ସଂକ୍ରମିତ ଘା କିପରି ଚିହ୍ନିବେ ଓ ଚିକିତ୍ସା କରିବେ
କ୍ଷତଟିଏ ସଂକ୍ରମିତ ହୋଇଥାଏ, ଯଦି : -
- ତାହା ନାଲିଆ ହୋଇଥାଏ, ଫୁଲିଥାଏ, ତାତିଥାଏ ଓ ଯନ୍ତ୍ରଣା ଦେଉଥାଏ
- ସେଥିରେ ପୂଜଥାଏ
- ସେଥିରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୁଏ ।
- ଏହି ସଂକ୍ରମଣ ଦେହର ଅନ୍ୟାନ୍ୟ ଅଂଶକୁ ବ୍ୟାପିଯାଉଥାଏ, ଯଦି,
- ଏହାଦ୍ଵାରା ଜ୍ଵର ହୁଏ
- କ୍ଷତର ଉପରଭାଗରେ ନାଲିଗାର ଦେଖାଯାଏ
- ଗ୍ରନ୍ଥି ଫୁଲିଯାଏ ଏବଂ ଛୁଇଁଲେ ଯନ୍ତ୍ରଣା ଲାଗେ । ଏହି ଗ୍ରନ୍ଥଗୁଡିକରେ ଜୀବାଣୁ ରହିବାପାଇଁ ଛୋଟ ଛୋଟ ସ୍ଥାନ ଥାଏ ଏବଂ ସେଗୁଡିକ ସଂକ୍ରମିତ ହେବାଦ୍ଵାରା ଚମଡା ତଳେ ଫୁଲି ଦେହରେ ଛୋଟ ଛୋଟ ଆବୁ ହୋଇଯାଏ ।
କାନମୂଳ ପଛପଟେ ଗ୍ରନ୍ଥି ଫୁଲିରେ ମୁଣ୍ଡ ବା ମୁଣ୍ଡର ଉପରଭାଗରେ ସଂକ୍ରମଣର ସୂଚନା ଦିଏ । ଏହା ଘା’ ଉକୁଣୀ କିମ୍ବା ଜର୍ମାନ ମିଳିମିଳା ଯୋଗୁଁ ହୋଇଥାଏ । କାନ ତଳର ଏବଂ ବେଳ ଉପରର ଗ୍ରନ୍ଥି ଫୁଲିଲେ, ତାହା କାନ, ମୁହଁ ବା ମୁଣ୍ଡରେ ସଂକ୍ରମଣର ସୂଚନା ଦେଇଥାଏ । ମାଢି ତଳର ଗ୍ରନ୍ଥି ଫୁଲିଲେ ତାହା ଦାନ୍ତ କିମ୍ବା ଗଲା ସଂକ୍ରମଣର ସୂଚନା ଦିଏ ।
କାଖ ତଳର ଗ୍ରନ୍ଥି ଫୁଲିଲେ ତାହା ବାହୁ, ମୁଣ୍ଡ କିମ୍ବା ସଂକ୍ରମଣର (ଅଥବା ବେଳେବେଳେ ବକ୍ଷ କର୍କଟ ରୋଗ) ସୂଚନା ଦେଇଥାଏ ।
ଜଙ୍ଘମୂଳର ଗ୍ରନ୍ଥି ଫୁଲିଲେ ତାହା ଗୋଡ, ପାଦ, ଜ୍ଞାନେନ୍ଦ୍ରିୟ ବା ମଳ ଦ୍ଵାରରେ ସଂକ୍ରମଣର ସୂଚନା ଦେଇଥାଏ ।
ସଂକ୍ରମିତ କ୍ଷତର ଚିକିତ୍ସା
- ଥରକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଦିନକୁ ୪ ଥର କ୍ଷତଟି ଉପରେ ଗରମ ସେକ ଦିଅନ୍ତୁ । ସେକପାଇଁ ଲୁଣ (ଏକ ଲିଟର ପାଣିରେ ଏକ ଚାମଚ ଲୁଣ) ମିଶା ଗରମପାଣି ବ୍ୟବହାର କରନ୍ତୁ କିମ୍ବା ସଂକ୍ରମିତ ହାତ ବା ପାଦକୁ ବାଲଟିଏ ଉଷୁମ ପାଣିରେ ରଖନ୍ତୁ ।
- ସଂକ୍ରମିତ ଅଂଶକୁ ବିଶ୍ରାମ ଦେବା ଅବସ୍ଥାରେ ଉପରକୁ ଟେକି ରଖନ୍ତୁ (ହୃତପିଣ୍ଡ ଉଚ୍ଚତାର ଉର୍ଦ୍ଧ୍ଵରେ)
- ଯଦି ସଂକ୍ରମଣ ଗୁରୁତର ହୋଇଥାଏ ଅଥବା ସେହି ବ୍ୟକ୍ତି ଧନୁଷ୍ଟଙ୍କାର ପ୍ରତିଷେଧକ ଟୀକା ନେଇ ନ ଥାନ୍ତି, ତେବେ ପେନିସିଲିନ ବା ପେନିସିଲିନ ପରି ପ୍ରତିଜୀବାଣୁ ଓ ଧନୁଷ୍ଟଙ୍କାର ପ୍ରତିଷେଧକ ଟୀକା ଦିଅନ୍ତୁ ।
ସାବଧାନ
ଯଦି କ୍ଷତରୁ ଦୁର୍ଗନ୍ଧ ବାହାରେ, ସେଥିରୁ ବାଦାମି ବା ପାଉଁଶିଆ ରଙ୍ଗର ତରଳପଦାର୍ଥ କ୍ଷରଣ ହୁଏ ବା ଯଦି କ୍ଷତ ଚାରିପାଖରେ ଚରମ କଳା ପଡିଯାଏ ଓ ପବନ ଫୋଟକା ବାହାରେ, ତେବେ ତାହା ଗ୍ୟାଙ୍ଗ୍ରିନ ହୋଇଥାଇପାରେ । ଯଥାଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଏଥି ମଧ୍ୟରେ ଗ୍ୟାଙ୍ଗ୍ରିନର ବିଧାନ ଅନୁସରଣ କରନ୍ତୁ । କ୍ଷତକୁ ଚିରି ସାବୁନ ଓ ପାଣିଦ୍ଵାରା ଭଲଭାବେ ସଫାକରି ଖୋଲା ଛାଡି ଦିଅନ୍ତୁ ।
ବିଶେଷ ଭାବରେ ନିମ୍ନୋକ୍ତ କ୍ଷତଗୁଡିକ ବିପଦଜନକଭାବେ ସଂକ୍ରମିତ ହୋଇଥାଏ ।
ଏହି କ୍ଷତଗୁଡିକ ବିପଦଜନକ ଭାବେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥାଏ ।
- ଅପରିଷ୍କାର କ୍ଷତ ବା କୌଣସି ଅପରିଷ୍କାର ପଦାର୍ଥ ଜନିତ କ୍ଷତ
- ଛିଦ୍ରଯୁକ୍ତ କ୍ଷତ ବା ଗଭୀର କ୍ଷତ ଯେଉଁଥିରୁ ରକ୍ତସ୍ରାବ ହୁଏ ନାହିଁ
- ଘୁଷୁରୀ, ଗୋରୁ ଇତ୍ୟାଦି ରହୁଥିବା ଗୁହାଳରେ ହୋଇଥିବା କ୍ଷତ
- ତୀବ୍ର ଆଘାତ ବା ଘର୍ଷଣ ଜନିତ ବଡ କ୍ଷତ
- ଘୁଷୁରୀ, କୁକୁର ବା ମଣିଷମାନଙ୍କର କାମୁଡା ଜନିତ କ୍ଷତ
- ଗୁଳିଜନିତ କ୍ଷତ
ବିପଦ ଯୁକ୍ତ କ୍ଷତ ଗୁଡିକର ବିଶେଷ ଯତ୍ନ
ଏ ପ୍ରକାର ଅତି ବିପଦ ଯୁକ୍ତ କ୍ଷତ ଗୁଡିକର ବିଶେଷ ଯତ୍ନ : -
- ସିଝା ଲୁଣାପାଣି (ଗୋଟିଏ ଲିଟର ପାଣିରେ ଏକ ଚା ଚାମଚ ପୂର୍ଣ୍ଣ ଲୁଣ) ଓ ସାବୁନ ଦ୍ଵାରା କ୍ଷତଟିକୁ ଭଲଭାବେ ପରିଷ୍କାର କରନ୍ତୁ । ମଇଳା ଟୁକୁଡା, ଜମାଟ ବାନ୍ଧିଥିବା ରକ୍ତ, ମଲା ଚମଡା ବା ନଷ୍ଟ ହୋଇଯାଇଥିବା ମାଂସ ସବୁକୁ ବାହାର କରି ଦିଅନ୍ତୁ । ସିରିଞ୍ଜ ବା ରବର କୁମ୍ପିଦ୍ଵାରା ପିଚକାରୀ ମାରି ମଇଳା ଟୁକୁଡା ସବୁକୁ ବାହାର କରି ଦିଅନ୍ତୁ ।
- ପାଣିରେ ପଟାସିୟମ ପରମାଙ୍ଗାନେଟ (ଗୋଟିଏ ବାଲ୍ଟି ପାଣିରେ ଏକ ଚା ଚାମଚ) ମିଶାଇ, ସେଥିରେ କ୍ଷତକୁ ଭିଯାଇ ଦିଅନ୍ତୁ । ତା’ ପରେ ସେଥିରେ ଜେନସିଆନ ଭାଓଲେଟ ବୋଳିଦେଇ ସଫା କ୍ଷତପଟି ବାନ୍ଧି ଦିଅନ୍ତୁ ।
- ଯଦି କ୍ଷତଟି ଖୁବ୍ ଗଭୀର ହୋଇଥାଏ, ଯଦି ତାହା କାମୁଡା ଜନିତ ବା ଯଦି କ୍ଷତଟିରେ ମଇଳା ଟୁକୁରା ରହିଛି ବୋଳି ସନ୍ଦେହ ହୁଏ, ତେବେ ପ୍ରତିଜୀବାଣୁ ବା ଜୀବାଣୁନାଶୀ ପ୍ରୟୋଗ କରନ୍ତୁ । ଏ କ୍ଷେତ୍ରରେ ସବୁଠାରୁ ଭଲ ଔଷଧ ହେଉଛି ଆମ୍ପିସିଲିନ, ତାର କ୍ୟାପସୁଲ ବ୍ୟବହାର କରନ୍ତୁ ଓ ଅତି ଦୁରୁତର ଅବସ୍ଥାରେ ହିଁ ଇଞ୍ଜେକ୍ସନର ସାହାଯ୍ୟ ନିଅନ୍ତୁ, ଆମ୍ପିସିଲିନ କିଣିବା ପାଇଁ ଯଦି ସାମର୍ଥ୍ୟ ନ ଥାଏ ତେବେ ପେନିସିଲିନ, ଟେଟ୍ରାସାଇକ୍ଲିନ ବା ସଲଫା ବ୍ୟବହାର କରନ୍ତୁ । ମାତ୍ରା ଜାଣିବା ପାଇଁ ସବୁଜ ପୃଷ୍ଠା ଦେଖନ୍ତୁ ।
- ଏହି ପ୍ରକାରର କ୍ଷତକୁ କେବେ ସିଲାଇ କରନ୍ତୁ ନାହିଁ ବା ସେଗୁଡିକରେ ପ୍ରଜାପତି କ୍ଷତପଟି ବାନ୍ଧନ୍ତୁ ନାହିଁ । କ୍ଷତକୁ ଖୋଲା ଛାଡି ଦିଅନ୍ତୁ । ଯଦି କ୍ଷତଟି ଖୁବ୍ ବଡ ହୋଇଥିବ ତେବେ ଜଣେ ଅଭିଜ୍ଞ ସ୍ୱାସ୍ଥ୍ୟକର୍ମୀ ବା ଡାକ୍ତର ଏହାକୁ ଚିକିତ୍ସା କରିବା ଉଚିତ୍ ।
ଏହି ଭୟାନକ ରୋଗର ପ୍ରତିଷେଧକ ଟିକା ନେଇ ନ ଥିବା ଲୋକମାନଙ୍କ କ୍ଷେତ୍ରରେ ହିଁ ଧନୁଷ୍ଟଙ୍କାର ଭୟ ବେସୀ । ଯେଉଁମାନେ ଧନୁଷ୍ଟଙ୍କାର ପ୍ରତିଷେଧକ ନେଇ ନ ଥାନ୍ତି, ସେମାନଙ୍କ କ୍ଷେତ୍ରରେ ଧନୁଷ୍ଟଙ୍କାରର ଭୟ କମାଇବା ପାଇଁ, କ୍ଷତ ହେଲା ସଙ୍ଗେ ସଙ୍ଗେ ସେମାନଙ୍କୁ ପେନିସିଲିନ ବା ଆମ୍ପିସିଲିନ ଦିଅନ୍ତୁ ।
ଧନୁଷ୍ଟଙ୍କାର ପ୍ରତିଷେଧକ ନେଇ ନ ଥିବା କୌଣସି ବ୍ୟକ୍ତିଙ୍କର ଯଦି ଏ ପ୍ରକାରର ଗୁରୁତର କ୍ଷତ ହୁଏ, ତେବେ ତାଙ୍କୁ ସପ୍ତାହେ ବା ତା’ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଅଧିକ ମାତ୍ରାର ପେନିସିଲିନ ବା ଆମ୍ପିସିଲିନ ଦିଅନ୍ତୁ । ଧନୁଷ୍ଟଙ୍କାର ପ୍ରତି ବିଷ ମଧ୍ୟ ବ୍ୟବହାର କରାଯାଇପାରେ । କିନ୍ତୁ ଏହା ବ୍ୟବହାର କରିବା ବେଳେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ ।
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ