অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ. ଆଇ.ଭି /ଏଡସ୍ ପରାମର୍ଶ (ବିଭାଗ – ୪)

ପ୍ରତିଷେଧକ ଓ ଆଣ୍ଟିବଡି ପରୀକ୍ଷା ପାଇଁ ପରାମର୍ଶ

ପରାମର୍ଶ  ଗ୍ରହିତାଙ୍କ ନିଜସ୍ଵ  ସହମତି, ତାଙ୍କର  ସ୍ଵାସ୍ଥ୍ୟସେବୀ   ଜ୍ଞାତସାରରେ  ଏହି  ପରୀକ୍ଷା  କରାଯାଇଥାଏ  ।ଯେଉଁ   ବ୍ୟକ୍ତିବିଶେଷ  ନିଜ ଶରୀରରେ  ଏଚ୍ .ଆଇ.ଭି ର  ସ୍ଥିତି  ଜାଣିବାକୁ  ଇଚ୍ଛା କରନ୍ତି  ସେମାନଙ୍କ  ପାଇଁ  ପରୀକ୍ଷା  ଯେତେବେଳେ  ବା  ଉପଲବ୍ଧ  ହୁଏ   ତାହାର  ଯଥେଷ୍ଟ  ଉପାଦେୟତା  ରହିଛି  । ସାଧାରଣ ସନ୍ତାନ  ପ୍ରସବ,ସ୍ତନ୍ୟପାନ  ନିମିତ୍ତ  ପରାମର୍ଶ  ନେଉଥିବା  ମହିଳାମାନଙ୍କୁ  ଏହି  କ୍ଷେତ୍ରରେ  ପରାମର୍ଶଦାତା  ବୁଝାଇବାକୁ  ହେବ  ଯେ  ପରୀକ୍ଷାଟି  କେବଳ   ଏଚ୍ .ଆଇ.ଭି   ପ୍ରତିରୋଧ ଶକ୍ତିର  ଉପସ୍ଥିତି ପାଇଁ  ଉଦ୍ଦିଷ୍ଟ  । ଏହି ପରୀକ୍ଷାରେ   ରୋଗୀ  ଜଣଙ୍କ  ଏଡସ୍ ରେ  ବା ତାଙ୍କର  ଏହା  ହେବାର  ସମ୍ଭାବନା  ଅଛି  ଏହା  ଜାଣି ହେବ  ନାହିଁ   । ସେ  ଯାହା  ହେଉନା  କାହିଁକି , ଯେଉଁମାନେ ଏଚ୍ .ଆଇ.ଭି  ସଂକ୍ରମିତ, ଶେଷ  ଫଳ  ସ୍ୱରୂପ  ଏଡସ୍ ରେ  ପୀଡିତ  ହୋଇଥାନ୍ତି   ।

ଯେଉଁମାନଙ୍କ   ପରୀକ୍ଷାରେ   ନେଗେଟିଭ୍  ଜଣାପଡିଥାଏ ,  ନିଜକୁ  ସଂକ୍ରମଣ  ମୁକ୍ତ  ଭାବି  ପୂର୍ବବତ୍  ଜୀବନ  ବିତାଇ  ପାରନ୍ତି, ସେ କ୍ଷେତ୍ରରେ  ପରାମର୍ଶ  ଶୀଘ୍ର  ଆରମ୍ଭ  ହେବା  ଉଚିତ୍  । ଏହି ପରାମର୍ଶରେ  ସେମାନେ  ରୋଗ  ସଂକ୍ରମଣର   ସମ୍ଭାବ୍ୟ  ଦିନ  ସମୀକ୍ଷା  ବା ଉଇଣ୍ଡୋ  ପିରିଅଡ୍  ଜାଣିବା  ବାଞ୍ଛନୀୟ  । ଏହି ସମ୍ଭାବ୍ୟ  ଦିବସ  ବା  ଉଇଣ୍ଡୋ  ପିରିଅଡ୍ ର  ମାନେ  ହେଉଛି, ସମ୍ଭାବ୍ୟ  ସଂକ୍ରମଣ ପାଇଁ  ଅତୀତରେ   ରୋଗୀ  ସଂକ୍ରମଣ  ଦିବସ  ପରଠାରୁ  ପ୍ରାୟ  ୩ ମାସ  ବା  ତଦୁର୍ଦ୍ଧ ସମୟ  ପର୍ଯ୍ୟନ୍ତ ଏଚ୍ .ଆଇ.ଭି  ପରୀକ୍ଷାର   ଫଳାଫଳ  ଅନିଶ୍ଚିତ  ବା  ସନ୍ଦେହ  ଜନକ  ହୋଇପାରେ  । ପରାମର୍ଶ ଗ୍ରହିତା  ସଂକ୍ରମିତ  ହେବା  ବା ଅନ୍ୟକୁ  ସଂକ୍ରମିତ  କରାଇବା   ବନ୍ଦ  କରିବାପାଇଁ  କ ’ଣ  କରିବା  ଆବଶ୍ୟକ  ତାଙ୍କୁ  ଭଲ  ଭାବରେ   ବୁଝାଯିବା  ଉଚିତ୍ । ସେମାନଙ୍କୁ  ପରବର୍ତ୍ତୀ  ପରାମର୍ଶଗ୍ରହଣ  ପାଇଁ   କୁହାଯିବା   ଉଚିତ୍  ।  ଯୋଗ୍ୟ ରକ୍ତ  ଦାନକାରୀମାନେ  କୌଣସି  ସଂକ୍ରମଣ  ଯୁକ୍ତ  ଥିବାବେଳେ   ବା  ସେମାନଙ୍କ  ମନରେ  ଏହି ଆଶଙ୍କା  ଥିବାବେଳେ  ରକ୍ତଦାନ  କରିବେ  ନାହିଁ  । ରକ୍ତଦାନ  ସେବା  ତରଫରୁ  ଏହି ଶିକ୍ଷା  ଦିଆଯିବା  ଉଚିତ୍  । କେତେକେ  ସମୟରେ  ବ୍ୟକ୍ତି  ବିଶେଷ  ସଂକ୍ରମିତ  ଥାଇ  ମଧ୍ୟ  ତାଙ୍କର  ରକ୍ତର  ପରିବର୍ତ୍ତନ  ପ୍ରକ୍ରିୟା  ଆରମ୍ଭ  ହୋଇଥିବା  ସମୟରେ  ରକ୍ତଦାନ  କରିଥାନ୍ତି   । ଏହି ସମୟ  ପ୍ରଧାନତଃ ସଂକ୍ରମଣ  ସମ୍ଭାବ୍ୟ  ଦିବସ  ବା  ଉଇଣ୍ଡୋ  ପିରିଅଡ୍ ରେ  ହୋଇଥାଏ   । ବ୍ୟକ୍ତିମାନଙ୍କର ରକ୍ତ  ପରୀକ୍ଷା  ତାଙ୍କର   ବିନା  ସହମତିରେ ହେବା ଉଚିତ୍  ନୁହେଁ  ।  ଏଚ୍ .ଆଇ.ଭି ରକ୍ତ  ପରୀକ୍ଷା  ନିର୍ଦ୍ଦେଶ ଦ୍ଵାରା କରାଯାଇପାରିବ  ନାହିଁ ।  ଏହା  ନିୟମ  ବିରୁଦ୍ଧ   । ସେ  ଯାହା  ହେଉ , ସମସ୍ତ  ଦାନ  କରାଯାଇଥିବା  ରକ୍ତ ଏଚ୍ .ଆଇ.ଭି ପରୀକ୍ଷା  ହେବା  ଆବଶ୍ୟକ  କିନ୍ତୁ ଫଳାଫଳ  ସମସ୍ତଙ୍କୁ  ଅଲଗା ଅଲଗା  ଭାବରେ  କହିବା   ଆବଶ୍ୟକ ଏହି  ସବୁ  କ୍ଷେତ୍ରରେ  ନିଆଯାଇଥିବା  ରକ୍ତରେ ଏଚ୍ .ଆଇ.ଭି  ପ୍ରତିରୋଧୀ  ବା  ଆଣ୍ଟିବାଡି  ଜଣାପଡେ  ନାହିଁ  ।

ଏହି ବିପଦ  ହେତୁ  ରକ୍ତ  ସଞ୍ଚାରଣ  ସେବା  ସଂସ୍ଥାମାନେ  ରକ୍ତ  ଦାନ ପୂର୍ବରୁ   ବିପଦପୂର୍ଣ୍ଣ  ରକ୍ତ   ଦାନକାରୀମାନଙ୍କର  ରକ୍ତ ପରୀକ୍ଷାରେ  ବିଳମ୍ବ  ନ  ଘଟିବା  ପାଇଁ ଗୋପନଭାବେ  ପୂର୍ବରୁ   ରକ୍ତ  ପରୀକ୍ଷା  ସମ୍ପର୍କରେ  ବୁଝାଇଥାନ୍ତି  ଏହି   ରକ୍ତ ଦାନକାରୀମାନଙ୍କୁ  ଦରକାର  ମୁତାବକ  ଉପଯୁକ୍ତ  ସମୟରେ  ପରାମର୍ଶ  ଦେବା  ପାଇଁ  ସ୍ଵତନ୍ତ୍ର  ସୁବିଧା  ଦେବା  ଉଚିତ୍  ।

ପରୀକ୍ଷା ପୂର୍ବ  ପରାମର୍ଶ  ବିଶେଷ  କରି  ପରାମର୍ଶଦାତା  ଓ ଗ୍ରହିତାଙ୍କ  ମଧ୍ୟରେ  ଏକ  କଥୋପକଥନ  ଯାହାର  ପ୍ରଷ୍ଠଭୂମି  ଏଚ୍ .ଆଇ.ଭି  ପରୀକ୍ଷା  ଓ  ତତ୍ ସଂକ୍ରାନ୍ତୀୟ  ଫଳାଫଳ  ଉପରେ  ପର୍ଯ୍ୟବେଷିତ  ।  ଏହାଦ୍ୱାରା  ଗ୍ରାହୀତା  ରକ୍ତ  ପରୀକ୍ଷା  କରିବ  କି  ନାହିଁ , ନିଷ୍ପତି  ନେଇପାରେ   । ଏହି  ପରାମର୍ଶ  ମୁଖ୍ୟତଃ  ଦୁଇଟି  ବିଷୟ  ଉପରେ  ହୋଇଥାଏ  । ଯଥା :

  1. ପରାମର୍ଶ  ଗ୍ରହୀତାର  ବ୍ୟକ୍ତିଗତ  ଇତିହାସ  ଏବଂ ଏଚ୍ .ଆଇ.ଭି  ସଂକ୍ରମଣର   ବିପଦ   ।
  2. ଏଚ୍ .ଆଇ.ଭି/ ଏଡସ୍  ବିଷୟରେ   ଗ୍ରହୀତାର  ଜ୍ଞାନ  ଓ  ରୋଗକୁ  ମୁକାବିଲା  କରିବାର  ଦକ୍ଷତା  ।

ଏଚ୍ .ଆଇ.ଭି  ସଂକ୍ରମଣ  ସମ୍ବନ୍ଧୀୟ  ପରୀକ୍ଷା  ପୂର୍ବ  ଓ  ପର ପରାମର୍ଶ

ବ୍ୟକ୍ତିର ଜୀବନ  ଶୈଳୀକୁ  ନେଇ  କଳନା -

  • ଯୌନ ବ୍ୟବହାରର  ପ୍ରକାର  ଓ ଯୌନକ୍ରିୟାର  ବାରମ୍ବାରତା , ବିପଦପୂର୍ଣ୍ଣ   ଯୌନ  ଆଚରଣ  ଯଥା  ମଳ ଦ୍ଵାର  ଓ ଯୋନି  ସଂଯୋଗ , କଣ୍ଡୋମ  ବ୍ୟବହାର  ନକରି  ଯୌନକର୍ମୀଙ୍କ  ସହିତ  ଯୌନ  ସମ୍ପର୍କ  ।
  • ବିପଦପୂର୍ଣ୍ଣ   ଜୀବନଶୈଳୀ : ଡ୍ରଗ୍  ସେବନ , ଯୌନ କର୍ମୀଙ୍କ  ସହିତ  ସମ୍ପର୍କ , ସମଲିଙ୍ଗୀ  ଯୌନ  ସମ୍ପର୍କ   ।
  • ଚିତା  କୁଟାଇବା  ଭଳି  ଅବିଶୋଧିତ  ଯନ୍ତ୍ରପାତିର  ବ୍ୟବହାର  ।

ବ୍ୟକ୍ତିର ଜ୍ଞାନ  ଓ ସଂକ୍ରମଣକୁ  ମୁକାବିଲା  କରିବା  ଦକ୍ଷତାର  କଳନା –

  • ବ୍ୟକ୍ତି  ପରୀକ୍ଷା   ବିଷୟରେ   କ ’ଣ  ଜାଣେ , କାହିଁକି  ଏହି ପରୀକ୍ଷା  ଆବଶ୍ୟକ  ।
  • ବ୍ୟକ୍ତି  ପାଇଁ  କେଉଁ  ଲକ୍ଷଣ  ବା  ବ୍ୟବହାର  ଚିନ୍ତାଜନକ   ।
  • ବ୍ୟକ୍ତି  ପରୀକ୍ଷା  ଫଳାଫଳ  ଜାଣିବା   ପରେ  ତାହାର  କି ପ୍ରକାର  ପ୍ରତିକ୍ରିୟା  ହେବ   ।
  • ଏଚ୍ .ଆଇ.ଭି  ସଂକ୍ରମଣ  ବାବଦରେ  ବ୍ୟକ୍ତିର  ଜ୍ଞାନ  ଓ  ଧାରଣା   ।
  • ଯଦି  ପରୀକ୍ଷା  ଫଳାଫଳ  ଗୁଣାତ୍ମକ ,  କିଏ  କିଏ ତାକୁ  ଭାବାବେଗଜନିତ  ସାହାଯ୍ୟ  ଦେବ  । ପରାମର୍ଶଦାତା  ଏହି  ସବୁ  କଳନା  କରିବା  ସମୟରେ   ଏହା  ମନେ  ରଖିବା   ଉଚିତ୍  ଯେ  ବ୍ୟକ୍ତି  ଯେପରି  ନ ଭାବେ ତାକୁ କାହିଁକି  ଏହି ସବୁ  ପ୍ରଶ୍ନ  ପଚରାଯାଉଛି   ବା  ସେ  ସଙ୍କୋଚ  ପ୍ରକାଶ  କରି ନିଜ  କଥା  ଗୋପନ  ରଖେ   ।
  • ପରାମର୍ଶ ଗ୍ରହିତାଙ୍କ  ବିଷୟରେ  ଉପରୋକ୍ତ  ତଥ୍ୟ  ଜାଣିଲାପରେ  ପରାମର୍ଶଦାତା ଙ୍କୁ  ନିମ୍ନ  ବିଷୟରେ   ସାହାଯ୍ୟ  କରିବା  ଉଚିତ୍  ।
    1. ସମସ୍ତ  ଆବଶ୍ୟକୀୟ  ତଥ୍ୟ  ଜଣାଇବା  ଆବଶ୍ୟକ ।
    2. ପରୀକ୍ଷାର  ଧାରାରୁ  ପୁନଃ  ଆଲୋଚନା  କରିବ  ।
    3. ବ୍ୟକ୍ତିର  ସମ୍ମତି କ ’ଣ  ତାହା  ବୁଝାନ୍ତୁ  ଓ  ଏହା  ପାଇବାକୁ  ଚେଷ୍ଟା  କରନ୍ତୁ / ଏହାକୁ  ରୋଗୀଠାରୁ  ଜାଣି ରଖନ୍ତୁ  ।
    4. ପରୀକ୍ଷାରୁ  ଜଣାପଡିଥିବା  ରୋଗ ଯୁକ୍ତ  ବା  ରୋଗମୁକ୍ତ  ନିଦାନର  ବ୍ୟକ୍ତିଗତ , ଆୟୁର୍ବିଜ୍ଞାନୀୟ , ସାମାଜିକ , ମନସ୍ତାତ୍ତ୍ଵିକ  ଏବଂ ଆଇନଗତ  ପ୍ରଭାବ  ସବୁ  କ ’ଣ  ?
    5. ପରୀକ୍ଷା  ପରବର୍ତ୍ତୀ  ପରାମର୍ଶ   ନିମନ୍ତେ  ପରାମର୍ଶ  ଗ୍ରହିତାଙ୍କ  ସହିତ  ବିଶ୍ଵାସ  ମୂଳକ  ସମ୍ବନ୍ଧ ସ୍ଥାପନ  କରନ୍ତୁ ।

ପରୀକ୍ଷା  ପୂର୍ବ  ପରାମର୍ଶ  ସମୟରେ  ବ୍ୟକ୍ତି  ଜାଣିବା  ଉଚିତ୍  ଯେ  ଏହି  ପରୀକ୍ଷା  ଭୁଲ  ନୁହେଁ ।ପରୀକ୍ଷାରୁ  ଜଣାପଡୁଥିବା   ନିଦାନ  ବେଳେବେଳେ  ଭ୍ରମାତ୍ମକ  ହୋଇପାରେ ।ଏଥିପାଇଁ  ଅତିରିକ୍ତ  ପରୀକ୍ଷାର  ଫଳାଫଳ ଅତ୍ୟନ୍ତ ବିଶ୍ୱାସଯୋଗ୍ୟ  ଅଟେ  । ପରୀକ୍ଷା ପୂର୍ବରୁ ଦିଆଯାଉଥିବା ପରାମର୍ଶବେଳେ ପରାମର୍ଶଗ୍ରହିତାଙ୍କୁ ଏହା କହି ରଖନ୍ତୁ। ରୋଗ  ସଂକ୍ରମଣର  ସମ୍ଭାବ୍ୟ  ଦିବସସୀମା  ବିଷୟରେ  ମଧ୍ୟ  ତାଙ୍କୁ  ବୁଝାଯିବା  ଦରକାର । ଏଚ୍ .ଆଇ.ଭି   ପରୀକ୍ଷା  କରିବାର   ବନ୍ଦୋବସ୍ତ   ହେବା  କ୍ଷଣି  ପରୀକ୍ଷାପର  ପରାମର୍ଶର  ବ୍ୟବସ୍ଥା  କରାଯିବା   ବିଧେୟ   ।

ପରୀକ୍ଷାରୁ  ଜଣା  ପଡିଥିବା  ଫଳାଫଳକୁ  ଜଣାଇବା  ସମୟରେ  ପରୀକ୍ଷାପର  ପରାମର୍ଶ   ହେବା  ଆରମ୍ଭ  ହୋଇଥାଏ  ଏବଂ  ଏହି  ପରାମର୍ଶ  ବ୍ୟବସ୍ଥା  ଥର ଥର  କରି  ଅନେକ  ଥର  ପାଇଁ  କରାଯାଇଥାଏ  । ଏହାର  ମୂଳ  ଉଦ୍ଦେଶ୍ୟ  ହେଉଛି   ଏଚ୍ .ଆଇ.ଭି  ଯୁକ୍ତ  ବିଶେଷଙ୍କୁ   ରୋଗ  ବିଷୟରେ  ସମ୍ପୁର୍ଣ୍ଣ  ଜ୍ଞାନ  ଦେବା  ସହିତ  ସେମାନଙ୍କ  ଅବଶିଷ୍ଟ  ଜୀବନ   କିପରି  କଟାଇବେ   ସେ ବିଷୟରେ   ବୁଝାଇବା  ।

ରୋଗଯୁକ୍ତ ଓ  ରୋଗମୁକ୍ତ  ଦୁଇ  ପ୍ରକାର  ନିଦାନ  ମଧ୍ୟରୁ  ଯଦି  ଫଳାଫଳ  ପ୍ରଥମଟି  ହୋଇଥାଏ  ତେବେ  ସେ କ୍ଷେତ୍ରରେ  ପରୀକ୍ଷା ପର  ପରାମର୍ଶର  ଆବଶ୍ୟକତା   ବେଶୀ  ଅଟେ  । ପରୀକ୍ଷାର   ଫଳାଫଳ  ଜଣାଇଲା  ସମୟରେ  ପରାମର୍ଶଦାତା   ଏଚ୍ .ଆଇ.ଭି   ସମ୍ପର୍କରେ  ସମସ୍ତ  ତଥ୍ୟ   ଜଣାଇବାକୁ   ଚେଷ୍ଟା  କରିବେ   । ପରୀକ୍ଷାପର  ପରାମର୍ଶ  ହେଉଛି  ଜଣେ ପରାମର୍ଶ  ଗ୍ରହିତା  ଓ ପରାମର୍ଶଦାତାଙ୍କ  ମଧ୍ୟରେ  ଏକ କଥୋପକଥନ  ଯେଉଁଥିରେ  କି  ପରାମର୍ଶ  ଗ୍ରହିତାକୁ  ବିପଦପୂର୍ଣ୍ଣ  ବ୍ୟବହାର  ବର୍ଜନ  ପାଇଁ  ଉତ୍ସାହିତ  କରାଯାଇଥାଏ    ।

ସମ୍ମତି ପ୍ରଦାନ ସୂଚନା  ପାଇଲା  ପରେ ହିଁ  ପରୀକ୍ଷା  କରିବାକୁ  ନିଷ୍ପତି  ନିଅନ୍ତୁ   । ଏଠାରେ  ସୂଚନାରେ  ଅର୍ଥ  ହେଉଛି   । ପରାମର୍ଶ  ଗ୍ରହିତାଙ୍କୁ   ତାଙ୍କ  ବୁଝିବା  ଭାଷାରେ   ଏଚ୍ .ଆଇ.ଭି  ପରୀକ୍ଷାର  ବିପଦ  ଆପଦ , ଲାଭ  କ୍ଷତି  ପରୀକ୍ଷାର  ବିକଳ୍ପ  ବ୍ୟବସ୍ଥା   ବିଷୟରେ  କୁହାଯାଇଛି   । ସମ୍ମତିର  ଅର୍ଥ   ହେଉଛି , ଏଚ୍ .ଆଇ.ଭି  ପରୀକ୍ଷା  ପାଇଁ  ସ୍ପଷ୍ଟଭାବେ  ହୋଇଥିବା  ଚୁକ୍ତି , ଯେଉଁ ପରିସ୍ଥିତିରେ  କି  ପରାମର୍ଶ ଗ୍ରହିତା  ପରୀକ୍ଷା  ପାଇଁ  ରାଜି   ହେବା  ଆବଶ୍ୟକ   ।

ପରୀକ୍ଷାପରେ ପରାମର୍ଶ ବିଷୟବସ୍ତୁ, ପରୀକ୍ଷାର  ଫଳାଫଳ  ଉପରେ ନିର୍ଭର କରିଥାଏ

ପରୀକ୍ଷା  ଫଳାଫଳ  ଧନାତ୍ମକ ଥିଲେ , :  ଧନାତ୍ମକ  ଫଳାଫଳ  କ ’ଣ  ଏହାକୁ  ସାବଧାନତାର  ସହିତ  ଆଲୋଚନା  କରିବା  ଏକ  ଗୁରୁତ୍ଵପୂର୍ଣ୍ଣ  ବିଷୟ  ଅଟେ   । ଆଲୋଚନା  ମଧ୍ୟରେ   କୁହନ୍ତୁ ଯେ  ଫଳାଫଳ  ଧନାତ୍ମ  ଥିଲେ  ବ୍ୟକ୍ତି  ଆଶ୍ଵସ୍ତ ଅନୁଭବ  କରିଥାଏ   । ତଥାପି  ନିମ୍ନଲିଖିତ ବିଷୟଗୁଡିକୁ  ଧ୍ୟାନ  ଦିଆଯିବା  ଉଚିତ୍  ।

  1. ପରୀକ୍ଷାର  ଫଳାଫଳ  ବିଶ୍ୱାସଯୋଗ୍ୟ  ହୋଇ ନ  ପାରେ  ବା  ଭୁଲ୍  ହୋଇପାରେ   କାରଣ, ଏହା  ରୋଗ  ସଂକ୍ରମଣ  ସମ୍ଭାବ୍ୟ  ଦିବସ  ସମୀକ୍ଷା  ଉପରେ  ନିର୍ଭରଶୀଳ  ।
  2. ପୁନଶ୍ଚ  ଏଚ୍ .ଆଇ.ଭି  ସଂକ୍ରମଣର  ଶିକାର  ନ  ହେବା  ପାଇଁ  ଏହି ସମ୍ପର୍କୀୟ  ବିପଦପୂର୍ଣ୍ଣ  ବ୍ୟବହାର  ଠାରୁ   ଦୂରେଇ  ରହିବା  ବାଞ୍ଛନୀୟ  ।

ନିରାପଦ  ଯୌନ ସମ୍ପର୍କର   ମହତ୍ଵ ଉପରେ   ଗୁରୁତ୍ଵ ଆରୋପ  କରାଯିବା  ଉଚିତ୍  । ପ୍ରକୃତ  ସୁସ୍ଥାବସ୍ଥା  ବା ଉତ୍ତମ  ସ୍ଵାସ୍ଥ୍ୟର  ମହତ୍ଵ  ବିଷୟରେ  ବୁଝାନ୍ତୁ   । ବ୍ୟକ୍ତିର  ଯୌନ  ବ୍ୟବହାରରେ  ପରିବର୍ତ୍ତନ  ଉପରେ  ଗୁରୁତ୍ଵ  ଆରୋପ  କରନ୍ତୁ  ।

ପରୀକ୍ଷାର ଫଳାଫଳ  ଗୁଣାତ୍ମକ  ହେଲେ , ପରାମର୍ଶ :

ସମ୍ପୃକ୍ତ  ବ୍ୟକ୍ତିଙ୍କୁ  କହିଦେବା  ଉଚିତ୍  ଯେ , ସେ  ରୋଗମୁକ୍ତ  ନୁହଁନ୍ତି  । ପୂର୍ବ  ପରୀକ୍ଷା ଫଳାଫଳର  ଦୃଷ୍ଟାନ୍ତ  ଦେଇ  ବର୍ତ୍ତମାନ  ହୋଇଥିବା  ପରୀକ୍ଷାର  ଫଳ  ଗୁଣାତ୍ମକ  ଓ ସେ   ଏଚ୍ .ଆଇ.ଭି ସଂକ୍ରମିତ ବ୍ୟକ୍ତି  ବିଶେଷଙ୍କୁ  କୁହନ୍ତୁ  । ପରାମର୍ଶଗ୍ରହିତା  ଧୈର୍ଯ୍ୟପୂର୍ଣ୍ଣ  ଭାବରେ   ବର୍ତ୍ତମାନ  ପରିସ୍ଥିତିରେ  କ ’ଣ  କରାଯାଇପାରିବ   ଆଲୋଚନା  କରନ୍ତୁ  ।

ବ୍ୟକ୍ତି  ନିଜର  ସ୍ଥିତି  ଜାଣିଲା  ପରେ  ତାଙ୍କୁ  କିଛି  ସମୟ  ଦିଅନ୍ତୁ , ଯାହା ଦ୍ଵାରା  ବ୍ୟକ୍ତି  ସାଧାରଣ  ବ୍ୟବହାର  କରିପାରିବେ   । କିଛି  ସମୟ  ପରେ  ବ୍ୟକ୍ତିଙ୍କୁ  ପରୀକ୍ଷା  ଫଳାଫଳ   ବାବଦରେ ଧାରଣା  ଦିଅନ୍ତୁ  ।  ରୋଗର  ପ୍ରକୋପ , ଭୟାବହତା  ଓ  ରୋଗୀର  ଶେଷ ଜୀବନ ବିଷୟରେ  ଆଲୋଚନା  କରନ୍ତୁ  ନାହିଁ  ।  ଏହି  ସମୟରେ   ସଂକ୍ରମିତ   ବ୍ୟକ୍ତିଙ୍କ  ପାଇଁ  କ ’ଣ  ସବୁ  କରିହେବ  ଏବଂ  କେଉଁ  ଆଶାପୋଷଣ  କରି  ସମସ୍ୟାର  ସମାଧାନ   କରିହେବ  ତାହା ଦେଖିବା  ଉଚିତ୍  । ନୂଆକରି  ଆସିଥିବା  ଆଣ୍ଟି  ଭାଇରାଲ୍  ଔଷଧର  କାର୍ଯ୍ୟକରିତା  ଓ  ସ୍ଥାନୀୟ  ଚିକିତ୍ସା  ବ୍ୟବସ୍ଥା  ଯାହା  ଏଚ୍ .ଆଇ.ଭି  ଲକ୍ଷଣ  ପାଇଁ  ଫଳପ୍ରଦ  ସେ  ବିଷୟରେ  ବ୍ୟକ୍ତି   ସହିତ  ଆଲୋଚନା  କରନ୍ତୁ  ।

ପରାମର୍ଶର  ଆଲୋଚନା  ଏଠାରେ  ଏକ  ନୂଆମୋଡ  ନେଇଥାଏ  । ସଙ୍କଟାବସ୍ଥାରେ  ପରାମର୍ଶ  ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ   ଅଟେ , କାରଣ  ଏଚ୍ .ଆଇ.ଭି ସଂକ୍ରମିତ  ବ୍ୟକ୍ତି  ଜୀବନ  ପ୍ରତି  ଏହା  ଏକ  ବିପଦ  ହୋଇଥାଏ   । ଏହି ଖବର  କିପରି  ଅନ୍ୟମାନେ   ଗ୍ରହଣ କରିବେ  ଏବଂ ଏଥିରେ  ଅନ୍ୟମାନେ  କାତର  ହେବେ ନାହିଁ  ଏହା  ଅନେକ  କାରଣ  ଉପରେ  ନିର୍ଭର  କରିଥାଏ  ।

ସମସ୍ୟା  ସମାଧାନ  ପରାମର୍ଶ  ଅତ୍ୟନ୍ତ  ଜରୁରୀ   । ମନସ୍ତାପ  ସମୟରେ , ପରାମର୍ଶଗ୍ରହିତା  କିପରି  ପରାମର୍ଶଦାତାଙ୍କୁ  ଯୋଗାଯୋଗ  କରିବେ  ତାହା  କହିବା  ଆବଶ୍ୟକ   । ଅନ୍ୟବ୍ୟକ୍ତି  ଓ  କର୍ମଦାତା  ଯଦି  ଜାଣିପାରନ୍ତି  ଯେ  ବ୍ୟକ୍ତିବିଶେଷ  ଏଚ୍ .ଆଇ.ଭି  ରେ ସଂକ୍ରମିତ , ପରିସ୍ଥିତିର  ମୁକାବିଲା  ପାଇଁ  କ ’ଣ  କରାଯିବା  ଉଚିତ୍  ତାହା  ଆଲୋଚନା  କରିବା  ଆବଶ୍ୟକ  । ଏଥିପାଇଁ  ସମୟ  ମୁତାବକ  ବ୍ୟବସ୍ଥା  କରାଯିବା  ଉଚିତ୍ ।

ଅନେକ  ଦିନ  ପର୍ଯ୍ୟନ୍ତ  ଏଚ୍ .ଆଇ.ଭି  ସଂକ୍ରମଣ  ପ୍ରଭାବ  କିପରି  ଭାବେ  ରହିଥାଏ  ଏବଂ ଏଥିଯୋଗୁଁ   ବିଭିନ୍ନ ଅସୁସ୍ଥତା  ସବୁ  ଦେଖାଦେଇଥାଏ , ଏ ସଂକ୍ରାନ୍ତିୟ  ତଥ୍ୟ  ବ୍ୟକ୍ତିଙ୍କୁ  ଜଣାଇବା  ଆବଶ୍ୟକ  । ପରାମର୍ଶ  ଗ୍ରହିତା  ମଧ୍ୟ  ଜାଣି  ରଖିବା  ଉଚିତ୍  ଯେ  ସେମାନେ  ସାରାଜୀବନ   ସଂକ୍ରମିତ  ହୋଇରହିବେ ; ଏଥିପାଇଁ  ସେମାନଙ୍କ  ଯୌନ  ସାଥିଙ୍କଠାରୁ  ସେ  କିପରି  ଦୂରେଇ  ରହିବେ  ତାହାର  ବ୍ୟବସ୍ଥା  କରିବା  ଆବଶ୍ୟକ   ।

ନିମ୍ନଲିଖିତ କଥାଗୁଡ଼ିକ  ପ୍ରତି  ବାରମ୍ବାର  ଧ୍ୟାନ  ଦିଆଯିବା   ଆବଶ୍ୟକ

  • ଏଚ୍ .ଆଇ.ଭି  ସଂକ୍ରମଣର  ମାନେ  ନୁହେଁ  ଏଡସ୍  ରୋଗ  । ପ୍ରତ୍ୟକ ସଂକ୍ରମିତ   ବ୍ୟକ୍ତିର  କିପରି  ଆର୍ଥିକ  ଓ  ସାମାଜିକ  ସ୍ଥିତି   ବଜାୟ ରହିବ  ସେଥିପାଇଁ  ପ୍ରୋତ୍ସାହନ  ଦିଅନ୍ତୁ   । ସାଧାରଣ  ଲୋକଙ୍କୁ  ମଧ୍ୟ   ବଞ୍ଚିବା  ପାଇଁ  ସାମାଜିକ  ସହଯୋଗ  ଦରକାର   ତେଣୁ   ସଂକ୍ରମିତ  ବ୍ୟକ୍ତିମାନେ ସେମାନଙ୍କର   ଆବଶ୍ୟକତା  ପୂରଣ   ପାଇଁ  ଚାହୁଁଥିବା  ସାହାଯ୍ୟ   ସବୁ  ଯୋଗାଇ  ଦିଆଯିବା  ଆବଶ୍ୟକ   ।
  • ଏଚ୍ .ଆଇ.ଭି  ସଂକ୍ରମିତ  ବ୍ୟକ୍ତି  ତାଙ୍କର  ସ୍ୱାସ୍ଥ୍ୟ  ପ୍ରତି  ଯତ୍ନ  ନେବା  ଆବଶ୍ୟକ  । ସଂକ୍ରମିତ  ବ୍ୟକ୍ତି  ବିଭିନ୍ନ  ସଂକ୍ରମଣଠାରୁ  ଦୂରେଇ  ରୁହନ୍ତୁ   କାରଣ   ଏହା   ରୋଗ  ପ୍ରତିରୋଧ  ଶକ୍ତିକୁ  ଦୁର୍ବଳ  କରି  ଶରୀରରେ   ଏଡସ୍  କରାଇଥାଏ  । ପରାମର୍ଶଦାତା  କହିଦେବା  ଉଚିତ୍  ଯେ  କିପରି  ଭାବେ  ଘରୋଇ  ଯତ୍ନ  ଓ  ଚିକିତ୍ସା  କରିବା  ଦରକାର   ।  ଆହୁରି  ମଧ୍ୟ  ସଂକ୍ରମିତ  ବ୍ୟକ୍ତି  ବିପଦପୂର୍ଣ୍ଣ ଯୌନ କ୍ରିୟାଠାରୁ   ଦୂରେଇ  ସ୍ଵାସ୍ଥ୍ୟର  ଅବସ୍ଥାକୁ   ଆହୁରି ଖରାପ   କରିଦେଇପାରେ   ।
  • ଯୌନ ସମ୍ପର୍କ  ଦ୍ଵାରା ଏଚ୍ .ଆଇ.ଭି   ବ୍ୟାପିଥାଏ   । ଯୌନକ୍ରିୟାକୁ  ବର୍ଜନ  କରିବା  ଓ  ନିରାପଦ  ଯୌନ  କ୍ରିୟାଦ୍ୱାରା  ହିଁ   ସଂକ୍ରମଣକୁ  ରୋକାଯାଇପାରିବ  । ଯଦି ସଂକ୍ରମିତ  ବ୍ୟକ୍ତି  ଯୌନ ସଂସର୍ଗ   କରିବାକୁ  ଚାହାଁନ୍ତି  ତେବେ   କଣ୍ଡୋମ  ବ୍ୟବହାର  ବିଧେୟ   । ସଂକ୍ରମିତ  ବ୍ୟକ୍ତି  ତାଙ୍କର  ସାଥିଙ୍କ  ସହ  ସଂକ୍ରମଣ   ବିଷୟରେ  ଆଲୋଚନା  କରିବା  ଆବଶ୍ୟକ   କାରଣ  ସାଥି  ମଧ୍ୟ  ପରାମର୍ଶ  ଲୋଡିପାରନ୍ତି  ବା  ସଂକ୍ରମଣ  ପାଇଁ   ପରୀକ୍ଷା   କରାଇପାରନ୍ତି  ।

ସଂକ୍ରମିତ  ବ୍ୟକ୍ତି  କେବେଠାରୁ  ଏଚ୍ .ଆଇ.ଭି ରେ  ଆକ୍ରାନ୍ତ  ହେଲେଣି  ଓ କିପରି   ତାହା  ପରୀକ୍ଷା  ଦ୍ଵାରା  ଜଣା  ପଡି  ନଥାଏ, ଏହି ବିଷୟ  ଭଲଭାବରେ  ପରାମର୍ଶ ଗ୍ରହିତାଙ୍କୁ  ବୁଝାଇ  ଦିଅନ୍ତୁ  ଏବଂ କହି  ରଖନ୍ତୁ ଯେ   ସାଥିଙ୍କ  ସହିତ  ସମ୍ପର୍କ  ହେବା  ପୂର୍ବରୁ  ମଧ୍ୟ  ସଂକ୍ରମଣ   ହୋଇପାରିଥାଏ ; ସେଥିପାଇଁ  ବର୍ତ୍ତମାନର   ସାଥୀଙ୍କୁ  କେବଳ  ଅବିଶ୍ଵାସ  କରିବା  ଉଚିତ୍  ନୁହେଁ   । ଏଚ୍.ଆଇ.ଭି  ଥିବା  ବ୍ୟକ୍ତି  ନିଜର  ସଂକ୍ରମଣ  କଥା  ଅନ୍ୟଙ୍କୁ  ଜଣାଇବାରେ  ଭଲମନ୍ଦ  କ’ଣ  ତାହା  ପରାମର୍ଶଦାତା  ଭଲଭାବରେ  ସଂକ୍ରମିତ  ବ୍ୟକ୍ତିଙ୍କୁ  ବୁଝାଇଦେବା  ଉଚିତ  ।

ପ୍ରକୃତରେ  ପରିବାର  ଏବଂ ନିକଟ  ସମ୍ପର୍କୀୟଙ୍କୁ  ସଂକ୍ରମଣ  ବିଷୟ  ଜଣାଇବାର  କିଛିଟା  କାରଣ  ରହିଛି   । ସଂକ୍ରମିତଙ୍କୁ  ସାହାଯ୍ୟ  ସହଯୋଗ  କରିବାକୁ  ସେମାନଙ୍କୁ   କହିବା  ସହିତ  ଏଥିରେ  ସେମାନଙ୍କର   ଉପକାର   କ ’ଣ  ହେବ  ତାହା  ବୁଝାଇଦେବା  ଆବଶ୍ୟକ  । କେତେକେ  ବ୍ୟକ୍ତି  ସଂକ୍ରମିତ  ବ୍ୟକ୍ତିଙ୍କ  ସହିତ   ଯୋଗାଯୋଗ   ଓ ସାହାଯ୍ୟ  କରିବା  ପାଇଁ  ଲଜ୍ୟାବୋଧ  କରନ୍ତି   । ଏ କ୍ଷେତ୍ରରେ  ପରାମର୍ଶଦାତାଙ୍କ   ଭୂମିକା  ଗୁରୁତ୍ୱପୂର୍ଣ୍ଣ   ।

ପରାମର୍ଶ  ଗ୍ରହିତାଙ୍କୁ  ସାହାଯ୍ୟ  କରିବା  ପାଇଁ  ପରାମର୍ଶଦାତା  ପ୍ରଶ୍ନ  ମାଧ୍ୟମରେ   କେତେକେ   ସମାଧାନ  କରି ପାରିବେ   । ଯଥା  ଆପଣ   ଯେଉଁ  ବ୍ୟକ୍ତିଙ୍କୁ   ଭଲ  ପାଉଛନ୍ତି , ସେମାନଙ୍କୁ  ଯଦି ଆପଣଙ୍କର   କ ’ଣ  ହେଉଛି  କହିବେ , ତେବେ  ସେମାନଙ୍କର  ଅନୁଭବ  କ ’ଣ  ହେବ  । ପରାମର୍ଶ ଗ୍ରହିତା  ବୁଝିବା  ଆବଶ୍ୟକ  ଯେ  ତାଙ୍କର  ସ୍ତ୍ରୀ  ବା  ସ୍ଵାମୀ  ଏ ବିଷୟ  ଜାଣିବା  ପରେ  କିପରି  ଆଚରଣ  ପ୍ରଦର୍ଶନ  କରିବେ  । ଭୂମିକା  ଅଭିନୟ  ମାଧ୍ୟମରେ   ପରାମର୍ଶଦାତା ପରାମର୍ଶଗ୍ରହିତାଙ୍କୁ  ବୁଝାଇ  ଦେଇପାରିବେ  ଯେ  ସେ  କିପରି  ଏହି  ଖବର  ଘରେ  ଜଣାଇବେ  ।

ଲଜ୍ୟା , ସଙ୍କୋଚ  ଓ  ଭୟରେ  ଅଧିକାଂଶ  ବ୍ୟକ୍ତି  ପରାମର୍ଶ  ପାଇଁ  ଆସି  ନଥାନ୍ତି , ଯେ  ପର୍ଯ୍ୟନ୍ତ  ସେ ଏଚ୍ .ଆଇ.ଭି ସଂକ୍ରମିତ  ହୋଇନଥାନ୍ତି  । ପରାମର୍ଶଦାତା  ଏ ସମୟରେ  ବ୍ୟକ୍ତି  ଯେପରି  ପୁନର୍ବାର   ଏଚ୍ .ଆଇ.ଭି  ସଂକ୍ରମଣ  ନ  କରନ୍ତି  ସେ  ବିଷୟରେ  ଯତ୍ନଶୀଳ  ହେବା  ଆବଶ୍ୟକ   । ଏଚ୍ .ଆଇ.ଭି ସଂକ୍ରମଣର  ତିନୋଟି  ମାଧ୍ୟମ ବିଷୟରେ  ପରାମର୍ଶଦାତା  ପରାମର୍ଶଗ୍ରହିତାଙ୍କୁ ବୁଝାଇବା ଉଚିତ୍   ।

ଏଚ୍ .ଆଇ.ଭି   ଗୁଣାତ୍ମକ  ମାନ  କ ’ଣ  ବ୍ୟକ୍ତିଙ୍କୁ  ବୁଝାଇବା  ଉଚିତ୍  ।

  • ବ୍ୟକ୍ତି  ଏଚ୍ .ଆଇ.ଭି  ସଂକ୍ରମଣ  ପରେ  କିପରି   ଅନୁଭବ  କରୁଛି , ତାହାର  ଆଲୋଚନା   ।
  • ନକରାତ୍ମକ  ଅନୁଭବ  ହୋଇଥଲେ  ବ୍ୟକ୍ତିଙ୍କୁ  ଉପଯୁକ୍ତ   ପରାମର୍ଶ   ।
  • ଭବିଷ୍ୟତ  ଯୋଜନାର   ଆଲୋଚନା   ।
  • ଆଗାମୀ ପରାମର୍ଶ  ପାଇଁ  ବ୍ୟକ୍ତିଙ୍କ   ସହିତ  ଉତ୍ତମ  ସମ୍ପର୍କ  ସ୍ଥାପନ
  • ମେଡିକାଲ  ସେବା  ବାବଦରେ  ବ୍ୟକ୍ତିଙ୍କୁ  ଅବଗତ  ଓ  ପର  ପରାମର୍ଶ  ପାଇଁ  ଉପଦେଶ
  • ଯଦି  ସମ୍ଭବ  ସଂକ୍ରମିତ  ବ୍ୟକ୍ତିଙ୍କ  ସାଥୀଙ୍କୁ  ପରାମର୍ଶ   ।

ଏଚ୍ .ଆଇ.ଭି ପରୀକ୍ଷା  ଫଳ  ସମୟେ  ସମୟେ ନା  ଗୁଣାତ୍ମକ  ବା  ନା  ଧନାତ୍ମକ  ହୋଇଥାଏ । ଏ କ୍ଷେତ୍ରରେ ପରାମର୍ଶଦାତା  ଦୁଇଟି  ବିଷୟ ଉପରେ  ଅଧିକ  ଧ୍ୟାନ ଦେବା  ଉଚିତ   ଯଥା :

  1. କେଉଁ  ପ୍ରକାର  ପରୀକ୍ଷା  ହୋଇଥିଲା : ପ୍ରଥମ  ପରୀକ୍ଷାରେ  ଯଦି  ସଠିକ୍  କିଛି  ଜଣା ନ ପଡିଲା  ତେବେ  ପରୀକ୍ଷା   ପୁନର୍ବାର ହେବା ଆବଶ୍ୟକ   । ତଥାପି  ଯଦି  ଜଣା ନ ପଡିଲା  ତେବେ  ୱେଷ୍ଟର୍ଣ୍ଣ  ବ୍ଲଟ  ବା  ଏଲିସା  ପରୀକ୍ଷା   ପୁନର୍ବାର   ହେବା  ହେବା  ଆବଶ୍ୟକ   । ପ୍ରଥମ  ରକ୍ତ  ନମୁନା  ସଂଗ୍ରହର  ୨ ସପ୍ତାହ  ପରେ  ଆଉ ଥରେ  ରକ୍ତ  ସଂଗ୍ରହ  କରି  ପରୀକ୍ଷା  କରାଯିବା ଉଚିତ୍   । ଉଭୟ  ରକ୍ତ  ପୁନଃ  ପରୀକ୍ଷା   ହେବା  ଆବଶ୍ୟକ   । ଯଦି  ପୁନର୍ବାର  ପରୀକ୍ଷା  ଫଳାଫଳ  ସଠିକ୍   ଜଣା ନ ପଡେ  ତେବେ ବ୍ୟକ୍ତିର ଏଚ୍ .ଆଇ.ଭି ଆଣ୍ଟିବାଡି  ଧନାତ୍ମକ  ଭାବରେ   ଧରାଯାଏ  । ସେ  ଯାହାହେଉ  ଯେଉଁ  ରକ୍ତ  ପରୀକ୍ଷା  ଦ୍ଵାରା  ଏଚ୍ .ଆଇ.ଭି  ସଂକ୍ରମଣ  ଜଣା  ପଡେ  ନାହିଁ , ସେ  ରକ୍ତ  ବ୍ୟବହାର  କରିବା  ଉଚିତ୍  ନୁହେଁ  ।
  2. ପରୀକ୍ଷା  ଫଳାଫଳ   ସଠିକ୍  ଜଣା ନ  ପଡିଲେ  ସେ  ସମୟରେ  ପ୍ରତିରୋଧକ  ବ୍ୟବସ୍ଥା  ।

ପ୍ରଥମଥର   ଫଳାଫଳ ସଠିକ୍  ଜଣା ନ ପଡିଲେ , ପୁଣିଥରେ  ପରୀକ୍ଷା  କରି  ଫଳାଫଳ  ଜାଣିବା ପାଇଁ  ସମୟ  ଲାଗିଥାଏ  । ଏହି ସମୟରେ   ପରାମର୍ଶଦାତା , ବ୍ୟକ୍ତିଙ୍କୁ  ସବୁ ପ୍ରକାର  ପ୍ରତିଷେଧାତ୍ମକ  ବ୍ୟବସ୍ଥା  ଆପଣାଇବା  ପାଇଁ  କହିବା  ଉଚିତ୍   । ଏହା ଦ୍ଵାରା ବ୍ୟକ୍ତି  ପୁନର୍ବାର  ଏଚ୍ .ଆଇ.ଭି  ସଂକ୍ରମଣ  କରିବେ  ନାହିଁ   ଏହି ଫଳାଫଳର   ଅଜଣା  ସମୟ  ବ୍ୟକ୍ତି  ପାଇଁ  କଷ୍ଟଦାୟକ  ହୋଇଥାଏ  ଓ ବ୍ୟକ୍ତିର  ମନସ୍ତାତ୍ତ୍ଵିକ  ସମସ୍ୟା  ସୃଷ୍ଟି  ହୋଇଥାଏ   ।

କଣ୍ଡୋମ୍ ବ୍ୟବହାର :

ପରୀକ୍ଷା  ପର  ପରାମର୍ଶରେ  ପରାମର୍ଶଦାତା   କଣ୍ଡୋମ୍  ବ୍ୟବହାରର  ମହତ୍ଵ  ଆଲୋଚନା  କରିବା ଆବଶ୍ୟକ   । କେତେକେ  ସ୍ଥଳରେ  କଣ୍ଡୋମ୍   ବ୍ୟବହାର   ନ  କରିବା  ପାଇଁ   ବ୍ୟକ୍ତିମାନେ  ଚାହିଁଥାଆନ୍ତି  କିନ୍ତୁ  ସେ ଯେପରି  କଣ୍ଡୋମ୍  ବ୍ୟବହାର  କରିବେ , ବ୍ୟକ୍ତିଙ୍କୁ  ଉତ୍ତମ  ପରାମର୍ଶ  ଦେବା  ଉଚିତ୍  । କଣ୍ଡୋମ୍  ଯେପରି  ନିର୍ଭୁଲ୍  ଭାବରେ  କରାଯିବ  ବ୍ୟକ୍ତିକୁ   ବୁଝାଇବା  ଉଚିତ୍  । ସବୁଠାରୁ  ଗୁରୁତ୍ଵପୂର୍ଣ୍ଣ , ପ୍ରତ୍ୟକ  ଯୌନ  ସମ୍ପର୍କ  ସମୟରେ  ନୂଆ  କଣ୍ଡୋମ୍  ବ୍ୟବହାର  ହେବା  ଉଚିତ୍  ।

ଆଧାର - "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate