অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃମିକଷ୍ଟରୁ ମୁକ୍ତି

କୃମିକଷ୍ଟରୁ ମୁକ୍ତି

ପେଟରେ ଥିବା ଆମାଶୟ ଏବଂ ଅନେକ ଦୋଷରେ କୃମିର ଭୂମିକା ରହିଥାଏ । ଅନ୍ତ୍ରର ବିଭିନ୍ନ ଦୋଷ ଓ ଖାଦ୍ୟପେୟର ଅନିୟମିତତା କାରଣରୁ କୃମି ଉତ୍ପନ୍ନ ହୋଇଥାଏ । ଏହା ବ୍ୟତୀତ ଡେରିରେ ହଜମ ହେଉଥିବା ଖାଦ୍ୟ ଖାଇଲେ ଅବା ପିଲାଙ୍କ ମଳଦ୍ଵାର ଭଲରେ ସଫା ନକଲେ ଧଳାରଙ୍ଗର କୃମି ସୃଷ୍ଟି ହୋଇଥାଏ । ମଇଦା ତିଆରି ଖାଦ୍ୟ ଖାଇଲେ ମଧ୍ୟ କୃମି ହୋଇଥାଏ ।

ଫିବ ତା ଆକୃତିର କୃମି ବୟସ୍କଙ୍କ ଶରୀରରେ ଅଧିକ ହୋଇଥାଏ । ଗୋଲ କୃମି ବା ଜିଆ ଛୋଟ ପିଲାଙ୍କ ଠାରେ ଦେଖିବାକୁ ମିଳେ ।

ରୋଗ ଚିହ୍ନଟ

1.  ମଳଦ୍ଵାର ଓ ନାକ କୁଣ୍ଡାଇ ହେବା ସହିତ ଅସ୍ଥିର ଲାଗିଥାଏ ।

2.  ଭୋକ ଲାଗିବା କମିଯାଏ, ଶରୀର ଦୁର୍ବଳ ହୋଇଥାଏ । ଯାହା କିଛି ଖାଇଲେ ଦେହରେ ଲାଗେ ନାହିଁ ଏବଂ ପିଲାଙ୍କ ପେଟ ବଡ଼ ହୋଇଯାଏ ।

3.  କୋଷ୍ଠ ବଦ୍ଧତା ସୃଷ୍ଟି ହେବା ସହିତ ଧଳା ଏବଂ ପତଳା ଝାଡ଼ା, ନିଦରେ ପରିସ୍ରା ବାହାରି ଯିବା ଏବଂ ସ୍ଵାଭାବରେ ଚିଡ଼ିଚିଡ଼ା ପଣ ଲକ୍ଷଣ ଦେଖାଯାଏ ।

4.  ପିଲାଙ୍କ ମଳଦ୍ଵାରରେ କୃମି ହେଲେ କୂଣ୍ଡାଇ ହୁଏ, ପିଲା ଦାନ୍ତ କାମୁଡ଼ି ଥାଏ, ନାକ କୁଣ୍ଡାଇହୁଏ, ସବୁବେଳେ ଅସ୍ଥିର ରହିଥାଏ ।

5.  ପେଟରେ ଜିଆ ହୋଇଥିଲେ  ପେଟ ଫୁଲିବା, ପିତ୍ତ ପଡ଼ିବା, ପେଟବ୍ୟଥା, କାନ୍ତ କାମୁଡ଼ିବା, ଚର୍ମରେ ଲାଲଦାନା ସୃଷ୍ଟି ହେବା, ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା, ଝାଡ଼ା ହେବା ଆଦି ଲକ୍ଷଣ ଦେଖା ଦେଇଥାଏ । କୃମି ଗୁଡ଼ିକର ପ୍ରଭାବ ଅତ୍ୟଧିକ ହୋଇଗଲେ ଯକୃତରେ ରୋଗ, କାମଳ ତଥା ଆମାଶୟ, ଫୁଲିବା ଆଦି ଭୟଙ୍କର ରୋଗ ମଧ୍ୟ ହୋଇଥାଏ ।

ପ୍ରାକୃତିକ ଚିକିତ୍ସା

1.  ପ୍ରାକୃତିକ ଚିକିତ୍ସାରେ ପେଟରେ କୃମିରୁ ମୁକ୍ତି ପାଇବା ପାଇଁ ରୋଗୀକୁ ଏନିମା ଦିଆଯାଇଥାଏ, ଏନିମା ଦେବା ଦ୍ଵାରା ମଳ ସହିତ କୃମି ବାହାରକୁ ବାହାରି ଯାଇଥାଏ ।

2.  ମଳ ଦ୍ଵାରରେ ଓଦା ମାଟିର ବତୀ ବନାଇ ରଖିଲେ କୃମି ବାହାରି ଆସିଥାଆନ୍ତି ।

3.  ମଳ ଦ୍ଵାର ଭିତରକୁ ଅମୃତ ଧାରାଯୁକ୍ତ ପାଣି ପିଚକାରୀ ମାଧ୍ୟମରେ ସ୍ପ୍ରେ କରାଯାଇଥାଏ, ପେଟ ଉପରେ ଅଳ୍ପ । ଉଷୁମ ପାଣି ଧାର ୧୦ ମିନିଟ ପର୍ଯ୍ୟନ୍ତ ଢଳାଯାଇଥାଏ । ଏହି ସବୁ ଉପାୟରୁ ଯେ କୌଣସି ଗୋଟିଏ ଉପାୟ ଅବଲମ୍ବନ କଲେ ଅନ୍ତଃକୃମି ମଳ ସହିତ ବାହାରକୁ ବାହାରି ଯିବା ସହିତ ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥାଏ ।

ଭୋଜନ ଦ୍ଵାରା ଉପଚାର

  1. ପଇଡ଼ ପାଣି ଦିନକୁ ୪ ଥର ୨୫୦ ମି.ଲି. ଗ୍ରାମ କରି ପିଇଲେ କୃମି ରୋଗରୁ ଉପଶମ ମିଳିଥାଏ । ପିଇଲେ କୃମି ରୋଗରୁ ଉପଶମ ମିଳିଥାଏ । ପଇଡ ପାଣି କ୍ରମାଗତ ଭାବରେ ୭ ଦିନ ପର୍ଯ୍ୟନ୍ତ ପିଇବାକୁ ପଡିଥାଏ ।
  2. ତୀକ୍ଷଣ କଷାଳିଆ, ପିତା ଜାତୀୟ ପଦାର୍ଥ ବାରମ୍ବାର ଖାଇଲେ ବିଶେଷ ଲାଭ ମିଳିଥାଏ ।
  3. ପୋଦିନା, ଜୀରା, ଅଦା ଓ କଳା ଲୁଣର ଚଟଣୀ କରି ଭୋଜନ ସହିତ ଖାଇଲେ ଅନ୍ତଃକୃମି ଭଲ ହୋଇଥାଏ ।
  4. ପାଚିଲା ପିଜୁଳି ଅମୃତ ଭଣ୍ଡା ଅମୃତଭଣ୍ଡା ମଞ୍ଜିର ଚୁର୍ଣ୍ଣ, କଦଳୀ ଆଦି ପିଲାଙ୍କୁ ଖାଇବାକୁ ଦେଲେ ଅନ୍ତଃକୃମି ଭଲ ହୁଏ ।
  5. ୨୦ ଗ୍ରାମ ରସୁଣକୁ ବାଟି ୪୦୦ ଗ୍ରାମ ପାଣି ମିଶାଇ ପାଣିକୁ ଫୁଟାଇ ସାରି ୧୦୦ ଗ୍ରାମ ପାଣି ରହିଲା ପରେ ପିଇବା ଦରକାର । ଏହିପରି ସକାଳେ ଖାଲିପେଟରେ ସାତଦିନ ପର୍ଯ୍ୟନ୍ତ ପିଇଲେ କୃମି ଦୂର ହୋଇଥାଏ ।
  6. ସକାଳେ କିଛି ଦିନ ପର୍ଯ୍ୟନ୍ତ ହଳଦୀ ଓ ଗୁଡ଼ ମିଶାଇ ଖାଇଲେ କୃମି ଦୂର ହୋଇଥାଏ ।
  7. ସପୁରି ପତ୍ରର ରସ କିଛିଦିନ ପର୍ଯ୍ୟନ୍ତ ସକାଳେ, ସନ୍ଧ୍ୟା ଖାଲି ପେଟରେ ପିଇଲେ କୃମି ରୋଗ ଦୂର ହୋଇଥାଏ ।
  8. ଜୁଆଣି ଚୁର୍ଣ୍ଣ ଅଧା ଗ୍ରାମ ନେଇ ସମଭାଗ ଗୁଡ଼ରେ ଗୋଲି ବନାଇ ସକାଳେ ଓ ସନ୍ଧ୍ୟାରେ କିଛି ଦିନ ଖାଲି ପେଟରେ ସେବନ କଲେ କୃମି ରୋଗ ଦୂର ହୋଇଥାଏ ।
  9. ସକାଳେ ଉଠି ଖାଲି ପେଟରେ ପ୍ରଥମେ ଗୁଡ଼ ୧୦ ଗ୍ରାମ ଖାଇ ୧୫ ମିନିଟ ପରେ ଜୁଆଣି ଚୂର୍ଣ୍ଣ ଅଧ ଗ୍ରାମ ବାସି ପାଣି ସହିତ କିଛି ଦିନ ଖାଇଲେ ସମସ୍ତ କୃମି ରୋଗ ଦୂର ହୋଇଥାଏ ।

10. ଅଧ ଗ୍ରାମ ଜୁଆଣି ଚୂର୍ଣ୍ଣ ଅଛି, କଳା ଲୁଣ ମିଶାଇ ରାତ୍ରିରେ ଶୋଇବା ସମୟରେ କିଛିଦିନ ପିଇଲେ ପିଲାଙ୍କ କୃମି ରୋଗ ଦୂର ହୋଇଥାଏ ।

11. ପିଲାଙ୍କୁ କୃମି ରୋଗରେ ଅଧଚାମଚ ପାନ ରସରେ ଅଳ୍ପ। କିଛି ମହୁ ମିଶାଇ ସକାଳେ ଖାଲି ପେଟରେ ୭ଦିନ ପର୍ଯ୍ୟନ୍ତ ଦେଲେ କୃମି ରୋଗ ଦୂର ହୋଇଥାଏ ।

12. ଏକ ଚାମଚ ନିମ୍ବା ପତ୍ର ରସରେ ଏକ ଚାମଚ ମହୁ ମିଶାଇ ଖାଳିପେଟରେ ସକାଳେ ୭ଦିନ ପର୍ଯ୍ୟନ୍ତ ସେବନ କଲେ ରୋଗ ଦୂର ହୋଇଥାଏ ।

13. ପିଆଜ, ରସରେ ଅଳ୍ପ। ସୌନ୍ଧବ ଲବଣ ମିଶାଇ ଦିନରେ ୪ଥର ୭ଦିନ ପର୍ଯ୍ୟନ୍ତ ପିଇଲେ ଏହି ରୋଗ ଦୂର ହୋଇଥାଏ ।

14. . ତାଡ଼ାସନ, କଟିଚକ୍ରାସନ, ପାଦହସ୍ତାସନ, ସୁପ୍ତ ପବନ ମୁକ୍ତାସନ, ସୁପ୍ତବକ୍ରାସନ, ଭୃଜଙ୍ଗାସନ, ଧନୁରାସନ, ବକ୍ରାସନ, ମଣ୍ଡୁକାସନ, ଅଦ୍ଧମଉତ୍ସନ୍ଦ୍ରାସନ ଆଦି ପେଟର ଶକ୍ତିକୁ ବିକଶିତ କରିଥାଏ । ଏହି ଆସନ ଗୁଡ଼ିକର ନିୟମିତ ଅଭ୍ଯାସ ଫଳରେ ପେଟର କୋଷ୍ଟବଦ୍ଧତା ଦୂର ହେବା ସହିତ ଜମା ହୋଇଥିବାସମସ୍ତ ବିଜାତୀୟ ପଦାର୍ଥ ଓ କୃମି ଦୂର ହୋଇଯାଇଥାଏ ।

ଆଧାର: ଡାକ୍ତର ଶଶାଙ୍କ ଶେଖର ସାମଲ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate