অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋଷ୍ଠବଦ୍ଧତା: ଶହେ ରୋଗର କାରଣ

କୋଷ୍ଠବଦ୍ଧତା

ଆଧୁନିକ ଜୀବନ ଶୈଳୀ ଅନେକ ସ୍ୱାସ୍ଥ୍ୟ  ସମସ୍ୟାକୁ ଜନ୍ମ ଦେଇଛି । ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ ଅନ୍ୟତମ । ଏହି ରୋଗର ଶିକାର ଛୋଟପିଲା, କିଶୋର, ଯୁବକ, ପ୍ରୌଢ ଏବଂ ବୃଦ୍ଧ ସମସ୍ତେ ହୋଇଛନ୍ତି । ଏହି ସମସ୍ୟା ଅନେକ ସମସ୍ୟାର ମୁଖ୍ୟକାରଣ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଣିଷ ଅନେକ ପ୍ରଚେଷ୍ଟା କରିଛି । କିନ୍ତୁ ଏହାର ସ୍ଥାୟୀ ସମାଧାନକିଛି କରିପାରି ନାହିଁ ।

ଆପଣଙ୍କ ଶରୀର ନିରୋଗ  ସେତେବେଳେ ଥାଏ : ଯେତେବେଳେ ଆପଣଙ୍କ ପେଟ ଭଲ ଭାବରେ ସଫ ହୋଇଥାଏ ବା ଝାଡା ସଫା  ହୋଇଥାଏ । କିନ୍ତୁ ଏହି ଦୃଷ୍ଟିକୋଣରୁ ଆଜିର ସମାଜରେ କେତେଜଣ ସୁସ୍ଥ ଅଛନ୍ତି ? ଯାହାକୁ ଦେଖ  ତାହାର କୋଷ୍ଠ କାଠିନ୍ୟ ସମସ୍ୟା । ତେବେ ଏ କୋଷ୍ଠକାଠିନ୍ୟ କଣ? ଏହା କାହିଁକି ହୁଏ? ଏଥିରୁ କଣ ମୁକ୍ତି ପାଇବାନୀ ? ଯଦି ହିଁ ତେବେ କେମିତି?

କୋଷ୍ଠକାଠିନ୍ୟ କଣ

ପେଟ ଭଲଭାବରେ ସାଫା ନ ହେବାର ସ୍ଥିତିକୁ ହିଁ କୋଷ୍ଠକାଠିନ୍ୟ କୁହାଯାଏ । ଏକ ସାମାନ୍ୟ ବ୍ୟକ୍ତି ଦିନକୁ ଦୁଇଥର ଶୌଚ ଯିବା ଉଚିତ୍ । କିନ୍ତୁ ଯେତେବେଳେ ବ୍ୟକ୍ତିର  ୨୪ ଘଣ୍ଟାରେ ଥରେ ମଧ୍ୟ ଶୌଚ କର୍ମ ନ ହୋଇଥାଏ କିମ୍ବା ଦୁଇତିନି ଦିନରେ ଥରେ ଝାଡା ହୁଏ କିମ୍ବା ଅଳ୍ପ ମାତ୍ରାରେ ହୁଏ ତାହାକୁ କୋଷ୍ଠବଦ୍ଧତାକୁ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା- ସାଧାରଣ କୋଷ୍ଠବଦ୍ଧତା ଖାଇବା ପିଇବାର ଅନିୟମିତତା ଯୋଗୁଁ ହୋଇଥାଏ । ଯାହାକି ଦୁଇ ତିନି ଦିନରେ ଠିକ୍ ହୋଇଯାଇଥାଏ । କିନ୍ତୁ କ୍ରୋନିକ୍ ବା ସ୍ଥାୟୀ କୋଷ୍ଠବଦ୍ଧତା ଳମ୍ବା ସମୟ ପର୍ଯ୍ୟନ୍ତ ଲାଗି ରହିଥାଏ ।

କୋଷ୍ଠବଦ୍ଧତାର କାରଣ

ମାନସିକ ଦୁଶ୍ଚିନ୍ତା, ଥାଇରଏଡ, ଗ୍ରନ୍ଥିର ଅଗତିଶାଳତା, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଆରାମଦାୟକ ଜୀବନଶୈଳୀ, ଫାଷ୍ଟଫୁଡ୍ ବା ଜଙ୍କଫୁଡ୍ ସେବନ କରିବା ଖାଦ୍ୟରେ ଅନିୟମିତତା, ମଳର ବେଗକୁ ରୋକିବା, ଶାରିରୀକ ଶ୍ରମ ଓ ବ୍ୟାୟାମ ନ କରିବା, ଖାଦ୍ୟ  ଖାଇବା, ପାଣି କମ୍ ପିଇବା ଚା, କଫିର ଅଧିକ ବ୍ୟବହାର ଧୂମପାନ ସେବନ ଆଦି ବହୁ କାରଣ ପାଇଁ କୋଷ୍ଠବଦ୍ଧତାର ରୋଗ ସୃଷ୍ଟି ହୋଇଥାଏ ।

କୋଷ୍ଠବଦ୍ଧତା ଜନିତ ରୋଗ

ଅର୍ଶ, ମଳକଣ୍ଟକ, ଭଗନ୍ଦର, ଗ୍ୟାଷ୍ଟିକ, ଏସିଡିଟି, ମୁଣ୍ଡ ବୁଲାଇବା, ଶରୀର ଦୁର୍ବଳ ଲାଗିବା, ଛାତିବିନ୍ଧାପେଟ ଦରଜ, ହାର୍ନିଆ, ମୂତ୍ର ରୋଗ, ଆଣ୍ଠୁଗଣ୍ଠି ବାତ, ଶ୍ଵାସମହିଳାଙ୍କ ପ୍ରଦର ରୋଗ, ଉଚ୍ଚ ରକ୍ତଚାପ ତୁଣ୍ଡଘା, ମୁଣ୍ଡ ବିନ୍ଧା, ଆଳସ୍ୟ ଶରୀର ଭାରି ଚିଡଚିଡା ପଣ ବ୍ରଣ ଚର୍ମରୋଗ ଆଦି ବହୁତ ରୋଗର କୋଷ୍ଠବଦ୍ଧତା ହିଁ କାରଣ ଅଟେ ।

କୋଷ୍ଠବଦ୍ଧତା ଉପଯୋଗୀ ଫଳ

ପିଜୁଳି, ଅଙ୍ଗୁର, ଅଞ୍ଜିର, ଅମୃତଭଣ୍ଡା ପାଚିଲା ଡାଳିମ୍ବ ଆଦି।

ପନିପରିବା

ଫୁଲକୋବି, ଧଣିଆପତ୍ର, ଭେଣ୍ଡି ଗାଜର,ଗୁଆଁର, ରସୁଣ ଆଳୁ ସଜନା ପିଆଜ, କଲରାବାଇଗଣ ସାରୁ, ଶିମ୍ବ ଆଦି ଖାଇବା ଆବଶ୍ୟକ ।

କୋଷ୍ଠବଦ୍ଧତାରୁ ମୁକ୍ତ ପାଇଁ କେତେକ ଉପାଦେୟ ତଥ୍ୟ

  1. ଫଳରସ ବା ଫଳ ଜୁସ୍ ବଦଳରେ ଖାଦ୍ୟ ପରେ ଯେକୌଣସି ଫଳ ସେବନ କରନ୍ତୁ ।
  2. ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ପର୍ଯ୍ୟନ୍ତ ପରିମାଣରେ ପାଣି ପିଅନ୍ତୁ ।
  3. ସକାଳ ଜଳଖିଆରେ ଅଙ୍କୁରିତ ଶସ୍ୟ ଯଥା- ଚଣାଗଜା, ମଉଜ ଗଜା, ଗହମ ଗଜା, ସୋୟାବିନ, ଆଦି ବ୍ୟବହାର କରନ୍ତୁ ।
  4. ନିୟମିତ ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ ।
  5. ଧୂମପାନ ସମ୍ପୂର୍ଣ ରୂପ ତ୍ୟାଗ କରନ୍ତୁ ।
  6. ଫାଷ୍ଟଫୁଡ୍ ଓ ଜଙ୍କଫୁଡ୍ ଆଦୌ ବ୍ୟବହାର କରନ୍ତୁ ନାହିଁ ।
  7. ଖାଦ୍ୟ ଧାର୍ଯ୍ୟ ପୂର୍ବକ ଏବଂ ଠିକ୍ ଭାବରେ ଚୋବାଇ ଚୋବାଇ ଖାଆନ୍ତୁ ।
  8. ସପ୍ତାହରେ ଗୋଟିଏ ଓଳି ଉପବାସରେ ରହନ୍ତୁ ।
  9. ଶୋଇବାର ଦୁଇଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରନ୍ତୁ ।
  10. ଶାରିରୀକ ଶ୍ରମ କରନ୍ତୁ ।
  11. ଚୋକଡ ମିଶା ଅଟା ବ୍ୟବହାର କରନ୍ତୁ ।
  12. ଭୋନରେ ସାଲଡ ବ୍ୟାହାର କରନୁ ।
  13. ତମ୍ବା ପାତ୍ରରେ ସନ୍ଧ୍ୟାବେଳେ ରହିଥିବା ପାଣିକୁ ଶଯ୍ୟା ତତ୍ୟାଗ ପରେ ତୁରନ୍ତ ଅଧୁଆ ମୁହଁରେ ପିଅନ୍ତୁ ।
  14. ଚା ଏବଂ କଫିରୁ ନିବୃତ ରହନ୍ତି ।
  15. ଠିକ୍ ସମୟରେ ଶୁଅନ୍ତୁ ଏବଂ ଠିକ୍ ସମୟରେ ଉଠନ୍ତୁ ।

ସଂଗୃହିତ : ଡାକ୍ତର ଦେବଦତ୍ତ ସାମନ୍ତରାୟ ଦିଶା ଆୟୁର୍ବେଦ, ଜଗତସିଂହପୁର

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate