অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନଗଦ ବିହୀନ କାରବାରକୁ ପ୍ରୋତ୍ସାହନ

ନଗଦ ବିହୀନ କାରବାରକୁ ପ୍ରୋତ୍ସାହନ

 

Khabar Odisha: your-cheque-book-could-be-the-next-casualty-in-modi-govts-push-for-digital-transactions

 

ନୋଟବନ୍ଦୀ ଦେଶର ଅର୍ଥବ୍ୟବସ୍ଥା ସହିତ ପେମେଣ୍ଟ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ନୋଟବନ୍ଦୀ ପଛରେ ସରକାରଙ୍କ ଏକ ତର୍କ ଥିଲା ଯେ ଦେଶକୁ ନଗଦ ବିହୀନ କାରବାର ଦିଗରେ ଅଗ୍ରସର କରାଇବା ଏବଂ ଡିଜିଟାଲ  ଟ୍ରାନଜେକସନକୁ ପ୍ରୋତ୍ସାହନ ଦେବା। ଏବେ ପୁଣି ଥରେ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଏବେ ସରକାରଙ୍କ ନଜର ଚେକବୁକ ବନ୍ଦ କରିବା ଉପରେ ରହିଛି।  ଏହା ପଛରେ ସରକାରଙ୍କ ଉଦ୍ଦେଶ୍ୟ ନେଣଦେଣକୁ ସଂପୂର୍ଣ୍ଣ ଭାବେ ଡିଜିଟାଲାଇଜେସନ କରିବ।।
କନଫ୍ରିଡେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି)ର ସଚିବ ଜେନରାଲ  ପ୍ରବୀଣ ଖଣ୍ଡେଓ୍ଵାଲ ପିଟିଆଇକୁ କହିଛନ୍ତି ଯେ ଏହାର ପୁରା ସମ୍ଭାବନା ରହିଛି ଯେ ନିକଟ ଭବିଷ୍ୟତରେ ସରକାର ଡିଜିଟାଲ ଟ୍ରାଞ୍ଜେକ୍ସନକୁ ପ୍ରୋତ୍ସାହନ ଦେବା ପାଇଁ ଚେକ ବୁକ ବ୍ୟବସ୍ଥାକୁ ସମାପ୍ତ କରି ପାରନ୍ତି। ଖଣ୍ଡେଓ୍ଵାଲ ଡିଜିଟାଲ ରଥର ଲଞ୍ଚିଂ ଅବସରରେ ଏହି ସୂଚନା ଦେଇଛନ୍ତି। ସିଏଆଇଟି ଓ ମାଷ୍ଟରକାର୍ଡ ମିଳିତ ଭାବେ ଏହି କାର୍ୟ୍ୟକ୍ରମ ଆୟୋଜନ କରୁଛନ୍ତି। ଏହାର ଉଦ୍ଦେଶ୍ୟ ବ୍ୟବସାୟୀଙ୍କୁ ଡିଜିଟାଲ ନେଣଦେଣର ପ୍ରକ୍ରିୟା ବିଷୟରେ ଅବଗତ କରାଇଵା ସହିତ ନଗଦ ବିହୀନ କାରବାରକୁ ଆଗକୁ ବଢ଼ାଇବା।
ପ୍ରବୀଣ ଖଣ୍ଡେଓ୍ଵାଲ କହିଛନ୍ତି ଯେ ସରକାର ନୋଟର ପ୍ରିଟିଂ ପାଇଁ ୨୫ ହଜାର କୋଟି ଟଙ୍କା ଏବଂ ଏହାର ସୁରକ୍ଷା ଓ ତଦାରଖ ପାଇଁ  ୬ ହଜାର କୋଟିଟଙ୍କା ଖର୍ଚ୍ଚ କରିଥାନ୍ତି।  ଅନ୍ୟ ପଟେ ବ୍ୟାଙ୍କ ଡେବିଟ କାର୍ଡ ପେମେଣ୍ଟ ପାଇଁ ଏକ ପ୍ରତିଶତ ଏବଂ କ୍ରେଡିଟ୍ କାର୍ଡ ପାଇଁ ୨ ପ୍ରତିଶତ ଚାର୍ଜ ନେଇଥାନ୍ତି। ସରକାର ଏହି  ପ୍ରକ୍ରିୟାରେ ପରିବର୍ତ୍ତନ କରି ବ୍ୟାଙ୍କଗୁଡ଼ିକୁ ସିଧାସଳଖ ସବସିଡି ଦେବାକୁ ଚାହୁଁଛନ୍ତି। ଏହା ଦ୍ଵାରା  ଡେବିଟ୍ କାର୍ଡ ଏବଂ କ୍ରେଡିଟ ଉପରେ ଲଗାଯାଉଥିବା ଚାର୍ଜକୁ ବନ୍ଦ କରାଯାଇ ପାରିବ।
ଆଧାର :ଖବର ଓଡ଼ିଶା

 

Last Modified : 11/22/2017



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate