟ ଯଥା ଅଣ୍ଡା, ମାଂସ, ବିନ୍, ସବୁଜ ସତେଜ ପାରିବା, କମଳାଲେମ୍ବୁ ଓ ଟମାଟୋ ଆଦି ଖାଆନ୍ତୁ ମିଠା ଖାଆନ୍ତୁ ନାହିଁ । ଟାଣୁଆ ବା କତାଳିଆ ଜିନିଷ ଯେଉଁ ଗୁଡିକ ଦାନ୍ତ ସନ୍ଦିରେ ରହି ଯିବାର ଭୟ ଅଛି ସେଭଳି ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ନାହିଁ ।

ମନେରଖନ୍ତୁ : ବେଳେ ବେଳେ ମୂର୍ଚ୍ଛା ରୋଗ ପାଇଁ ଖାଉଥିବା ଔଷଧ ଦାନ୍ତ ମାଢିକୁ ଫୁଲାଇ ଦେଇଥାଏ । ଯଦି ଏହା ହେଉଛି, ଔଷଧ ଖାଇବା ବନ୍ଦ କରି ଦିଅନ୍ତୁ ଓ ସ୍ୱାସ୍ଥ୍ୟସେବୀଙ୍କ ସହ ପରାମର୍ଶ କରି ଅନ୍ୟ ବିକଳ୍ପ ଔଷଧ ଖାଇବାର ବ୍ୟବସ୍ଥା କରନ୍ତୁ ।

  • କଳଖିଆ ବା ପାଟିକଡ଼ର ଘା
  • ପିଲାମାନଙ୍କର ପାଟି ଭିତରେ ହେଉଥିବା ଛୋଟ ଛୋଟ ଘା’ ପୁଷ୍ଟିହୀନତାର ଲକ୍ଷଣ ଅଟେ ।
  • ଯେଉଁ ପିଲା ମାନଙ୍କର ପାଟିରେ ଏହିଭଳି ଘା, ହୋଇଥିବ ସେମାନେ ପ୍ରଚୁର ପ୍ରୋଟିନ ତଥା ଭିଟାମିନ୍ ଯୁକ୍ତ ଖାଦ୍ୟ ଯଥା : ଦୁଧ, ମାଂସ, ମାଛ, ଚିନାବାଦାମ, ଅଣ୍ଡା, ଫଳ ଓ ସବୁଜ ପାରିବା ଖାଇବା ଉଚିତ୍ ।
  • ପାଟି ଭିତରେ ଧଳା ଦାଗ ବା ଚକଡା
  • ଜିଭ ଉପରେ ଛତିଆ ବସିଯିବା : ଅନେକ ରୋଗ ଜିଭ ଉପରେ ଧଳା ବା ହଳଦିଆ ରଙ୍ଗର ଆସ୍ତରଣ ସୃଷ୍ଟି କରିଥାଏ । ପ୍ରାୟତଃ ଜ୍ଵର ହେଲାବେଳେ ଏହି ଆସ୍ତରଣ ଜମି ଯାଇଥାଏ । ଅବଶ୍ୟ ଏହି ଆସ୍ତରଣ କ୍ଷତିକାରକ ନୁହେଁ କିନ୍ତୁ ଗରମ ପାଣିରେ ଲୁଣ ଓ ବାଇକାର୍ବୋନେଟ ସୋଡା ମିଶାଇ ବାରମ୍ବାର କୁଳି କଲେ ଏହା ସଫା ହୋଇଯାଏ ।
  • ମୁହଁ ଭିତରେ ଛାଲ
  • ପାଟି ଭିତରେ ତଥା ଜିଭ ଉପରେ ଧଳା ରଙ୍ଗର ଚକଡାମାନ ଯାହାକି କଞ୍ଚା ମାଂସ ଉପରେ ଦହି ଛିଞ୍ଚିଲା ପରି ଦେଖାଯାଏ । ଏହା ଏକ ପ୍ରକାର ଫିମ୍ପି ସଂକ୍ରମଣ ରୁହିଁ ହୋଇଥାଏ ଓ ଏହାକୁ ମୋନିଲିଆସିସକୁହାଯାଏ।
  • ସଦ୍ୟଜାତ ଶିଶୁ, ତଥା ଜୀବାଣୁନାଶୀ ଔଷଧ ଯଥା : ଟେଟ୍ରାସାଇକ୍ଲିନ ବା ଆମ୍ପିସିଲିନ ଖାଉଥିବା ବ୍ୟକ୍ତିଙ୍କ ପାଟିରେ ଏହା ଦେଖାଯାଏ ।
  • ଯଦି ଜୀବାଣୁନାଶୀ ଔଷଧ ସେବନ କରିବା ଏକାନ୍ତ ଆବଶ୍ୟକ ନୁହେଁ ତେବେ ତାହା ବନ୍ଦ କରନ୍ତୁ । ପାଟି ଭିତରେ ଓ ଜିଭ ଉପରେ ଜେନସିଆନ ଭାଇଓଲେଟ  ବୋଳି ଦିଅନ୍ତୁ । ରସୁଣ ଚୋବାଇଲେ ବା ଦହି ଖାଇଲେ ଉପକାର ମିଳିଥାଏ। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ନିଷ୍ଟାସିନ ବ୍ୟବହାର କରନ୍ତୁ ।
  • ତୁଣ୍ଡ ପ୍ରଦାହ ବା ପାଟି ଘା – ଓଠର ଉପରେ ବା ତଳେ ମୁହଁରେ ଛୋଟ ଛୋଟ ଧଳା ରଙ୍ଗର ପୀଡା ଦାୟକ ଚିହ୍ନ ଦେଖାଯାଏ । ଏହାର ସଠିକ କାରଣ ନିର୍ଣ୍ଣୟ କରାଯାଇ ନାହିଁ କିନ୍ତୁ ମାନସିକ ଉଦବେଗ ଏହାର ଏକ କାରଣ ହୋଇପାରେ। କେବେ କେବେ ନାରୀମାନଙ୍କର ମାସିକ ଋତୁସ୍ରାବ ପୂର୍ବରୁ ଏହା ଦେଖା ଦେଇଥାଏ। କିଛି ଦିନ ରହିଲା ପରେ ଏହା ଆପେ ଆପେ ଆରୋଗ୍ୟ ହୋଇଯାଏ ।
  • ଲୁଣ ପାଣିରେ କୁଳି କରନ୍ତୁ ଅଳ୍ପ ହାଇଡ୍ରୋଜେନ ପେରୋକସାଇଡ ବା କର୍ଟିକୋଷ୍ଟିରଏଡ ମଲମ ଘା’ ଉପରେ ଲଗାନ୍ତୁ । ଏଥିପାଇଁ ଜୀବାଣୁନାଶୀ ଔଷଧ କାମ ଦିଏ ନାହିଁ ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/14/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate