অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଟି ଘା

ଉପକ୍ରମ

ପାଟି ଘା ସହିତ ଆମେ ସମସ୍ତେ ପରିଚିତ । ତୁଣ୍ଡ କହିଲେ ପାଟିକୁ ବୁଝାଏ । କିନ୍ତୁ ତୁଣ୍ଡ ଘାର ଅର୍ଥ ପାଟି ଘା ନୁହେଁ । ଏହା ହେଉଛି ଜିଭର ଏକ ପ୍ରଦାହଜନିତ ଯନ୍ତ୍ରଣାଦାୟକ ଅବସ୍ଥା । ଏଥିରେ ଜିଭ ଫୁଲିଯାଇ ନାଲି ଦେଖାଯାଏ ଓ ଖୁବ୍ ଯନ୍ତ୍ରଣା ହୁଏ । ଖାଇବା ବେଳେ ଜିଭ ପୋଡେ । ଭଲରେ ଖାଇ ହୁଏନାହିଁ । ଡାକ୍ତରୀ ଭାଷାରେ ଏହାକୁ କୁହାଯାଏ ଗ୍ଲାସାଇଟିସ ବା ଜିଭ ପ୍ରଦାହ ।

କାରଣ

ପାଟି ଘାର ବିଭିନ୍ନ କାରଣ ରହିଥାଏ । ସବୁଠାରୁ ମୁଖ୍ୟ କାରଣ ହେଲା ଭିଟାମିନ ବିଶ୍ରେଣୀୟ ବିଭିନ୍ନ ଉପାଦାନର ଅଭାବ । ଭିଟାମିନ ବି-୧ବା ଆୟାମିନ, ବି-୨ ବା ରାଇବୋ ପ୍ଲାଭିନ, ବି-୩ ଓ ବି-୬ର ଅଭାବ ହିନ ମୁଖ୍ୟତଃ ପାଟି ଘାର କାରଣ ହୋଇଥାଏ । ତା ଛଡା ଦେହରେ ଲୌହ ଅଭାବଜନିତ ରକ୍ତହୀନତା ଓ ଭିଟାମିନ ବି- ୧୨ ଅଭାବ ଜନିତ ପନିରିଅସ ଆମିନିଆ ମଧ୍ୟା ବେଳେବେଲେ ଏହାର କାରଣ ହୋଇଥାଏ ।

ସଂକ୍ରମଣ ଯୋଗୁଁ ମଧ୍ୟା ଜିଭରେ ପାଟି ଘା ସୃଷ୍ଟି ହୋଇଥାଏ । ସିଫିଲିସିର ଜୀବାଣୁ ଏଡସ ରୋଗର ଭୂତାଣୁ ଏବଂ କେତେକ କବକ ସାଧାରଣତଃ ଏଥିପାଇଁ ଦାୟୀ । ଆମ ଶରୀରରୁ ଜଳୀୟ ଅଂସ କମିଗଲେ ପାଟି ଓ ଜିଭ ଅଧିକାଂଶ ସମୟ ଶୁଖିଲା ରହିଲେ, ପାତିରୁ କମ୍ ଲାଳ ବାହାରିଲେ ବେଳେବେଳେ ତାହା ପାଟି ଘା’ର କାରଣ ହୋଇଥାଏ । ଦାନ୍ତ ଅଧା ଭାଙ୍ଗିଯାଇଥିଲେ, ଦାନ୍ତର ଅଗ୍ରଭାଗ ଧାରୁଆ ହୋଇଥିଲେ ଏବଂ ଭୁଲ ମାପର କୃତ୍ରିମ ଦାନ୍ତ ଲଗାଇଥିଲେ ତାହା ଜିଭକୁ ଆଘାତ କରି ତୁଣ୍ଡ ଘା ଏସଆରଇଉଏସଟିଆଇ କରିଥାଏ । ଅନ୍ୟ କୌଣସି କାରଣରୁ ଜିଭ ଆଘାତପ୍ରାପ୍ତ ହେଲେ ଖାଇବା ବେଳେ ଜିଭ ଜିଭ ପୋଡିଗଲେ କିମ୍ବା କାମୁଡି ହୋଇଗଲେ ଜିଭ ଛେଲିବା ବେଳେ ଏବଂ ଜିଭକୁଫୋଡାଇଲେ ଆଘାତ ଜନିତ କାରଣରୁ ମଧ୍ୟା ପାଟି ଘା’ ହୋଇଥାଏ । ଅତି ଉତ୍କଟ ରାଗ ଓ ମସଲାଯୁକ୍ତ କଟୁ ଖାଦ୍ୟ ବେଳେବେଳେ ପାଟି ଘା’ର ଅନ୍ୟତମ କାରଣ । କେତେକ ଦ୍ରବ୍ୟ ପ୍ରତି ଆଲର୍ଜି ମଧ୍ୟ ଅନେକ ସମୟରେ ପାଟି ଘା’ ସୃଷ୍ଟି କରିଥାଏ । ସେହିସବୁ ଦ୍ରବ୍ୟଗୁଡିକ ମଧ୍ୟାରେ ଟୁଥପେଷ୍ଟ, ମାଉଥ ୱାଶ, ମାଉଥ ଫ୍ରେଶନର, ଲିପଷ୍ଟିକ, ଚକୋଲେଟ୍, ଚୁଇଙ୍ଗମ କିମ୍ବା କେତେକ ମିଠାଇରେ ମିସାଇଥିବା ରାସାୟନିକ ପଦାର୍ଥ ଇତ୍ୟାଦି ପ୍ରଧାନ । କୃତ୍ରିମ ପ୍ଲାଷ୍ଟିକ ଦାନ୍ତ ମଧ୍ୟା ବେଳେ ବେଳେ ଆଲର୍ଜି ସୃଷ୍ଟିକରି ପାଟି ଘା’ କରାଇଥାଏ । ଧୂମପାନ ଧୂମପାନ, ମଦ୍ୟପାନ ଓ ତମାଖୁ ସେବନ ହେଉଛି ପାଟି ଘାର ଅନ୍ୟ ପ୍ରମୁଖ କାରଣ । କେତେକ ରୋଗ ଯଥା- ଟ୍ରପିକାଲ ଷ୍ଣୁ, କ୍ରନିକ ଡିଜିଜ,  ହ୍ଵିରଲ ଡିଜିଜ, କାର୍ସିନଏଡ ସିନଡ୍ରୋମ, ଏଚଆଇଭି/ ଏଡସ, ସିଫିଲିସ ସ୍ମାରଲେଟ ଫିଭର ଓରାଲ ଲାଇଚେନ ପ୍ଲାନସ ଆପଅସ ଅଳସର, ପେମ୍ପିଗସ ଭଲଗାରିସ, ସିଜୋଫ୍ରେନିଆ କ୍ଵାସିଅରକର, ମାରାସମସ, ହର୍ପିସଓ ଭେଗାନିଜମଇତ୍ୟାଦି ପାଟି ଘା’ ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି । ଜିହ୍ଵା କର୍କଟର ପ୍ରାଥମିକ ଅବସ୍ଥାରେ କେତେକଙ୍କଠାରେ ପାଟି ଘା’ ଦେଖାଯାଇଥାଏ । ରକ୍ତଚାପ କମାଇବା ପାଇଁ ଓ ଶ୍ଵାସରୋଗର ଉପଶମ ପାଇଁ ଖିଆଯାଉଥିବା କେତେକ ଔଷଧ ମଧ୍ୟା ବେଳେବେଳେ ପାଟି ଘା’ର କାରଣ ହୋଇଥାଏ । ପାଟି ଓ ଜିଭକୁ ଭଲ ଭାବରେ ସଫା ନ କଲେ ତାହା ବି ପାଟି ଘା’ ସୃଷ୍ଟି କରିଥାଏ । କେତେକେ କହନ୍ତି ଯେ ପାଟି ଘା’ ଉପରେ ବଂଶର ପ୍ରଭାବ ରହିଥାଏ । ଅର୍ଥାତ୍ ଯେଉଁ ପିତାମାତାଙ୍କର ପାଟି ଘା’ ହୋଇଥାଏ ସେମାନଙ୍କ ପିଲା ଏହାର ଶିକାର ହୋଇଥାନ୍ତି । କିନ୍ତୁ ଏହି ମତ ସର୍ବସମ୍ମତ ହୋଇନାହିଁ ।

ଲକ୍ଷଣ

ଏହି ରୋଗରେ ଜିଭ ଉପରେ ରହିଥିବା ମୁକୁରିକା ବା ଜଣ୍ଡିକାଗୁଡିକ ନଷ୍ଟ ହୋଇଯାଏ । ଫଳରେ ଜିଭ ମସୃଣ ଓ ଚକ୍ ଚକ୍ ଦେଖାଯାଏ । ଜିଭର ସ୍ଵାଭାବିକ ପାଟଳ ରଙ୍ଗ ପରିବର୍ତ୍ତିତ ହୋଇ ଗାଢ ଲାଳ ରଙ୍ଗ ହୋଇଯାଏ । ଜିଭ ଫୁଲିଯାଏ, ପୋଡାଜଳା କରେ । ରାଗ ମସଲାଯୁକ୍ତ ଖାଦ୍ୟ ଏବଂ ଥଣ୍ଡାଓ ଗରମ ଜିନିଷ ଖାଇବା ମାତ୍ର ଖୁବ୍ ଯନ୍ତ୍ରଣା ହୁଏ । ବେଳେ ବେଳେ ପାଟିକୁ ଲାଳ ଗଡେ । ଜିଭକୁ ଭଲ ଭାବରେଛେଳି ହୁଏ ନାହିଁ । ଜିଭ ଶୁଖିଲା ଥିଲେ ଲାଳ ଗଡେ ନାହିଁ । ଖାଦ୍ୟକୁ ଚୋବାଇବାରେ, ଢୋକିବାରେ ଏବଂ କଥା କହିବାରେ ଖୁବ୍ କଷ୍ଟ ହୁଏ । ପାଟି ଘା’ ସହିତ ବେଳେ ବେଳେ ପାଟିର ଅନ୍ୟ ଜାଗା ଯଥା’ ତାଳୁ ପାଟି କୋଣ, ମାଢି ଇତ୍ୟାଦିରେ ମଧ୍ୟ ଘା’ ହୋଇଥାଏ । ରୋଗୀଠାରେ ରକ୍ତହୀନତତା ଦେଖାଯାଇପାରେ । ପୁଣି ଯେଉଁମାନଙ୍କଠାରୁ ‘ବି’ ଶ୍ରେଣୀର ଭିଟାମିନର ଅଭାବ ରହିଥାଏ ସେମାନେ ପ୍ରାନ୍ତିୟ ସ୍ମାୟବିକ ପଦାହ ବା ପେରିଫେରାଳ ନ୍ୟୁରାଇଟିସର ଲକ୍ଷଣ ଭାଗିଥାନ୍ତି ଏଥିରେ ହାତ ଗୋଡ ପୋଡାଜଳା କରେ ଓ ଛୁଞ୍ଚି ଫୋଡିଡା ପରି ଯନ୍ତ୍ରଣା ହୁଏ ।

ପ୍ରକାର ଭେଦ

ପାଟି ଘା’ କେତେବେଳେ ହଠାତ୍ ଦେଖାଦେଇ ଉଗ୍ର ରୂପ ଧାରଣ କରିଥାଏ ତ ଆଉକେତେବେଳେ ଧୀରେ ଧୀରେ ଆରମ୍ଭ ହୋଇ ଦୀର୍ଘାଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ଆଲର୍ଜି କାରଣରୁ ହୋଇଥିଲେ ସାଧାରଣତଃ ଏହା ହଠାତ୍ ଆରମ୍ଭ ହୋଇଥାଏ । ଅନ୍ୟ କୌଣସି କାରଣରୁ ହୋଇଥିଲେ ଧୀରେ ଧୀରେ ହୋଇଥାଏ । ଡାକ୍ତରୀ ବିଜ୍ଞାନ ଅନୁଯାୟୀ ଏହା ଚାରିପ୍ରକାର ରୂପ ନେଇଥାଏ । ସେଗିଡିକ ହେଲା – ଆଟ୍ରୋପିକ ଗ୍ଲାସାଇଟିସ ବା ବାଲଡ୍ ଟଙ୍ଗ ମିଡିଆନ୍ ରମ୍ବଏଡ ଗ୍ଲାସାଇଟିସ ଜ୍ୟୋମେଟ୍ରିକ୍ ଗ୍ଲାସାଇଟସ୍ ଏବଂ ଷ୍ଟ୍ରିବେରି ବା ରାସପ୍ ବେରି ଗ୍ଲାସାଇଟିସ୍ ।

ଆଟ୍ରୋପିକ ଗ୍ଲାସାଇଟିସ୍

ଏଥିରେ ଜିଭ ଉପରେ ଅଙ୍କୁରକାଗୁଡିକ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥାଏ । ତେଣୁ ଜିଭ ମସୃଣ ଓ  ଚକ୍ ଚକ୍ ଦିଶେ । ଜିଭ ଦରଜ ହୋଇଯାଏ ଓ ଖୁବ୍ ଯନ୍ତ୍ରଣା ହୁଏ । ଭିଟାମିନ ବି’ର ଅଭାବ ଶୁଖିଲା ପାଟି ରକ୍ତହୀନତା ଓ କେତେକ କବଜ ସଂକ୍ରମଣ ଯୋଗୁ ଏହି ଜାତୀୟ  ପାଟି ଘା’ ହୋଇଥାଏ ।

ମିତିଆନ୍ ରମ୍ବଏଡ ଗ୍ଲାସାଇଟିସ୍

ଏଥିରେ ଜିଭ ଫୁଲିଯାଏ, ଖୁବ୍ ପଡିଯାଏ, ଜିଭ ଉପରେ ରମ୍ବସ୍ ଆକାରର ପ୍ୟାଚ୍ ଦେଖାଯାଏ, ଲାଲ ରମ୍ବସର ଚାରିପାଖରେ ଏକ ଧଳା ଚିହ୍ନ ଦେଖାଯାଏ, ରୋଗ ମସଲା ତଥା ଅମ୍ଳଯୁକ୍ତ ଖାଦ୍ୟ ଖାଇବା ଜିଭ ଖୁବ୍ ଜଳା ପୋଡା କରେ ଓ ଅତ୍ୟନ୍ତ ଯନ୍ତ୍ରଣା ହୁଏ ।

ଜ୍ୟୋମେଟ୍ରିକ୍ ଗ୍ଲାସାଇଟିସ୍

ହର୍ଷସ ଭୂତାଣୁ ଯୋଗୁଁ ଏହି ପ୍ରକାର ପାଟି ଘା’ ହୋଇଥାଏ । ଏଥିରେ ଜିଭର ମଝିରେ  କିମ୍ବା ଆକାରର  କଟା ଦାଗ ଭଳି ଚିହ୍ନ ଦେଖାଯାଏ । ଏଥିରୁ ଦୁଇ ପାର୍ଶ୍ଵକୁ କେତେକ ଶାଖା ପ୍ରଶାଖା ବାହାରିବା ପରି ମଧ୍ୟ ଦେଖାଯାଏ । ଜିଭ ଉପରେ କ୍ଷେତ ସୃଷ୍ଟି ହୁଏ ଓ ଖୁବ୍ ଯନ୍ତ୍ରଣା ହୁଏ ।


ଆଧାର :ଧରିତ୍ରୀ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate