অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ

ମନ୍ତ୍ରଣାଳୟ ସମ୍ପର୍କରେ

  • ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଭାରତ ସରକାରରେ ସବୁଠାରୁ ପୁରୁଣା ଓ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ମଧ୍ୟରେ ଅନ୍ୟତମ । ଏହି ମନ୍ତ୍ରଣାଳୟର ସାଧାରଣ ଭାବେ ଉଦ୍ଦେଶ୍ୟ ହେଲା ଯେ ଶ୍ରମିକ ମାନଙ୍କୁ ସଂରକ୍ଷଣ ପ୍ରଦାନ କରିବା ଓ ତାଙ୍କର ସ୍ଵାର୍ଥକୁ ରକ୍ଷା କରିବା ଓ ବିଶେଷ ଭାବରେ ଗରୀବ, ବଞ୍ଚିତ ବର୍ଗର ଲୋକ ମାନଙ୍କର ସ୍ଵାର୍ଥ ରକ୍ଷା ଲାଗି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ସୁସ୍ଥ କାମର ବାତାବରଣ ତିଆରି କରିବା, ଧନ୍ଦାମୂଳକ ଶିକ୍ଷା ତାଲିମ ପ୍ରଦାନ ବିକଶିତ କରିବା ଓ ସମନ୍ଵୟ ରକ୍ଷା କରିବା ଜଗତୀକରଣ ପ୍ରକ୍ରିୟା ଚାଲୁଥିବା କାରଣରୁ ସଙ୍ଗଠିତ ଓ ଅସଙ୍ଗଠିତ ଉଭୟ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଉପରେ ମନ୍ତ୍ରଣାଳୟର ବିଶେଷ ଧ୍ୟାନ ରହିଛି । ଏହି ସବୁ ଉଦ୍ଦେଶ୍ୟ ପୂରଣ ପାଇଁ ବିଭିନ୍ନ ଶ୍ରମ ଆଇନ ପ୍ରଣୟନ କରାଯିବା ସହ କାର୍ଯ୍ୟକାରୀ କରାଯାଉଛି, ଯାହା ଶ୍ରମିକର ସେବା ଓ ନିଯୁକ୍ତିର ସର୍ତ୍ତାବଳୀକୁ ରେଗୁଲେଟ କରିଥାଏ । ସମ୍ବିଧାନରେ ଉଭୟ ସୂଚୀରେ ଥିବାରୁ ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ଏ ସମ୍ପର୍କରେ ଆଇନ ପ୍ରଣୟନ କରିବାର ଅଧିକାର ରହିଛି ।
  • ବର୍ତ୍ତମାନ ଯାଏ ମୋଟ 44ଟି ଶ୍ରମ ସମ୍ପର୍କିକ ଆଇନ ରହିଛି କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା । ଏହି ସବୁ ଆଇନ ସର୍ବନିମ୍ନ ମଜୁରୀ, ଦୁର୍ଘଟଣା ଓ ସାମାଜିକ ସୁରକ୍ଷା ଲାଭ, କାମ କଲା ବେଳେ ସୁରକ୍ଷା, ରୋଜଗାର ବେଳେ ସ୍ଵାସ୍ଥ୍ୟର ସ୍ଥିତି, ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଟ୍ରେଡ ୟୁନିଅନ ଗଠନ, ଶିଳ୍ପ ସମ୍ପର୍କ ଆଦି କେନ୍ଦ୍ରୀୟ ଆଇନର ସୂଚୀ ସଂଲଗ୍ନ ।

ଦୃଷ୍ଟି

  • ଶ୍ରମିକ ମାନଙ୍କର ଜୀବନ ସ୍ତରରେ ସୁଧାର, ଭଲ କାମର ପରିସ୍ଥିତି, ବିପଜ୍ଜନକ କ୍ଷେତ୍ରରେ ପିଲା ମାନଙ୍କୁ ସାମିଲନ କରିବା, ରୋଜଗାର ବୃଦ୍ଧି, ଦୀର୍ଘ ସ୍ଥାୟି ଆଧାରରେ କୌଶଳ ବିକାଶ ।

ମିଶନ

  • ସାମଜିକ ସୁରକ୍ଷା ଓ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଚଳା ଯାଉଥିବା ବିଭିନ୍ନ ଯୋଜନା/କାର୍ଯ୍ୟକ୍ରମ/ନୀତି/ ପ୍ରକଳ୍ପ କୁ କାର୍ଯ୍ୟକାରୀ କରି, ସେମାନଙ୍କର ସ୍ଵାସ୍ଥ୍ୟ ଓ ସୁରକ୍ଷା, ବିପଜ୍ଜନକ କାମରୁ ଶିଶୁ ଶ୍ରମିକ ମାନଙ୍କୁ ହଟାଇ, ଶ୍ରମ ଆଇନ ଗୁଡିକୁ କଡା କଡି ଭାବେ ଲାଗୁ କରି ଓ ଶ୍ରମିକ ମାନଙ୍କର କୌଶଳ ବିକାଶକୁ ପ୍ରୋତ୍ସାହନ ଦେଇ ଶ୍ରମିକ ମାନଙ୍କର କାମ କରିବାର ସ୍ଥିତି ତଥା ଜୀବନର ମାନେ ସୁଧାର କରିବା ।

କଲ୍ୟାଣ ପଦକ୍ଷେପ

କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ବୁଣାକାର, ହେଣ୍ଡଲୁମ ଶ୍ରମିକ, ଧୀବର, ଚମ଼ଡା ଶ୍ରମିକ, ଚାଷ ଶ୍ରମିକ, ବିଡି ଶ୍ରମିକ ଆଦିଙ୍କ କଲ୍ୟାଣ ପାଇଁ ଅଣ ଅନୁଷ୍ଠାନିକ କର୍ମଚାରୀ  ସିକୁରିଟି ଆକ୍ଟ 2008 ପ୍ରଣୟନ କରିଥିଲା ଏହି ଆଇନରେ ସାମାଜିକ ସୁରକ୍ଷା ଯୋଜନା ଯେପରିକି ଜୀବନ ସ୍ଵାସ୍ଥ୍ୟ ଏବଂ ମାତୃତ୍ଵ ଲାଭ, ବୟସ୍କ ବ୍ୟକ୍ତି ସଂରକ୍ଷଣ ବା ସରକାରଙ୍କ ଦ୍ଵାରା ଅସଂଗଠିତ କ୍ଷେତ୍ର ପାଇଁ ଅନ୍ୟ ଲାଭ ନିର୍ଧାରଣ କରିବା ସମ୍ପର୍କରେ ସୁପାରିଶ କରିବାକୁ ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ବୋର୍ଡର ଗଠନ ସମ୍ପର୍କରେ ବ୍ୟବସ୍ଥା ରହିଛି । ଏହି ଅନୁସାରେ ମନ୍ତ୍ରଣାଳୟ ନ୍ୟାସନାଲ ସାମାଜିକ ସୁରକ୍ଷା ବୋର୍ଡର ଗଠନ କରିଛି ।

ଶ୍ରମ ସୁଧାର ପୋର୍ଟାଲ

ଏକକିକୃତ ୱେବ ପୋର୍ଟାଲର ଉଦ୍ଦେଶ୍ୟ ହେଲା ଯେ ଶ୍ରମ ଯାଞ୍ଚ ତଥା ଏନଫୋର୍ସମେଣ୍ଟ ସମ୍ପର୍କିତ ସମସ୍ତ ତଥ୍ୟକୁ ଏକାଠି କରିବା, ଯାହା ଫଳରେ ଯାଞ୍ଚ ସମୟରେ ପାରଦର୍ଶିତା ଓ ଉତ୍ତରଦାୟୀତ୍ଵ ଆସିପାରିବ।

ପୋର୍ଟାଲ ଚାରୋଟି ମୁଖ୍ୟ ଫିଚର ହେଲା :

  1. ଅନଲାଇନ ପଞ୍ଜୀକରଣ ଦ୍ଵାରା ଶ୍ରମ ପରିଚୟ ନମ୍ବର (ଏଲଆଇଏନ) ପ୍ରଦାନ କରାଯିବ ।
  2. ନିଜ ଦ୍ଵାରା ପ୍ରମାଣିତ ଓ ସରଳୀକୃତ ଅନଲାଇନ ରିଟର୍ଣ୍ଣ  ୟୁନିଟ ଗୁଡିକୁ 16ଟି ଭିନ୍ନ ଭିନ୍ନ  ରିଟର୍ଣ୍ଣ ପୂରଣ କରିବା ପରିବର୍ତ୍ତେ ଗୋଟିଏ ସିଙ୍ଗଲ କନସଲିଡେଟେଡ ରିଟର୍ଣ୍ଣ ଭର୍ତ୍ତି କରିବାକୁ ପଡିବ ।
  3. ଶ୍ରମ ଇନସେପକ୍ଟର ଦ୍ଵାରା 72 ଘଣ୍ଟା ମାଧ୍ୟମରେ ଇନସ୍ପେକ୍ସନର ରିପୋର୍ଟ 72 ଘଣ୍ଚା ମଧ୍ୟରେ ବାଧ୍ୟତାମୂଳକ ଭାବେ ଅପଲୋଡ କରିବାକୁ ପଡିବ ।
  4. ପୋର୍ଟାଲର ସାହାଯ୍ୟ ନେଇ ଅଭିଯୋଗର ଶୀଘ୍ର ଶୁଣାଣୀକୁ ସୁନିଶ୍ଚିତ କରାଯିବ ।

ଏହା ଶ୍ରମ ସମ୍ପର୍କିତ କମ୍ପଲାଏନ୍ସର ବ୍ୟବସ୍ଥାକୁ ସୁଗମ କରାଇବ ଓ କାମ କରିବାରେ ସହଜତାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ପାଦ ଆଗକୁ ଯିବ କେନ୍ଦ୍ରୀୟ ସ୍ତରରେ ୟୁନିଫାଏଡ ପୋର୍ଟାଲରେ ସମ୍ପୂର୍ଣ ଡାଟାବେସ ମଧ୍ୟ ଇନଫର୍ମଡ ପଲିସି ପ୍ରକ୍ରିୟାରେ ମିଶିବ । ପୋର୍ଟାଲ ଚାରୋଟି କେନ୍ଦ୍ରୀୟ ସଂଗଠନରେ ପରିଚାଳିତ  ହେବ, ଏଗୁଡିକ ହେଲା ମୁଖ୍ୟ ଶ୍ରମ କମିଶନର,ମହା ନିର୍ଦେଶକ ଖଣି ସୁରକ୍ଷା, କର୍ମଚାରୀ ପ୍ରଭିଡେଣ୍ଟ ଫଣ୍ଡ ଓ କର୍ମଚାରୀ ମାନଙ୍କ ରାଜ୍ୟ ବୀମା କର୍ପୋରେସନ ଏହି କାମରେ ମନ୍ତ୍ରଣାଳୟ ଉକ୍ତ ସଙ୍ଗଠନ ଗୁଡିକର 11 ଲକ୍ଷ ୟୁନିଟର ସମସ୍ତ ସୂଚନା ଏକତ୍ରିତ କରାଯାଇ ଡିଜିଟାଲାଇଜ କରାଯାଏ ଡି ଡୁପ୍ଲିକେଟ କରାଯାଇ ମୋଟ ସଂଖ୍ୟୟାକୁ 6ରୁ 7 ଲକ୍ଷ ପର୍ଯ୍ୟନ୍ତ କରାଯାଏ ।

ଅଧିସ ସୂଚନା ପାଇଁ ଯାଆନ୍ତୁ ଶ୍ରମ ସୁବିଧା

ସ୍ରୋତ : ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

Last Modified : 5/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate