କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ବଡ ଘୋଷଣା କରାଯାଇଛି । ବୋର୍ଡ ଅନୁଯାୟୀ ଦଶମ ଓ ଦ୍ୱାଦଶ ପରୀକ୍ଷାର ଆୟୋଜନ ଫେବୃଆରୀ କରାଯିବ ନାହିଁ ବରଂ ମାର୍ଚ୍ଚରେ କରାଯିବ ଓ ପରୀକ୍ଷା ମାର୍ଚ୍ଚର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯିବ। ସୂଚନାଯୋଗ୍ୟ ଯେ, ପ୍ରଥମେ ବୋର୍ଡ ଫେବୃଆରୀର ଶେଷ ସପ୍ତାହରେ ପରୀକ୍ଷାର ଆୟୋଜନ କରୁଥିଲେ । କାରଣ ଉତ୍ତର ଖାତାର ଯାଞ୍ଚରେ କୌଣସି ଅସୁବିଧା ବା ଗଡବଡ ନ ହେଉ ଓ ପରୀକ୍ଷାର ଫଳାଫଳ ଶୀଘ୍ର ଘୋଷଣା ହେଉ ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ପରୀକ୍ଷାର ଆୟୋଜନ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ପରୀକ୍ଷାର ଆୟୋଜନରେ ବିଳମ୍ବ ହେବା କାରଣରୁ ପରୀକ୍ଷାର ସମୟସୀମା କମଦିନ ମଧ୍ୟରେ ସୀମିତ ରହିପାରେ । ତା ମାନେ ପରୀକ୍ଷାକୁ କମ ଦିନରେ ସାରିବାକୁ ଚେଷ୍ଟା କରାଯିବ । ପରୀକ୍ଷାର ଆୟୋଜନ କମ ସମୟ ମଧ୍ୟରେ ହେବାରୁ ପରୀକ୍ଷାର୍ଥୀ ମାନଙ୍କୁ ପ୍ରସ୍ତୁତ ହେବା ପାଇଁ କମ୍ ସମୟ ମିଳିବ ।
ଉଲ୍ଲେଖନୀୟ, ଏହି ବର୍ଷ ପାଖାପାଖି ୨୭ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ପରୀକ୍ଷା ଦେଉଛନ୍ତି । ଗଣମାଧ୍ୟମ ସୂଚନା ଅନୁଯାୟୀ ବୋର୍ଡର କିଛି ଅଧିକାରୀଙ୍କ ଧାରଣା ରହିଛି ଯେ ଫେବୃଆରୀର ଅନ୍ତିମ ପରୀକ୍ଷା ହିସାବରେ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇନାହିଁ । ପାଠ୍ୟକ୍ରମକୁ ସାରିବାକୁ ପଡିବ ଓ ତାପରେ ପ୍ରାକ୍ଟିକାଲ ମଧ୍ୟ ହେବ । ଏହିପରି ବୋର୍ଡ ଅଧିକାରୀ ଏକମତ ହୋଇ ମାର୍ଚ୍ଚରେ ପରୀକ୍ଷା କରିବାର ନିଷ୍ପତ୍ତି ନେଇଥିଲେ ।
ଏହାପୂର୍ବରୁ ସିବିଏସ୍ଇର ଚେୟାରମ୍ୟାନ୍ ଆର୍ କେ ଚତୁର୍ବେଦୀ କହିଥିଲେ କି ଫେବୃଆରୀରେ ପରୀକ୍ଷା କରିବା ଦ୍ୱାରା ଫଳାଫଳ ମଧ୍ୟ ଶୀଘ୍ର ଘୋଷଣା କରାଯାଇପାରିବ । ବର୍ତ୍ତମାନ ଫଳାଫଳ ଘୋଷଣା ତାରିଖ ମେ’ର ଚତୁର୍ଥ ସପ୍ତାହ ପର୍ୟ୍ୟନ୍ତ ଟଣାଯାଇପାରେ ।
ଆଧାର :ଖବର ଓଡ଼ିଶା
Last Modified : 11/22/2017