অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୁଶଳ ଅଙ୍ଗନୱାଡୀ କର୍ମୀ ହେବାପାଇଁ ପରାମର୍ଶ

ସମ୍ପୂର୍ଣ୍ଣ ସର୍ଭେ

  • ବିଭିନ୍ନ ଯୋଜନା ଯଥା ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପରିପୂରକଖାଦ୍ୟ ଯୋଜନା, ମମତା ଯୋଜନା, କିଶୋରୀ ମାନଙ୍କଠାରେ ରକ୍ତହୀନତା ନିୟନ୍ତ୍ରଣ, କାର୍ଯ୍ୟକ୍ରମ, ସବଳା ଯୋଜନା  ଇତ୍ୟାଦିରେ ସମସ୍ତ ଯୋଗ୍ୟ ହିତାଧିକାରୀ ଅନ୍ତର୍ଭୁକ୍ତ ହେବା ନେଇ ନିଶ୍ଚିତ ରୁହନ୍ତୁ ।
  • ତ୍ରେମାସିକ ସର୍ଭେ କରିବା ଦରକାର ଯଦ୍ୱାରା ଯେକୌଣସି ବର୍ଷର ହିତାଧିକାରୀ ଯଥା ଗର୍ଭବତୀ ମହିଳା, କିଶୋରୀ, ବାଳିକାଙ୍କର ଆସିବା ଏବଂ ଯିବା ପରିବର୍ତ୍ତନକୁ ଠିକ୍ ସମୟରେ ଉଲ୍ଲେଖ କରିପାରିବେ ।

କାର୍ଯ୍ୟକ୍ରମର ନିର୍ଦ୍ଦେଶାବଳୀ

  1. ଅଙ୍ଗନୱାଡୀର କେନ୍ଦ୍ରର ନିର୍ଦ୍ଧାରିତ ଦୈନିକ କାର୍ଯ୍ୟକଳାପକୁ ତିଆରି କରି ସେ ଅନୁସାରେ କାର୍ଯ୍ୟକାରୀ କରନ୍ତୁ -
    • ଅଙ୍ଗନୱାଡୀର ଦୈନିକ କାର୍ଯ୍ୟକଳାପ ସମୟ ନିର୍ଦ୍ଧାରଣ କରନ୍ତୁ ଯଥା :- ବିଦ୍ୟାଳୟ କାର୍ଯ୍ୟକ୍ରମ, ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା, ଖାତା ପତ୍ର ପୂରଣ ଏବଂ ଗୃହ ପରିଦର୍ଶନ ତଦନୁସାରେ ଅଙ୍ଗନୱାଡୀ କେନ୍ଦ୍ର ପରିଚାଳନା କରିବା ଦରକାର ।
  2. ନିୟମିତ ଖାତା ପତ୍ର ପୂରଣ :-
    • ପ୍ରତ୍ୟେକ ମାସର ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ପରେ, ଶୁଖିଲାଖାଦ୍ୟ ବଣ୍ଟନ ଏବଂ ଗ୍ରହଣ ପରେ ନଥିପତ୍ର ତୁରନ୍ତ ପୂରଣ କରିବା ଏବଂ ଖାତା ପତ୍ରର ତ୍ରୁଟି ସୁଧାରିବାକୁ ନିଶ୍ଚିନ୍ତ କରାନ୍ତୁ ।
  3. ମାସିକ ପ୍ରଗତି ବିବରଣୀ
    • ସମୟାନୁସାରେ ନିୟମିତ ଖାତା ପତ୍ର ପୂରଣ ଠିକ୍ ସମୟରେ ମାସିକ ପ୍ରଗତି ବିବରଣୀ ପ୍ରଦାନରେ ସାହାଯ୍ୟ କରେ ।
    • ବିବରଣୀ ପ୍ରଦାନ ପୂର୍ବରୁ ପୂର୍ବମାସର ମାସିକ ପ୍ରଗତି ବିବରଣୀ ସହିତ ତୁଳନା ଏବଂ ପୁନଃ ଯାଞ୍ଚ କରନ୍ତୁ ।
    • ମାସିକ  ପ୍ରଗତି ବିବରଣୀର ଗୋଟିଏ କପି ପରବର୍ତ୍ତୀ ଅନୁଧ୍ୟାନ ପାଇଁ ନିଜ ପାଖରେ ରଖନ୍ତୁ ।
  4. କ୍ୟାଲେଣ୍ଡରରେ ଗୁରୁତ୍ଵପୂର୍ଣ୍ଣ ଦିବସ ଏବଂ ତାରିଖ ଗୁଡିକୁ ଚିହ୍ନଟ କରନ୍ତୁ ଏବଂ ଯୋଜନା ପ୍ରସ୍ତୁତ କରନ୍ତୁ ।
    • ପ୍ରକଳ୍ପ/ମଣ୍ଡଳ ସ୍ତରୀୟ ବୈଠକ ଏବଂ ମାସିକ ପ୍ରଗତି ବିବରଣୀ ପ୍ରଦାନ ।
    • ଗ୍ରାମ୍ୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ଦିବସ ଏବଂ ରୁଟିନ୍ ପ୍ରତିଷେଧକ ଦିବସ ।
    • ବିଶ୍ଵ ସ୍ତନ୍ୟପାନ ସପ୍ତାହ /ପୁଷ୍ଟି ସପ୍ତାହ ପାଳନ ନିମନ୍ତେ ସ୍ଵତନ୍ତ୍ର ଅଭିଯାନ ।
    • କିଶୋରୀ ସ୍ୱାସ୍ଥ୍ୟ ମେଳା ।

ସ୍ୱାସ୍ଥ୍ୟ ବିଭାଗ ଏବଂ ଗୋଷ୍ଠୀ ମଧ୍ୟରେ ସଂଯୋଗ ସ୍ଥାପନ

  • ବିଭିନ୍ନ ପ୍ରକାର ଯୋଜନା ଯଥା – ମମତା ଯୋଜନା, ପୁଷ୍ଟିକର ଦିବସ, କିଶୋରୀ ସ୍ୱାସ୍ଥ୍ୟମେଳା ଅନ୍ତର୍ଗତ ନିର୍ଦ୍ଧାରିତ ହିତାଧିକାରୀ ମାନଙ୍କର ଏକ Duelist ପ୍ରସ୍ତୁତ କରନ୍ତୁ ।
  • ବିଭିନ୍ନ କାର୍ଯ୍ୟକ୍ରମ ଯଥା – ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟିଦିବସ, ମମତା ଯୋଜନା, ରୁଟିନ୍ ଇମ୍ୟୁନାଇଜେସନ୍ ଏବଂ ମମତା ଦିବସରେ ଉପକୃତ ହିତାଧିକାରୀଙ୍କ ସଂଖ୍ୟା, ଛାଡି ଯାଉଥିବା ସଂଖ୍ୟା ଏବଂ ଅଧାରୁ ବର୍ଜନ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ବିଷୟରେ ମତାମତ ବିନିମୟ କରନ୍ତୁ ।

ଆଧାର - Women and Child Development Department

Last Modified : 9/5/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate