অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଇନ ସେବାର ପୃଷ୍ଠଭୂମି

ଉପକ୍ରମ

ଭରତ ଏକ ଜନମଙ୍ଗଳ ରାଷ୍ଟ୍ର । ଏଠି ପ୍ରଣୟନ କରାଯାଉଥିବା ପ୍ରତ୍ୟେକ ଆଇନ, ନିୟମ ଓ ନିର୍ଦ୍ଦେଶନାମା ଜନମଙ୍ଗଳ ତଥ୍ୟ ସାମାଜିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଏହା ବ୍ୟତୀତ, ଆମ ଦେଶର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ କେତେକ ମୌଳିକ ଅଧିକାର ଦେଇଛି । ଆଇନ ସମ୍ମୁଖରେ ସମାନତା ଏବଂ ସମସ୍ତଙ୍କୁ ସମାନ ଆଇନଗତ ସୁରକ୍ଷା ଉପଲବଧ ହେବା ମୌଳିକ ଅଧିକାରର ଅନ୍ତର୍ଭକ୍ତ । ଭାରତ ପରି ଏକ ବିଶାଳ ଦେଶରେ ସବୁ  ବର୍ଗର ବ୍ୟକ୍ତି ସମାନ ସ୍ଥିତିରେ ରହି ପାରିବେ ବୋଲି ଭାବିବା ଅବାନ୍ତର ହେବ । ଆର୍ଥିକ କ୍ଷେତ୍ରରେ ଅଥବା ଅନ୍ୟାନ୍ୟ ସାମାଜିକ ସ୍ତରରେ ବୈଷମ୍ୟ ରହିବା ସ୍ଵାଭାବିକ । ଏହି ବୈଷମ୍ୟ କାରଣରୁ କୌଣସି ବ୍ୟକ୍ତି ନିଜର କୌଣସି ସାସ୍ଵିଧାନିକ ବା ବୈଧିକ ଅଧିକାରରୁ ତଥ୍ୟ ସମାନ ନ୍ୟାୟିକ ସବୁଧାରୁ ଯେପରି ବନ୍ ଚିତ ନ ହେଉ ସେଥିପାଇଁ ଏକ ସ୍ଵତନ୍ତ୍ର ଆଇନଗତ ବ୍ୟବସ୍ଥା କରାଯାଇଛି ।

ସସ୍ଵିଧାନର ଧାରା ୩୯-କ (39-A) କୁ ଦୃଷ୍ଟିରେ ରଖି ଆମ କେନ୍ଦ୍ର ସରକାର ୧୯୮୭ ମସିହାରେ “ ଆଇନ ସେବା ପ୍ରାଧିକରଣ ଅଧିନିୟମ” ନାମରେ ଏକ  ଆଇନ ପ୍ରଣୟନ କରିଛନ୍ତି । ଏହି ଅଧିନିୟମ ୧୯୯୫ ମସିହାରୁ କାର୍ଯ୍ୟକ୍ଷମ ହୋଇ ବଳବତର ରହିଛି । ଏହି ଆଇନ ବଳରେ ଜାତୀୟ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ଏବଂ ତାଲୁକ ସ୍ତରରେ ଆଇନ ସେବା ପ୍ରାଧିକରଣ ଅଥବା ଆଇନ ସେବା କମିଟିମାନ ଗଠନ କରାଯାଇ ତାଙ୍କ ଜରିଆରେ ନିଃଶୁଳ୍କ ଆଇନ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରତି ରାଜ୍ୟରେ ହାଇକୋର୍ଟ ପରିସରରେ ଏବଂ ନୂଆଦିଲ୍ଲୀସ୍ଥିତ ଦେଶର ସର୍ବୋଚ୍ଚ ଅଦାଲତ ପରିସରରେ ମଧ୍ୟ ଆଇନ ସେବା କମିଟି କାର୍ଯ୍ୟ କରୁଛନ୍ତି ।

ନିଃଶୁଳ୍କ ଆଇନ ସେବା କଣ

ଯଦି କୌଣସି ବ୍ୟକ୍ତି ନିଜର ସାସ୍ଵିଧାନିକ ବା ବୈଧିକ ଅଧିକାରକୁ ହାସଲ କରିବା ପାଇଁ ବା ନିଜର କୌଣସି ନ୍ୟାୟସଂଗତ ଦାବୀକୁ ସାବ୍ୟସ୍ତ କରିବା ପାଇଁ କୌଣସି ମକଦ୍ଦମା ଦାଏର କରିବା ଚାହାନ୍ତି ବା ଲଢିବାକୁ ଚାହାନ୍ତି, ଅଥବା ଦାବିଡାର ଦାଏର କରିଥିବା ମକଦ୍ଦମାକୁ ପ୍ରତିରୋଧ କରିବାକୁ ଚାହାନ୍ତି, ଏବଂ ସେହି ପରିପ୍ରେକ୍ଷୀରେ ଯଦି ସେ ଆର୍ଥିକ ଦୃଷ୍ଟିରୁ ବା ଅନ୍ୟ କୌଣସି କାରଣରୁ ଅକ୍ଷମ ଥାନ୍ତି, ତେବେ ଆଇନ ସେବା ସ୍ୱରୂପ ତାଙ୍କୁ ସରକାରଙ୍କ ଖର୍ଚ୍ଚରେ ଓକିଲଯୋଗାଇ ଦିଆଯିବ ଏବଂ ମକଦ୍ଦମା ଦାଏରଠାରୁ ମକଦ୍ଦମାର ପରିଚାଳନା ଏବଂ ଅନ୍ତିମ ଫେସଲା ପର୍ଯ୍ୟନ୍ତ ଦରକାର ହେଉଥିବା ଯାବତୀୟ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ବିନା ଖର୍ଚ୍ଚରେ ଆଇନଗତ ପରାମର୍ଶ ଉପଲବ୍ଧ କରାଇବା ମଧ୍ୟ ଆଇନ ସେବାର ଅନ୍ତର୍ଭୁକ୍ତ ।

କେଉଁ ବର୍ଗର ବ୍ୟକ୍ତି ଏହି ଆଇନ ସେବା ପାଇଁ ଯୋଗ୍ୟ :

  1. ତଫସିଲଭୁକ୍ତ ଜାତି / ଉପଜାତିର ସଭ୍ୟ ।
  2. ମାନବ ଚାଲାଣ ଅପରାଧରେ ଶିକାର ବ୍ୟକ୍ତି ବା ସମ୍ଭିଧାନର ଧାରା ୨୩ ମୁତାବକ ଭିକ୍ଷୁକ ।
  3. ମହିଳା, ଶିଶୁ ।
  4. ମାନସିକ ବିକାରଗ୍ରସ୍ଥ ବା ଶାରୀରିକ ଭିନ୍ନକ୍ଷମ ।
  5. ବନ୍ୟା, ବାତ୍ୟା, ମୁରୁଡି ବା ପ୍ରାକୃତିକ ବିପର୍ଯ୍ୟୟରେ ପୀଡିତ, ଦଙ୍ଗାଗ୍ରସ୍ଥ ।
  6. ଶିଳ୍ପ ଶ୍ରମିକ, ଶିଳ୍ପ ଦୁରଘଟଣାଗ୍ରନ୍ଥ ବ୍ୟକ୍ତି ।
  7. ହାଜତରେ ଥିବା ବ୍ୟକ୍ତି, ବିଚାରଧିନ ବନ୍ଦୀ ଅଥବା
  8. ବରିଷ୍ଠ ନାଗରିକ ( ଷାଠିଏ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି )
  9. HIV ଅଥବା AIDS ପୀଡିତ ବ୍ୟକ୍ତି

10.  Transgender

11. ଯେଉଁ ବ୍ୟକ୍ତିଙ୍କ ବାର୍ଷିକ ଆୟର ପରିମାଣ ଦୁଇ ଲକ୍ଷ ଟଙ୍କାରୁ କମ୍ ହୋଇଥିବ । ଉପରୋକ୍ତ ଶ୍ରେଣୀର ବ୍ୟକ୍ତିମାନେ ନିଃଶୁଳ୍କ ଆଇନସେବା ପାଇପାରିବେ ।

ସବୁ ପ୍ରକାର ମକଦ୍ଦମା ପାଇଁ ଆଇନ ସେବା ମିଳିପାରିବ କି ?

ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ବିନିୟମ ୧୬ ( regulation – 16) ଅନୁଯାୟୀ କେତେକ କ୍ଷେତ୍ରରେ ନିଃଶୁଳ୍କ ଆଇନ ସେବା ଉପଲବ୍ଧ ହୋଇପାରିବ ନାହିଁ ।

  • ମାନହାନି ସମ୍ବନ୍ଧୀୟ କିମ୍ବା ଦ୍ଵେଷ ବା ଈର୍ଷାମୂଳକ ମକଦ୍ଦମା
  • ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମା
  • କେବଳ ଜୋରିମାନା ଦଣ୍ଡ ବିହିତ ଫୌଜଦାରୀ ମକଦ୍ଦମା
  • ଅର୍ଥନୀତି ଅପରାଧ ସମ୍ବନ୍ଧୀୟ ମକଦ୍ଦମା ଏବଂ ସାମାଜିକ ଆଇନ ବିରୁଦ୍ଧାଚରଣ କରୁଥିବା ଅପରାଧ ଯଥା – ପ୍ରୋଟେକସନ ଅଫ ସିଭିଲ ରାଇଟସ୍ ଆକ୍ଟ ୧୯୫୫ ଏବଂ ସପ୍ରେସନ ଅଫ ଇମୋରାଲ ଟ୍ରାଫିକଇନ ଓମେନ ଆଣ୍ଡ ଗାର୍ଲସ ଆକ୍ଟ ୧୯୫୬ ଆଇନର ବିରୁଦ୍ଧାଚରଣ କରୁଥିବା ମକଦ୍ଦମା ।
  • ଯେଉଁ ବ୍ୟକ୍ତି ପ୍ରତିନିଧିତ୍ଵ ସୂତ୍ରରେ ବା ସରକାରୀ ପଦବୀ ବଳରେ ମକଦ୍ଦମା ସହ ଜଡିତ, ବା ସଂପୃକ୍ତ ମକଦ୍ଦମା ସହ ଯଦି ତାଙ୍କ ବ୍ୟକ୍ତିଗତ ସ୍ଵାର୍ଥର ସମ୍ପର୍କ ନଥିବ, ସେହି କ୍ଷେତ୍ରରେ ମଧ୍ୟ ତାଙ୍କୁ ଆଇନ ସେବା ପ୍ରାପ୍ତ ହେବ ନାହିଁ ।

ଆଇନ ସେବା ପାଇଁ ଯୋଗ୍ୟ ବ୍ୟକ୍ତି ( ହିତାଧିକାରୀ) କିପରି ଓ କେଉଁଠାରୁ ଏହି ଆଇନ ସେବା ପାଇବେ ।

ଜାତୀୟ ସ୍ତରରୁ ଆରମ୍ଭ ହୋଇ ତାଲୁକ ସ୍ତର ଯାଏଁ ଆଇନ ସେବା ପ୍ରାଧିକରଣ / କମିଟିମାନ କାର୍ଯ୍ୟ କରୁଛନ୍ତି ।

ଜାତୀୟ ସ୍ତରରେ: ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ।

ସୁପ୍ରିମକୋର୍ଟରେ ମକଦ୍ଦମା ପାଇଁ : ସୁପ୍ରିମକୋର୍ଟ ଆଇନ ସେବା କମିଟି ସୁପ୍ରିମକୋର୍ଟ ପରିସରରେ କାର୍ଯ୍ୟରତ ।

ରାଜ୍ୟ ସ୍ତରରେ : ରାଜ୍ୟ ଆଇନ ସେବା ପ୍ରାଧିକରଣ । ଆମ ରାଜ୍ୟର କଟକରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଅବସ୍ଥିତ ।

ହାଇକୋର୍ଟ ମକଦ୍ଦମା ପାଇଁ : ଆମ ଓଡିଶା ହୋଇକୋର୍ଟ ପରିସରରେ ହାଇରୋର୍ଟ ଆଇନ ସେବା କମିଟିବ କାର୍ଯ୍ୟ କରୁଛନ୍ତି ।

ଜିଲ୍ଲା ସ୍ତରରେ ପ୍ରତି ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ସ୍ତରୀୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟ କରୁଛନ୍ତି ।

ତାଲୁକ ସ୍ତରରେ : ପ୍ରତି ତାଲୁକରେ ଯେଉଁଠି ଅନ୍ତତଃ ପକ୍ଷେ ଗୋଟିଏ ବିଚାର ବିଭାଗୀୟ  କୋର୍ଟ ରହିଛି, ଶେଠୀ ଏକ ତାଲୁକ ସ୍ତରୀୟ ଆଇନସେବା କମିଟି କାର୍ଯ୍ୟ କରୁଛନ୍ତି ।

ଆଇନ ସେବା ଦରକାର କରୁଥିବା ବ୍ୟକ୍ତି ଯଦି ସେହି ସେବା ପାଇବା ପାଇଁ ଯୋଗ୍ୟ ଅଟନ୍ତି, ତେବେ ସେ ତାଙ୍କ ନିକଟସ୍ଥ ବିଚାର ବିଭାଗୀୟ କୋର୍ଟ ପରିସରରେ କାର୍ଯ୍ୟ କରୁଥିବା ଆଇନ ସେବା ପ୍ରାଧିକରଣ ବା କମିଟି ସହ ଏକ ଲିଖିତ ଦରଖାସ୍ତ ମାଧ୍ୟମରେ ( ନିର୍ଦ୍ଦିଷ୍ଟ ଫର୍ମ ମାଧ୍ୟମରେ ) ଯୋଗାଯୋଗ କରି ତାଙ୍କ ଆଇନଗତ ସମସ୍ଯା ଜଣାଇ ଏହି ନିଃଶୁଳ୍କ ଆଇନ ସେବା ଲୋଡିପାରିବେ । ଦରଖାସ୍ତ ପାଇଁ କୌଣସି ଶୁଳ୍କ ବା ଖର୍ଚ୍ଚ ଦେବାକୁ ପଡେ ନାହିଁ । ସଂପୃକ୍ତ  ପ୍ରାଧିକରଣ / କମିଟିରେ କାର୍ଯ୍ୟରତ ଅଧିକାରୀ ସେହି ଦରଖାସ୍ତକୁ ବିଚାର କରିବେ ଏବଂ  ଯଦି ୟୁକ୍ତିଯୁକ୍ତ ବା ନ୍ୟାୟସଂଗତ କାରଣ ଥାଏ, ତେବେ ଦରଖାସ୍ତକୁ ମଞ୍ଜୁରୀ ଦେଇ ଆବଶ୍ୟକୀୟ ଆଇନ ସେବା ଯୋଗାଇବା ବ୍ୟବସ୍ଥା କରିବା । ଏଠି ଉଲ୍ଲେଖ ଯୋଗ୍ୟ ଯେ, ପ୍ରତି ଜିଲ୍ଲା ଓ ତାଲୁକ ସ୍ତରରେ । ପାରା ଲିଗାଲ ସ୍ଵେଚ୍ଛାସେବୀମାନେ ମଧ୍ୟ ସକ୍ରୀୟ ଅଛନ୍ତି । ଆଇନସେବା ଆବଶ୍ୟକୀୟ କରୁଥିବା ବ୍ୟକ୍ତି ଏହି ପାରାଲିଗାଲ ସ୍ଵେଚ୍ଛାସେବୀଙ୍କ ସହ ମଧ୍ୟ ଯୋଗାଯୋଗ କରି ଆଇନ ସେବା ସମ୍ବନ୍ଧୀୟ ପରାମର୍ଶ ହାସଲ କରିପାରିବେ ।

ଲୋକ ଅଦାଲତ କ’ଣ

କୋର୍ଟ କାବେରୀରେ ବିଚାରଧୀନ ହୋଇ ରହିଥିବା ମକଦ୍ଦମାଗୁଡିକର ଆପୋଷ ବୁଝାମଣା ଭିତିରେ ଫେସଲା କରିବା ପାଇଁ ଗଠିତ ଅନୁଷ୍ଠାନ ହେଉଛି ଲୋକ ଅଦାଲତ ଲୋକ ଅଦାଲତରେ ସାକ୍ଷ୍ୟ, ପ୍ରମାଣ ତଥ୍ୟ ପାରମ୍ପରିକ ବିଚାର ପ୍ରକ୍ରିୟାର ଦରକାର ପଡେ ନାହିଁ । ମଧ୍ୟସ୍ଥି ବା ମିଳାମିଶାକାରୀଙ୍କ ସହାୟତାରେ ଆପୋଷ ବୁଝାମଣା ଭିତିରେ ମକଦ୍ଦମାର ଫେସଲା କରାଯାଏ । ବିବାଦୀୟ ପକ୍ଷ କୌଣସି ମକଦ୍ଦମାକୁ ଯିବା ପୂର୍ବରୁ ବିବାଦର ଆଶୁ ସମାଧାନ ପାଇଁ ମଧ୍ୟ ଏହି ଲୋକ ଅଦଳତାର ସହାୟତା ଲୋଡିପାରିବେ । ଏଠି ଉଲ୍ଲେଖଯୋଗ୍ୟ ଯେ, ଯଦି ଲୋକ ଅଦାଲତ ମାଧ୍ୟମରେ କୌଣସି ମକଦ୍ଦମାର ଫେସଲା ହୁଏ, ତେବେ ମକଦ୍ଦମାରକାରୀ କୋର୍ଟ ଫି ( ମକଦ୍ଦମା ଖର୍ଚ୍ଚ ) ବାବଦକୁ ପୈଠ କରିଥିବା ଟଙ୍କା ଫେରିପାଇବେ, ଏବଂ ଲୋକ ଅଦାଲତଙ୍କ ନିଷ୍ପତ୍ତି । ରାୟ ବିରୁଦ୍ଧରେ କୌଣସି ପକ୍ଷ ଆଉ ଅପିଲ କରିପାରିବ ନାହିଁ । ତାଲୁକ ସ୍ତରରେ ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏବଂ ହାଇକୋର୍ଟ ସ୍ତରରେ ଏହି ଲୋକ ଅଦଳତାର ଆୟୋଜନ କରାଯାଇ ହଜାର ହଜାର ମକଦ୍ଦମାର ଫେସଲା କରାଯାଇପାରୁଛି ।

ସ୍ଥାୟୀ ଲୋକ ଅଦାଲତ କ’ଣ

  1. ପ୍ରତ୍ୟେକ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତତ୍ଵାବଧାନରେ ଏବଂ ସଂପୃକ୍ତ ପ୍ରାଧିକରଣଙ୍କ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସ୍ଥାୟୀ ତଥ୍ୟ ନିରନ୍ତର ଲୋକ ଅଦାଲତ କାର୍ଯ୍ୟ କରୁଛି । ଏହି ଲୋକ ଅଦାଲତ ମାଧ୍ୟମରେ ଆପୋଷ ବୁଝାମଣା ଭିତିରେ ପ୍ରାକ – ମକଦ୍ଦମା ବିବାଦର ସମାଧାନ କରାଯାଏ । ଏହା ବ୍ୟତୀତ, କୌଣସି ବିଚାରାଧୀନ ମକଦ୍ଦମାର ଆପୋଷ ସହମତି ସୂତ୍ରରେ ଫୈସଲା ପାଇଁ ମଧ୍ୟ ଏହି ସ୍ଥାୟୀ ଲୋକ ଅଦଳତାର ସହାୟତା ଲୋକ ଯାଇପାରିବ ।
  2. ଆଇନସେବା ପ୍ରାଧିକରଣ ଅଧିନିୟମର ଧାରା 22-ଖ ଅନୁଯାୟୀ ଆମ ରାଜ୍ୟର ୧୩ ଗୋଟି ଅଭିଭକ୍ତି ଜିଲ୍ଲାରେ ଏବଂ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵରଠାରେ ଗୋଟିଏ  ଲେଖାଏଁ ସ୍ଥାୟୀ ଲୋକ ଅଦଳତାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ତରଫରୁ ସୂଚନା ଜାରି କରାଯାଇଛି । ଏହି ସ୍ଥାୟୀ ଲୋକ ଅଦାଲତ ମାଧ୍ୟମରେ ଜାରି  କରାଯାଇଛି । ଏହି ସ୍ଥାୟୀ ଲୋକ ଅଦାଲତ ମଧ୍ୟମରେ’ କେତେକ ଜନଉପଯୋଗୀ ସେବା ଯଥା, ପରିବହନ, ଡାକ, ତାର, ଟେଲିଫୋନ୍, ବିଜୁଳି, ଜଳଯୋଗାଣ, ବୀମାସେବା, ଶିକ୍ଷାକିମ୍ବା ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ସେବା, ଗୃହଯବସ୍ଥା ଓ ବାସ୍ତବ ଭୂସମ୍ପତି  ସମ୍ବନ୍ଧୀୟ ସେବା, ବ୍ୟାଙ୍କ ଅନୁଷ୍ଠାନ ଓ ଆର୍ଥିକ ସମ୍ବନ୍ଧୀୟ ସେବା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଶ୍ଚିତ ଯୋଜନା ଅଧିନିୟମ ୨୦୦୫ ର ଅଧୀନରେ ଥିବା ସେବା, ରନ୍ଧନ ଗ୍ୟାସର ନୂତନ ସଂଯୋଗୀକରଣ ଓ ରନ୍ଧନ ରନ୍ଧନ ଗ୍ୟାସର ନୂତନ ସଂଯୋଗୀକରଣ ଓ ରନ୍ଧନ ଗ୍ୟାସ ଯୋଗାଇବା କିମ୍ବା ପୁନର୍ବାର ଭର୍ତି କରିବା ଏବଂ ଏହା ସମ୍ବନ୍ଧୀୟ ବିଷୟ, ଆଧାର କାର୍ଡ, ରାସନ କାର୍ଡ  ଭୋଟ ପରିଚୟ ପତ୍ରଏବଂ ବିପିଏଲ କାର୍ଡ ପ୍ରଦାନ ସମ୍ବନ୍ଧୀୟ ସେବା, ବାର୍ଦ୍ଧକ୍ୟଭତା, ବିଧବା ଭଟା ଓ ବେକାରି ଭଟା ସମ୍ବନ୍ଧୀୟ ସେବା, ରାଜ୍ୟରେ ଜନସାଧାରଣମାନଙ୍କ ନିମନ୍ତେ ବିତରଣ ପଦ୍ଧତି ସମ୍ବନ୍ଧୀୟ ସେବା, ମୋବାଇଲ ଫୋନ ଇନଟରନନେଟ୍ ସେବା ଇତ୍ୟାଦି ସମ୍ବନ୍ଧୀୟ ବିବାଦର ସମାଧାନ ଆପୋଷ ବୁଝାମଣା ଭିତିରେ କରାଯାଇଛି ।

ଆଇନ ସେବା କ୍ଷେତ୍ରରେ ସମ୍ମୁଖ କର୍ଯ୍ୟାଲୟର ଭୂମିକା

ଆଇନ ସେବା ଯେପରି ଦକ୍ଷତା ସମ୍ପନ୍ନ ହେବ ଏବଂ ସହଜରେ ଲୋକଙ୍କ ପାଖରେ ପହନଚିପାରିକ, ସେଥିପାଇଁ ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ  ତାଲୁକା ଆଇନ ସେବା କମିତିରେ ଏକ ସମ୍ମୁଖ କର୍ଯ୍ୟାଲୟ ପ୍ରତିଷ୍ଠା କରାଯାଇଛି । ଆଇନ ସେବା କାର୍ଯ୍ୟରେ ସହାୟତା ଯୋଗାଇବା ପାଇଁ ଏହି ସମ୍ମୁଖ କାର୍ଯ୍ୟାଲୟରେ ଓକିଲ ( Retainer) ଙ୍କୁ ନିଯୁକ୍ତି ଦିଆଯାଇଛି । ଯେଉଁ ହିତାଧିକାରୀ ବା ଦରଖାସ୍ତକାରୀ ଯେତେବେଳେ ଆଇନ ସେବା ବା ପରାମର୍ଶ ଲୋଡିବେ, ସମ୍ମୁଖ କାର୍ଯ୍ୟାଲୟର ଓକିଲ ତାଙ୍କୁ ସେହି ସେବା ଯୋଗାଇବାରେ ସାହାଯ୍ୟ କରିବେ ଯଥା- ଆଇନଗତ ପରାମର୍ଶ ଦେବେ, ନୋଟିସ, ନାଲିସ ଅଥବା ଦରଖାସ୍ତକୁ ଆବଶ୍ୟକସ୍ଥଳେ ଲେଖି ଉପୟୁକ୍ତ ଅଧିକାରୀଙ୍କ ନିକଟକୁ ପଠାଇବାର ବ୍ୟବଥା କରିବେ । ଏହି ସମ୍ମୁଖ କାର୍ଯ୍ୟାଲାୟରେ ଓକିଲ ଆଇନ ସେବା ହିତାଧିକାରୀ ଓ ଆଇନସେବା ପ୍ରାଧିକରଣ / କମିଟିଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବେ । ଏହି କାର୍ଯ୍ୟ ପାଇଁ ଆବେଦନକାରୀଙ୍କଠାରୁ ସେ କୌଣସି ଫି ବା  ପରିଶ୍ରମିକ ଦାବି କରିବେ ନାହିଁ ।

  1. ନିଜ ଅଧିକାର ହାସଲ କରିବା ପାଇଁ ବା ବିବାଦର ସମାଧାନ ପାଇଁ ମକଦ୍ଦମା ଦାଏର କରିବାର ଜରୁରୀକି?

ସବୁ କ୍ଷେତ୍ରରେ ଏହା ଜରୁରୀ ନୁହେଁ । ମୁକଦ୍ଦମା ଦାଏର କରିବା ପୂର୍ବରୁ ବା ଦାଏର ହୋଇଥିବା ମକଦ୍ଦମା ବିଚାରାଧୀନ ଥିବା ସମୟରେ ମଧ୍ୟସ୍ଥତା  କେନ୍ଦ୍ର ( mediation Centre ) ର ସହାୟତା ନିଆଯାଇପାରିବ । ଦକ୍ଷ ତଥ୍ୟ ତାଲିମପ୍ରାପ୍ତ ମଧ୍ୟସ୍ଥି ( Mediator) ଏବଂ ମିଳାମିଶାକାରୀ ( Conciliator) ଙ୍କୁ ମାଧ୍ୟମରେ ବିଦାଦର ଆପୋଷ ସମାଧାନର ପନ୍ଥା ବାହାର କରାଯାଇପାରିବ । ଏଥିପାଇଁ ଆବେଦନକାରୀ ବା ମକଦ୍ଦମାର ପକ୍ଷମାନେ ସଂପୃକ୍ତ ଜିଲ୍ଲା ବା ତାଲୁକ ଆଇନ ସେବା  ପ୍ରାଧିକରଣ / କମିଟିଙ୍କ ସହଯୋଗ ଲୋଡିପାରିବେ । ଆପୋଷ ବୁଝାମଣା ସୂତ୍ରରେ ବିବାଦର ଆଶୁ ସମାଧାନ ଏବଂ ମକଦ୍ଦମାର ତୁରନ୍ତ ଫେସଲା ହୋଇପାରିବ ।

  1. ପାରାଲିଗାଲ ସ୍ଵେଚ୍ଛାସେବିଙ୍କ ବିଷୟରେ ଅଧିକ କିଛି ସୂଚନା

ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ପାରାଲିଗାଲ ସ୍ଵେଚ୍ଛାସେବୀରୂପେ ନିକଟସ୍ଥ ଆଇନ ସେବ । ପ୍ରାଧିକରଣ / କମିଟିଙ୍କ ଦ୍ଵାରା  ପଞ୍ଜୀକୃତ ହୋଇ ସ୍ଵେଚ୍ଛାକୃତ ଭାବେ ଆଇନ ସେବା କାର୍ଯ୍ୟରେ ନିୟୋଜିତ ହୋଇପାରିବେ । ସଂପୃକ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତରଫରୁ ତାଙ୍କ ପାଇଁ ଉପୟୁକ୍ତ ତାଲିମ ପ୍ରାଦାନପୂର୍ବକ ଏକ ଚିହ୍ନଟ ପତ୍ର ଦେବାର ବ୍ୟବସ୍ଥା ମଧ୍ୟ ରହିଛି ଏହି ସ୍ଵେଚ୍ଛାସେବୀମାନେ ନିଜ ନିଜ ଅନଚଳରେ ଲୋକଙ୍କୁ ସେମାନଙ୍କ ସାମ୍ଭିଧାନିକଓ ବୈଧିକ ଅଧିକାର,  କର୍ତବ୍ୟ ଓ ଦାୟିତ୍ଵ ବିଷୟରେ ସଚେତନ  କରିବେ, ଆଇନ ସେବା ପ୍ରାଧିକରଣ ଓ କମିଟିଙ୍କ ଅବସ୍ଥିତି ଓ କାର୍ଯ୍ୟକଳାପ ବିଷୟରେସୂଚନା ଦେଇ ଆଇନ ସେବାର ଗୁରୁତ୍ଵ ଓ ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବେ, ମହିଳା, ଶିଶୁ ତଫସିଲଭୁକ୍ତ ଜାତି/ ଉପଜାତିର ବ୍ୟକ୍ତି ତଥା ସମାଜର ଅନ୍ୟ ଦୁର୍ବଳ ଶ୍ରେଣୀ ବ୍ୟକ୍ତି ପାଇଁ ରହିଥିବା ଆଇନ ସେବା ବ୍ୟବସ୍ଥା ବିଷୟରେ ଜନ ସଚେତନତା ସୃଷ୍ଟି କରିବେ ଏବଂ ଆଇନସେବା ହିତାଧିକାରୀ ଓ ଆଇନ ସେବାପ୍ରାଧିକରଣ / କମିଟିଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବେ । ଏହା ବ୍ୟତୀତ, ଲୋକ ଅଦଳତାର ଉପଦୟତା, ମଧ୍ୟସ୍ଥତା କେନ୍ଦ୍ରର କାର୍ଯ୍ୟକଳାପ ଓ ଉପାଦେୟତା ତଥ୍ୟ ଆପୋଷ ବୁଝାମଣା ଭିତିରେ ମକଦ୍ଦମାର ଫେସଲା ବା ଆଇନଗତ ସମସ୍ୟାର ସମାଧାନର ଗୁରୁତ୍ଵ ଏବଂ ଉପାଦେୟତା ବିଷୟରେ ଲୋକଙ୍କୁ ଅବଗତ କରାଇବା ମଧ୍ୟ ଏହି ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ ଅଟେ ।

ନ୍ୟାୟ ସଂଯୋଗ

ରାଜ୍ୟର ସବୁ ଗର୍ବର ଲୋକମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇଦେବା ପାଇଁ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କ୍ୟାନଟନମେନଟ ରୋଡ କଟକ  ପରିସରରେ ଏକ “ ନ୍ୟାୟ” ସଂଯୋଗ” କାର୍ଯ୍ୟାଲୟ କାର୍ଯ୍ୟରତ ଅଟେ। ଯାହାର ହେଲପ ଲାଇନ ନମ୍ବର ହେଲା ୧୫୧୬ । ଏହି ନ୍ୟାୟ ସଂଯୋଗ ସବୁ ସରକାରୀ କାର୍ଯ୍ୟ ଦିବସ ସମୟରେ ଖୋଲା ରହେ । ଯେଉଁଥିରେ ଏକ ଅଭିଜ୍ଞ ଓକିଲ ଓ ଟ୍ରେନିଂ ପ୍ରାପ୍ତ ପାରାଳିଗାଲ ସ୍ଵେଚ୍ଛାସେବୀଙ୍କୁ ନିଯୁକ୍ତ ଦିଆଯାଇଅଛି । ଆଇନସେବା ହିତାଧିକାରୀ ତାଙ୍କ ଆଇନଗତ ସମସ୍ୟା ବିଷୟରେ ଓକିଲଙ୍କ ସହିତ ମାଗଣାରେ ପରାମର୍ଶ କରିପାରିବେ  ଓ କୋର୍ଟ କଚେରୀରେ ମକଦ୍ଦମା ଦାଏର କରିବାକୁ ଆବଶ୍ୟକ ହେଲେ  ପାରଲିଗାଲ  ସ୍ଵେଚ୍ଛାସେବୀଙ୍କ ଜରିଆରେ ଉଦ୍ଦିଷ୍ଟ ଫର୍ମ  ପୂରଣ କରି ମାଗଣାରେ ଆଇନଗତ ସାହାଯ୍ୟ ପାଇଁ  ଆଇନ ସେବା କାର୍ଯ୍ୟାଲୟରେ ଦାଖଲ କରିପାରିବେ । “ ନ୍ୟାୟ ସଂଯୋଗ” ମାଧ୍ୟମରେ Video Conferencing) ଦ୍ଵାରାଜେନ ବିଚାରାଧିକ ବନ୍ଦୀ ତାଙ୍କ ଓକିଲ ଅବା ଜ୍ଞାତି ପରିଜନଙ୍କ ସହ ସଂପର୍କ ରଖିପାରିବେ । ଅନ୍ୟ ଆଇନ ସେବା ହିତାଧିକାରୀମାନେ ମଧ୍ୟ ତାଙ୍କ ମକଦ୍ଦମା ସଂପର୍କୀୟ ବିବରଣୀ ପାଇପାରିବେ । ବିଭିନ୍ନ ଜନମଙ୍ଗଳ ଆଇନ ଓ ସରକାରୀ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ସୂଚନା ପାଇବା ପାଇଁ” ନ୍ୟାପ୍ତ ସଂଯୋଗ” ସହ ଆପଣ ଯୋଗାଯୋଗ କରିପାରିବେ ।

ଆଧାର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate