অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିପୂରକ ପୁଷ୍ଟି

ପରିପୂରକ ପୁଷ୍ଟିସାଧନ

ସମଗ୍ର ଦେଶରେ ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଗୁରୁତ୍ଵପୂର୍ଣ୍ଣ ସେବାମାନଙ୍କ ମଧ୍ୟରୁ ପରିପୂରକ ପୁଷ୍ଟିସାଧନ ଅନ୍ୟତମ । ପରିପୂରକ ପୁଷ୍ଟିସାଧନର ୨ଟି ମୁଖ୍ୟଭାଗ ଅଛି; ଯଥା :- (୧) ସକାଳ ଜଳଖିଆ ଓ (୨) ଗରମ ରନ୍ଧା ଖାଦ୍ୟ । ପ୍ରାକ୍ ବିଦ୍ୟାଳୟକୁ ଆସିପାରୁଥିବା  ୩ ରୁ ୬ ବର୍ଷର ପିଲାମାନଙ୍କୁ ଏହି ଖାଦ୍ୟ ଦିଆଯାଇଥାଏ ।

ଏହାଛଡା ୮ଟି କେ.ବି.କେ. ଜିଲ୍ଲାରେ ଜରୁରୀକାଳୀନ ଖାଦ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ଦୁଃସ୍ଥ ଏବଂ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ଦିଆଯାଉଛି ।

ଖାଦ୍ୟର ବିକେନ୍ଦ୍ରୀକରଣ

ଖାଦ୍ୟର ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ଏବେ ଭାରତ ସରକାରଙ୍କ ଖାଦ୍ୟନିଗମ ତରଫରୁ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛି, ଅଧିକନ୍ତୁ, ଅନ୍ୟ ଖାଦ୍ୟଦ୍ରବ୍ୟ ଯଥା :- ଡାଲି, ମସଲା, ତେଲ, ସୋୟା ବଡି, ଅଣ୍ଡା ଇତ୍ୟାଦିର କ୍ରୟ ଅଙ୍ଗନୱାଡି କେନ୍ଦ୍ରକୁ ବିକେନ୍ଦ୍ରୀକୃତ ହୋଇଛି ।

ଖାଦ୍ୟର ସାପ୍ତାହିକ ତାଲିକା

  1. ସକାଳ  ଜଳଖିଆ ଏବଂ ଗରମ ରନ୍ଧାଖାଦ୍ୟର ସାପ୍ତାହିକ ତାଲିକା-

ପ୍ରାକ୍ ବିଦ୍ୟାଳୟ ପିଲା ଏବଂ ଜରୁରୀକାଳୀନ ଖାଦ୍ୟବଣ୍ଟନ କାର୍ଯ୍ୟକ୍ରମରେ ସକାଳ ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟର ତାଲିକା ପରପୃଷ୍ଠାରେ ଦିଆଗଲା ।

ଦିନ

କେବଳ ୩ ରୁ ୬ ବର୍ଷରୁ ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ପାଇଁ ସକାଳ ଜଳଖିଆ

ପ୍ରାକ୍କବିଦ୍ୟାଳୟ ଏବଂ ଜରୁରୀକାଳୀନ ଖାଦ୍ୟଯୋଗାଣର ହିତାଧିକାରୀଙ୍କ ପାଇଁ ଗରମରନ୍ଧା ଖାଦ୍ୟ

ସୋମବାର

ଗଜା ମୁଗ

ଭାତ, ଡାଲମା

ମଙ୍ଗଳବାର

ଚୁଡ଼ା/ ମୁଢି ମୁଆଁ

ଭାତ ଏବଂ ସୋୟାବିନ୍ ତରକାରୀ

ବୁଧବାର

ମୁଢି

ଭାତ ଏବଂ ଅଣ୍ଡା ତରକାରୀ

ଗୁରୁବାର

ଗଜାମୁଗ

ଭାତ ଏବଂ ଡାଲମା

ଶୁକ୍ରବାର

ଚୁଡ଼ା/ ମୁଢି ମୁଆଁ

ଭାତ ଏବଂ ସୋୟାବଢି ତରକାରୀ

ଶନିବାର

ଚୁଡ଼ା/ ମୁଢି ମୁଆଁ

ଖେଚୁଡି

ରବିବାର

 

ଭାତ,ଡାଲମା (ଜରୁରୀକାଳୀନ ଖାଦ୍ୟବଣ୍ଟନ କାର୍ଯ୍ୟକ୍ରମରେ )

 

ଖାଦ୍ୟଦ୍ରବ୍ୟ କ୍ରୟପ୍ରଣାଳୀ

  1. ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ପାଇଁ ଖାଦ୍ୟଦ୍ରବ୍ୟ କ୍ରୟପ୍ରଣାଳୀ -

ଅଙ୍ଗନୱାଡି କର୍ମୀ ଏବଂ ୱାର୍ଡମେମ୍ବର / କାଉନ୍ସିଲର / କର୍ପୋରେଟର ଗରମ ରନ୍ଧା ଖାଦ୍ୟ ଏବଂ ସକାଳ ଜଳଖିଆ ପାଇଁ  ଖାଦ୍ୟଦ୍ରବ୍ୟ କ୍ରୟ ପ୍ରଣାଳୀ ପାଇଁ ପ୍ରାରମ୍ଭିକ ଭାବରେ ଉତ୍ତରଦାୟୀ ରହିବେ । ଏହି କ୍ରୟପ୍ରଣାଳୀ ପାଇଁ କର୍ମୀ ଏବଂ ୱାଡମେମ୍ବର ଏକାଠି ଯିବା ଜରୁରୀ ନୁହେଁ । ଯାଞ୍ଚ କମିଟି ଦ୍ଵାରା କିଣା ହେବାକୁ ଥିବା ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରିତ ହେବାପରେ ଅଙ୍ଗନୱାଡି କର୍ମୀ କିମ୍ବା ୱାଡମେମ୍ବରଙ୍କ ମଧ୍ୟରୁ କେହି ଜଣେ ଏହାକୁ କିଣି ପାରିବେ । ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ନିକଟରୁ ସକାଳ ଜଳଖିଆ କ୍ରୟ କରାଯିବ । ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଅଭିଜ୍ଞତା ଓ ଦକ୍ଷତାକୁ ଭିତ୍ତି କରି ସ୍ଵୟଂସହାୟକ ଗୋଷ୍ଠୀ ମୋନନୀତ ହେବା ଦରକାର । ଯଦି ସେହି ସ୍ଵୟଂ ସହାୟକ ଗୋଷ୍ଠୀ ସକାଳ ଜଳଖିଆ ଦେବାପାଇଁ ଅରାଜି ହୁଏ, ତେବେ ପାଖ ସ୍ଵୟଂ ସହାୟକ ଗୋଷ୍ଠୀ ନିକଟରୁ ଏହା କ୍ରୟ କରାଯିବ । ନିୟମ ଅନୁସାରେ ସକାଳ  ଜଳଖିଆର ମୂଲ୍ୟ ସ୍ଥିର ହେବା ଦରକାର ।

ଭୋଜନ କାର୍ଯ୍ୟକ୍ରମର ଆର୍ଥିକ ବ୍ୟବସ୍ଥା

  1. ଭୋଜନ କାର୍ଯ୍ୟକ୍ରମର ଆର୍ଥିକ ବ୍ୟବସ୍ଥା ପାଇଁ ନିମ୍ନ ପଦ୍ଧତିରେ ହେବ -

ଅଙ୍ଗନୱାଡି କର୍ମୀ ଏବଂ ୱାର୍ଡ ମେମ୍ବର, କାଉନ୍ସିଲର/ କର୍ପୋରେଟର ଜଳଖିଆ ଏବଂ ଗରମରନ୍ଧା ଖାଦ୍ୟ ସାମଗ୍ରୀ ଠିକ୍ ସମୟରେ ସଂଗ୍ରହ ନିମନ୍ତେ ଯୁଗ୍ମ ଭାବରେ ଦାୟିତ୍ଵ ନେବେ "ନିକଟସ୍ଥ ବ୍ୟାଙ୍କ ଶାଖାରେ ଏକ ଯୁଗ୍ମ ସଞ୍ଚୟ ଖାତା ଖୋଲିଯିବ" ଅଙ୍ଗନୱାଡି କର୍ମୀ ଏବଂ ୱାର୍ଡମେମ୍ବର / କାଉନସିଲ୍ର/ କର୍ପୋରେଟର ସଂଞ୍ଚୟ ଖାତା ପରିଚାଳନା ପାଇଁ ଯୁଗ୍ମ ସ୍ଵାକ୍ଷରକାରୀ ରହିବେ । ସମସ୍ତ ରସିଦ୍ ସେହି ଖାତାରେ ଜମା ରହିବ ଏବଂ ଖାଦ୍ୟ ସାମଗ୍ରୀ କ୍ରୟର ସମସ୍ତ ଖର୍ଚ୍ଚ ଜମା ଟଙ୍କାରୁ ଭରଣା କରାଯିବ । କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ସଂପୃକ୍ତ ଯାଞ୍ଚ କମିଟି ବ୍ୟାଙ୍କ ଖାତାର ଦୈନିକ ଖର୍ଚ୍ଚକୁ ପରିଚାଳନା କରିବା ପାଇଁ ଅଙ୍ଗନୱାଡି କର୍ମୀଙ୍କ ସହିତ ୱାର୍ଡମେମ୍ବରଙ୍କ ପରିବର୍ତ୍ତେ ସରପଞ୍ଚ/ମେୟର/ଚେୟାରମ୍ୟାନ୍ ଙ୍କୁ ଦାୟିତ୍ଵ ଦେବେ । ଯେଉଁ ସ୍ଥାନରେ ୱାର୍ଡମେମ୍ବର ବା ସରପଞ୍ଚ ନ ଥିବେ ବା ଅନୁପସ୍ଥିତ ରହିବେ, ସେଠାରେ ଜିଲ୍ଲାପାଳ ଅନ୍ୟ ବ୍ୟବସ୍ଥା କରିବେ ।

କୌଣସି କ୍ଷେତ୍ରରେ ଅଙ୍ଗନୱାଡି କର୍ମୀ ପଦବୀ ଖାଲି ଥିଲେ । ଯଥାଶୀଘ୍ର ପୂରଣ କରିବା ଉଚିତ୍ । ନିକଟସ୍ତ କର୍ମୀଙ୍କ ସଂଞ୍ଚୟ ଖାତା ବ୍ୟବହାର କରି ଚାଲୁ ରଖିବା ଉଚିତ୍ । ଉଭୟଙ୍କ ଖାତାପତ୍ର ପରିଚାଳନା ଅଲଗା ଅଲଗା ହେବା ଉଚିତ୍ ।

ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟ

  1. ଅଙ୍ଗନୱାଡି କର୍ମୀ  ହିସାବ ବିବରଣୀ ଖାତା ପରିଚାଳନା ଓ  ଦୈନନ୍ଦିନ ହିସାବ ଲିପିବଦ୍ଧ କରିବାପାଇଁ ନିମ୍ନଲିଖିତ ହିସାବ ଖାତା ପୂରଣ କରିବେ ।
  • କ୍ୟାସ ବହି
  • କ୍ରୟ ପୁସ୍ତିକା
  • ଜମା ଓ ବଣ୍ଟନ ବିବରଣୀ
  • ଖର୍ଚ୍ଚର ବିବରଣୀ
  • ବ୍ୟାଙ୍କର ସନ୍ତୁଷ୍ଟୀକରଣ ତଥ୍ୟ

ଖର୍ଚ୍ଚର ପ୍ରତିଶୋଧନ ପ୍ରକ୍ରିୟା

ପ୍ରତ୍ୟେକ ମାସରେ ଖର୍ଚ୍ଚର ବିବରଣୀ ଅଙ୍ଗନୱାଡି କର୍ମୀ ପ୍ରସ୍ତୁତ କରିବେ । ଉଭୟେ  ଅଙ୍ଗନୱାଡି କର୍ମୀ /ୱାର୍ଡମେମ୍ବର / କାଉନ୍ସିଲର/ କର୍ମୋରେଟର ଏହାକୁ ଦସ୍ତଖତ କରିବେ । ଏହା ମହିଳା ପରିଦର୍ଶିକାଙ୍କ ଦ୍ଵାରା ଯାଞ୍ଚ କରାଯିବ । ଯାଞ୍ଚ ହୋଇଥିବା ଖର୍ଚ୍ଚ ବିବରଣୀକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଅନୁମୋଦନ ପାଇଁ ପଇଠ କରାଯିବ । କ୍ରୟ ଏବଂ ସଂରକ୍ଷଣ ସମ୍ବନ୍ଧୀୟ ସମସ୍ତ ଭାଉଚର ଓ ରସିଦଇତ୍ୟାଦି ଅଙ୍ଗନୱାଡି କର୍ମୀ ସାଇତି ରଖିବେ ଏବଂ ଏହାକୁ ଯାଞ୍ଚ କରିବା ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ।

ଖାଦ୍ୟର ଅର୍ଥ ବ୍ୟବସ୍ଥା

  • ସକାଳ ଜଳଖିଆର ଅର୍ଥ ବ୍ୟବସ୍ଥା
  • ଅଙ୍ଗନୱାଡି କେନ୍ଦ୍ରପାଇଁ ସ୍ଥାନୀୟ ସ୍ଵୟଂ ସହାୟକ ଦଳ ନିୟମାବଳୀ ଅନୁସାରେ ସକାଳ ଜଳଖିଆ ଯୋଗାଇବେ । ଅଙ୍ଗନୱାଡି କର୍ମୀ ଯୋଗାଣ ଓ ବଣ୍ଟନର ବିବରଣୀ ଜମା ଖାତାରେ ଲିପିବଦ୍ଧ କରିବେ । ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ପ୍ରସ୍ତୁତ ସକାଳ ଜଳଖିଆର ସମସ୍ତ ବିବରଣୀ ପରିଦର୍ଶିକାଙ୍କ ଦ୍ଵାରା ଯାଞ୍ଚ ହେବାପରେ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (C.D.P.O)ଙ୍କୁ ଦାଖଲ କରାଯିବ ଏବଂ ସି.ଡି.ପି.ଓ ସଂପୃକ୍ତ ସ୍ଵୟଂ ସହାୟକ ଦଳକୁ ର-ପେମେଣ୍ଟ ମାଧ୍ୟମରେ ଅର୍ଥପ୍ରଦାନ କରିବେ । ଏହି ଅର୍ଥ ମାସିକିଆ ଭିତିରେ ପ୍ରଦାନ କରାଯିବ ଏବଂ ଏଥିରେ ବିଳମ୍ବ ନହେବା ପାଇଁ  C.C.D.P.O ନିଶ୍ଚିତ କରିବେ ।

ଖାଦ୍ୟ କାର୍ଯ୍ୟକ୍ରମ ତଦାରଖ ଓ ସମୀକ୍ଷା

ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମ ତଦାରଖ ଓ ସମୀକ୍ଷା ଗ୍ରାମ ପଞ୍ଚାୟତ ଏବଂ ଗ୍ରାମସ୍ତରରେ ହେବ ।

ବର୍ତ୍ତମାନ ଖାଦ୍ୟ କାର୍ଯ୍ୟକ୍ରମ ଗ୍ରାମସ୍ତର ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ବିକେନ୍ଦ୍ରୀକରଣ କରାଯାଇଛି, ତେଣୁ ଏହାକୁ କାର୍ଯ୍ୟକାରିତା ପାଇଁ ସ୍ଥାନୀୟ କର୍ମକର୍ତ୍ତାଙ୍କୁ ନିମ୍ନଲିଖିତ ଦାୟିତ୍ଵ ଦିଆଯିବ ।

  • ସରପଞ୍ଚ / ଚେୟାରମ୍ୟାନ୍ / ମେୟର
  • ୱାର୍ଡମେମ୍ବର / କାଉନ୍ସିଲର / କର୍ପୋରେଟର
  • ଯାଞ୍ଚ କମିଟି

ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲରେ ଯାଞ୍ଚ ଓ ମାତୃ କମିଟିର ସଭ୍ୟମାନଙ୍କର ନାମ ଫଟୋ ସହିତ ପ୍ରଦର୍ଶନ କରାଯିବ । ଅଙ୍ଗନୱାଡି କର୍ମୀ ଓ ସ୍କୁଲମାନଙ୍କୁ ନିମ୍ନରେ ଦର୍ଶାଯାଇଥିବା ଚାର୍ଟଙ୍କୁ ସମସ୍ତଙ୍କୁ ଦୃଷ୍ଟିଗୋଚର ହେବାଭଳି ସ୍ଥାନରେ ଟାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯିବ ।

ଯାଞ୍ଚକମିଟି ଗଠନପ୍ରଣାଳୀ

ନିମ୍ନଲିଖିତ ସଭ୍ୟଙ୍କୁ ନେଇ ଯାଞ୍ଚ  କମିଟି ଗଠନ କରାଯିବ ।

  • ଅବସରପ୍ରାପ୍ତ ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ସଂସ୍ଥାର କାର୍ଯ୍ୟକର୍ତ୍ତା ।
  • ଦୁଇଟି ଅତିଭଲ ଗ୍ରେଡିଙ୍ଗ ହୋଇଥିବା ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରେସିଡେଣ୍ଟ ଓ ସେକ୍ରେଟାରୀ ନିଆଯିବ । ଯଦି ସେହି ଗାଁରେ ମଧ୍ୟାହ୍ନ ଭୋଜନ ସକାଳ ଜଳଖିଆ ଯୋଗାଉଥିବା ସ୍ଵୟଂସହାୟକ ଦଳଥିବେ ସେମାନେ ଏହି କମିଟିର ସଭ୍ୟ ହୋଇପାରିବେ ନାହିଁ ।
  • ଜଣେ ଭିନ୍ନକ୍ଷମ ବ୍ୟକ୍ତି
  • ମାତୃ କମିଟିର ମୁଖ୍ୟ
  • ଗ୍ରାମ୍ୟ ଶିକ୍ଷା କମିଟିର ସଭାପତି

ଆଧାର - Women And Development Department

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate