অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରିଲିଫ ପରିମାଣ ପାଇଁ ସର୍ତ୍ତ ଓ ନିୟମ

ରିଲିଫ ପରିମାଣ ପାଇଁ ସର୍ତ୍ତ ଓ ନିୟମ

ଉପକ୍ରମ

ଆମ ସମାଜ ରେ ବହୁ ଜଣ ବିଭିନ୍ନ ପ୍ରକାର ଅପରାଧ ରେ ନିର୍ଯ୍ୟାତାନ ହୁଅନ୍ତି ।ସେପରି ବ୍ୟକ୍ତି ଙ୍କୁ ସରକାର ରିଲିଫ ପ୍ରଦାନ କରନ୍ତି। ରିଲିଫ ପରିମାଣ ପାଇଁ କିଛି ସର୍ତ୍ତ ଓ ନିୟମ ଅଛି ।

ରିଲିଫ ପରିମାଣ ପାଇଁ ସର୍ତ୍ତ ଓ ନିୟମ

କ୍ର.ନଂ.

ଅପରାଧର ନାମ

ନ୍ୟୁନତମ ପରିମାଣ ରିଲିଫ

୧.

ଅଖାଦ୍ୟ କିମ୍ବା ଘୃଣିତ ପଦାର୍ଥ ପିଇବା ବା ଖାଇବାକୁ ଦେଲେ [ସେକ୍ସନ୍ ୩(i)]

ପ୍ରତ୍ୟେକ ନିର୍ଯ୍ୟାତିତଙ୍କୁ ଅପରାଧର ପ୍ରକୃତି ଏବଂ ଗୁରୁତ୍ଵ ଅନୁସାରେ ଅତି କମ୍ ରେ ୬୦,୦୦୦ଟଙ୍କା ବା  ତଦୁର୍ଦ୍ଧ୍ଵ ଦିଆଯିବ ଏବଂ ଅମର୍ଯ୍ୟାଦା, ଅପମାନ ଏବଂ ଆଘାତର  ଅନୁପାତ ହିସାବରେ ନିର୍ଯ୍ୟାତିତକୁ ନିମ୍ନ ପ୍ରକାରର ଅର୍ଥ ପ୍ରଦାନ କରାଯିବ ।

୨.

ଆଘାତ,ଅପମାନ କିମ୍ବା ବିରକ୍ତ କଲେ [ସେକ୍ସନ୍ ୩(୧)(ii)]

(i) ଅଭିଯୋଗ ପତ୍ର କୋର୍ଟକୁ ପଠାଯିବା ବେଳେ ୨୫% ଅର୍ଥ ପ୍ରଦାନ କରାଯିବ ।

୩.

ମର୍ଯ୍ୟାଦା ହାନିକାରକ କାର୍ଯ୍ୟ କରାଗଲେ [ସେକ୍ସନ୍ ୩(୧)(iii)]

(ii) ନିମ୍ନ କୋର୍ଟରେ ଦୋଷୀର ଦୋଷ ସାବ୍ୟସ୍ତ ହେଲାବେଳେ ଅବଶିଷ୍ଟ ୭୫% ଅର୍ଥ ପ୍ରଦାନ କରାଯିବ।

୪.

ଭୁଲ୍ ବଶତଃ ଜମି ଦଖଲ ବା ଚାଷ କଲେ [ସେକ୍ସନ୍ ୩(୧)(iv)]

ଅପରାଧର ପ୍ରକୃତି ଏବଂ ଗୁରୁତ୍ଵ ଅନୁସାରେ ଅତିକମ୍ ରେ ୬୦,୦୦୦ ଟଙ୍କା ଦିଆଯିବ ।

୫.

ଜମି, ପରିସର ଏବଂ ଜଳ ସମ୍ବନ୍ଧିତ[ସେକ୍ସନ୍ ୩ (v)]

ଦରକାର ପଡିଲେ ଜମି ବା ପରିସର ବା ଜଳ ଯୋଗାଣର ପୁନଃଉଦ୍ଧାର ସରକାରୀ ଖର୍ଚ୍ଚରେ କରାଯିବ।  ଅଭିଯୋଗପତ୍ର କୋର୍ଟକୁ ପଠାଯିବାସମୟରେ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯିବ ।

୬.

ଭିକ୍ଷାବୃତ୍ତି କିମ୍ବା ବଳପ୍ରୟୋଗ କରି ଗୋତି ଶ୍ରମିକ କରାଇଲେ [ସେକ୍ସନ୍ ୩(୧)(vi)]

ପ୍ରତ୍ୟେକ ନିର୍ଯ୍ୟାତିତଙ୍କୁ ଅନ୍ୟାନ୍ୟ ୬୦,୦୦୦ଟଙ୍କା ଦିଆଯିବ ଏବଂ ୨୫% ଭାଗ ଏତଲା ସ୍ତରରେ ଏବଂ ୭୫% ଭାଗ ତଳ କୋର୍ଟରେ ଦୋଷସିଦ୍ଧ ହେଲେ  ଦିଆଯିବ ।

୭.

ମତଦାନ ଅଧିକାର ସଂପର୍କରେ [ସେକ୍ସନ୍ ୩(୧)(vii)]

ଅପରାଧର ପ୍ରକୃତି ଏବଂ ଗୁରୁତ୍ଵ ଉପରେ ପ୍ରତ୍ୟେକ ନିର୍ଯ୍ୟାତିତଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯିବ ।

୮.

ଜାଲ୍, ଦୋଷପୂର୍ଣ୍ଣ କିମ୍ବା ବିରକ୍ତିକର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେକ୍ସନ୍ ୩(୧)(viii)]

ଦୋଷୀର ବିଚାର ହୋଇସାରିବା ପରେ, ୬୦,୦୦୦ଟଙ୍କା କିମ୍ବା ବିଚାରାଳୟରେ ହୋଇଥିବା ଖର୍ଚ୍ଚ ଏବଂ କ୍ଷୟକ୍ଷତିର ଖର୍ଚ୍ଚ ମଧ୍ୟରୁ କମ୍ ହୋଇଥିବା ଖର୍ଚ୍ଚକୁ  ଦିଆଯିବ ।

୯.

ମିଥ୍ୟା ଏବଂ ତୁଚ୍ଛ ସୂଚନା, ଦେଲେ [ସେକ୍ସନ୍ ୩(୧)(ix)]

(ପୂର୍ବୋକ୍ତ ଅନୁଯାୟୀ)

୧୦.

ଅପମାନ, ଭୟ ପ୍ରଦର୍ଶନ ଏବଂ ଅବମାନନା କଲେ [ସେକ୍ସନ୍ ୩(୧)(x)]

ଅପରାଧର ପ୍ରକୃତି ଅନୁସାରେ ୬୦,୦୦୦ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଆକାରରେ ଦିଆଯିବ ଏବଂ ଏହାର ୨୫% ଭାଗ ଅଭିଯୋଗର ପତ୍ର କୋର୍ଟକୁ ପଠାଯିବା ସମୟରେ ଏବଂ ବାକି ଅର୍ଥ ଦୋଷସିଦ୍ଧ ହୋଇସାରିବା ପରେ ନିର୍ଯ୍ୟାତିତ ପ୍ରଦାନ କରାଯିବ ।

୧୧.

ଜଣେ ମହିଳାଙ୍କୁ ବଳାତ୍କାର କଲେ [ସେକ୍ସନ୍ ୩(୧)(xi)]

ଏହି ଅପରାଧରେ ନିର୍ଯ୍ୟାତିତା ମହିଳାଙ୍କୁ ୧,୨୦,୦୦୦ଟଙ୍କା କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ ଏବଂ ଏହାର ୫୦% ଭାଗ ଡାକ୍ତରୀ ପରୀକ୍ଷା  ପରେ ଏବଂ ବାକି ୫୦% ଭାଗ ମୋକଦ୍ଦମା ଫଇସଲା ହେବା ପରେ ଦିଆଯିବ ।

୧୨.

ଜଣେ ମହିଳାଙ୍କୁ ଯୌନ ଉତ୍ପୀଡନ ଦେଲେ [ସେକ୍ସନ୍ ୩(୧)(xii)]

(ପୂର୍ବୋକ୍ତ ଅନୁଯାୟୀ)

୧୩.

ଜଳ ଦୂଷିତ କଲେ [ସେକ୍ସନ୍ ୩(୧)(xiii)]

୨,୫୦,୦୦୦ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ କିମ୍ବା  ପ୍ରଦୂଷିତ ଜଳ, ନିର୍ମଳ ଏବଂ ବ୍ୟବହାର ଉପଯୋଗୀ କରିବା କିମ୍ବା ସ୍ଵାଭାବିକ ଅବସ୍ଥାକୁ ଫେରାଇ ଆଣିବାର ଖର୍ଚ୍ଚ ଦିଆଯିବ ଏବଂ ଜିଲ୍ଲା ପ୍ରଶାସନର ବିବେଚନା ଅନୁସାରେ ଅର୍ଥ ପ୍ରଦାନ ଅବସ୍ଥା ସ୍ଥିରୀକୃତ ହେବ ।

୧୪.

ପ୍ରଥା ଅନୁଯାୟୀ ଚଳାଚଳ ରାସ୍ତକୁ ରୋକିଲେ[ସେକ୍ସନ୍ ୩(୧)(xiv)]

୨,୫୦,୦୦୦ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ କିମ୍ବା  ଯାତାୟତ ରାସ୍ତା ପୁନଃପ୍ରତିଷ୍ଠା କରିବା ପାଇଁ ହେବାକୁ ଥିବା ଖର୍ଚ୍ଚ ଏବଂ ନିର୍ଯ୍ୟାତିତଙ୍କ ହୋଇଥିବା କ୍ଷତି ଦିଆଯିବ ।  ଏଥିମଧ୍ୟରୁ ୫୦% ଅର୍ଥ କୋର୍ଟକୁ ଅଭିଯୋଗ ପତ୍ର ପ୍ରଦାନ ସମୟରେ ଏବଂ ବାକି ୫୦% ଅର୍ଥ ତଳକୋର୍ଟରେ ଦୋଷ ସାବ୍ୟସ୍ତ ହେଲେ ଦିଆଯିବ ।

୧୫.

ଜଣକୁ ନିଜ ଆବାସ ସ୍ଥାନକୁ ଛାଡି ପଳାଇବାକୁ ଗଲେ [ସେକ୍ସନ୍ ୩(୧)(xv)]

ଆବାସସ୍ଥଳୀକୁ ପୁନଃପ୍ରତିଷ୍ଠା କରିବା ବା ସେଠାରେ ରହିବାର ଅଧିକାର ସାବ୍ୟସ୍ତ କରିବା ସହିତ ନିର୍ଯ୍ୟାତିତଙ୍କୁ ୬୦,୦୦୦ଟଙ୍କା କ୍ଷତିପୂରଣ ଆକାରରେ ଦିଆଯିବ ଏବଂ ନଷ୍ଟ ହୋଇଥିବା ଘରକୁ ସରକାରୀ ଖର୍ଚ୍ଚରେ ପୁନଃନିର୍ମାଣ କରାଯିବ । ଅଭିଯୋଗ ପତ୍ର ତଳକୋର୍ଟକୁ ପଠାଯିବା ସମୟରେ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯିବ। ସରକାରୀ ଖର୍ଚ୍ଚରେ ପୁନଃର୍ନିମାଣ କରାଯିବ ।

୧୬.

ମିଥ୍ୟାସାକ୍ଷୀ ଦେଲେ [ସେକ୍ସନ୍ ୩(୨)(i) ଏବଂ (ii)]

ଅତିକମ୍ ରେ ୨,୫୦,୦୦୦ଟଙ୍କା କ୍ଷତିପୂରଣ ପାଇଁ ସମ୍ପୂର୍ଣ୍ଣ କ୍ଷତିପୂରଣ ଆକାରରେ ଦିଆଯିବ । ଏଥିରୁ ୫୦% ଭାଗ ଅର୍ଥ ଅଭିଯୋଗପତ୍ର ତଳକୋର୍ଟକୁ ପ୍ରେରଣ କରିବା ସମୟରେ ଏବଂ ପରିଶିଷ୍ଟ ଅର୍ଥ ତଳକୋର୍ଟରେ ଦୋଷ ସାବ୍ୟସ୍ତ ହୋଇସାରିବା ପରେ ଦିଆଯିବ ।

୧୭.

ଭାରତୀୟ ଦଣ୍ଡ ସଂହିତାର ବିଧି ଅନୁଯାୟୀ ଅପରାଧରେ ଅନ୍ୟୁନ ୧୦ବର୍ଷ କିମ୍ବା ତଦୁର୍ଦ୍ଧ ଜେଲ୍ ଦଣ୍ଡ ହେଲେ [ସେକ୍ସନ୍ ୩(୨)]

ଅପରାଧର ମାତ୍ରା ଏବଂ ପ୍ରକୃତିକୁ ଆଧାର କରି ଅତିକମ୍ ରେ ୧,୨୦,୦୦୦ଟଙ୍କା କ୍ଷତିପୂରଣ ଆକାରରେ ନିର୍ଯ୍ୟାତିତ ବ୍ୟକ୍ତି କିମ୍ବା ତାଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କୁ ଦିଆଯିବ । ଯଦି ଅନ୍ୟପକ୍ଷରେ ସ୍ଵତନ୍ତ୍ର ଭାବରେ ଅନୁସୂଚୀରେ ଅନ୍ୟକିଛି ବ୍ୟବସ୍ଥା କରାଯାଇଥିବ ତେବେ ଏହାର ପରିମାଣ ବଦଳାଯାଇପାରିବ ।

୧୮.

ଜଣେ ସରକାରୀ କର୍ମଚାରୀଙ୍କ ଦ୍ଵାରା ଶିକାର ହେଲେ [ସେକ୍ସନ୍ ୩(୨)(vii)]

ସଂପୂର୍ଣ୍ଣ ଅନିଷ୍ଟ ବା ହାନିର କ୍ଷତିପୂରଣ କରାଯିବ ଏବଂ ଏହାର ୫୦%ଭାଗ ତଳକୋର୍ଟକୁ ଅଭିଯୋଗପତ୍ର ପ୍ରେରଣ କଲା ସମୟରେ ଏବଂ ଅବଶିଷ୍ଟ ୫୦% ଭାଗ ଅର୍ଥ ଦୋଷସିଦ୍ଧ ସମୟରେ ଦିଆଯିବ ।

୧୯.

ଶାରୀରିକ ଓ ମାନସିକ ଅକ୍ଷମତା ସଂଜ୍ଞା ଯାହା ଭିନ୍ନକ୍ଷମ ବ୍ୟକ୍ତି(ସମାନ ସୁଯୋଗ ଅଧିକାର ପାଇଁ ସୁରକ୍ଷା ଏବଂ ପୂର୍ଣ୍ଣ ଯୋଗଦାନ)ଆଇନ ୧୯୯୫ ଧାରା ୨ ଏବଂ ମୂଲ୍ୟାୟନ ସଂବନ୍ଧୀୟ ନିୟମାବଳୀ ଯାହାକି ସାମାଜିକ ନ୍ୟାୟ ଓ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର ବିଜ୍ଞପ୍ତି ନଂ ୧୫୪ ତା ୧.୬.୨୦୦୧ ଏବଂ ବିଭିନ୍ନ ସମୟରେ ସଂଶୋଧିକ ହୋଇଅଛି ।

(କ)୧୦୦% ଅକ୍ଷମତା ହୋଇଥିବା ସହିତ,

(i) ପରିବାରରେ ରୋଜଗାର କରୁନଥିବା ସଦସ୍ୟ ହେଲେ ଏହି ଅପରାଧରେ ନିର୍ଯ୍ୟାତିତଙ୍କୁଅତିକମ୍ ରେ

 

(ii) ପରିବାରର ରୋଜଗାରକ୍ଷମ ସଦସ୍ୟ ହୋଇଥିଲେ

 

 

 

 

(ଖ)ଯେଉଁ କ୍ଷେତ୍ରରେ ଶାରୀରିକ ଅକ୍ଷମତା ୧୦୦% ରୁ କମ୍ ହୋଇଥିବ

 

 

 

 

 

 

 

 

 

 

୨,୫୦,୦୦୦ଟଙ୍କା କ୍ଷତିପୂରଣ ଆକାରରେ ଦିଆଯିବ, ସେଥିରୁ ୫୦% ଭାଗ ଅର୍ଥ ଏତାଲା ଦିଆଯିବା ସମୟରେ ଏବଂ ୨୫% ଅଭିଯୋଗପତ୍ର କୋର୍ଟକୁ ପ୍ରେରଣ ସମୟରେ ଏବଂ ବାକି ୨୫% ଅର୍ଥ ଭାଗ ତଳ କୋର୍ଟରେ ଦୋଷ ସାବ୍ୟସ୍ତ ବେଳେ ଦିଆଯିବ ।

 

ଏହି ଅପରାଧରେ ନିର୍ଯ୍ୟାତିତ ବ୍ୟକ୍ତିଙ୍କୁ ଅତିକମ୍ ରେ ୫,୦୦,୦୦୦ଟଙ୍କା କ୍ଷତିପୂରଣ ଆକାରରେ ଦିଆଯିବ ଏବଂ ଏହାର ୫୦% ଅର୍ଥ ଏତାଲା ବା ଡାକ୍ତରୀ ପରୀକ୍ଷା କରିବା ସମୟରେ, ୨୫% ଅର୍ଥ ଅଭିଯୋଗ ପତ୍ର ତଳକୋର୍ଟକୁ ପ୍ରେରଣ କରାଯିବା ସମୟରେ ଏବଂ ଅବଶିଷ୍ଠ ୨୫% ଅର୍ଥ ତଳକୋର୍ଟରେ ଦୋଷସିଦ୍ଧ ହୋଇସାରିବା ପରେ ଦିଆଯିବ ।

ଉପରଲିଖିତ କ(i) ଏବଂକ(i) ରେ ଯେଉଁ ଅନୁଯାୟୀ କ୍ଷତିପୂରଣ ଦିଆଯାଇଛି, ଏଠାରେ ସେହି  ଅନୁଯାୟୀ ( ଶାରୀରିକ ଅକ୍ଷମତାର କମହାର ଅନୁଯାୟୀ)କ୍ଷତିପୂରଣ ଦିଆଯିବ । ଯାହାହେଲେ ବି ସର୍ବନ୍ୟୁନ ଜଣେ ରୋଜଗାରକ୍ଷମ ବ୍ୟକ୍ତି ପାଇଁ ୮୦,୦୦୦ଟଙ୍କା ଏବଂ ଜଣେ ଅଣରୋଜଗାରୀ ବ୍ୟକ୍ତି ପାଇଁ ସର୍ବ ନ୍ୟୁନ ୪୦,୦୦୦ଟଙ୍କା କ୍ଷତିପୂରଣ ଆକାରରେ ଦିଆଯିବ ।

୨୦.

ହତ୍ୟା ବା ମୃତ୍ୟୁ

(କ) ପରିବାରର ଅଣରୋଜଗାରକ୍ଷମ ସଦସ୍ୟ ହୋଇଥିଲେ

 

(ଖ) ପରିବାରର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିଲେ

ସର୍ବନ୍ୟୁନ ୨,୫୦,୦୦୦ ଟଙ୍କା କ୍ଷତିପୂରଣ ଆକାରରେ ପ୍ରତ୍ୟେକଙ୍କୁ ଦିଆଯିବ ଏବଂ ଏହାର ୭୫% ଶବ ବ୍ୟବଚ୍ଛେଦ ପରେ ଏବଂ ଅବଶିଷ୍ଠ ୨୫% ଅର୍ଥ ତଳକୋର୍ଟରେ ଦୋଷସିଦ୍ଧ ଦିଆଯିବ ।

ସର୍ବନ୍ୟୁନ ୫,୦୦,୦୦୦ଟଙ୍କା କ୍ଷତିପୂରଣ ଆକାରରେ ପ୍ରତ୍ୟେକଙ୍କୁ ଦିଆଯିବ ଏବଂ ଏଥିରୁ ୭୫% ଅର୍ଥ ଶବ ବ୍ୟବଚ୍ଛେଦ ପରେ ଏବଂ ଅବଶିଷ୍ଟ ୨୫% ଅର୍ଥ ତଳ କୋର୍ଟରେ ଦୋଷସିଦ୍ଧ ହୋଇସାରିବା ପରେ ଦିଆଯିବ ।

୨୧.

ହତ୍ୟା, ମୃତ୍ୟୁ, ଗଣହତ୍ୟା, ଧର୍ଷଣ, ଗଣଧର୍ଷଣ ଏବଂ ଦଳଗତ ଧର୍ଷଣରେ ସବୁଦିନ ପାଇଁ ଅକ୍ଷମ ହୋଇଯିବା ଏବଂ ଡକାୟତି ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ

ଉପରଲିଖିତ ବ୍ୟବସ୍ଥା ଅନୁଯାୟୀ ରିଲିଫ ବାବଦରେ ଅର୍ଥ ପ୍ରଦାନ କରାଯିବା ସହିତ ନିର୍ଯ୍ୟାତନା ଘଟଣା ଘଟିବା ଦିନଠାରୁ ତିନିମାସ ମଧ୍ୟରେ ନିମ୍ନଲିଖିତ ବ୍ୟବସ୍ଥା ଅନୁଯାୟୀ ରିଲିଫ ବ୍ୟବସ୍ଥା କରାଯିବ ।

(i) ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ମୃତ ବ୍ୟକ୍ତିଙ୍କର ବିଧବା ପତ୍ନୀ କିମ୍ବା ଆଶ୍ରିତମାନଙ୍କୁ ମାସିକ ଉତ୍ତା ଆକାରରେ ୩୦୦୦ଟଙ୍କା ପ୍ରଦାନ କରାଯିବ କିମ୍ବା ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରୁ ଜଣଙ୍କୁ ସରକାରୀ ଚାକିରି ଦିଆଯିବ କିମ୍ବା ଯଦି ଆବଶ୍ୟକ ପଡେ ଚାଷ ଏବଂ ଗୃହ ନିର୍ମାଣ ଉପଯୋଗୀ ଜମି କ୍ରୟ କରାଯାଇ ତତ୍ କ୍ଷଣାତ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ।

(ii) ନିର୍ଯ୍ୟାତନାରେ ଶିକାର ହୋଇଥିବା ବ୍ୟକ୍ତିଙ୍କର ପିଲାଛୁଆମାନଙ୍କର ଶିକ୍ଷା ବ୍ୟବସ୍ଥା ଓ ଭରଣପୋଷଣ ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯିବ । ପିଲାମାନଙ୍କୁ ଆଶ୍ରମ ସ୍କୁଲ କିମ୍ବା ଆବାସିକ ସ୍କୁଲରେ ଶିକ୍ଷା ଗ୍ରହଣ ପାଇଁ କାମ ଲେଖାଇବାର ବ୍ୟବସ୍ଥା ଗ୍ରହଣ କରାଯିବ ।

(iii) ତିନିମାସ ପାଇଁ ଚାଉଳ, ଗହମ, ଡାଲି, ଖାଦ୍ୟଶସ୍ୟ ଓ ବାସନ କୁସନ ଇତ୍ୟାଦି ଯୋଗାଇ ଦେବାର ବ୍ୟବସ୍ଥା ଗ୍ରହଣ କରାଯିବ ।

୨୨.

ବାସଗୃହ ସଂପୂର୍ଣ୍ଣ ଧ୍ଵଂସ ବା ଘରପୋଡି/ଗୃହଦାହ ହେଲେ

ସଂପୂର୍ଣ୍ଣ ଧ୍ଵଂସ ବା ଘରପୋଡି/ଗୃହଦାହ ହେଲେ ଯେଉଁଠାରେ ବାସଗୃହ ସଂପୂର୍ଣ୍ଣ ଧ୍ଵଂସ ହୋଇଯାଇଥିବ କିମ୍ବା ପୋଡି ଭସ୍ମ ହୋଇଯାଇଥିବ, ସେଠାରେ ପକ୍କା ଘର ସଂପୂର୍ଣ୍ଣ ସରକାରୀ ଖର୍ଚ୍ଚରେ ତିଆରି କରାଯାଇ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ।

ଆଧାର –"ମିନିଷ୍ଟ୍ରି ଅଫ ସୋସିଆଲ ଜଷ୍ଟିସ ଆଣ୍ଡ ଏମ୍ପପାୱାରମେଣ୍ଟ"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate