অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପୁରୁଷ ବନ୍ଧ୍ୟାକରଣ

ଏନ. ଏସ.ଭି. ପଦ୍ଧତି ସରଳ ଓ ସୁରକ୍ଷିତ

ନୋ ସ୍କାଲପେଳ ଭାସେକଟୋମୀ ବା ଏନ.ସି. ଭି. କଣ ?

ଏହା ଏକ ସରଳ ଏବଂ ସହଜ ପ୍ରକ୍ରିୟା ଯାହାଦ୍ଵାରା ପୁରୁଷ ଅଣ୍ଡକୋଷରେ ଏକ ଛୋଟ ଛିଦ୍ର ବାଟ ଦେଇ କରି ଶୁକ୍ରବାହୀ ନଳୀକୁ କାଟି ଦୁଇପଟୁ ବାନ୍ଧି ଦିଆଯାଏ । ଯାହାଦ୍ଵାରା ଶୂକ୍ରାଣୁ ପୁରୁଷର ବୀର୍ଯ୍ୟରେ ମିଶିପାରେ ନାହିଁ ।

ଏନ.ସି. ଭି.ର ସୁବିଧା ସବୁ କ’ଣ ?

  • ଏଥିପାଇଁ କଟାକଟି ବା ସିଲେଇର ଆବଶ୍ୟକତା ନାହିଁ ।
  • ଏହି ପ୍ରକ୍ରିୟା କେବଳ ୫ରୁ ୧୦ ମିନିଟ ମଧ୍ୟରେ ଶେଷ ହୋଇଥାଏ । ଏନ.ସି. ଭି.ହେବାର ୩୦ ମିନିଟ ପରେ ହିତାଧିକାରୀ ଡାକ୍ତରଖାନା ରୁ ଘରକୁ ଫେରିପାରିବେ ।

ଏନ.ସି. ଭି. କେଉଁମାନେ ଗ୍ରହଣ କରିବା ଉଚିତ

  • ଯେଉଁମାନଙ୍କର ପରିବାର ସଂପୂର୍ଣ୍ଣ ହୋଇସାରିଛି ଏବଂ ଯେଉଁ ଦମ୍ପତି ଅଧିକ ସନ୍ତାନ ଚାହୁଁ ନାହାନ୍ତି  ।
  • ଯେଉଁ ମାନେ ଗୋଟିଏ ସ୍ଥାୟୀ ଗର୍ଭ ନିରୋଧକ ପଦ୍ଧତି ଆପଣେଇବାକୁ ଚାହୁଁଛନ୍ତି ।
  • ଏନ.ସି. ଭି. ଏକ ସହଜ ଏବଂ ସରଳ ପ୍ରକ୍ରିୟା ଅଟେ । କେତେକ କ୍ଷେତ୍ରରେ ନିମ୍ନଲିଖିତ ପ୍ରକ୍ରିୟା – ପରବର୍ତ୍ତୀ ପ୍ରଭାବ ଦେଖା ଦେଇଥାଏ, ଯାହା ଅଳ୍ପ ସମୟ ପରେ ଆପେ ଆପେ ଦୂରେଇ ଯାଇଥାଏ ।
  • ଅଣ୍ଡକୋଷ ଫୁଲିଯିବା କିମ୍ବା/ ଏବଂ ଦରଜ ହେବା ।
  • ଅଣ୍ଡକୋଷରେ କ୍ଷତ ହେବା କିମ୍ବା ଯନ୍ତ୍ରଣା ହେବା ।
  • ଉପର ଲିଖିତ ଅସୁବିଧା ସବୁ ସାଧାରଣତଃ ଅସ୍ତ୍ରୋପଚାରର ଦିନେ କିମ୍ବା ଦୁଇଦିନ ମଧ୍ୟରେ ଦୂରେଇ ଯାଇଥାଏ ।
  • ଏନ.ସି. ଭି.  କରାଇବାର କେତେ ସମୟ ପରେ ଜଣେ ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇପାରିବେ ।
  • ଭାରି କାମ ବ୍ୟତିତ ଜଣେ ଏନ.ସି. ଭି. କରାଇବାର ୪୮ ଘଣ୍ଟା ପରେ ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇପାରିବେ ।
  • ଭାରି ଶାରୀରିକ କାର୍ଯ୍ୟ ବା କଠିନ ଶ୍ରମଯୁକ୍ତ କାର୍ଯ୍ୟ ଅନ୍ତତଃ ଅସ୍ତ୍ରୋପଚାରର ୪୮ ଘଣ୍ଟା ପର୍ଯ୍ୟନ୍ତ କରିବା ଉଚିତ ନୁହେଁ
  • ଅସ୍ତ୍ରୋପଚାରର ସାତଦିନ ପରେ ସାଇକେଲ ଚାଳନା କରାଯାଇପାରିବ ।

ଏନ.ସି. ଭି.  ଅସ୍ତ୍ରୋପଚାର ପରେ ତୁରନ୍ତ ବାନ୍ଧ୍ୟାତ୍ଵ ଆଣି ଦେଇଥାଏ କି ?

  • ନା ! ଏନ.ସି. ଭି. କରାଇବା ପରେ ନଳୀରେ କିଛି ସମୟ ସକ୍ରିୟ ଶକ୍ରାଣୁ ରହିଯାଇଥାଏ ଯାହା ଅନ୍ତତଃ ୨୦ ଥର ବୀର୍ଯ୍ୟସ୍ଖଳନ କିମ୍ବା ଅତିକମ୍ ରେ ତିନିମାସ ସମୟ ନେଇଥାନ୍ତି ନିଶ୍ଚିହ୍ନ ହେବା ପାଇଁ ଏହି ଯୌନକ୍ରିୟା ଦ୍ଵାରା ମହିଳା ଗର୍ଭଧାରଣ କରିବା ଆଶଙ୍କା ରହିଥାଏ ।
  • ଦମ୍ପତି ଅନ୍ୟ ଏକ ବିକଳ୍ପ ଗର୍ଭନିରୋଧକ ପଦ୍ଧତି ଅନ୍ତତଃ ତିନିମାସ ପର୍ଯ୍ୟନ୍ତ ବ୍ୟବହାର କରିବା ଆବଶ୍ୟକ ।
  • ଅସ୍ତ୍ରୋପଚାରର ତିନିମାସ ପରେ ବୀର୍ଯ୍ୟ ପରୀକ୍ଷା ଦ୍ଵାରା ପୁରୁଷ ଶୁକ୍ରାଣୁମୁକ୍ତ ହେଲେଣି କି ନାହିଁ ତାହା ଜାଣିପାରିବେ ।

ଏନ.ସି. ଭି କଣ ଯୌନ ସଂକ୍ରମଣ ଏଚ. ଆଇ. ଭି. ରୁ ସୁରକ୍ଷା ଦେଇଥାଏ ?

  • ଏହା ପୁରୁଷକୁ କିମ୍ବା ତାଙ୍କ ଯୌନ ସାଥି (ମହିଳା)ଙ୍କୁ ଯୌନ ସଂକ୍ରମଣ ଏଚ. ଆଇ. ଭି ରୁ ସୁରକ୍ଷା ଦେଇନଥାଏ ।

ଏନ.ସି. ଭି. କରାଇଥିବା ପୁରୁଷକୁ ପୁନର୍ବାର ସନ୍ତାନ ଜନ୍ମକ୍ଷମ କରାଯାଇପାରିବ କି ?

  • ପୂର୍ବସ୍ଥିତି ଫେରାଇ ଆଣିବାକୁ କରାଯାଉଥିବା ଅସ୍ତ୍ରୋପଚାର ବ୍ୟୟ ସାଧ୍ୟ ଏବଂ ସବୁ କ୍ଷେତ୍ରରେ ସଫଳ ହୋଇନଥାଏ ।

ଏନ.ସି. ଭି ସେବା ପାଇଁ କାହାକୁ ଯୋଗାଯୋଗ କରିବା ଆବଶ୍ୟକ ?

  • ଏନ.ସି. ଭି ସେବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର/ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର/ ଉପଖଣ୍ଡ/ ଡାକ୍ତରଖାନା/ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ/ ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀଙ୍କୁ ଯୋଗାଯୋଗ କରାଯାଇପାରିବ ।

ଏନ.ସି. ଭି : କିଛିଟା ସାବଧାନ

  • ସାତ ଦିନ ପର୍ଯ୍ୟନ୍ତ ଚିପା ଅଣ୍ଡର ୱେର ପିନ୍ଧାନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଆରାମ ମିଳିବ।
  • ସାତ ଦିନ ପର୍ଯ୍ୟନ୍ତ କୌଣସି ଭାରି କାମ କରିବା ଠିକ ନୁହେଁ  କିନ୍ତୁ ହାଲୁକା କାମ କରିପାରିବେ ।
  • ଦୁଇ ଦିନ ପର୍ଯ୍ୟନ୍ତ ସାଇକେଲ ଚଳାଇବା ନାହିଁ
  • ଅପରେସନ କରିବାର ୨ ଦିନ ପର୍ଯ୍ୟନ୍ତ ଅପରେସନ ସ୍ଥାନକୁ ଓଦା କରିବେ ନାହିଁ, ତାହେଲେ ଏହା ଶୀଘ୍ର ଶୁଖିଯିବ ।
  • ଡାକ୍ତରଙ୍କ ଦ୍ଵାରା ଦିଆଯାଇଥିବା ଔଷଧ ସଠିକ ଭାବରେ ଖାଇବା ଦରକାର ।
  • ୩ ମାସ ପରେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ପରୀକ୍ଷା କରାଇ ନେବା ଦରକାର ।

ଏନ.ସି. ଭି କରାଇବା ଦ୍ଵାରା ପୁରୁଷର ଯୌନ କ୍ଷମତା ବା ଯୌନ ଉଦ୍ଦୀପନା ହ୍ରାସ ପାଇଥାଏ କି ?

  • ଏନ.ସି. ଭି ପୁରୁଷର ଯୌନ କ୍ଷମତାକୁ ଆଦୌ ପ୍ରଭାବିତ କରିନଥାଏ ।
  • କୌଣସି ପରିବର୍ତ୍ତନ ଆସେ ନାହିଁ :
  • ଲିଙ୍ଗ ଉତ୍ତେଜିତ ହେବାର
  • ଲିଙ୍ଗ ଏବଂ ଅଣ୍ଡକୋଷର ଆକାର
  • ବୀର୍ଯ୍ୟକ୍ଷରଣ ମାତ୍ରାରେ

ଏନ.ସି. ଭି ଅନିଚ୍ଛାକୃତ ଗର୍ଭ ଧାରଣର ଆଶଙ୍କାରୁ ମୁକ୍ତ କରିଥାଏ ଯାହାଦ୍ଵାରା ଯୌନ ସାଥି ସହିତ ଯୌନକ୍ରିୟା ଅଧିକ ଖୁସି ଦେଇଥାଏ ଏବଂ ଆନନ୍ଦଦାୟକ ହୋଇଥାଏ ।

ଆଧାର - ଓଡିଶା ଭଲ୍ୟୁଣ୍ଟାରି ହେଲଥ ଆସୋସିଏସନ, ଭୁବନେଶ୍ଵର

Last Modified : 7/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate