অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସଂସ୍କୃତିରେ ନବବର୍ଷ ଓ ବିଦେଶରେ ନବବର୍ଷ

ଭାରତୀୟ ସଂସ୍କୃତିରେ ନବବର୍ଷ ଓ ବିଦେଶରେ ନବବର୍ଷ

ନବବର୍ଷ

ଜାନୁଆରୀ ୧ ତାରିଖରେ ସମଗ୍ର ବିଶ୍ଵରେ ପାଳିତ ହୁଏ ଟ୍ରିଗୋରିଆନ୍ ନୂଆ ବର୍ଷ । ତେବେ, ଭିନ୍ନ ଭିନ୍ନ ଭାରତୀୟ  ସାମାଜିକ ସଂସ୍କୃତିରେ ବର୍ଷର ଭିନ୍ନ ଭିନ୍ନ ସମୟରେ ନୂଆ ବର୍ଷ ପାଳନ  ପରମ୍ପରା କେଉଁ କାଳୁ ଗଡ଼ି ଆସିଲାଣି । ଏ ବାବଦରେ କିଛି ତଥ୍ୟ ।

ୟୁଗାଦି : ତେଲୁଗୁ ଓ କନ୍ନଡ଼ ନବ ବର୍ଷକୁ ଯୁଗାଦି କୁହାଯାଏ । ଯୁଗାଦି ଏକ ସଂସ୍କୃତ ଶବ୍ଦ ଏହାର ଅର୍ଥ ବର୍ଷର ଆରମ୍ଭ । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ମାର୍ଚ୍ଚ ବା ଏପ୍ରିଲରେ ଏହା ପାଳିତ ହୁଏ । ଯୁଗାଦି ନବ ବର୍ଷର ପ୍ରଥମ ମାସ ଚୈତ୍ର ।

ଗୁଡୀ ପଡୱା : ମରାଠାମାନେ ମଧ୍ୟ ଚୈତ୍ର ଶୁକ୍ଳ ପ୍ରତିପଦାରେ ନବ ବର୍ଷ ପାଳନ କରନ୍ତି । ଏହା ଗୁଡୀ ପଡ଼ୱା ଭାବେ ପ୍ରସିଦ୍ଧ । ଗୁଡୀର ଅର୍ଥ ବିଜୟ ପତାକା ଏବଂ ପଡ଼ୱାର ଅର୍ଥ ପ୍ରଥମ ଦିନ ବା ପ୍ରତିପଦା । ଛତ୍ରପତି ଶିୱାଜୀ ବିଜୟ ଧୂଜା ଉଡାଣ ପରମ୍ପରା ଆରମ୍ଭ କରିଥିଲେ  ।

ଚେଟୀ ଚ°ଣ୍ଡ : ଭାରତ ଓ ପାକିସ୍ତାନରେ ବାସ କରୁଥିବା ସିନ୍ଧୀମାନେ ଚୈତ୍ର ଶୁକ୍ଳ ଦ୍ଵିତୀୟା ଦିନ ନବ ବର୍ଷ ପାଳନ କରନ୍ତି । ସିନ୍ଧୀ ନବ ବର୍ଷ ଚେଟୀ ଙଣ୍ଡ ଭାବେ ପ୍ରସିଦ୍ଧ । ଏହାକୁ ସିନ୍ଧୀମାନଙ୍କର ଇଷ୍ଟ ଦେବତା ଝୁଲେଲାଲଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ।

ପୁଥାଣ୍ଡୁ ଓ ୱିଷୁ

ତାମିଲ ନବ ବର୍ଷ ହୁଏ । ପୁଥାଣ୍ଡୁ ଏପ୍ରିଲ ମଧ୍ୟ ଭାଗରେ ପାଳିତ ହୁଏ । ଏହି ଦିନ ମଦୂରୈର ମୀନାକ୍ଷୀ ମନ୍ଦିରରେ ବିଶେଷ ଉତ୍ସବ ଅନୁଷ୍ଠିତ ହୁଏ । କେରଳୀ ନବ କେରଳୀ ନବ ବର୍ଷକୁ ୱିଷୁ କୁହାଯାଏ । ତାମିଲ ଓ କେରଳୀ ନବ ବର୍ଷ ଏପ୍ରିଲ ୧୩– ୧୫ ମଧ୍ୟରେ ପଡ଼େ ।

ଚୈରୁବା : ମଣିପୁରୀ ନବ ବର୍ଷ ଚୈରୁବା ଏପ୍ରିଲ ୧୪ ରେ ପାଳିତ ହୁଏ ।

ବୈଶାଖୀ : ଏହା ପ°ଜାବୀ ନବ ବର୍ଷ । ଏପ୍ରିଲ  ୧୪ରେ ପାଳିତ ହୁଏ ।

ବିଷୁବ ସଂକ୍ରାନ୍ତି : ଓଡ଼ିଆ  ନବ ବର୍ଷ । ଏପ୍ରିଲ ୧୪ରେ ପାଳିତ ହୁଏ । ପଏଲା ବୈଶାଖ ଓ ରୋଙ୍ଗଲୀ ବିହୁ :  ଏପ୍ରିଲ ୧୪-୧୫ ମଧ୍ୟରେ ପଶ୍ଚିମ ବଙ୍ଗ ଓ ଆସାମରେ  ନବ ବର୍ଷ ପାଳିତ ହୁଏ । ବାଙ୍ଗଳା ନବ ବର୍ଷର ନାମ ପଏଲା ବୈଶାଖ ଓ ଅହମୀୟ ନବ ବର୍ଷ ହେଉଛି ରୋଙ୍ଗଲୀ ବିହୁ ।

ମାରୱାଡୀ ଓ ଗୁଜରାତୀ ନବ ବର୍ଷ

ମାରୱାଡୀମାନେ ଆଶ୍ଵିନ କୃଷ୍ଣ ପକ୍ଷ ଅମାବାସ୍ୟା ବା ଦୀପାବଳିରେ ଏବଂ ଗୁଜୁରାତୀ ମାନେ କାର୍ତ୍ତିକ ଶୁକ୍ଳ ପକ୍ଷ ପ୍ରତିପଦା ବା  ଦୀପାବଳି ପର ଦିନ ନବ ବର୍ଷ ପାଳନ କରନ୍ତି । ସବୁ ଦେଶ ଗୋଟିଏ କ୍ୟାଲେଣ୍ଡରକୁ ଅନୁସରଣ କରନ୍ତି ନ।ହିଁ । ସବୁ । ସଂସ୍କୃତିରେ ଜାନୁଆରୀ ପହିଲା । ନବ ବର୍ଷ ନୁହେଁ । ସାଂସ୍କୃତିକ ପରମ୍ପରା ଅନୁଯାୟୀ ଚାଇନା, ଭାରତ ଓ ଇନ୍ଦ୍ରାଏଲ ଭଳି ରାଷ୍ଟ୍ର । ଗୁଡ଼ିକ ଭିନ୍ନ ଭିନ ପ‘ଜିକା ଅନୁସରଣ କରିଆସୁଛନ୍ତି । ତେଣୁ ନବ ବର୍ଷ ଦେଶ, ଜାତି, ଧର୍ମ ଅନୁଯାୟୀ ଭିନ୍ନ ଭିନ୍ନ । ଅଷ୍ଟ୍ରେଲିଆରେ ଡିସେମ୍ବର ୩୧ରୁ ନବ ବର୍ଷ ପାଳନ ଉତ୍ସବ ଆରମ୍ଭ ହୋଇ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲେ । ଏକ ସମୟରେ ପ୍ରେଞ୍ଚମାନେ  ମାର୍ଚ୍ଚ ଶେଷ ଓ ଏପ୍ରିଲ ପ୍ରଥମ ଭାଗ ମଧ୍ୟରେ ନବ ବର୍ଷ ପାଳନ କରୁଥିଲେ  । ୧୫୮୨ ରେ ଟ୍ରିଗୋରିଆନ କ୍ୟାଲେଣ୍ଡରର ପ୍ରଚଳନ ପରେ ଅନ୍ୟ ଇଉରୋପୀୟଙ୍କ ଭଳି ସେମାନେ ମଧ୍ୟ ଜାନୁଆରୀ ପହିଲାକୁ ନବ ବର୍ଷ ଭାବେ ଗ୍ରହଣ କରିଥିଲେ  । ୧୭୫୨ ମସିହାରେ ଇଂଲଣ୍ଡ ସରକାର ଜାନୁଆରୀ ପହିଲାକୁ ନବ ବର୍ଷ ଭାବେ ଗ୍ରହଣ କରିବ । ସହ ସମସ୍ତ ଉପନିବେଶରେ ଲାଗୁ କରିଥିଲେ  । ଇଂଲଣ୍ଡର ସର୍ବ ବୃହତ୍ ଉପନିବେଶର ବାସିନ୍ଦ । ଭiବେ ଭାରତୀୟମାନେ ସେତେବେଳେ ଏହାକୁ ଗ୍ରହଣ କରିଥିଲେ  । ୧୭୫୨ ରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଜାନୁଆରୀ ପହିଲାକୁ ନବ  ବର୍ଷ ଭାବେ ଗ୍ରହଣ  କରିଥିଲା । ଚାଇନା ଓ ସିଙ୍ଗାପୁରରେ ଚାଇନିଜ୍ ଚନ୍ଦ୍ର ପଂଜିକା ଅନୁଯାୟୀ  ବସନ୍ତ ଋତୁରେ ନବ ବର୍ଷ ପାଳିତ ହୁଏ । ଏହା । ୨୧ ଜାନୁଆରୀରୁ ୨୧ ଫ୍ରେବୃଆରୀ ମଧ୍ୟରେ ପଡ଼େ । ଭିଏତନାମାମାନେ ମଧ୍ୟ ଏକା ଦିନରେ ନବ ବର୍ଷ ପାଳନ କରନ୍ତି । ଆଜିକାଲି ଅନେକ ଚାଇନିଜ୍ ଜାନୁଆରୀ ପହିଲାକୁ ନବ ବର୍ଷ ଭାବେ ଗ୍ରହଣ କଲେଣି । ଜାପାନରେ ଏକଦା ଚାଇନିଜ୍ ପଂଜିକା ଅନୁସରଣ କରାଯାଉଥିଲା । ୧୮୭୩ରେ ଜାପାନୀମାନେ ଗ୍ରିଗୋରିଆନ୍ କାଲେଣ୍ଡର ଗ୍ରହଣ କରିଥିଲେ  । ପାରସୀ ଓ ଇରାନୀ ମାନେ ମାର୍ଚ୍ଚ ୨୦ ବା ୨୧ରେ ନବ ବର୍ଷ ପାଳନ୍ତି। ଏହାକୁ ନୌରୋଜ କୁହାଯାଏ । ବାହାଈ ଧର୍ମାବଲମ୍ବୀମାନେ ୨୧ ମାର୍ଚ୍ଚରେ ନବ ବର୍ଷ ପାଳନ କରନ୍ତି ।

ଆଧାର - ନାରାୟଣ ଚନ୍ଦ୍ର ବିଶ୍ଵାଳ

Last Modified : 4/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate