অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଥମିକ ଚିକିତ୍ସା (ଭଙ୍ଗା ହାଡ)

ଭଙ୍ଗା ହାଡ

କୌଣସି ହାଡ ଭାଙ୍ଗିଯିବା ପରେ ଉକ୍ତ ହାଡକୁ ଏକ ନିର୍ଦ୍ଧିଷ୍ଟ ଅବସ୍ଥାରେ ରଖିବା ସବୁଠାରୁ ବେଶୀ ଗୁରୁତ୍ଵପୂର୍ଣ୍ଣ ଏହା  ହାଡକୁ  ଅଧିକ  କିଛି  ନଷ୍ଟ  ବା  କ୍ଷତି  ହେବାରୁ  ପ୍ରତିରୋଧ  କରେ ଓ ଯୋଡି ଦେବାରେ ସାହାଯ୍ୟ କରେ।

ହାଡ ଭାଙ୍ଗି ଯାଇଥିବା ବ୍ୟକ୍ତିଙ୍କୁ ବୋହିନେବା ପୂର୍ବରୁ ହାଡ ହଲଚଲ ନହେବା ପାଇଁ ସ୍ପିଲଣ୍ଟ ଗଛର ଛାଲି କିମ୍ବା  କାଗଜପଟାରେ ବାନ୍ଧି ଦିଅନ୍ତୁ । ପରବର୍ତ୍ତୀ ସମୟରେ କୌଣସି  ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ଲାଷ୍ଟର କରାଯାଇପାରିବ,କିମ୍ବା ଆପଣ  ହୁଏତ ଆଞ୍ଚଳିକ ପରମ୍ପରା ଅନୁଯାୟୀ ନିଜେ ପ୍ଲାଷ୍ଟର କରିପାରିବେ । ଭଙ୍ଗାହାଡର ଉପର ଓ ତଳର  ଦୁଇଟି  ସନ୍ଦିକୁ  ଅଚଳ  କରିପାରୁଥିବା ଭଳି ସ୍ପିଲଣ୍ଟ ଲଗାନ୍ତୁ ।

ଭଙ୍ଗା ହାଡକୁ ଯଥାସ୍ଥାନରେ ଲଗାଇବା

ଯଦି  ଭଙ୍ଗାହାଡ ଯଥାସ୍ଥାନରେ ଅଛି ବୋଲି ଧାରଣା ହେଉଛି, ତେବେ ତାହାକୁ ହଲଚଲ ନକରିବା ସବୁଠାରୁ ଭଲ । ଏହା କରିବାଦ୍ଵାରା ହିତ ଅପେକ୍ଷା ଅଧିକ କ୍ଷତି ହୁଏ।

ଯଦି ହାଡ ଭାଙ୍ଗିଯାଇ ଏପାଖ ସେପାଖ  ହୋଇଯାଇଥାଏ  ଏବଂ ଖୁବ୍ କମ୍  ସମୟ ପୂର୍ବରୁ ଭାଙ୍ଗିଥାଏ, ତେବେ  ପ୍ଲାଷ୍ଟର କରିବା ପୂର୍ବରୁ  ଉକ୍ତ ହାଡକୁ  ଯଥା ସ୍ଥାନରେ  ଲଗାଇ  ଦିଅନ୍ତୁ ବା ସିଧାକରି ଦିଅନ୍ତୁ ଯେତେଶୀଘ୍ର  ହାଡକୁ  ଯଥା ସ୍ଥାନରେ  ଲଗାଇ ଦିଆଯାଏ, ସେତେଶୀଘ୍ର ତାହା ଭଲ ହୋଇଯାଏ, ତେବେ ଏହି  କାର୍ଯ୍ୟ  କରିବା ଦ୍ଵାରା  ରୋଗୀକୁ  ବହୁତ  ଯନ୍ତ୍ରଣା ହୁଏ। କିଛି  ଯନ୍ତ୍ରଣା କମାଇବା ପାଇଁ ଆସ୍ପିରିନ ଦିଅନ୍ତୁ।

ଭଙ୍ଗା ମଣିବନ୍ଧକୁ  କିପରି ଯୋଡିବେ

ଭଙ୍ଗା ହାଡକୁ ଅଲଗା  କରିବା  ପାଇଁ  ୫ ବା  ୧୦ ମିନିଟ୍  ପର୍ଯ୍ୟନ୍ତ ହାତକୁ ଜୋରରେ ଓ ଦୃଢଭାବରେ ଭିଡନ୍ତୁ । ଜଣେ  ହାଡକୁ  ସେପରି  ଭିଡି  ଧରନ୍ତୂ  ଓ ଅନ୍ୟଜଣେ  ଖୁବ୍  ଧୀର  ଭାବରେ  ହାଡକୁ  ମିଶାନ୍ତୁ ଓ ସିଧା କରନ୍ତୁ।

ସାବଧାନ

ହାଡକୁ ଯଥାସ୍ଥାନରେ ଲଗାଇବାପାଇଁ ଚେଷ୍ଟା କରାଯିବାବେଳେ ଯଥେଷ୍ଟ କ୍ଷତିହେବାର ସମ୍ଭାବନା ରହିଥାଏ,ତେଣୁ କାର୍ଯ୍ୟ ସର୍ବଦା ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ନେଇ କରାଯିବା ଉଚିତ୍। ଅତି ତୀବ୍ର ବେଗରେ ଓ ହଠାତ୍ ଭିଡନ୍ତୁ ନାହିଁ।

ଭଙ୍ଗା ହାଡ ଯୋଡିହେବାକୁ କେତେଦିନ ଲାଗେ

ହାଡ ଯେତେଗୁରୁତର ଭାବେ ଭାଙ୍ଗିଥାଏ ବା ବ୍ୟକ୍ତିବିଶେଷ ଯେତେ ବେଶୀ ବୟସ୍କ ହୋଇଥାନ୍ତି,ଭଲହେବା ପାଇଁ ଅଧିକ  ସମୟ ଲାଗେ। ପିଲା ମାନଙ୍କର ହାଡ  ଖୁବ୍  ଶୀଘ୍ର ଯୋଡି ହୋଇଯାଏ । ବେଳେବେଳେ କେତେକ ବୟସ୍କ ବ୍ୟକ୍ତିଙ୍କର ହାଡ  ଆଦୌ ଯୋଡି ହୁଏ ନାହିଁ ।

ଭାଙ୍ଗିଯାଇଥିବା ବାହୁ ଦେଢ ମାସ ପର୍ଯ୍ୟନ୍ତ ପ୍ଲାଷ୍ଟର ହୋଇ ରହିବା ଓ ଆଉ ଏକ ମାସ  ପର୍ଯ୍ୟନ୍ତ ଏହା ଉପରେ କୌଣସି  ଚାପ ନପଡିବା ଉଚିତ୍। ଭାଙ୍ଗିଯାଇଥିବା ଗୋଡ ଦୁଇ – ତିନି ମାସ  ପର୍ଯ୍ୟନ୍ତ ପ୍ଲାଷ୍ଟର ହୋଇ ରହିବା ଉଚିତ୍ ।

ଭଙ୍ଗା ଜଙ୍ଘ ହାଡ

ଜଙ୍ଘ ହାଡ ଭାଙ୍ଗିଥିଲେ ବିଶେଷ ଯତ୍ନ ନେବା ଦରକାର । ଦେହକୁ ସମ୍ପୁର୍ଣ୍ଣ ଭାବେ ଗୋଟିଏ କାଠରେ ବାନ୍ଧି ଦେବା ସବୁ ଠାରୁ ଭଲ ଓ ଖୁବ୍ ଶୀଘ୍ର ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯିବା ଆବଶ୍ୟକ।

ଭଙ୍ଗା ବେକ ଓ ପିଠି ହାଡ

ଯଦି ଜଣେ ବ୍ୟକ୍ତିଙ୍କର ବେକ ବା ପିଠି ହାଡ ଭାଙ୍ଗିଯାଇଥିବାର ସମ୍ଭାବନା ଥାଏ,ତେବେ ତାଙ୍କୁ ବୋହି ନେଲାବେଳେ  ଯଥେଷ୍ଟ ଯତ୍ନଶୀଳ ହୁଅନ୍ତୁ ।ତାଙ୍କର ଅବସ୍ଥାର(ସେ ଯେପରି ଭାବରେ ରହିଥିବେ)ପରିବର୍ତ୍ତନ କରନ୍ତୁ ନାହିଁ, ଯଦି ସମ୍ଭବ,ତାଙ୍କୁ  ବୋହି ନେବା ପୂର୍ବରୁ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଡାକି ଆଣନ୍ତୁ । ଯଦି ତାଙ୍କୁ ନିହାତି ଭାବରେ ବୋହି ନେବାକୁ ପଡିବ,ତେବେ ପିଠି  କିମ୍ବା ବେକକୁ ଆଦୌ ନ ବଙ୍କେଇ ନିଅନ୍ତୁ । ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ କିପରି ନେବାକୁ ହେବ, ସେ  ସମ୍ପର୍କୀୟ  ନିର୍ଦ୍ଦେଶାବଳୀ  ଦେଖନ୍ତୁ।

ଗୁରୁତର ଭାବେ ଆଘାତ ପ୍ରାପ୍ତ ବ୍ୟକ୍ତିଙ୍କୁ କିପରି ନେବେ

ତାଙ୍କ ଦେହର କୌଣସି ଅଂଶକୁ ନବଙ୍କାଇ,ଖୁବ୍ ସାବଧାନତାର ସହିତ ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ଉଠାଇ ନିଅନ୍ତୁ । ଏମିତିକି  ତାଙ୍କର  ମୁଣ୍ଡ  ଓ  ବେକ  ନ  ବଙ୍କେଇବା  ପାଇଁ  ଯଥେଷ୍ଟ  ଯତ୍ନ ନେବା ଉଚିତ୍ । ଅନ୍ୟ ଜଣେ ବ୍ୟକ୍ତି ଉକ୍ତ ସ୍ଥାନରେ ରୋଗୀ ବୁହା  ଖଟିଆ ବା ଷ୍ଟ୍ରେଚର ସ୍ଥିର ଭାବେ ଧରି ରୁହନ୍ତୁ । ସମସ୍ତଙ୍କ  ସହାୟତାରେ ଆଘାତପ୍ରାପ୍ତ  ବ୍ୟକ୍ତିଙ୍କୁ ଯତ୍ନ  ସହକାରେ ରୋଗୀବୁହା  ଖଟିଆ ବା ଷ୍ଟ୍ରେଚରରେ ରଖନ୍ତୁ ।

ଯଦି ବେକ ଆଘାତପ୍ରାପ୍ତ  ହୋଇଥାଏ ବା ଭାଙ୍ଗିଯାଇଥାଏ, ତେବେ ନ ହଲିବା ପାଇଁ ମୁଣ୍ଡର ଦୁଇକଡରେ ବାଲିବସ୍ତା  ବା ଟାଣ କନା ବୁଜୁଳା ଦେଇ ଦିଅନ୍ତୁ । ବୋହି ନେବା ବେଳେ ଚେଷ୍ଟା କରନ୍ତୁ ପାଦକୁ ମୁଣ୍ଡ ଅପେକ୍ଷା ଉର୍ଦ୍ଧ୍ଵରେ ରଖିବାକୁ, ପାହାଡିଆ ଅଞ୍ଚଳରେ ମଧ୍ୟ ଏମିତି ନିଅନ୍ତୁ ।

ଭଙ୍ଗା ପଞ୍ଜରା ହାଡ

ଏହା ଖୁବ୍ କଷ୍ଟଦାୟକ, ମାତ୍ର ଏହା ପ୍ରାୟତଃ ଆପେ ଆପେ ଭଲ ହୋଇଯାଏ । ଛାତିକୁ କୌଣସି ଆଧାର ଦ୍ଵାରା ନବାନ୍ଧିବା  ସବୁ ଠାରୁ ଭଲ । ବିଶ୍ରାମ  ନେବା  ଓ  ଆସ୍ପିରିନ  ଖାଇବା ସବୁଠାରୁ ଭଲ ଚିକିତ୍ସା। କଷ୍ଟ ସମ୍ପୂର୍ଣ୍ଣ  ଭାବେ ଦୂର ହେବାପାଇଁ  ହୁଏତ ଏକମାସ ପର୍ଯ୍ୟନ୍ତ ସମୟ ଲାଗିପାରେ । ଏହି ଚିକିତ୍ସା ସମୟରେ ପ୍ରତି ଦୁଇ ଘଣ୍ଟାରେ ୪ରୁ ୫ଥର ଲାଗ ଲାଗ ଗଭୀର ନିଶ୍ଵାସ ନେବା ଉଚିତ।

ପ୍ରାୟତଃ ଭଙ୍ଗା ପଞ୍ଜରା ଫୁସ୍ ଫୁସ୍ କୁ କଣା କରେ ନାହିଁ । କିନ୍ତୁ ଯଦି ଅସୁସ୍ଥ ବ୍ୟକ୍ତିଙ୍କ କାଶରେ ରକ୍ତ ପଡେ  ବା  ଶ୍ଵାସକ୍ରିୟା  ସମ୍ପାଦନ କରିବାରେ ତାଙ୍କୁ କଷ୍ଟ ହୁଏ,ତେବେ ସଂକ୍ରମଣ ବଟିକା ଖାଇବାକୁ ଦିଅନ୍ତୁ ଓ ଡାକ୍ତରୀ  ସାହାଯ୍ୟ  ନିଅନ୍ତୁ।

ଚର୍ମ ଫୁଟାଇ ବାହାରି ଆସିଥିବା ଭଙ୍ଗା ହାଡ

ଯେହେତୁ  ଏସବୁ  କ୍ଷେତ୍ରରେ ସଂକ୍ରମଣ ହେବାର ସମ୍ଭାବନା ସବୁଠାରୁ ଅଧିକ,ତେଣୁ ଏପରି  କ୍ଷେତ୍ରରେ ସବୁବେଳେ  ଡାକ୍ତର  କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସାହାଯ୍ୟ ନିଅନ୍ତୁ । କ୍ଷତଟିକୁ  ଓ ବାହାରୁ ଆସିଥିବା ହାଡକୁ ଫୁଟା  ପାଣି ଦ୍ଵାରା ଭଲ ରୂପେ ପରିଷ୍କାର  କରନ୍ତୁ । କ୍ଷତ ଓ ହାଡ ସମ୍ପୂର୍ଣ୍ଣଭାବେ ପରିଷ୍କୃତ ନ ହେବା ପର୍ଯ୍ୟନ୍ତ କ୍ଷତ ଭିତରକୁ, ହାଡଟିକୁ କେବେ ବି ଭର୍ତ୍ତି କରନ୍ତୁ  ନାହିଁ। ପରିଷ୍କାର କନାରେ ଏହାକୁ ଘୋଡାଇ ରଖନ୍ତୁ ।

  • ଅଧିକ ଆଘାତର ପ୍ରତିରୋଧ ପାଇଁ ଉକ୍ତ ଅଂଶକୁ କାଠ ଆଧାର ଦେଇ ବାନ୍ଧି  ଦିଅନ୍ତୁ,ଏହା ପରେ ଡାକ୍ତରଙ୍କ  ପାଖକୁ  ନେଇଯାଆନ୍ତୁ ।
  • ଯଦି ହାଡ,ଚର୍ମ ଦେଇ ବାହାରି ଆସିଥାଏ, ତେବେ ସଂକ୍ରମଣର ପ୍ରତିରୋଧ କରିବା ପାଇଁ ଖୁବ୍ ଶୀଘ୍ର  ଅଧିକ ମାତ୍ରାରେ ପେନିସିଲିନ ବା  ଆମ୍ପସିଲିନ  ଇତ୍ୟାଦି  ପ୍ରତି ସଂକ୍ରମଣ ବଟିକା ବ୍ୟବହାର କରନ୍ତୁ ।

ସତର୍କତା: ଭାଙ୍ଗିଯାଇଥିବା ବା ଭାଙ୍ଗିଯାଇଥିବାର ସମ୍ଭାବନା ଥିବା ଅଂଶକୁ କେବି ବି ଦଳନ୍ତୁ ନାହିଁ ବା ଘଷନ୍ତୁ ନାହିଁ ।

ଆଧାରଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate