অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାର୍ଡ଼ ଫ୍ଲୁ ସତର୍କତା

କୁକୁଡାଙ୍କଠାରେ ବାର୍ଡ଼ ଫ୍ଲୁ ସତର୍କତା ପାଇଁ  ଅଭିଯାନ

ଆମ ରାଜ୍ୟରେ ୨୦୧୨ରେ ଖୋର୍ଦ୍ଧା ଜିଲ୍ଲାର କେରଙ୍ଗ ସମେତ ଆଉ କେତୋଟି ସ୍ଥାନର କୁକୁଡାଙ୍କଠାରେ ଅଭିଯାନ ଇନ୍‌ଫ୍ଲୁଏନଞ୍ଜା (ବାର୍ଡ ଫ୍ଲୁ) ରୋଗର ଭୂତାଣୁ ମଧ୍ୟପ୍ରଦେଶ ସ୍ଥିତ ଭୋପାଳର ଉଚ୍ଚ ନିରାପତ୍ତା ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ ଦ୍ଵାରା ପ୍ରଥମଥର ପାଇଁ ଚିହ୍ନଟ ହୋଇଥିଲା । ରାଜ୍ୟ ସରକାର ତଥା ପ୍ରାଣୀ ସମ୍ପଦ ବିକାଶ ତରଫରୁ ରାଜ୍ୟରେ ଏହି ରୋଗ ନ ବ୍ୟାପିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ ଯୋଗୁ ଏହି ରୋଗକୁ ସେତେବେଳେ ନିୟନ୍ତ୍ରଣ ଓ ସୀମିତ ରଖବାରେ ସମର୍ଥ ହୋଇଥିଲେ । ଅବଶ୍ୟ ନିକଟରେ ପୁଣି ଖୋର୍ଦ୍ଧାଜିଲ୍ଲାର କେରଙ୍ଗରୁ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ ଦ୍ଵାରା ପ୍ରେରିତ ୪ ଗୋଟି କାଉ ଓ ୩ଗୋଟି କୁକୁଡାଙ୍କଠାରୁ ଉକ୍ତ ପରୀକ୍ଷାଗାରରୁ ଅଭିଯାନ ଇନ୍‌ଫ୍ଲୁଏନଞ୍ଜା ରୋଗର ଭୂତାଣୁ ଚିହ୍ନଟ ହୋଇଥିଲା । ତେଣୁ ତୁରନ୍ତ ଏହି ରୋଗର ପ୍ରାଦୁର୍ଭାବକୁ ନିୟନ୍ତ୍ରଣ ଓ ସୀମିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିୟମାବଳୀକୁ ଅନୁସରଣ କରି ଉକ୍ତ ରୋଗର ଭୂତାଣୁ ଚିହ୍ନଟ କେନ୍ଦ୍ରଠାରୁ ୧କି.ମି ମଧ୍ୟରେ ଥିବା ୧୨ଶହ ଗୃହପାଳିତ କୁକ୍କୁଟ ପକ୍ଷୀକୁ ନଷ୍ଟକରି ଜିଲ୍ଲା ପ୍ରଶାସନର। ସହାୟତାରେ ଗଭୀର ଗର୍ତ୍ତ କରି (ଅନ୍ୟୁନ । ୬ଫ୍ଲୁଟ) ପୋତି ଦିଆଯାଇଥିଲା ଏବଂ ୧ରୁ ୧୦କି. ମି. ମଧ୍ୟରେ ଅନ୍ୟାନ୍ୟ ଅଞ୍ଚଳରେ ଥିବା କୁକ୍କୁଟ ପକ୍ଷୀଙ୍କଠାରୁ ରକ୍ତ, ଟ୍ରାକିଆଲ୍ ଓ କୋ ଆକାଲ ସ୍ଵାବ ସଂଗ୍ରହ କରାଯାଇ ରୋଗ ସର୍ବେକ୍ଷଣ କାର୍ଯ୍ୟକୁ ତ୍ୱରାନ୍ତିତ କରାଯାଇଛି ।

ବର୍ତ୍ତମାନ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସ୍ଥିତ। ଇନ୍ଦିରା ଗାନ୍ଧୀ ପାର୍କସ୍ଥିତ ଏକ ଚିଡିଆଖାନା ଏବଂ ସି.ଆଇ.ଏସ.ଏଫ୍. ପରିସରରେ ଗୋଟିଏ ମୃତ ବନ୍ୟ ବତକ ଓ କାଉ ଠାରେ ଉକ୍ତ ପରୀକ୍ଷାଗାର ଦ୍ଵାରା ଗତ ଡିସେମ୍ବର ୩୧ ତାରିଖ ଦିନ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିଲା । ଏହାପରେ ସରକାର ତଥା ଜିଲ୍ଲା। ପ୍ରଶାସନ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଉକ୍ତ ଅଞ୍ଚଳରେ ବ୍ୟାପକ ସର୍ଭେ ସହିତ ପାର୍କ ପରିସର ବା ରୋଗ ଭୂତାଣୁ ଉତ୍ପତ୍ତି ସ୍ଥଳକୁ କେନ୍ଦ୍ରକରି ୧କି.ମି. ମଧ୍ୟରେ ଗୃହପାଳିତ ପକ୍ଷୀଙ୍କଠାରେ ରକ୍ତ ଓ ସ୍ଵାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପରୀକ୍ଷାଗାରକୁ ପଠାଯାଇଛି । ସହିତ ଏହାର ୧୦କି.ମି ବ୍ୟାସାର୍ଦ୍ଧ ମଧ୍ୟରେ ଉକ୍ତ ସର୍ବେକ୍ଷଣ କାର୍ଯ୍ୟକ୍ରମକୁ ତୁରାନ୍ତିତ କରାଯାଉଛି । ଓ.ଆଇ.ଇ.ର ନିୟମ ଅନୁଯାୟୀ ବନ୍ୟପକ୍ଷୀ ଓ ଚିଡିଆଖାନାରେ ପକ୍ଷୀଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେଲେ ମଧ୍ୟ ଉକ୍ତ ଚତୁଃପାର୍ଶ୍ଵ ଅଞ୍ଚଳରେ ପକ୍ଷୀ ମାରିବାର ଅନୁମୋଦନ ନାହିଁ । ଯଦି କେଉଁଠାରେ କାଉ ମୃତଭାବେ ପଡିଥିବାର ଦେଖାଯାଏ ତେବେ ଏମାନଙ୍କୁ ତୁରନ୍ତ ପୋତିଦେବା କିମ୍ବା ପୋତିଦେବା ଆବଶ୍ୟକ । ତେଣୁ ବାର୍ଡ ଫ୍ଲୁକୁ ଆମ ରାଜ୍ୟରେ ନିୟନ୍ତ୍ରଣ ଓ ସୀମିତ ରଖିବା ପାଇଁ ସରକାର ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।

କିପରି ଜାଣିବେ

ଅଭିଯାନ ଇନ୍‌ଫ୍ଲୁଏଞ୍ଜା ରୋଗ ବା ବାର୍ଡ ଫ୍ଲ କୁକୁଡାଙ୍କର ଏକ ମାରାତ୍ମକ ଭୂତାଣୁ ଜନିତ ରୋଗ ଏବଂ ଏହା ମନୁଷ୍ୟଙ୍କୁ ବି ବ୍ୟାପିଥାଏ । ଏହି ରୋଗରେ କୁକୁଡାଙ୍କ ମୁହଁ ଫ୍ଲୁଲିଯାଏ । ଚୂଳ ମଧ୍ୟ ଫ୍ଲୁଲି କଳା ପଡିଯାଏ । ଚୁନପରି ପତଳା ଝାଡା ହୁଏ । ଏକ ସମୟରେ ବହୁତ କୁକୁଡା ମୃତ୍ୟୁବରଣ କରନ୍ତି । କୁକୁଡା କିଛି ଖାଇ ନ ଥାନ୍ତି । କୁକୁଡାଙ୍କର ଅଣ୍ଡାଦେବା କମିଯାଏ ବା କୁକୁଡା ଖୋଳପା ବିହୀନ ଅଣ୍ଡା ଦିଅନ୍ତି ।

କିପରି ହେବେ ସତର୍କ

କୁକ୍କୁଟ ଓ କୁକ୍କୁଟ ଜାତୀୟ ପକ୍ଷୀ ରହୁଥିବା ଘର ଏବଂ ଚାରିପଟ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ।

  • ଗାଉଟ୍ ରୋଗକୁକୁଡାଙ୍କୁ ରାଣିକ୍ଷେତ ଟିକା ପ୍ରଦାନ କରନ୍ତୁ ।
  • ମୃତ କାଉଙ୍କୁ ଏଣେ ତେଣେ ନ ଫୋପାଡି ସେହିଠାରେ କିରୋସିନ ପକାଇ ପୋଡି ଦିଅନ୍ତୁ କିମ୍ବା ପ୍ରାୟ ୨ ଫ୍ଲୁଟ ଗଭୀର ମାଟିତଳେ ପୋତି ଦିଅନ୍ତୁ । ମୃତ ସ୍ଥାନରେ ଛିଟି ପାଉଡର ସିଞ୍ଚନ କରନ୍ତୁ ।
  • କୁକୁଡା ମାଂସ ଓ ଅଣ୍ଡା ଭଲ ରୂପେ ସିଝାଇ ଖାଇବା ସମ୍ପୂର୍ଣ୍ଣ ନିରାପଦ ।
  • ସମସ୍ତେ ଜାଣିବା ଆବଶ୍ୟକ ଯେ, ୭୦ ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ୧୫ ମିନିଟ୍ ପର୍ଯ୍ୟନ୍ତ ସିଝାଇବା ଦ୍ଵାରା ବାର୍ଡ ଫ୍ଲୁ ଭୂତାଣୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ ।
  • କୁକୁଡା ମାଂସ ଦୋକାନୀମାନେ ଦୋକାନ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ବାହାରୁଥିବା ପର, ଚମଡା ଏବଂ ବର୍ତାବସ୍ତୁ ଗଭୀର ଖାତରେ ପୋତି ଉପରେ ଛିଡିଂ ପାଉଡର ପକାନ୍ତୁ । ଏହାଦ୍ଵାରା ସଂକ୍ରମିତ କୁଆ ସମ୍ପୁଚ୍ଛ ସ୍ଥାନକୁ ଯିବେ ନାହିଁ ।

ସଂଗୃହିତ  - ଡା. ବୀର କିଶୋର ପରିଡା, ଉପ ନିର୍ଦ୍ଦେଶକ, ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate