ନାମ – ଦେବବ୍ରତ ପ୍ରଧାନ
ମୁଁ DM ସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢୁଛି । ଗତବର୍ଷ ମୁଁ ୯ମ ଶ୍ରେଣୀରେ ପଢୁଥିବା ବେଳେ ଓଡିଶାର ପ୍ରସିଦ୍ଧ କବି ମାନଙ୍କୁ ନେଇ ଏକ ପ୍ରୋଜେକ୍ଟ କରିବା ପାଇଁ ସ୍କୁଲରେ ଦିଆଗଲା । ଯେହେତୁ ମୋର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏଥି ପାଇଁ ମତେ ଅସୁବିଧା ହେଲା । ତେଣୁ ମୁଁ ଇଣ୍ଟରନେଟର ସାହାଯ୍ୟ ନେଲି ହେଲେ ଦୁର୍ଭାଗ୍ୟ ବଶତଃ ସମସ୍ତ ତଥ୍ୟ ଇଂରାଜୀରେ ଉପଲବ୍ଧ ଥିଲା । ଏହି ସମୟରେ ମୁଁ ଓଡିଆ ବିକାଶପିଡିଆ ସମ୍ବନ୍ଧରେ ଜାଣିବାକୁ ପାଇଲି, ଏବଂ ଏହା ମୋର ଆବଶ୍ୟକତାକୁ ପୂରଣ କରିଲା । ମୁଁ ସମସ୍ତ ଓଡିଆ କବିଙ୍କସମ୍ବନ୍ଧରେ ଶିକ୍ଷା ବିଭାଗରୁ ତଥ୍ୟ ସଂଗ୍ରହ କଲି ।
ପ୍ରଥମେ ବିକାଶପିଡିଆ ଜାଣିବା ପରେ ମୋ ପାଖରେ ଏତେ ସମୟ ନଥିଲା । ଏହାକୁ ଭଲ ରୂପେ ଦେଖିବାକୁ, ଯେତେବେଳେ ମୋର ଖରା ଛୁଟି ହେଲା, ସେତେବେଳେ ମୁଁ ସମ୍ପୂର୍ଣ୍ଣ ପୋର୍ଟାଲକୁ ଭଲ ଭାବରେ ଦେଖିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ଥିବା ସମସ୍ତ ତଥ୍ୟ ଅନେକ ଦରକାରୀ ।
ମୁଁ ନିୟମିତ ଭାବରେ ବିକାଶପିଡିଆ ଓଡିଆ ଓ ଇଂରାଜୀ ପୋର୍ଟାଲକୁ ନିଜର ଦରକାର ପାଇଁ ବ୍ୟବହାର କରେ ।
ମୋ ସାଙ୍ଗ ମାନଙ୍କୁ ବିକାଶପିଡିଆ ସମ୍ବନ୍ଧରେ କହୁଛି ଏବଂ ଏବେ ସମସ୍ତଙ୍କୁ ବିକାଶପିଡିଆ ଶିକ୍ଷା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟକୁ କାର୍ଯ୍ୟରେ ଲଗାଇବାକୁ କହୁଛି ।
Last Modified : 1/26/2020