অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପେପ୍ ଟିକ ଅଲସର

ଗ୍ୟାଷ୍ଟ୍ରିକ ଅଲସର

ପାକସୁଳୀର ଘା' (ଗ୍ୟାଷ୍ଟ୍ରିକ ଅଲସର) ଏବଂ ଗ୍ରହଣୀର ଘା' (ଡୁଅଡେନାଲ ଅଲସର )କୁ ପେପଟିକ ଅଲସର କୁହାଯାଏ । ଭାରତରେ ପ୍ରତିବର୍ଷ ପ୍ରାୟ କୋଟିଏ ଲୋକ, ଏହି ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗରେ ପାକସ୍ଥଳୀ ଏବଂ ଗ୍ରହଣୀର ଭିତର ଝିଲି ପରଦାରେ ଘା’ ହୋଇଥାଏ । ଡୁଅଡୋନାଲଅଳସରରେ ଖାଲିପେଟରେ ପେଟର ଉପରିଭାଗରେ ବିଶେଷ କରି ରାତ୍ରିରେ ଯନ୍ତ୍ରଣା ହୋଇଥାଏ । କିଛି ଖାଇଦେଲେ ଯନ୍ତ୍ରଣା ଭଳ ହୋଇଥାଏ । ପାକସ୍ଥଳୀ ଘା’ରେ ପେଟ ପୁରାଇ ଖାଇଦେଲାପରେ ଅଧିକ ଯନ୍ତ୍ରଣା ହୋଇଥାଏ । ଏହି ପ୍ରକାର ରୋଗରେ ପେଟପୋଡ଼ିବା ସହ ବାନ୍ତି ହୋଇଥାଏ, ପାଟିରେ ଲାଳ ହୁଏ, ଭୋକ କମିଯାଇ ଓଜନ ହ୍ରାସ ପାଇଥାଏ । ରୋଗ ବଢ଼ିଗଲେ ରକ୍ତବାନ୍ତି ସହ କଳା ଝାଡ଼ା ହୋଇଥାଏ । ପାକସୁଳୀ ଓ ଗ୍ରହଣି ଫୁଟି ପେଟରେ ଖାଦ୍ୟ ଜମି ପେଟ ଫୁଲାଇଦିଏ ।

କାରଣ

ପେଟ ଘା’ର କାରଣ ଅନେକ । ଆଗରୁ କହୁଥିଲେ ‘ହରି ଓରି କରି' ଯାହାର ଅର୍ଥ ହେଲା କାର୍ଯ୍ୟବ୍ୟସ୍ତ ରହି ଠିକ୍ ସମୟରେ ନଖାଇବା, କାର୍ଯ୍ୟବ୍ୟସ୍ତ ରହିଠିକ ସମୟରେ ନଖାଇବା, କାର୍ଯ୍ୟକ୍ଷେତ୍ରରେ ଚାପରେ ରହି ଦୁଃଖି ହେବା, ଖାଦ୍ୟରେ ତେଲ ମସଲା ତଥା ବାସି ଖାଦ୍ୟ ସେବନ କରିବା ।

ଏବେ କିନ୍ତୁ ପେପଟିକ ଅଲସର ଏକ ଜୀବାଣୁଜନିତ ରୋଗ । ଏହି ଜୀବାଣୁର ନାମ ହେଲିକୋବ୍ୟାକ୍ଟର ପାରଲୋରି । ଏହି ଜୀବାଣୁ ଆବିଷ୍କାର କରି ଏବଂ ଏହା ପେପଟିକ ଅଲସରର କାରଣ ବୋଲି ସ୍ଥିର କରି ଦୁଇଜଣ ଅଷ୍ଟ୍ରେଲୀୟ ଡ଼ାକ୍ତର ନୋବେଲ ପୁରସ୍କାର ପାଇଛନ୍ତି । ସେମାନେ ହେଲେ ବାରି ମାର୍ଶାଲ, ରବିନ ୱାରେନ । ବିଭିନ୍ନ ପ୍ରକାର ଯନ୍ତ୍ରଣା ନିବାରକ ଔଷଧ ସେବନ କଲେ ପେପଟିକ ଅଲସର ହୋଇଥାଏ । ମୁଖ୍ୟତଃ ପାଚକ ରସ ଓ ପାକସ୍ଥଳୀର ଝିଲି ମଧ୍ୟରେ ଅସନ୍ତୁଳନ ରହିଲେ ପେପଟିକ ଅଲସର ହୋଇଥାଏ । ଧୂମପାନ, ମଦ୍ୟପାନ, କର୍କଟ ପାଇଁ ବିକରଣ କରିବା ପେପଟିକ ଅଳସରର କାରଣ ହୋଇଥାଏ ।

ଚିକିତ୍ସା

ପେପଟିକ ଅଲସର, ନହେବା ପାଇଁ ବିଡ଼ି, ସିଗାରେଟ ଏବଂ ମଦ ଆଦି ନଖାଇବା ଭଲ । ଖାଲି ପେଟରେ ଯନ୍ତ୍ରଣା ନିବାରକ ବଟିକା ଖାଇବା ଉଚିତ ନୁହେଁ । ତଟକା ଖାଦ୍ୟ ଓ ନିରାପଦ ପାଣି ପିଇବା ଆବଶ୍ୟକ । ଦୂଷିତ ଖାଦ୍ୟ ଓ ପାଣିରେ ଥିବା ‘ହେଲିକୋ ବ୍ୟାକ୍ଟର ପାରଲୋରି’ ଜୀବାଣୁ ପେଟକୁ ଯାଇ ପେପଟିକ ଅଲସର ସୃଷ୍ଟି କରନ୍ତି । ପେପଟିକ ଅଲସର ଉପର ପେଟ ଏଣ୍ଡୋନେସ୍କାପି ମାଧ୍ୟମରେ ଚିହ୍ନଟ କରାଯାଏ । ଏବେ ପେପଟିକ ଅଲସର ଔଷଧ ଚିକିତ୍ସାରେ ସମ୍ପୁର୍ଣ୍ଣ ଭଲ ହୋଇଯାଉଛି । ଅପରେସନର ଆବଶ୍ୟକତା ନାହିଁ । ଏହାର ମୁଖ୍ୟ ଔଷଧଗୁଡ଼ିକ ହେଲା ପାଣ୍ଟୋପ୍ରାଜଳ, ରାବି ପ୍ରାକୋଳ, ଏସ- ଓମି ପ୍ରାଜଳ ଆଦି । କେତେକ ଲୋକଙ୍କୁ ଏଚ. ପାଇଲୋରି ଜୀବାଣୁକୁ ମାରିବା ପାଇଁ ବିଭିନ୍ନ ଆଣ୍ଟିବାଓଟିକ ମିଶାଇ ଦିଆଯାଏ । କେତେକଙ୍କ ଠାରେ ରକ୍ତସ୍ରାବ ହେତୁ ଅସ୍ତ୍ରୋପଚାର ମଧ୍ୟ ଦରକାର ପଡ଼ିଥାଏ ।

ପରାମର୍ଶ

କିନ୍ତୁ ଜୀବନ ଶୈଳୀ ଠିକ ରଖିବା, ଦୈନିକ ଅଳ୍ପଅଳ୍ପ କରି ୪/୫ ଥର ଖାଇବା, ସଜ ପନିପରିବା ଖାଇବା, ବ୍ୟାୟାମ, ଆସନ, ପ୍ରାଣାୟାମ, ଯୋଗ, ପ୍ରାର୍ଥନା ଆଦି କରିବା ଆବଶ୍ୟକ । ଦୈନିକ ତିନିଟି ତ୍ରିଶାଖା ବେଲପତ୍ର, ତିନୋଟି ଗୋଲମରିଚ, ଦୁଇ ଚାମଚ ତୁଳସୀ ପତ୍ର ରସ ଏବଂ ଆଠଗ୍ଲାସ ପାଣି ପିଇଲେ ପେପଟିକ ଅଲସର ହୁଏ ନାହିଁ।

ଆଧାର - ଜୀବନ ବିକାଶ, ନିମ ସାହି, କଟକ

Last Modified : 4/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate