অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉଚ୍ଚ ରକ୍ତଚାପ

ଉପକ୍ରମ

ଅନିୟମିତା ଜୀବନଶୈଳୀ ବ୍ୟାୟାମର ଅଭାବ ଓ ଅତ୍ୟଧିକ ମାନସିକ ଚାପ ଯୋଗୁଁ ଉଚ୍ଚ ରକ୍ତ ଚାପ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିବର୍ଷ ମେ ୧୭ ତାରିଖରେ ପାଳନ ହେଉଛି ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ ।

ଏହାକୁ ନେଇ ବିଶେଷ ପ୍ରସଙ୍ଗ ‘ନିରବ ଘାତକ ଉଚ୍ଚ ରକ୍ତଚାପ' ଭାରତରେ ବୃଦ୍ଧି ପାଉଛି ଉଚ୍ଚ ରକ୍ତଚାପ ( ହାଇପରଟେନସନ୍ ) ରୋଗୀଙ୍କୁ ସଂଖ୍ୟା ପରିବର୍ତ୍ତନଶୀଳ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ବୃଦ୍ଧି ପାଉଛି । ଗବେଷକଙ୍କ କହିବାନୁସାରେ ୨୦୨୦ ବେଳକୁ ଭାରତରେ ଏକ ତୃତୀୟାଂଶ ଲୋକ ଉଚ୍ଚ ରକ୍ତଚାପ ଶିକାର ହେବା । ୨୦୧୬ ରେ ହୋଇଥିବା ଏକ ଗଣନାରୁ ଜଣାପଡିଛି ସହରାଞ୍ଚଳରେ ୨୦ ରୁ ୪୦ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇଥିବାବେଳେ ଗ୍ରାମାଞ୍ଚଳରେ ୧୨ରୁ ୧୭ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇଛନ୍ତି । ଭାରତରେ ବର୍ଷକୁ ପ୍ରାୟ ୧.୫ ମିଲିୟନ୍ ଲୋକ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁମୁଖରେ ପଡିଥାନ୍ତି । ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ଵରେ ବର୍ଷକୁ ୧୨.୮ ପ୍ରତିଶତ ଲୋକ ବିଭିନ୍ନ କାରଣରୁ ମୃତ୍ୟୁ ମୁଖରେ ପଡିଥିବାବେଳେ ୭.୫ ମିଲିୟନ ଲୋକ କେବଳ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁ ମୁଖରେ ପଡିଥାନ୍ତି । ସାଧାରଣତଃ ଉଚ୍ଚ ରକ୍ତଚାପ ବ୍ୟକ୍ତିକୁ ୪୦ ବର୍ଷ ଟପିଲେ ପରେ ଦେଖାଯାଏ । ହେଲେ ଆଜିକାଲି ୨୦-୩୦ ବର୍ଷ ବୟସର ବ୍ୟକ୍ତି, ବିଶେଷ କରି କଲେଜ ଛାତ୍ରମାନଙ୍କଠାରେ ଦେଖାଯାଉଛି । ଏଭଳି ଉଚ୍ଚ ରକ୍ତଚାପ ଜନିତ ରୋଗୀଙ୍କ ସଂଖ୍ୟା ବଢିବାର କାରଣ କ’ଣ ହୋଇପାରେ ।

କାରଣ

ଅସ୍ଵାସ୍ଥ୍ୟକର ଖାଦ୍ୟ

ବ୍ୟସ୍ତବହୁଳ ଜୀବନସୌଲ ଯୋଗୁଁ ବ୍ୟକ୍ତି ସର୍ବଦା ଫାଷ୍ଟପୁଡ୍, ଜଙ୍କଫୁଡ୍, ଓ ବାହାର ତିଆରି ହେଉଥିବା ତେଲ ମଶାଲ ଖାଦ୍ୟ ଖାଉଛି । ଯାହାକି ଉଚ୍ଚ ରକ୍ତଚାପ ବୃଦ୍ଧିର ମୁଖ୍ୟ କାରଣ । ଏହାଦ୍ଵାରା ରକ୍ତବାହୀ ନଳୀରେ କୋଲେଷ୍ଟେରଲ ବୃଦ୍ଧି ହୋଇ ନଳୀ ପଥକୁ ସରୁ କରିଦେଉଛି । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ପାଉଛି ।

ଶାରୀରିକ ପରିଶ୍ରମର ଅଭାବ

ଆଜିକାଲିର ଲୋକମାନେ ଶାରୀରିକ ପରିଶ୍ରମ ବ୍ୟତୀତ ମାନସିକ ପରିଶ୍ରମ କରିବାକୁ ପସନ୍ଦ କରୁଛନ୍ତି । ଅଧିକ ଟଙ୍କା ଲୋଭ ହିଁ ବ୍ୟକ୍ତିକୁ ଶାରୀରିକ ପରିଶ୍ରମଠାରୁ ଦୂରେଇ ରଖୁଛି । ସମୟ ଅଭାବରୁ ମଧ୍ୟ ବ୍ୟକ୍ତି ବ୍ୟାୟାମ କରୁନାହାନ୍ତି । ଏହାଦ୍ଵାରା ଶରୀରରେ ମେଦଜମା ହେଉଛି । ଯାହାକି ଉଚ୍ଚ ରକ୍ତଚାପ ମୁଖ୍ୟ କାରଣ।

ଅଧିକ ଲୁଣ ଖାଇବା

ଉଚ୍ଚ ରକ୍ତଚାପ ମୁଖ୍ୟ କାରଣ ହେଉଛି ଲୁଣ । ଆଡେଡ୍ ଲୁଣ ଅର୍ଥାତ୍ ଖାଦ୍ୟପ୍ରସ୍ତୁତ ପରେ ଅଧିକ ଲୁଣ ଛିଞ୍ଚି ଖାଇବା ଦ୍ଵାରା ହିଁ ରକ୍ତଚାପ ବୃଦ୍ଧି ହୋଇଥାଏ । ଏଣୁ ଯେତେ ସମ୍ଭବ ଲୁଣ କମ୍ ଖାଇବା ଦରକାର । ଜଣେ ଦିନକୁ ମାତ୍ର ୫ ଗ୍ରାମ୍ ଲୁଣ ଖାଇବା ଦରକାର ।

ଦୁଃଚିନ୍ତା କରିବା

ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଁ ଚିନ୍ତା ହେଉଛି ଅନ୍ୟତମ ଏକ ମୁଖ୍ୟ କାରଣ । ଆବଶ୍ୟକତାଠାରୁ ଅଧିକ କାମ କରିବାର ନିଶା,ଅଧିକ ଧନ ଅର୍ଜନ କରିବାର ପ୍ରୟାସ ହିଁ ମଣିଷକୁ ଚିନ୍ତାରେ ପକାଉଛି । ଚିନ୍ତାରେ ରହିବା ଯୋଗୁଁ ବ୍ୟକ୍ତିଠାରେ ଉଚ୍ଚ ରକ୍ତଚାପ ବୃଦ୍ଧି ପାଏ ।

ନିଶାସେବନ କରିବା

ଯୁବପିଢି ତମାଖୁ ତଥ୍ୟ ଗୁଟୁକା, ବିଡି ସିଗାରେଟ୍ ଆଦି ଓ ଆଲକୋହଳ ଯୁକ୍ତ ପାନୀୟ ଗ୍ରହଣ କରିବା ଯୋଗୁଁ ଶୀରା ପ୍ରଶିରା ଦୁର୍ବଳ ହୋଇଯାଉଛି । ଏହାଦ୍ଵାରା ରକ୍ତଠିକ୍ ଭାବରେ ସଞ୍ଚାଳନ ହୋଇପାରେ ନାହିଁ । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଉଛି ।

ହର୍ମୋନ ନିର୍ଗତରେ ଅନିୟମତତା

ହର୍ମୋନରେ ଅସନ୍ତୁଳନ ଦେଖାଦେଲେ ମଧ୍ୟ ଉଚ୍ଚ ରକ୍ତଚାପ ବୃଦ୍ଧି ହୋଇଥାଏ । ବେଳେବେଳେ ବୟସ୍କମାନଙ୍କ କ୍ଷେତ୍ରରେ ହର୍ମୋନ ଅନିୟମିତତା ଉଚ୍ଚ ରକ୍ତଚାପ କାରଣ ହୋଇଥାଏ ।

ଗର୍ଭନିରୋଧକ ବଟିକା ଖାଇବା

ଗର୍ଭନିରୋଧକ ବଟିକା ଓ ପେନ୍ କିଲର ଖାଇବା ଦ୍ଵାରା ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଏ । ଏହି ବଟିକା ଦ୍ଵାରା ରକ୍ତ ଜମାଟ ବାନ୍ଧେ । ଏହାଦ୍ଵାରା ରକ୍ତ ସଂଞ୍ଚାଳନ ସୁଚାର ରୂପେ ନ ହୋଇପାରିବା ଯୋଗୁଁ ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଏ ।

ଗାଢ ନିଦ୍ରା ନଯିବା

ଗାଢ ନିଦ୍ରା ନ ହେଲେ ମଧ୍ୟ ଉଚ୍ଚ ରକ୍ତଚାପ ଦେଖାଯାଏ । ଦିନକୁ ୮ ଘଣ୍ଟା ଗାଢ ନିଦ୍ରାରେ ଶୋଇବା ଦରକାର । ଯଦି ଏଥିରେ ଅନିୟମିତତା ଦେଖାଯାଏ, ବ୍ୟକ୍ତି ଉପଯୁକ୍ତ ମାତ୍ରାରେ ଶୋଇ ନପାରେ, ଚିନ୍ତାରେ ରହେ ଓ ତା’ ଠାରେ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ପାଏ ।

ଲକ୍ଷଣ

  • ମୁଣ୍ଡବ୍ୟଥା
  • ମୁଣ୍ଡବୁଲାଇବା
  • ଦୃଷ୍ଟିଶକ୍ତି ହ୍ରାସ
  • ଚିଡିଚିଡା ଲାଗିବା
  • ବାନ୍ତି ଲାଗିବା ଓ ବାନ୍ତି ହେବା
  • ଚାଲିବ ସମୟରେ ଧଇଁସଇଁ ଲାଗିବା
  • ପାଦ ଫୁଲଲିବା

ପ୍ରଭାବ

ଉଚ୍ଚ ରକ୍ତଚାପ ବୃଦ୍ଧି ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୁଏ । ବ୍ରେନ୍, ହୃତପିଣ୍ଡ କିଡନୀ ଓ ଆଖିବିଶେଷ ପ୍ରଭାବିତହୋଇଥାଏ । ସମୟ ସମୟ ଉଚ୍ଚ ରକ୍ତଚାପ ଜୀବନ ନେଇଥାଏ । ହେଲେ ସବୁ ସମୟରେ ମଣିଷ ଜାଣିପାରେ ନାହିଁ ଯେ ସେ ଉଚ୍ଚ ରକ୍ତଚାପ ଶିକାର ହୋଇଛି । ବିନା ଚିକିତ୍ସାରେ ଏହା ଦୀର୍ଘଦିନ ଧରି ରହିବା ଯୋଗୁଁ ବ୍ରେନ୍ ଷ୍ଟୋକ୍, ହୃଦଘାତ କିଡନୀ ଫେଲ୍ୟୁୟର ଓ ରେଟିନା ଦୁର୍ବଳ ହୋଇଥାଏ । ଏହି ଅଙ୍ଗଗୁଡିକ କିପରି ପ୍ରଭାବିତ ହୁଏ ।

ମସ୍ତିଷ୍କ

ଉଚ୍ଚ ରକ୍ତଚାପ ବୃଦ୍ଧି ଦୁଇ ପ୍ରକାର ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ । ଇସଚେମିକ୍ ଷ୍ଟ୍ରୋକ୍ ଓ ହେମୋରେଜିକ୍ ଷ୍ଟ୍ରୋକ୍ । ବ୍ରେନ୍ କୁ ସଂଯୋଗ ହୋଇଥିବା ରକ୍ତବାହୀ ନଳୀରେ ଜମାଟ ବାନ୍ଧିବା ବ୍ରେନ୍ କୁ ରକ୍ତ ସଞ୍ଚାଳନ ଫ୍ଲୋ କମିଯାଏ । ବ୍ରେନ୍ କୁ ସଂଯୋଗ ରକ୍ତବାହୀ ନଳୀରେ କୋଲେଷ୍ଟରଲର ମାତ୍ରା ବୃଦ୍ଧି ପାଇଲେ, ଇସଚେମିକ୍ ଷ୍ଟ୍ରୋକ୍ ହୁଏ । ବ୍ରେନ୍ ଷ୍ଟ୍ରୋକର ପ୍ରାୟ ୮୦ ପ୍ରତିଶତ ଇସଚେମିକ୍ ଷ୍ଟ୍ରୋକ ହୋଇଥାଏ । ରକ୍ତଚାପ ଅତ୍ୟଧିକ ବୃଦ୍ଧି ପାଇଲେ ବ୍ରେନ୍ କୁ ସଂଯୋଗ ହୋଇଥିବା ନଳୀ ଫାଟିଗଲେ ହେମୋରେଜିକ୍ ଷ୍ଟ୍ରୋକ ହୋଇଥାଏ ।

ଚକ୍ଷୁ

ଦେଖିବାରେ ଆଖି ସହ ସଂଯୋଗ ରେଟିନା ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ଯୋଗୁଁ ରେଟିନା ସହିତ ସଂଯୋଗ ଥିବା ରକ୍ତବାହୀ ନଳୀ ଦୁର୍ବଳ ହୋଇଥାଏ । ଏହାଦ୍ଵାରା ରେଟିନା ଉତ୍ତମ ଭାବେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ । ଫଳରେ ଦୃଷ୍ଟିଶକ୍ତି ହ୍ରାସ ପାଏ । ବ୍ୟକ୍ତିକୁ ଝାପସା ଝାପସା ଦେଖାଯାଏ ।

କିଡନୀ

ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପ ଲାଗି ରହିଲେ କିଡନୀ ପ୍ରଭାବିତ ହୋଇଥାଏ । କିଡନୀ ରକ୍ତକୁ ଛାଣି ପରିଷ୍କାର କରିଥାଏ । ଆମ ଶରୀରରୁ ଅପରିଷ୍କାର ଦ୍ରବ୍ୟ ବାହାରକୁ ବାହାର କରିଥାଏ । ହେଲେ ଉଚ୍ଚ ରକ୍ତଚାପ ଯୋଗୁଁ ଅଧିକ ରକ୍ତ କିଡନୀ ପ୍ରଭାବିତ ହୋଇଥାଏ । ଏହାଦ୍ଵାରା କିଡନୀ ଉପରେ ଚାପ ପଡେ । ଯାହାଦ୍ଵାରା କିଡନୀ ଦୁର୍ବଳ ହୋଇଯାଏ । ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପ ରହିଲେ କିଡନୀ ଅକାମୀ ହୋଇଥାଏ ।

ହୃତପିଣ୍ଡ

ଉଚ୍ଚ ରକ୍ତଚାପ ବିଶେଷ ପ୍ରଭାବ ହୃତପିଣ୍ଡ ଉପରେ ପଡେ । ରକ୍ତଚାପ ଉଚ୍ଚ ହେଲେ ହୃତସ୍ପନ୍ଦନ ଯୋଗୁଁ ହୃତପିଣ୍ଡର ମାଂସପେଶୀ ଦୁର୍ବଳ ହୋଇଯାଏ । ରକ୍ତଚାପ ବଢିବ ପରେ ରକ୍ତବାହୀନଳୀ ସରୁ ହୋଇଯାଏ । ଫଳରେ ହୃତପିଣ୍ଡକୁ ରକ୍ତ ସ୍ରାବ କମିଯାଏ କିମ୍ବା ବନ୍ଦ ହୋଇଯାଏ । ଏହାଦ୍ଵାରା ହୃଦଘାତ ହୁଏ ।

ନିବାରଣ

  • ଉଚ୍ଚ ରକ୍ତଚାପରୁ ରକ୍ଷା ପାଇବା ପାଇଁ ପ୍ରଥମେ ଖାଦ୍ୟ ପେୟରେ ନିୟନ୍ତ୍ରଣ ରହିବା ଦରକାର । ଯେତେସମ୍ଭବ ଲୁଣ କମ୍ ଖାଇବା ଦରକାର । ଦିନକୁ ମାତ୍ର ୫ ଗ୍ରାମ ଲୁଣ ଖାଆନ୍ତୁ । ଏହାଠାରୁ ଅଧିକ ଖାଇବା ଅସୁବିଧା । ତେଲମସଲା, ଫାଷ୍ଟଫୁଡ୍ ଓ ଜଙ୍କଫୁଡ୍ ପରି ଖାଦ୍ୟଠାରୁ ଦୂରେଇ ରହନ୍ତୁ । ସବୁଜ ପନିପରିବା ଓ ତଟକା ଖାଦ୍ୟ ଖାଆନ୍ତୁ ।
  • ପରିବର୍ତ୍ତନ ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ୪୦ ବର୍ଷ ପୂର୍ବରୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଉଛି । ଏଣୁ ୩୫-୪୦ ବର୍ଷ ପରେ ସମସ୍ତେ ବର୍ଷକୁ ଥରେ ରକ୍ତଚାପ ହୋଇଥିଲେ, ତାହା ହଠାତ୍ ଜଣାପଡେ ନାହିଁ । ବଂଶରେ କାହାର ଉଚ୍ଚ ରକ୍ତଚାପ ଥିଲେ ଡାଇବେଟିସ୍ କିମ୍ବା ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲେ ୬ ମାସରେ ଥରେ ରକ୍ତଚାପ ପରୀକ୍ଷା କରିବା ଦରକାର ଏଥିପ୍ରତି ଅଧିକ ସଚେତନ ହେବା ଉଚିତ୍ ।
  • ପ୍ରତିଦିନ ବ୍ୟାୟାମ ଓ ଯୋଗୁଁ କରନ୍ତୁ । ଏହାଦ୍ଵାରା ଶରୀରର ଅଙ୍ଗପ୍ରତ୍ୟଙ୍ଗ ସକ୍ରିୟ ରହେ । ଏହାଦ୍ଵାରା ମେଦବୃଦ୍ଧି ହୁଏ କି ଉଚ୍ଚ ରକ୍ତଚାପ ମଧ୍ୟ ହୁଏ ନାହିଁ ।
  • ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟଠାରୁ ଦୁରେଇ ରହନ୍ତୁ । ବିଶେଷ କରି ଧୂମପାନଠାରୁ ଦୂରେଇ ରହିବା ଦରକାର । କାରଣ ଏହା ଶୀରାପ୍ରଶୀରାକୁ ସଙ୍କୁଚିତ କରିଦିଏ । ଯାହାଦ୍ଵାରା ଉଚ୍ଚ ରକ୍ତଚାପର ଆଶଙ୍କା ବଢିଯାଏ ।
  • ଉଚ୍ଚ ରକ୍ତଚାପ ଶିକାର ହୋଇଥିବା ବ୍ୟକ୍ତି ନିୟମିତ ଭାବରେ ଔଷଧ ଖାଇବା ଦରକାର । ଦିନେ ବି ବନ୍ଦ କରିବା ଉଚିତ୍ ନୁହେଁ । ବି.ପି ମେଡ଼ିସିନ୍ ଗୋଟିଏ ଦିନ ବନ୍ଦ ହେଲେ ବି ବ୍ରେନ୍ ଷ୍ଟ୍ରୋକ୍, ହୃତଘାତ ହେବାର ଆଶଙ୍କା ବଢିଯାଏ । ଏଣୁ ରୋଗୀ ଭୁଲ୍ ରେ ବି ଔଷଧ ବନ୍ଦ କରିବା ଉଚିତ୍ ନୁହେଁ ।
  • ଚିନ୍ତା, ଅତ୍ୟଧିକ କାମଠାରୁ ଦୂରରେ ରହି ଉପଯୁକ୍ତ ପରିମାଣ ତଥା ୬-୮ ଘଣ୍ଟାଗାଢ ନିଦ୍ରାରେ ଶୁଅନ୍ତୁ ।
  • ଉଚ୍ଚ ରକ୍ତଚାପ ଶିକାର ହୋଇଥିବା ବ୍ୟକ୍ତି ୨-୩ ମାସରେ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । କାରଣ ଔଷଧ ଡୋଜ୍ ପରିବର୍ତ୍ତନ କରିବାକୁ ପଡିପାରେ ।

ଡାକ୍ତର କ’ଣ କହନ୍ତି ?

ଧୂମପାନଠାରୁ ଦୂରେଇ ରହନ୍ତୁ – ଡାକ୍ତର ଅନୁପ କୁମାର ବୁଦ୍ଧିଆ

ବିଭିନ୍ନ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ହେଉଛି । ସେଥି ମଧ୍ୟରୁ ଧୂମପାନ ଅନ୍ୟତମ । ସିଗାରେଟ୍, ବିଡିରେ ରହିଛି ଅନେକ ବିଷାକ୍ତ କେମିକାଲ୍ । ଯାହା ଧୂଆଁ ମାଧ୍ୟମରେ ଶରୀର ମଧ୍ୟକୁ ପ୍ରବେଶ କରେ । ଏହାର ପ୍ରଭାବରେ ଶୀରା ପ୍ରଶୀର ଦୁର୍ବଳ ହୋଇ ସରୁ ହୋଇଯାଏ । ଫଳରେ ରକ୍ତଚାପ ବୃଦ୍ଧି ହୁଏ । ଯାହାକି ବ୍ରେନ ହୃତପିଣ୍ଡ କିଡନୀ ଓ ଆଖି ଉପରେ ବିଶେଷ ପ୍ରଭାବ ପକାଏ । ବିଶେଷ କରି ଧୂମପାନ କରୁଥିବା ବ୍ୟକ୍ତିଠାରେ ଉଚ୍ଚ ରକ୍ତଚାପ ସମସ୍ୟା ବେଶି ଦେଖାଯାଏ । ଏଣୁ ଧୂମପାନଠାରୁ ଦୂରେଇ ରହିବା ଦରକାର । ପ୍ରତିଦିନ ୩୦ ମିନିଟ୍ ରୁ ଅଧିକ ସମୟ ବ୍ୟାୟମ ଓ ଯୋଗ କରନ୍ତୁ । ଉଚ୍ଚ ରକ୍ତଚାପ ଶିକାର ବ୍ୟକ୍ତି ନିୟମିତ ଔଷଧ ସେବନ ସହ ପ୍ରତି ୨-୩ ମାସରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ମାନସିକ ଚିନ୍ତାକୁ ଦୁରାନ୍ତୁ - ଡାକ୍ତର ଜିତେନ୍ଦ୍ର ପଟ୍ଟନାୟକ

ଦୁଃଶ୍ଚିନ୍ତା ଓ ମାନସିକ ଅଶାନ୍ତି ହିଁ ଉଚ୍ଚ ରକ୍ତଚାପ ବୃଦ୍ଧିର ଏକ ମୁଖ୍ୟ କାରଣ । ଆଜିକାଲି ଲୋକମାନେ ଅର୍ଥ ଲୋଭରେ ନିଜର ପରିବାରଠାରୁଅଧିକ କାମ କରୁଛନ୍ତି । ଯାହା ତାଙ୍କୁ ମସ୍ତିଷ୍କ ଉପରେ ଚାପ ପକାଉଛି । ସେମାନେ ଚିନ୍ତାରେ ରହୁଛନ୍ତି । ଏହାଦ୍ଵାରା ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଏଣୁ ପାରିପାର୍ଶ୍ଵକ ଚିନ୍ତାଗ୍ରସ୍ତରୁ ଦୂରେଇ ରହି ବ୍ୟାୟାମ, ଯୋଗ ଓ ମର୍ଣ୍ଣିଂୱାର୍କକୁ ଦିନଚର୍ଯ୍ୟାରେ ସାମିଲ କରିବା ଦରକାର । ଏହାଦ୍ଵାରା ଶାରୀରିକ କ୍ରିୟାକଳାପ ସକ୍ରିୟ ରହିବ । ରକ୍ତ ସଞ୍ଚାଳନ ଉତ୍ତମ ଭାବେ ହୋଇପାରିବ । ବୟସ ୪୦ ଟପିଲେ ରକ୍ତଚାପ ପରୀକ୍ଷା କରିବା ଦରକାର । ବିଶେଷକ କରି ତେଲ, ଘିଅ ଚର୍ବିଜାତୀୟ, ଜଙ୍କଫୁଡ୍, ଫାଷ୍ଟଫୁଡ୍ ଓ ଅଧିକ ଲୁଣ ଜାତୀୟ ଖାଦ୍ୟଠାରୁ ଦୂରେଇ ରହନ୍ତୁ । ଏହାଦ୍ଵାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ ।

ଅଧିକ ଲୁଣ କ୍ଷତିକାରକ – ବିନୋଦ ପାତ୍ର

ରକ୍ତଚାପ ବୃଦ୍ଧିର ମୁଖ୍ୟ କାରଣ ହେଉଛି ଲୁଣ । ଅଧିକ ଲୁଣ ଖାଇବା ଦ୍ଵାରା ହିଁ ବ୍ୟକ୍ତି ଉଚ୍ଚ ରକ୍ତଚାପ ଶିକାର ହେବାର ଆଶଙ୍କା ବଢିଯାଏ । ଯେତେସମ୍ଭବ ଲୁଣ ଖାଇବା କମ୍ କରିବା ଉଚିତ୍ । ଦିନକୁ ଜଣେ ମାତ୍ର ୫ ଗ୍ରାମଲୁଣ ଖାଇପାରିବେ । ଏହାଠାରୁ କମ୍ ଖାଇଲେ ମଧ୍ୟ ଭଲ । ଖାଦ୍ୟକୁ ସ୍ଵାଦିଷ୍ଟ କରିବା ପାଇଁ ଲୁଣ ଖାଇଥାନ୍ତି ଲୋକ, ନଚେତ୍ ଲୁଣ ଆମ ସ୍ୱାସ୍ଥ୍ୟର କୌଣସି ଉପକାରରେ ଆସେ ନାହିଁ । ସେହିପରି ଅଧିକ ଲୁଣ ମିଶିଥିବା ଖାଦ୍ୟ ଯେପରି ମୁଢି, ମିକ୍ସଶ୍ଚର, ତେଲଛଣା ଖାଦ୍ୟ, ଚିପ୍ସ ଆଦି ଠାରୁ ଦୂରେଇ ରହିବା ଭଲ । ଆଜିକାଲି କଲେଜ ପିଲାଙ୍କଠାରୁ ଉଚ୍ଚ ରକ୍ତଚାପ ସମସ୍ୟା ଅଧିକ ଦେଖାଯାଉଛି । କାରଣ ପରିବର୍ତ୍ତନ ଜୀବନଶୈଳୀ ହିଁ ଏଥିପାଇଁ ଦାୟୀ । ମାନସିକ ଚିନ୍ତା, ନିଶା ତଥା ଧୂମପାନ, ମଦ୍ୟପାନ ଓ ତମାଖୁ, ଲୁଣ, କମ୍ ଶାରୀରିକ ପରିଶ୍ରମ ଓ ଅସ୍ଵାସ୍ଥ୍ୟକର ଖାଦ୍ୟ ଏହି ୫ ଟି କାରଣ ହିଁ ମୁଖ୍ୟତଃ ଉଚ୍ଚ ରକ୍ତଚାପ ପାଇଁ ଦାୟୀ ।

ନିୟମିତ ରକ୍ତଚାପ ପରୀକ୍ଷା କରନ୍ତୁ – ଡାକ୍ତର ମେନକା ଝା

ବ୍ରେନ୍ ଷ୍ଟ୍ରୋକ୍ ନିଜକୁ ରକ୍ଷା କରିବାକୁ ହେଲେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଦରକାର । ଏଥିପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ପ୍ରତିଦିନ ବ୍ୟାୟାମ କରିବା ଜରୁରି । ୫୦ରୁ ୫୫ ବର୍ଷ ବୟସର ବ୍ୟକ୍ତି ନିୟମିତ ଭାବରେ ରକ୍ତଚାପ ପରୀକ୍ଷା କରିବା ଦରକାର । ଏହାଦ୍ଵାରା ହିଁ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ । ଯଦି ରକ୍ତଚାପ ନିୟନ୍ତ୍ରଣରେ ନରହେ, ତେବେ ଏହାର ପ୍ରଥମ ପ୍ରଭାବ ପଡିବ ବ୍ରେନ ଉପରେ । ଉଚ୍ଚ ରକ୍ତଚାପ ପ୍ରଭାବରେ ମସ୍ତିଷ୍କକୁ ସଂଯୋଗ ହୋଇଥିବା ରକ୍ତବାହୀ ନଳୀ ଫାଟିଯାଏ । ଯାହାଦ୍ଵାରା ବ୍ରେନରେ ଷ୍ଟ୍ରୋକ୍ ହୋଇଥାଏ । ଏଣୁ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶରେ ରହି ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣରେ ରଖିବା ଦରକାର ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 4/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate