অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମମତା

ମମତା ଯୋଜନା

  • ଏହା ଏକ ସର୍ତ୍ତମୂଳକ ଅର୍ଥରାଶି ହସ୍ତାନ୍ତର ମାତୃମଙ୍ଗଳ ଯୋଜନା ।
  • ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି  ମା’ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦିଏ  ଯାହାକି ସେମାନଙ୍କୁ ଉନ୍ନତ ପୁଷ୍ଟିସାଧନ ତଥା ସ୍ୱାସ୍ଥ୍ୟକର ଅଭ୍ୟାସ ଗ୍ରହଣ କରିବା ପାଇଁ  ସମର୍ଥ କରାଇଥାଏ ।

ଯୋଜନାର ଉଦ୍ଦେଶ୍ୟ

  • ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ  ଗର୍ଭାବସ୍ଥାରେ ଏବଂ ପ୍ରସୂତି ପରେ ଆଂଶିକ ମଜୁରୀର କ୍ଷତିଭରଣା କରିବା ଦ୍ଵାରା ସେମାନେ ଆବଶ୍ୟକୀୟ ବିଶ୍ରାମ ପାଇପାରିବେ ।
  • ମା’ ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସେବା ବିଶେଷ ଭାବରେ ଗର୍ଭାବସ୍ଥାର ଯତ୍ନ, ପ୍ରସବ ପରର ଯତ୍ନ ଏବଂ ପ୍ରତିଷେଧକ ସେବା ଗୁଡିକର ବ୍ୟବହାରରେ ଉନ୍ନତି ଆଣିବା ।

ସୁବିଧାପାଇବା ଯୋଗ୍ୟ

  • ମମତା ଯୋଜନାର ସୁବିଧା ପାଇବା ପାଇଁ ଯୋଗ୍ୟ -
    • ୧୯ ବର୍ଷରୁ  ଊର୍ଦ୍ଧ୍ଵ ସମସ୍ତ ଗର୍ଭବତୀ ଓ ପ୍ରସୂତି  ମହିଳା ୨ଟି ଜୀବିତ ଜାତ ସନ୍ତାନ ପର୍ଯ୍ୟନ୍ତ ଏଥିରେ ଉପକୃତ ହୋଇପାରିବେ ।

ଉପକୃତ

  • ହିତାଧିକାରୀ ପଞ୍ଜୀକରଣ
    • ଏହି ଯୋଜନାରେ ସୁବିଧା ପାଇବା ପାଇଁ ଜଣେ ଗର୍ଭବତୀ ମା’ଙ୍କୁ ତାଙ୍କ ଅଞ୍ଚଳରେ ଥିବା  ଅଙ୍ଗନୱାଡୀ କେନ୍ଦ୍ର / ମିନି ଅଙ୍ଗନୱାଡୀ କେନ୍ଦ୍ରରେ ନାମ ପଞ୍ଜୀକରଣ କରିବାକୁ ପଡିବ ।
    • ଗର୍ଭସଞ୍ଚାରର ୬ ମାସ ମଧ୍ୟରେ ଗର୍ଭବତୀ ମହିଳା ନିଜେ ରହୁଥିବା ଅଞ୍ଚଳରେ ଅଙ୍ଗନୱାଡୀ କେନ୍ଦ୍ରରେ ନାମ ପଞ୍ଜୀକରଣ କରିବେ । ଯଦି ଅଙ୍ଗନୱାଡୀ କର୍ମୀ ପଦବୀ ଖାଲିଥାଏ, ତେବେ  ହିତାଧିକାରୀ ନିକଟସ୍ଥ ଅଙ୍ଗନୱାଡୀ କେନ୍ଦ୍ରରେ ନାମ ପଞ୍ଜୀକରଣ କରିବେ ।
    • ଅଙ୍ଗନୱାଡୀ କେନ୍ଦ୍ରରେ ପଞ୍ଜୀକରଣ କରିଥିବା ପ୍ରତ୍ୟେକ ଗର୍ଭବତୀଙ୍କୁ ଏକ ମା ଓ ଶିଶୁ ସୁରକ୍ଷା ପତ୍ରିକା  ପ୍ରଦାନ କରିବେ ଏବଂ ଅର୍ଥପ୍ରଦାନ ପାଇଁ ରଖାଯାଇଥିବା ସର୍ତ୍ତଗୁଡିକୁ ଯାଞ୍ଚ କରିବା ପାଇଁ ତାର ଏକ ଅବିକଳ ନକଲ ପତ୍ରିକାଟି ନିଜ ପାଖରେ ରଖିବେ ।
    • ଅଙ୍ଗନୱାଡୀ କର୍ମୀ ଯୋଗ୍ୟବିବେଚିତ ସମସ୍ତ ମହିଳା ମାନଙ୍କୁ କୋରବ୍ୟାଙ୍କିଙ୍ଗ ସୁବିଧା ଥିବା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ କହିବେ , ତାହା ହିତାଧିକାରୀଙ୍କ ନାମରେ ଏକାକୀ ଆକାଉଣ୍ଟ ହୋଇଥିବା ଦରକାର ।
    • ହିତାଧିକାରୀ ବ୍ୟାଙ୍କ ପାସ ବହିର ୧ମ ପୃଷ୍ଟାର ନକଲ କପି ଅଙ୍ଗନୱାଡୀ କର୍ମୀଙ୍କ ନିକଟରେ ଦାଖଲ କରିବେ ।
    • ବ୍ୟାଙ୍କର ସମସ୍ତ ତଥ୍ୟ ଅଙ୍ଗନୱାଡୀ କର୍ମୀଙ୍କ ଦ୍ଵାରା ମା’ ଓ ଶିଶୁ ସୁରକ୍ଷା ପତ୍ରିକାର ସଠିକ ସ୍ଥାନରେ ( ୧ମ ପୃଷ୍ଠାର ଅପର ପାର୍ଶ୍ଵରେ ) ପୂରଣ କରିବେ ।
    • ତାପରେ ଏହି ଯୋଗ୍ୟ ମହିଳା ମାନଙ୍କୁ ମମତା ପତ୍ରିକା ଓ ସ୍ଵୀକାରୋକ୍ତି ଫର୍ମର ୨ଗୋଟି ନକଲ( Annexure-B )ଦିଆଯିବ । ହିତାଧିକାରୀ ଏହି  ସ୍ଵୀକାରୋକ୍ତି ଫର୍ମ ପୂରଣ କରି ୨ଗୋଟି ଫଟୋଗ୍ରାଫ ସହ ଅଙ୍ଗନୱାଡୀ କର୍ମୀଙ୍କୁ ଯଥା ଶୀଘ୍ର ଫେରସ୍ତ କରିବେ ।
    • ଅଙ୍ଗନୱାଡୀ କର୍ମୀ ଏହି ସ୍ଵୀକାରୋକ୍ତିର ଏକକିତା ନକଲ ନିଜ ପାଖରେ ରଖିବେ ଏବଂ ଅନ୍ୟଟି ସୁପରଭାଇଜରଙ୍କ ମାଧ୍ୟମରେ ସି.ଡି.ପି.ଓଙ୍କୁ ଦାଖଲ କରିବେ ।
    • ସି.ଡି.ପି.ଓ ଏହି ତଥ୍ୟକୁ MIS ସାରଣୀରେ ଭର୍ତି କରିବେ ।

ଦେୟର ପରିମାଣ

  • ପ୍ରତ୍ୟେକ ହିତାଧିକାରୀ ନିର୍ଦ୍ଧିଷ୍ଟ  ସର୍ତ୍ତପୁରଣ କଲେ ୪ଟି କିସ୍ତିରେ ସମୁଦାଯ ଟ୫୦୦୦/- ପାଇପାରିବେ ।
  • ଏହି ଦେୟ ଅର୍ଥ ସି.ଡି.ପି.ଓ ଇ-ଟ୍ରାନ୍ସଫର୍ମ ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟରେ ଦାଖଲ କରିବେ ।

କିସ୍ତିଗୁଡ଼ିକର ସର୍ତ୍ତାବଲୀ ଓ ପରିମାଣ

  1. ପ୍ରଥମ କିସ୍ତି
  2. ଅର୍ଥରାଶି ଟ୧୫୦୦/- ଗର୍ଭାବସ୍ତାରେ ୨ୟ ତ୍ରୟମାସିକ  ଅର୍ଥାତ ୬ମାସ ପରେ ନିମ୍ନରେ ଦିଆଯାଇଥିବା ସମସ୍ତ ସର୍ତ୍ତପୂରଣ କଲେ–

    • ସର୍ତ୍ତାବଳୀ -
      • ଅଙ୍ଗନୱାଡୀ କେନ୍ଦ୍ର / ମିନି ଅଙ୍ଗନୱାଡୀ କେନ୍ଦ୍ରରେ ଗର୍ଭାବସ୍ଥା ପଞ୍ଜୀକରଣ ।
      • ଅନ୍ୟୁନ ଥରେ ଗର୍ଭ ପରୀକ୍ଷା କରିବା ।
      • ଲୌହସାର ବଟିକା ଗ୍ରହଣ କରିଥିବ ।
      • ଅନ୍ୟୁନ ଗୋଟିଏ ଟି.ଟି ଇଞ୍ଜେକସନ ନେଇଥିବ ।
      • ଅଙ୍ଗନୱାଡୀ କେନ୍ଦ୍ରରେବା ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ ଅତି କମରେ ଥରେ ପରାମର୍ଶ ଗ୍ରହଣ କରିଥିବ ।
  3. ଦ୍ଵିତୀୟ କିସ୍ତି
  4. ଅର୍ଥରାଶି– ଟ୧୫୦୦/- ପ୍ରସବର ୩ମାସ ପରେ ନିମ୍ନଲିଖିତ ସମସ୍ତ ୬ଗୋଟି ସର୍ତ୍ତପୂରଣ କଲେ ଦିଆଯିବ ।

    • ସର୍ତ୍ତାବଳୀ -
      • ଶିଶୁଜନ୍ମ ପଞ୍ଜୀକରଣ ହୋଇଥିବ ।
      • ଶିଶୁକୁ ବି.ସି.ଜି. ଟୀକା ଦିଆଯାଇଥିବ ।
      • ଶିଶୁକୁ ପୋଲିଓ ୧ମ ଓ ଡି.ପି.ଟି. ଇଞ୍ଜେକସନ ର ୧ମ ମାତ୍ରା ଦିଆଯାଇଥିବ ।
      • ଶିଶୁକୁ ପୋଲିଓ ୨ୟ ଓ ଡି.ପି.ଟି. ଇଞ୍ଜେକସନ ର ୨ୟ ମାତ୍ରା ଦିଆଯାଇଥିବ ।
      • ଜନ୍ମ ପରେ ଶିଶୁକୁ ଅନ୍ୟ ୨ଥର ଓଜନ କରାଯାଇଥିବ ।
      • ପ୍ରସବ ପରେ ଅଙ୍ଗନୱାଡୀ କେନ୍ଦ୍ର ବା ଗ୍ରାମ୍ୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ଦିବସରେ , ଅଙ୍ଗନୱାଡୀ କର୍ମୀଙ୍କ ଗୃହ ପରିଦର୍ଶନ ସମୟରେ ମା’ ଅନ୍ୟୁନ ୨ଟି IYCF ମନ୍ତ୍ରଣା ଅଧିବେଶନରେ ଅଂଶ ଗ୍ରହଣ କରିଥିବେ ।
  5. ୩ୟ କିସ୍ତି
  6. ଅର୍ତ୍ତରାଶି ଟ୧୦୦୦/- ଶିଶୁକୁ ୬ମାସ ପୂରଣ ହେଲେ ନିମ୍ନ ସମସ୍ତ ୫ଗୋଟି ସର୍ତ୍ତପୂରଣ ହୋଇଥିଲେ ।

    • ସର୍ତ୍ତାବଳୀ -
      • ଶିଶୁକୁ ୬ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦିଆଯାଇଛି ।
      • ୬ମାସ ପୂରଣ ହେଲାପରେ ଶିଶୁରେ ଅନୁପୂରକ ଖାଦ୍ୟ ଆରମ୍ଭ କରାଯାଇଛି ।
      • ଶିଶୁକୁ ପୋଲିଓ ୩ମାତ୍ରା ଓ ଡି.ପି.ଟି ଇଞ୍ଜେକସନର ୩ୟ ଦିଆଯାଇଛି ।
      • ୩ମାସ ରୁ  ୬ମାସ ମଧ୍ୟରେ ଶିଶୁକୁ ୨ଥର ଓଜନ କରାଯାଇଛି ।
      • ପ୍ରସବର ୩-୬ ମାସ ମଧ୍ୟରେ ଅଙ୍ଗନୱାଡୀ କେନ୍ଦ୍ର/ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟି ଦିବସ /ଅଙ୍ଗନୱାଡୀ କର୍ମୀଙ୍କ ଗୃହ ପରିଦର୍ଶନ ସମୟରେ ମା’ ଅନ୍ୟୁନ ୨ଟି IYCF ମନ୍ତ୍ରଣା ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି ।
  7. ୪ର୍ଥ କିସ୍ତି
  8. ଅର୍ଥରାଶି ଟ୧୦୦୦/- ଶିଶୁକୁ ୯ମାସ ପୂରଣ ହେଲେ ନିମ୍ନ ସମସ୍ତ ୪ଟି ସର୍ତ୍ତପୂରଣ କରିଥିଲେ ଦିଆଯିବ ।

    • ସର୍ତ୍ତାବଳୀ -
      • ଶିଶୁକୁ ୧ବର୍ଷ ପୂରଣ ହେବା ପୂର୍ବରୁ ମିଳିମିଳା ଇଞ୍ଜେକ୍ସନ୍ ଦିଆଯାଇଛି ।
      • ଶିଶୁକୁ ୧ବର୍ଷ ପୂରଣ ହେବା ପୂର୍ବରୁ ଭିଟାମିନ-ଏ ର ୧ମ ମାତ୍ରା ଦିଆଯାଇଛି ।
      • ଶିଶୁର ବୟସାନୁଯାୟୀ ସଠିକ ସମୟରେ ଅନୁପୂରକ ଖାଦ୍ୟ ଆରମ୍ଭ କରାଯାଇଛି ଓ ଚାଲୁ ରହିଛି ।
      • ୬ମାସ ରୁ ୯ମାସ ମଧ୍ୟରେ ଶିଶୁକୁ ଅନ୍ୟୁନ ୨ଥର ଓଜନ କରାଯାଇଛି ।
    • ସ୍ଵତନ୍ତ୍ର ସର୍ତ୍ତାବଳୀ :
      1. ହିତାଧିକାରୀ ୧ମ କିସ୍ତି ପାଇଁ ସମସ୍ତ ସର୍ତ୍ତ ପୂରଣ କରିଥିଲେ ମଧ୍ୟ ଯଦି ଗର୍ଭନଷ୍ଟ ହୋଇଥାଏ । ସେ ପ୍ରଥମ କିସ୍ତି ପାଇପାରିବେ । ସେ ସମ୍ପର୍କୀୟ ଦସ୍ତାବିଜ ଦାଖଲ କରିବାପରେ ।
      2. ଯଦି ହିତାଧିକାରୀଙ୍କର ମୃତଶିଶୁ ପସବହୁଏ ତେବେ ସେ ୨ୟ କିସ୍ତି ପାଇବାପାଇଁ ଯୋଗ୍ୟବିବେଚିତ ହେବେ । ସେ ନିଜର ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ଅନ୍ୟୁନ ୨ଥର ପରାମର୍ଶ ଗ୍ରହଣ କରିବା ପରେ ।
      3. ଯଦି ହିତାଧିକାରୀ ୨ୟ କିସ୍ତିର ସମସ୍ତ ସର୍ତ୍ତ ପୂରଣ କରିଥିବେ ମାତ୍ରା ଜନ୍ମରୁ ୩ମାସ ମଧ୍ୟରେ ଶିଶୁରୁ ମୃତ୍ୟୁ ହୋଇଥାଏ ତେବେ ହିତାଧିକାରୀ ମା’ ୨ୟ କିସ୍ତି ପାଇପାରିବେ ।
      4. ଯଦି ହିତାଧିକାରୀ ପ୍ରଥମ ପ୍ରସବରେ ଜାଁଆଳା ଜନ୍ମକରନ୍ତି । ତେବେ ସେ ଏହି ଯୋଜନାର ସମସ୍ତ ସୁବିଧା ୨ଥର ଥାଇପାରିବେ ନାହିଁ କାରଣ ଥରେ ମାତ୍ର କ୍ଷତି ଓ ବିଶ୍ରାମର ଆବଶ୍ୟକତା ହେଉଛି ।
      5. ଯଦି ହିତାଧିକାରୀଙ୍କର ପ୍ରଥମ ଗର୍ଭର ଜୀବିତ ସନ୍ତାନ ଅଛି ଏବଂ ୨ୟ ପ୍ରସବରେ ଯାଆଁଳା ଶିଶୁ ଜନ୍ମକରିଛନ୍ତି । ତେବେ ସେ ୨ୟ କିସ୍ତି ପାଇବେ ଓ ସମସ୍ତ ସୁବିଧା ପାଇପାରିବେ ଯଦି ଓ ତାଙ୍କର ୩ଟି ଜୀବିତ ସନ୍ତାନ ଅଛନ୍ତି ।

ସର୍ତ୍ତାବଳୀର ଯାଞ୍ଚ କର୍ମଚାରୀ

  • ଅଙ୍ଗନୱାଡି କର୍ମୀ
  • ସୁପରଭାଇଜର
  • ସି.ଡି.ପି.ଓ
  • ପୋଗ୍ରାମ ଆସିଷ୍ଟାଣ୍ଟ

ସର୍ତ୍ତାବଳୀକୁ ଯାଞ୍ଚ

ସ୍ୱାସ୍ଥ୍ୟରକ୍ଷା କର୍ମକର୍ତ୍ତା କିପରି ସର୍ତ୍ତାବଳୀ ଗୁଡିକୁ ଯାଞ୍ଚ କରିବେ ।

  • ଅଙ୍ଗନୱାଡୀ କର୍ମୀ/ ମାଓ ଶିଶୁ ସୁରକ୍ଷା କାର୍ଡ/ ମମତା ଯୋଜନା ପଞ୍ଜୀକରଣ
  • ସୁପରଭାଇଜର ଓ ସି.ଡି.ପି.ଓ / ଅଙ୍ଗନୱାଡୀ କର୍ମୀ/ ସହାୟିକା ଦ୍ଵାରା ଦିଆଯାଇଥିବା ମମତା ଯୋଜନାର ମାସିକ ରିପୋର୍ଟ ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ

ମା’ ଓ ଶିଶୁ ସୁରକ୍ଷା କାର୍ଡ଼

  1. ମା’ ଓ ଶିଶୁ ସୁରକ୍ଷା କାର୍ଡ଼ କ’ଣ ?
  2. ଗର୍ଭବତୀ ମା’ ର ଯତ୍ନ ଏବଂ ନୂତନ ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ଶିଶୁ ବୃଦ୍ଧି ଓ ବିକାଶ ନୀତି ଅନୁଯାୟୀ ୩ ବର୍ଷରୁ କମ୍ ବୟସର ଶିଶୁ ମାନଙ୍କର ଯତ୍ନକୁ ନିରନ୍ତର କ୍ଷମତାଶୀଳ କରିବାପାଇଁ ମା’ ଓ ଶିଶୁ ସୁରକ୍ଷା କାର୍ଡ଼ ଏକ ଉପକରଣ । ଏହା ମା’, ନବଜାତଶିଶୁ ଏବଂ ପିଲା ମାନଙ୍କ ଯତ୍ନ ମଧ୍ୟରେ ସଂଯୋଗ ରଖିଥାଏ ଏବଂ ଶିଶୁର ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ବିକାଶକୁ ତ୍ଵାରାନ୍ଵିତ କରିଥାଏ ।

    ଏହା ଆଇ.ସି.ଡି.ଏସ୍ ଓ ଏନ୍.ଆର୍. ଏଚ୍.ଏମ୍ ସେବା ଗୁଡିକୁ ଉପଲବ୍ଧ କରିବା ଏବଂ ପରିବାରର ଯତ୍ନ ଅଭ୍ୟାସରେ ଉନ୍ନତି  ଆଣିବା ପାଇଁ ଓ ବିପଦଲକ୍ଷଣକୁ ଗୁରୁତ୍ଵ ଦେଇ ପରିବାର ଗୁଡିକୁ ଉନ୍ନତ ସ୍ୱାସ୍ଥ୍ୟ ପରାମର୍ଶ ଦେଇଥାଏ ।

  3. ଅଙ୍ଗନୱାଡୀ କର୍ମୀ ମା’ ଓ ଶିଶୁ ସୁରକ୍ଷା କାର୍ଡ ଯାଞ୍ଚ କରିପାରିବେ -
    • ମା’ ଓ ଶିଶୁ ସୁରକ୍ଷା କାର୍ଡ଼ରେ କିଛି ପୃଷ୍ଠା ରହିଛି ଯାହାକି ଏ.ଏନ୍.ଏମ୍ ଙ୍କ ଦ୍ଵାରା ପୂରଣ କରାଯିବ ଓ କିଛି ପୃଷ୍ଠା ଅଙ୍ଗନୱାଡୀ କର୍ମୀଙ୍କ ଦ୍ଵାରା ପୂରଣ କରାଯିବ ।  ଏବଂ ଏହା ପ୍ରତ୍ୟେକ ପୃଷ୍ଠାର ଉପର ଡାହାଣ ପଟରେ ଉଲ୍ଲେଖ କରାଯାଇଛି ।
    • ମା’ ଓ ଶିଶୁ ସୁରକ୍ଷା କାର୍ଡର ପ୍ରଥମ ପୃଷ୍ଠାର ପଛପଟେ ଥିବା ବ୍ୟାଙ୍କ୍ ଜମାର ବିସ୍ତୃତ ବିବରରଣିଟି ଅଙ୍ଗନୱାଡୀ କର୍ମୀଙ୍କ ଦ୍ଵାରା ଲେଖାଯିବ ।
    • ଯୋଜନାର ବ୍ୟବସ୍ଥା ଅନୁଯାୟୀ, ସେହିଦିନ ମିଳୁଥିବା ସେବାର ବିସ୍ତୃତ ବିବରଣୀ ଅଙ୍ଗନୱାଡୀ କର୍ମୀ ଓ ଏ.ଏନ୍.ଏମ୍ ଙ୍କ ଦ୍ଵାରା  ମା’ ଓ ଶିଶୁ ସୁରକ୍ଷା କାର୍ଡରେ ଲିପିବଦ୍ଧ କରିବା ସେମାନଙ୍କ ଦାୟିତ୍ଵ ।
    • ଅଙ୍ଗନୱାଡୀ କର୍ମୀ ନିଶ୍ଚିତ ହେବା ଉଚିତ୍ ଯେ ତା’ ପାଖରେ ରହିଥିବା ମା’ ଓ ଶିଶୁ ସୁରକ୍ଷାକାର୍ଡ଼ଟି ସେହିଦିନ ପର୍ଯ୍ୟନ୍ତ ଠିକ୍ ଭାବରେ  ପୂରଣ ହୋଇଛି । ଏବଂ ଦୁଇଟି କାର୍ଡ଼ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।
    • ଯେଉଁ ସେବା ଗୁଡିକ ମା’ ଓ ଶିଶୁ ସୁରକ୍ଷା କାର୍ଡରେ ଯୋଗାଇ ଦିଆଯାଇଥିବ ସେଗୁଡିକ ସେହିଦିନ ଅଙ୍ଗନୱାଡୀ କର୍ମୀ ଓ ଏ.ଏନ୍.ଏମ୍ ଉର୍ଦ୍ଦିଷ୍ଟ କୋଠରୀରେ ପୂରଣ କରି ଦସ୍ତଖତ କରିବେ ।
    • ମା’ ଓ ଶିଶୁ ସୁରକ୍ଷାକାର୍ଡ଼ ଏବଂ ମମତା ଯୋଜନା ରେଜିଷ୍ଟ୍ରେସନ୍ ରୁ ଅଙ୍ଗନୱାଡୀ କର୍ମୀ କିସ୍ତିଗୁଡିକ ଦେବାପାଇଁ ଥିବା ସର୍ତ୍ତାବଳୀ ଗୁଡିକୁ ଯାଞ୍ଚ କରିପାରିବେ ।

ଅଙ୍ଗନୱାଡୀ କର୍ମୀଙ୍କର ଭୂମିକା

  1. ମମତା ଯୋଜନାରେ ଅଙ୍ଗନୱାଡୀ କର୍ମୀଙ୍କର ଭୂମିକା -
    • ଆଶା ଏବଂ ଏ.ଏନ୍.ଏମ୍.ଙ୍କ ସହଯୋଗରେ ପ୍ରତି ହିତାଧିକାରୀଙ୍କୁ ଯଥାଶୀଘ୍ର ପଞ୍ଜିକରଣ କରିବେ ଏ ସର୍ତ୍ତଗୁଡିକ ପୂରଣ କରିବା ନିମନ୍ତେ ନିଶ୍ଚିତ କରାଇବେ ।
    • ହିତାଧିକାରୀ ମାନଙ୍କୁ’ ସର୍ତ୍ତଗୁଡିକ ପୂରଣ କରିବା ନିମନ୍ତେ  ଉତ୍ସାହିତ କରିବେ ।
    • ସର୍ତ୍ତଗୁଡିକ ପୂରଣ କରିବା ପାଇଁ ଆବଶ୍ୟକ ଯୋଗାଣ/ସେବାଗୁଡିକୁ ସ୍ୱାସ୍ଥ୍ୟକର୍ମକର୍ତ୍ତାଙ୍କ ସହାୟତାରେ  ଉପଲବ୍ଧ କରାଇବେ । ଯଦି କୌଣସି ଅସୁବିଧା ଥାଏ । ଅଙ୍ଗନୱାଡୀ କର୍ମୀ ତୁରନ୍ତ  ଏହା ସୁପରଭାଇଜରଙ୍କୁ’ ଜଣାଇବା ଦରକାର ।
    • ହିତାଧିକାରୀମାନେ ଯେପରି ନିୟମିତ ଭାବରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ପୃଷ୍ଟି ଦିବସ କିମ୍ବା ଗୃହ  ପରିଦର୍ଶନ ମାଧ୍ୟମରେ ପରାମର୍ଶ ପାଆନ୍ତି ତାହା ନିଶ୍ଚିତ କରାଇବେ ।
    • ସଠିକ୍ ଭାବରେ ସମସ୍ତ ରେକର୍ଡ଼ ପୂରଣକରିବେ ।
    • ହିତାଧିକାରୀଙ୍କ ନାମ ଏବଂ  ଦେୟ ନିର୍ଦ୍ଧାରିତ ଫର୍ମାଟରେ କେନ୍ଦ୍ର ବାହାରେ ପ୍ରଦର୍ଶନ କରିବେ ।
    • ଗ୍ରାମ କଲ୍ୟାଣ ସମିତିରେ ମାସିକ ବୈଠକରେ ହିତାଧିକାରୀ ଏବଂ ସେମାନେ ପାଇଥିବା ଅର୍ଥରାଶି ବିଷୟରେ ଆଲୋଚନା କରିବେ ।
    • ପ୍ରତି ମାସରେ ୩୦ ତାରିଖ ପୂର୍ବରୁ ସେକ୍ଟର ମିଟିଂରେ ସୁପରଭାଇଜରଙ୍କୁ ମାସିକ ବିବରଣୀ ପ୍ରଦାନ କରିବେ ।
    • ନୂଆ ଗର୍ଭବତୀ ମହିଳାଙ୍କ ପଞ୍ଜୀକରଣ ସଂପର୍କରେ ଆଶାଙ୍କ ସହ ଅଙ୍ଗନୱାଡୀ କେନ୍ଦ୍ରରେ ଆଲୋଚନା କରିବେ ।  ପ୍ରତ୍ୟେକ ମାସରେ ଅଙ୍ଗନୱାଡୀ କର୍ମୀ ଓ ଆଶା ଗର୍ଭବତୀ ମା’ଙ୍କ ନାମ ଉଭୟଙ୍କ ରେଜିଷ୍ଟରରେ ମେଲ କରିବେ ।
    • ଅଙ୍ଗନୱାଡୀ କର୍ମୀ ଭିନ୍ନକ୍ଷମ ଗର୍ଭବତୀ ମହିଳାଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେବେ । ଗୃହପରିଦର୍ଶନ  ମାଧ୍ୟମରେ ସେ ମମତା  ଯୋଜନାରେ ଯୋଗାଇ  ଦିଆଯାଉଥିବା ଆବଶ୍ୟକୀୟ ସେବା ପ୍ରଦାନକୁ ନିଶ୍ଚିତ କରିବେ ।
  2. ଅଙ୍ଗନୱାଡୀ ସହାୟିକାଙ୍କ ଭୂମିକା -
    • ସର୍ତ୍ତଗୁଡିକ ପୂରଣ କରିବା ପାଇଁ ହିତାଧିକାରୀ ମାନଙ୍କୁ ପ୍ରବର୍ତ୍ତାଇବେ ।
    • ଗୃହପରିଦର୍ଶନ ମାଧ୍ୟମରେ ପରାମର୍ଶ ଦେବେ ।
    • ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ଏବଂ ନିର୍ଦ୍ଧାରିତ ପ୍ରତିଶେଧକ ଟୀକାଦାନ ଦିବସକୁ ଆସିବାପାଇଁ  ହିତାଧିକାରୀ ମାନଙ୍କୁ ପ୍ରବର୍ତ୍ତାଇବେ ।
  3. ଏହି ଯୋଜନାରେ ଅଙ୍ଗନୱାଡୀ କର୍ମୀ ଏବଂ ସହାୟିକାଙ୍କର ପାଇଁ କୌଣସି ପ୍ରୋତ୍ସାହନ -
  4. ସମସ୍ତ  ପ୍ରାପ୍ୟ ଟଙ୍କା ହିତାଧିକାରୀମାନଙ୍କୁ ପ୍ରଦାନ କରି ସାରିବାପରେ ପ୍ରତି ହିତାଧିକାରୀ ପିଛା ୨୦୦ ଟଙ୍କା ପ୍ରୋତ୍ସାହିତ ବାବଦରେ ପାଇବେ ସମସ୍ତ ପ୍ରାପ୍ୟ ଟଙ୍କା ହିତାଧିକାରୀମାନଙ୍କୁ ପ୍ରଦାନ କରିସାରିବା ପରେ ଅଙ୍ଗନୱାଡୀ ସହାୟିକା ଟ୧୦୦/- ପ୍ରୋତ୍ସାହନ ରାଶି ପାଇବେ ।

ଆଧାର - Women and Child Development Department

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate