অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଦ୍ରାହୀନତା

ନିଦ୍ରାହୀନତା

କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ରାତି ସହିତ ଦିନର ଅଧିକାଂଶ ସମୟରେ ନିଦ ଲାଗେ। କିନ୍ତୁ ଦିନରେସବୁବେଳେ ଶୋଇ ରହିବା ସମ୍ଭବ ହେଉନଥିବାରୁ ସେହି ଲୋକମାନେ ଘୁମେଇବା, ବାରମ୍ୱାର ହାଇ ମାରିବା ଭଳି ସମସ୍ୟା ଭୋଗନ୍ତି। ଦିନର ଅଧିକାଂଶ ସମୟରେ ନିଦ ଲାଗିବା ନିଶ୍ଚିତ ଭାବେ ଏକ ଶାରୀରିକ ସମସ୍ୟା। ଏହି ସମସ୍ୟାକୁ ଚିକିତ୍ସା ବିଜ୍ଞାନରେ ହାଇପର ଇନସୋ ଇମନିୋଗୁଆ କୁହାଯାଏ, ଯେମିତିକି ନିଦ୍ରାହୀନତାକୁ ଇନସୋଘୁମମନିାରୀଆ କୁହାଯାଏ। ଏହି ସମସ୍ୟା ଭୋଗୁଥିବା ଲୋକମାନଙ୍କୁ ଦିନ ବେଳା ଅତ୍ୟଧିକ ନିଦ ଲାଗେ। ହାଇପର ଇନସୋରାହମନିୁମେଆ ଆକ୍ରାନ୍ତ ବ୍ୟକ୍ତି ଦିନର ଯେକୌଣସି ସମୟରେ ଶୋଇପଡେ। ଡାକ୍ତରମାନଙ୍କ ଅନୁସାରେ ପ୍ରାୟ ୪୦ ପ୍ରତିଶତ ଲୋକ ଏହି ସମସ୍ୟାରେ ଅଳ୍ପ ବହୁତ ଭୋଗନ୍ତି।

କାରଣ

  • ନାରକୋଲେପ୍ସି ନାମକ ନିଦ୍ରାଜନିତ ଏକ ସମସ୍ୟାରୁ ହାଇପର ଇନସୋଆ ମନିାରେଆ ବା ଅତ୍ୟଧିକ ନିଦ ଲାଗିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
  • ଶୋଇବା ବେଳେ ନିଃଶ୍ୱାସ ପ୍ରଶ୍ୱାସ ଠିକ୍ସ‍ ଭାବେ ନେଇ ହେଉନଥିଲେ ଏହି ସମସ୍ୟା ସୃଷ୍ଟି ହୁଏ।
  • ରାତିରେ ପର୍ଯ୍ୟାପ୍ତ ନିଦ ନ ହୋଇଥିଲେ ମଧ୍ୟ ହାଇପର ଇନସୋଆ  ମନି ଏହଆ ଦେଖାଦେଇ ପାରେ।
  • ଶରୀରର ଓଜନ ଆବଶ୍ୟକତା ତୁଳନାରେ ଅଧିକ ବୃଦ୍ଧି ପାଇଲେ ହାଇପର ଇନସୋ  ମନି ସମଆ ସୃଷ୍ଟି ହୋଇପାରେ।
  • ନିଶା ଓ ମାଦକ ଦ୍ରବ୍ୟର ଅତ୍ୟଧିକ ସେବନ ମଧ୍ୟ ହାଇପର ଇନସୋପର ମନିୋମନଆ ଆଉ ଏକ କାରଣ ସାଜିଥାଏ।
  • ସ୍ନାୟୁଜନିତ ସମସ୍ୟା ଥିଲେ ମଧ୍ୟ ଅତ୍ୟଧିକ ନିଦ ଲାଗେ।
  • ଆନୁବଂଶିକ କାରଣରୁ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇପାରେ।

ଲକ୍ଷଣ:

ଦିନର ଅଧିକାଂଶ ସମୟ ଯଦି ନିଦ ଲାଗୁଛି ବା ହାଇ ଆସୁଛି ତେବେ ଏହା ହାଇପର ଇନସୋ‍ସୃମନିଜିଥଆ ଲକ୍ଷଣ ହୋଇପାରେ। ଏହା ବ୍ୟତୀତ ଯଦି ନିଦୁଆ ଲାଗୁଥାଏ କିମ୍ୱା ମୁଣ୍ଡ ବିନ୍ଧୁଥାଏ ତାହେଲେ ଏହା ମଧ୍ୟ ହାଇପର ଇନସୋସୋମମନିଆ ଆ ଲକ୍ଷଣ ହୋଇପାରେ। ଏଭଳି ଲକ୍ଷଣ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଦରକାର। କେତେ ସମୟ ଶୋଉଛନ୍ତି, ନିଦ ଠିକ୍ ହେଉଛି କି ନାହିଁ, ଆପଣ ନିଶାଶକ୍ତ କି ନୁହେଁ ଆଦି ପ୍ରଶ୍ନ ଡାକ୍ତର ଆପଣଙ୍କୁ କରିପାରନ୍ତି। ଏହା ବ୍ୟତୀତ ଡାକ୍ତର ଜାଣିବାକୁ ଚାହିଁବେ କି ଆପଣ କୌଣସି ପ୍ରକାର ଔଷଧ ଖାଉଛନ୍ତି କି ନାହିଁ; ଯାହାର ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ ଆପଣଙ୍କୁ ଦିନ ବେଳା ଅତ୍ୟଧିକ ନିଦ ଲାଗୁଛି। ଭାବନାତ୍ମକ ସ୍ତରରେ ଦୁର୍ବଳ ଥିଲେ ବି ଏହି ସମସ୍ୟା ଉପୁଜିପାରେ। ଆପଣଙ୍କଠାରୁ ସବୁ ବିଷୟରେ ଜାଣିବା ପରେ ଡାକ୍ତର ଆପଣଙ୍କୁ ରକ୍ତ ପରୀକ୍ଷା ଓ କମ୍ପ୍ୟୁଟେଡ୍ଲ‍ ଟମୋଗ୍ରାଫି ବା ସିଟି ସ୍କାନ କରିବା ପାଇଁ ପରାମର୍ଶ ଦେଇପାରନ୍ତି। ଆବଶ୍ୟକ ହେଲେ ପଲିସୋମନୋରକ୍ଗ୍ରାଫି ନାମକ ଏକ ପରୀକ୍ଷା କରିବା ପାଇଁ ମଧ୍ୟ ଉପଦେଶ ଦେଇପାରନ୍ତି। କେତେକ କ୍ଷେତ୍ରରେ ଡାକ୍ତର ଇଲେଟ୍ଟୋଇନ୍ସେଫାଓଲେଗ୍ରାମ୍କ‍ ବା ଇଇଜି କରିବାକୁ କହିଥାନ୍ତି।

ଚିକିତ୍ସା:

ଆପଣ ହାଇପର ଇନସୋଲେ ମନିରିବଆ ଭୋଗୁଛନ୍ତି ବୋଲି ଜଣାପଡିଲେ ଡାକ୍ତର ଆପଣଙ୍କୁ କେତେକ ଔଷଧ ପ୍ରେସକ୍ରାର ଇବ୍ଗ‍ କରିବେ। ସେହିସବୁ ଔଷଧଗୁଡିକ ମଧ୍ୟରେ ସ୍ନାୟୁକୁ ତାଜା ରଖିବାର ଔଷଧ ମଧ୍ୟ ରହିଛି। ଏହା ବ୍ୟତୀତ କେତେକ ଆଣ୍ଟିଡିପ୍ରେସାଣ୍ଟ ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇପାରନ୍ତି। ଯଦି କୌଣସି ପ୍ରକାରର ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ ଆପଣଙ୍କୁ ଦିନରେ ଅତ୍ୟଧିକ ନିଦ ଲାଗୁଥାଏ ତେବେ ଡାକ୍ତର ତାହାର ବିକଳ୍ପ ଭାବେ ଅନ୍ୟ କୌଣସି ଔଷଧ ଖାଇବାକୁ କହିପାରନ୍ତି। ରାତିରେ ଟିକେ ଶୀଘ୍ର ଶୋଇବାକୁ ଚେଷ୍ଟା କରନ୍ତୁ, ଯାହାଦ୍ୱାରା ଆପଣ ଅଧିକ ସମୟ ଶୋଇପାରିବେ। ରାତିରେ ଶୋଇବାକୁ ଯିବା ପୂର୍ବରୁ କୌଣସି ପ୍ରକାରର ମାଦକ ଦ୍ରବ୍ୟ କିମ୍ୱା କାଫେଇନ୍ହ‍ ଜାତୀୟ ପାନୀୟ ପିଅନ୍ତୁ ନାହିଁ।

ଆଧାର  : ସ୍ଵାସ୍ଥ୍ୟ ବିଭାଗ

Last Modified : 12/16/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate