অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଥମିକ ଚିକିତ୍ସା (ଯେତେବେଳେ ତଣ୍ଟିରେ କିଛି ଅଟକି ଯାଇଥାଏ)

ପ୍ରାଥମିକ ଚିକିତ୍ସା (ଯେତେବେଳେ ତଣ୍ଟିରେ କିଛି ଅଟକି ଯାଇଥାଏ)

ପ୍ରାଥମିକ ଚିକିତ୍ସା

ଯେତେବେଳେ ତଣ୍ଟିରେ ଖାଦ୍ୟ କିମ୍ବା ଅନ୍ୟ କୌଣସି ପଦାର୍ଥ ଅଟକିଯାଏ,ସେ ଶ୍ଵାସକ୍ରିୟା ସମ୍ପାଦନ କରିପାରନ୍ତି ନାହିଁ, ସେତେବେଳେ ନିମ୍ନ  ଉପାୟଗୁଡିକ ଖୁବ୍ ଶୀଘ୍ର ଅବଲମ୍ବନ  କରନ୍ତୁ :-

  • ତାଙ୍କ  ପଛପଟେ  ଛିଡାହୋଇ  ଅଣ୍ଟା  ଚାରିପଟେ  ଆପଣଙ୍କ  ହାତ  ଛନ୍ଦନ୍ତୁ । ତାଙ୍କ ପଞ୍ଜରା ତଳକୁ  ଓ ନାହି  ଉପରକୁ  ପେଟ  ଉପରେ  ଆପଣଙ୍କ  ମୁଷ୍ଠୀ ରଖନ୍ତୁ । ତା’ପରେ  ହଠାତ୍ ଜୋର  ଝଟକା  ଦେଇ ଉପରମୁହାଁ ଚାପ ଦିଅନ୍ତୁ । ଏହି ଚାପ  ଫୁସ୍ ଫୁସ୍ ରୁ  ପବନ ନିଷ୍କାସନ କରାଇ ତଣ୍ଟି ସଫା  କରିଦେବ । ଦରକାର  ପଡିଲେ  ଏକାଧିକ  ଥର ଏପରି କରନ୍ତୁ ।

ଯଦି ସେହି ବ୍ୟକ୍ତି ଆପଣଙ୍କଠାରୁ ବହୁତ ମୋଟା ବା ଏ ଚେତା ହରାଇଥାନ୍ତି, ତେବେ ଖୁବ୍ ଶୀଘ୍ର ନିମ୍ନାମତେ କରନ୍ତୁ ।

  • ତାଙ୍କୁ ଚିତକରି  ଶୁଆଇ ଦିଅନ୍ତୁ ଓ ମୁଣ୍ଡକୁ  ଗୋଟିଏ ପଟକୁ  ଢଳାଇ ରଖନ୍ତୁ ।
  • ଚିତ୍ରରେ ଦର୍ଶାଯାଇଥିବା ପରି ତାଙ୍କ ଉପରେ ବସି ପଞ୍ଜରା  ତଳକୁ  ଓ ନାହିଁ  ଉପରକୁ ପେଟ ଉପରେ ହାତ ରଖନ୍ତୁ । (ମୋଟା ଲୋକ,ଗର୍ଭଣୀ  ସ୍ତ୍ରୀ, ଛୋଟ  ପିଲା  ହୋଇଥିଲେ  ପେଟରେ  ହାତ ନରଖି ଛାତିରେ ହାତ ରଖି ଏମିତି କରନ୍ତୁ) ।
  • ଶୀଘ୍ର ଉପର ମୁହଁ ଶକ୍ତ ଚାପ ପ୍ରୟୋଗ କରନ୍ତୁ ।
  • ଦରକାର ପଡିଲେ ଏକାଧିକ ଥର ଏହିପରି କରନ୍ତୁ ।
  • ଏହା ସତ୍ତ୍ୱେ ବି ଯଦି ଶ୍ଵାସକ୍ରିୟା ସମ୍ପାଦନ କରିପାରିବେ  ନାହିଁ, ତେବେ  ମୁହଁରେ  ମୁହଁ  ଲଗାଇ ଶ୍ଵାସକ୍ରିୟା କରାଇବାକୁ  ଚେଷ୍ଟା କରନ୍ତୁ ।

ପାଣିରେ ବୁଡିଯାଉଥିବା ଲୋକକୁ କିପରି ସାହାଯ୍ୟ କରିବେ

  • ଜଣଙ୍କର ଶ୍ଵାସକ୍ରିୟା ବନ୍ଦ ହେବାର ଚାରିମିନିଟ ପରେ ସେ ମୃତ୍ୟୁ ବରଣ  କରିଥାଏ । ତେଣୁ ଯାହା କିଛି କରିହେବ, ଶୀଘ୍ର  କରିବା ଦରକାର ।
  • ଖୁବ୍ ଶୀଘ୍ର ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା ସମ୍ପାଦନ କରାନ୍ତୁ  ।
  • ଯଦି  ସମ୍ଭବ, ଜଣେ  ବୁଡି  ଯାଉଥିବା  ଲୋକକୁ ଉଦ୍ଧାର କରି ଉପରକୁ  ଆଣିବା  ପୂର୍ବରୁ  ପାଣି  ଭିତରେ ଠିଆ ହେଲା  ଭଳି  ଜାଗାରେ ମଧ୍ୟ  ଆପଣ ଏପରି କରିବା  ଆରମ୍ଭ  କରି ଦିଅନ୍ତୁ ।
  • ଯଦି  ଫୁସ୍ ଫୁସ୍  ଭିତରକୁ ପବନ  ଭର୍ତ୍ତି  କରି  ନ ପାରନ୍ତି,  ତେବେ କୂଳରେ ପହଞ୍ଚୁ  ପହଞ୍ଚୁ  ତାଙ୍କର ଗୋଡକୁ  ମୁଣ୍ଡ  ରହିଥିବା  ଉଚ୍ଚତାଠାରୁ  ଉର୍ଦ୍ଧ୍ଵରେ  ରଖି ପୂର୍ବରୁ  ବର୍ଣ୍ଣନା  କରାଜିଥିବା  ପରି ଚାପ  ପ୍ରୟୋଗ  କରନ୍ତୁ । ତାପରେ ଖୁବ୍ ଶୀଘ୍ର  ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା ସମ୍ପାଦନ କରାନ୍ତୁ ।
  • ବୁଡିଯାଉଥିବା ଲୋକର ପେଟରୁ ପାଣି ବାହାର  କରିବା  ପୂର୍ବରୁ, ସବୁବେଳେ ଖୁବ୍ ଶୀଘ୍ର ମୁହଁରେ ମୁହଁ  ଲଗାଇ  ତା’ର  ଶ୍ଵାସକ୍ରିୟା ସମ୍ପାଦନ କରନ୍ତୁ ।

ଯଦି ଶ୍ଵାସକ୍ରିୟା ଜନିତ କୌଣସି  ସମସ୍ୟା ଥାଏ : -

  • ତାଙ୍କ  ନଖ, ଜିଭ ଓ ଓଠ ନୀଳବର୍ଣ୍ଣ  ଧାରଣ କରେ ।
  • ହୃତସ୍ପନ୍ଦନ ମନ୍ଥର ଓ ଅନିୟମିତ ହୋଇଯାଏ ।
  • ଶ୍ଵାସକ୍ରିୟା ଅନିୟମିତ ବା ବନ୍ଦ ହୋଇଯାଏ ।
  • ଚେତା ବୁଡିଯାଏ ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 5/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate