অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯକୃତ ସଂକ୍ରମଣ ଜନିତ କାମଳ ରୋଗ

ଲକ୍ଷଣ

ଯକୃତ ସଂକ୍ରମଣ ଜନିତ କାମଳ ରୋଗରେ ପ୍ରାଥମିକ ସ୍ତରରେ ଶରୀରରେ ଜ୍ଵର ଅନୁଭବ କରିଥାନ୍ତି । ସାଧାରଣରେ ଥଣ୍ଡାଜ୍ଵର ପରି ମୁଣ୍ଡ ବିନ୍ଧିଥାଏ, ଶରୀରରେ ଘୋଳାବିନ୍ଧା ଦେଖାଦିଏ । ଏହି କ୍ଷେତ୍ରରେ ବାନ୍ତି ଦେଖାଯାଇଥାଏ, ଖାଇବାକୁ ପ୍ରାୟତଃ ଇଛା ହୁଏ ନାହିଁ ଆଉ କେତେକ କ୍ଷେତ୍ରରେ ବାନ୍ତି ହୋଇଥାଏ । ଜ୍ଵର ଆସିବାର ଦୁଇ ତିନିଦିନ ପରେ ହଳଦିଆ ରଙ୍ଗର ପରିସ୍ରା ହେବା ସହ ଆଖିର ଧଳାଡୋଳା, ଜିଭର ତଳ ଅଂସ ଓ ନଖ ହଳଦିଆ ଦେଖାଯାଇଥାଏ ।

ମାଟିଆ ରଙ୍ଗର ଝାଡା ହେବା ସହ ଶରୀର ଅତ୍ୟଧିକ ଦୁର୍ବଳ ହୋଇଯାଏ । ପ୍ରାଥମିକ ଚିକିତ୍ସା ନକଲେ ପରେ ଶାରୀରଟି ହଳଦିଆ ରଙ୍ଗର ଦିଶିଥାଏ । ମନେରଖନ୍ତୁ ଏ କ୍ଷେତ୍ରରେ କୌଣସି ତୁଟୁକା ତୁଟୁକି ବା ଗାଊଁଲୀ ଚିକିତ୍ସା ଗ୍ରହଣ ନକରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ଉଦରରୋଗ ବିଶେଷଜ୍ଞଙ୍କ ତୁରନ୍ତ ପରାମର୍ଶ ନିଅନ୍ତୁ ।

ଭୂତାଣୁ ସଂକ୍ରମଣ

ମଣିଷର ଯକୃତଟି ହେଉଛି ଏକ ପ୍ରକାର ଶରୀରର ବିଜ୍ଞାନଗାର । ବାସ୍ତବରେ ଏଠାରେ ଶରୀରର ଅଧିକାଂଶ ରାସାୟନିକ ପ୍ରକ୍ରିୟା ସଂପାଦିତ ହୋଇଥାଏ । ଲୋହିତ ରକ୍ତକଣିକାର ବିଘଟନରୁ ସୃଷ୍ଟି ହୋଇଥିବା ପୀତକଣିକା ଯକୃତ ଦ୍ଵାରା ଶରୀରରୁ ନିଷ୍କାସିତ ହୋଇ ଥାଏ । ତେବେ କୌଣସି କାରଣରୁ ଯକୃତଟି ରୋଗଗ୍ରସ୍ତ ହେଲେ ଏହାର କୋଷଗୁଡିକ ନଷ୍ଟ ହୋଇଯାଇଏହା ସଠିକ୍ ଭାବରେ କାର୍ଯ୍ୟ କରିପାରି ନଥାଏ । ଜଳ ଦ୍ଵାରା ପୀତ କଣିକା ନିଷ୍କାସିତ ନ ହୋଇପାରି ରକ୍ତରେ ମିଶିଯାଇ କାମଳ ବା ଜଣ୍ଡିସ୍ ସୃଷ୍ଟି କରିଥାଏ । ସାଧାରଣତଃ ପ୍ରାଥମିକ ସ୍ତରରୁ ସଚେତନ ନହୋଇ ଚିକିତ୍ସାର ବିଳମ୍ଭ କରିବା ହିଁ ରୋଗୀମାନଙ୍କୁ ଅସୁବିଧାଜନକ ସ୍ଥିତିକୁ ପହଞ୍ଚାଇ ଥାଏ । ଏହି ଯକୃତ ସଂକ୍ରମଣ ଜନିତ ଜଣ୍ଡିସ୍ ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଭୂତାଣୁ ସଂକ୍ରମଣ । ହେପାଟାଇଟିସ୍ ଭୂତାଣୁ ଏ, ବି, ସି, ଡି, ଇ ଓ ଜି ମାନଙ୍କ ଦ୍ଵାରା ଯକୃତ ସଂକ୍ରମଣ ହୋଇ ଏହାର କୋଷ ଗୁଡିକ ନଷ୍ଟ ହୋଇଯାଇ କାମଳ ହୋଇ ଥାଏ । କେତେକ କ୍ଷେତ୍ରରେ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା । ଜନିତ କାରଣରୁ ସେମାନଙ୍କ ଯକୃତ କୋଷଟି ନଷ୍ଟ ହୋଇ ରୋଗକୁ ସମ୍ମୁଖୀନ ହୋଇଥାନ୍ତି । ନିଶା ସେବନ, ମଦ୍ୟପାନର କାରଣ ମଧ୍ୟ ଏହି ରୋଗର ସର୍ବାଧିକ କାରଣ । ବାସିଖାଦ୍ୟ ବା ବିଷାକ୍ତ ଖାଦ୍ୟର କୁପ୍ରଭାବ ଯକୃତକୁ ନଷ୍ଟ କରି କାମଳ ନିମନ୍ତ୍ରଣ କରିଥାଏ ।

ହେପାଟାଇଟିସ୍ –ଏ ଭୂତାଣୁ ଦ୍ଵାରା ହେଉଥିବା କାମଳ ରୋଗ ହେଉଛି ଏକ ପ୍ରକାର ସଂକ୍ରମଣ ରୋଗ । ଯାହାର ଲକ୍ଷଣ ପନ୍ଦରରୁ ପାଇଁଚାଳିଶ ଦିନ ମଧ୍ୟରେ ଶରୀରରେ ଦେଖା ଦେଇଥାଏ । ଦଶବର୍ଷ ବୟସ ଭିତରେ ଥିବା ପିଲାମାନେ ଏହି ରୋଗରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହୋଇଥାନ୍ତି । ରୋଗୀଟିର ମଳ ଓ ମୂତ୍ରରେ ଏହି ରୋଗର ଅଧିକ ସଂଖ୍ୟାରେ ଆକ୍ରାନ୍ତ ହୋଇଥାନ୍ତି ରୋଗୀଟିର ମଳ ଓ ମୂତ୍ରରେ ଏହି ଭୂତାଣୁ ନିର୍ଗତ ହୋଇ ଥାନ୍ତି । ରୋଗୀମାନେ ପ୍ରତ୍ୟେକ୍ଷ ଭାବରେ କିମ୍ବା ମଳ ମୂତ୍ରରର ସଂସ୍ପର୍ଶରେ ଦୂଷିତ ଖାଦ୍ୟ ଓ ପାନୀୟ ଦ୍ଵାରା ମଧ୍ୟ ଏହି ରୋଗଟି ବ୍ୟାପୀ ଥାଏ । ସାଧାରଣତଃ ମେଦଯୁକ୍ତ ଶରୀରର ଲୋକମାନେ କାମଳ ରୋଗରେ ଆକ୍ରାନ୍ତ ହୋଇଥିଲେ ସେମାନେ ଏହି ପ୍ରକାର ଯକୃତ ସଂକ୍ରମଣ ଜନିତ କାମଳରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ହେପୋଟାଇଟିସ୍ – ଏ ଭୂତାଣୁ ଶ୍ଵାସ ହେଉଥିବା କାମଳ ସେତେ ମାରାତ୍ମକ ନୁହେଁ । କେତେକ କ୍ଷେତ୍ରରେ ଏହା ଧୀରେ ଧୀରେ ଆପେ ଆପେ ହିଁ ଭଲ ହୋଇଯାଇଥାଏ ।

ବିଶେଷଜ୍ଞଙ୍କ ପରାମର୍ଶ

ବିଶେଷଜ୍ଞଙ୍କ ପରାମର୍ଶ ନେଇ ପରିସ୍ରାପରୀକ୍ଷା ଓ ରକ୍ତ ପରୀକ୍ଷାଦ୍ଵାରା ଏହି ରୋଗର ନିରୂପଣ ହୋଇଥାଏ । ଯକୃତର କାର୍ଯ୍ୟଦକ୍ଷତା ସମ୍ବନ୍ଧୀୟ ପରୀକ୍ଷା  ସହ ଭୂତାଣୁର ପ୍ରକାର ଭେଦ ଜାଣିବା ପାଇଁ ଆଣ୍ଟିବଡି ଟେଷ୍ଟ କରାଯାଇଥାଏ । ଏହି ରୋଗକୁ ନେଇ ରୋଗୀଟି ସେପରି କିଛି ଭୟଭୀତ ନ ହୋଇ ବରଂ ଧୈର୍ଯ୍ୟର ସହ ଚିକିତ୍ସକଙ୍କୁ ନିଜର ସମସ୍ତ ଅସୁବିଧା ଜଣାନ୍ତୁ । ପ୍ରଚୁର ପରିମାଣର ଶ୍ଵତସାର, ପୃଷ୍ଟିସାର ଜାତୀୟ ଖାଦ୍ୟ, ଫଳ ଓ ପନିପରିବା ଖାଆନ୍ତୁ । ମୁକ୍ତ ପବନ ଥିବା ଘରେ ବିଶ୍ରାମ ନିଅନ୍ତୁ, ସକାଳୁ ଶୀଘ୍ର ବିଛଣା ଛାଡିବା ମଧ୍ୟ ଏକ ଭଲ ଅଭ୍ୟାସ । ପ୍ରଚୁର ପରିମାଣର ପାଣି, ଫଳରସ, ପଇଡ, ଗ୍ଲୁକୋଜ ପିଅନ୍ତୁ । ତେଲ ମସଲା ଥଣ୍ଡାଖାଦ୍ୟ, ଫାଷ୍ଟଫୁଡ୍ ବାସୀ ଖାଦ୍ୟ, ଆମିଷ ଠାରୁ ଦୂରେଇ ରହିବା ଭଲ । ଏ କ୍ଷେତ୍ରରେ ରୋଗୀ ମାନଙ୍କୁ ପ୍ରାୟତଃ ଖାଇବାକୁ ଭଲ ଲାଗୁ ନଥିବାରୁ ସେମାନଙ୍କୁ ସୁକ୍ଷମ ଖାଦ୍ୟ ଦେବା ପାଇଁ ଗୁରୁତ୍ଵ ଦିଅନ୍ତୁ । ରୋଗୀଟିର ପିନ୍ଧା ପୋଷାକ ପତ୍ର ଭଲ ଭାବରେ ସଫା କରି ଖରାରେ ଶୁଖାଇ ବ୍ୟବହାର ପାଇଁ ଦିଅନ୍ତୁ । ଖାଦ୍ୟଲାଳସାରେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ । ସବୁବେଳେ କମ୍ ତେଲ, ରାଗମସଲା ଲୁଣ ଓ ଆମିଷ ଠାରୁ ଦୂରେଇ ରହନ୍ତୁ । ଖାଇବା ତାଲିକାରେ ଫଳ, ସାଲାଡ ଭଲ । ତେବେ ବିଶେଷଜ୍ଞଙ୍କ ପାରାମର୍ଶ ନେଇ ହିଁଖାଇବା ତାଲିକା କରିପାରନ୍ତି । ରୋଗୀ ଟିର ମଳ ଓ ମୁତ୍ର ତ୍ୟାଗ କ୍ଷେତ୍ରରେସତର୍କତା ଅବଲମ୍ଭନ କରନ୍ତୁ । ଶୌଚାଳୟକୁ ସର୍ବଦା । ପରିଷ୍କାର ରଖନ୍ତୁ, ସନ୍ତସନ୍ତିଆ ରଖନ୍ତୁ ନାହିଁ ଓ ବାହାରକୁ ଶୌଚ କାମ ଯିବା ଠାରୁ ଦୂରେଇ ରୁହନ୍ତୁ । ରୋଗୀଟିର ମଳ, ମୁତ୍ର ସଂସ୍ପର୍ଶରେ ଅନ୍ୟମାନେ ଯେପରି ନ ଆସନ୍ତି ସେ ଦିଗକୁ ଦ୍ରୁଷ୍ଟି ଦିଅନ୍ତୁ । ବର୍ଷାଦିନରେ ଏହି ରୋଗଟି ଅଧିକାଂଶ ଭାବରେ ଶରୀରକୁ ଆକ୍ରାନ୍ତ କରିଥାଏ । ରାସ୍ତାକଡ଼ର ଖାଦ୍ୟ, ବାହାରର ଦୃଷିତ ଖାଦ୍ୟ ଠାରୁ ଦୂରେଇ ରହନ୍ତୁ । ନିଜ ଖାଦ୍ୟକୁ ଗରମ ରଖନ୍ତୁ ଓ ଫୁଟା ଯାଇଥିବା ପାଣି ପିଅନ୍ତୁ । ପରିଷ୍କାର ପରିଚ୍ଛନ୍ନ ପାଇଁ ସବୁବେଳେ ଗୁରୁତ୍ଵ ଦିଅନ୍ତୁ । ସରକାରଙ୍କ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଥ୍ରୁ ସିଟି ହସପିଟାଲ ଓ ସର୍ବବୃହତ୍ ଚିକିତ୍ସାଳୟ ବଡ ଡାକ୍ତରଖାନାରେ ସରକାରୀ ବ୍ୟବସ୍ଥିତ ହେପାଟାଲୋଜି ବିଭାଗର ବିଶେଷଜ୍ଞଙ୍କ ପରାମର୍ଶ ହିଁ ନିଅନ୍ତୁ । ସରକାରଙ୍କ ବଡ ଡାକ୍ତରଖାନାରେ ଏହି ରୋଗୀମାନଙ୍କର ନିଦାନ ପରୀକ୍ଷା ବିନା ମୂଲ୍ୟରେ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରଦାନ କରାଯାଉଛି ଏହାର ସୁଯୋଗ ନିଅନ୍ତୁ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate