অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ରାଜସ୍ଵବୋର୍ଡ ଆଇନ୍ , ୧୯୫୧

ଓଡିଶା  ଆଇନ୍ ସଂଖ୍ୟା  ୨୩/୧୯୫୧

୧. ସଂକ୍ଷିପ୍ତ  ଆଖ୍ୟା , ପରିସର  ଏବଂ  ପ୍ରାରମ୍ଭ  : - (୧) ଏହି  ଆଇନ୍ କୁ   ଓଡିଶା  ରାଜସ୍ୱ  ପରିଷଦ  ଆଇନ୍ , ୧୯୫୧  ବୋଲି  କୁହାଯିବ   ।

(୨) ଏହା  ସମଗ୍ର  ଓଡିଶା  ରାଜ୍ୟ  ପ୍ରତି  ପରିବର୍ଦ୍ଧିତ   ହେବ  ।

(୩) ଏହା  ଏପରି  ତାରିଖରୁ ବଳବତ୍ତର  ହେବ , ଯେପରି  ରାଜ୍ୟ  ସରକାର   ବିଜ୍ଞପ୍ତି  ଦ୍ଵାରା  ଧାର୍ଯ୍ୟ  କରିପାରନ୍ତି  ।

[ଟିପ୍ପଣୀ : - ସାଧାରଣ   ଧାରା  ଆଇନ୍ , ୧୮୯୭ର  ଦଫା  ୩ର  ଉପ – ଦଫା  (୧୩) ଦର୍ଶାଏ  ଯେ , କୌଣସି  ଦିନ  କାର୍ଯ୍ୟାଳୟ  ଗେଜେଟ୍ ରେ , କୌଣସି  ଆଇନ୍ ପ୍ରକାଶନ  କରାଯାଇପାରେ , ମାତ୍ର  ତାହା  ସେହି ଦିନ ବଳବତର  ହୋଇନପାରେ  - ଉକ୍ତ  ଆଇନ୍ ର   ଦଫା  ୨୫ ଏହା  ସୃଷ୍ଟ   କରେ  ଯେ , କାର୍ଯ୍ୟକାରୀ   ହେବା  ନିମନ୍ତେ  ଆଇନ୍ ର  ଦୁଇଟି  ବାଟ  ଅଛି ; ଗୋଟିଏ  ବାଟ  ହେଉଛି  ଯେ , ଆଇନ୍ ରେ   ଏହା  ଉଲ୍ଲେଖ  କରାଯାଉଛି ଯେ , ଏହା  ଅକୌଣସି  ନିର୍ଦିଷ୍ଟ  ତାରିଖରେ  କାର୍ଯ୍ୟକାରୀ  ହେବ  ଯଦି  ତାହା  ଆଇନ୍ ରେ   ବ୍ୟବସ୍ଥାୟୀତ  ହୋଇନଥାଏ , ସେତେବେଳେ   ଆଇନ୍ କାର୍ଯ୍ୟକାରୀ   ହୁଏ , ଯେତେବେଳେ  ଭାରତର   ରାଷ୍ଟ୍ରପତିଙ୍କ  ସମ୍ମତି   ପ୍ରତି  ପ୍ରାପ୍ତ  ହୁଏ  ।]

ଯେହେତୁ  ଓଡିଶା  ରାଜ୍ୟରେ  ଏକ  ରାଜସ୍ଵବୋର୍ଡ  ଗଠନ  କରିବା ଆବଶ୍ୟକ   ଏବଂ  ତାହା   ଏତତ୍ ପରେ   ଉଲ୍ଲେଖିତ  ଅନୁଯାୟୀ  କରାଯିବ  ;

ଏହା  ଏତତ୍ ଦ୍ଵାରା   ନିମ୍ନ  ପ୍ରକାରେ   ଆଇନ୍ ର  ପରିଣତ  କରାଯାଇଛି : -

ଉଦ୍ଦେଶ୍ୟ   ଏବଂ କାରଣର  ବିବରଣୀ  : - (୧) ଓଡିଶା  ପ୍ରଦେଶର  ଗଠନ  ପରେ , ରାଜସ୍ୱ  ବୋର୍ଡର   କାର୍ଯ୍ୟ  ନିମନ୍ତେ  ଜେନ  ରାଜସ୍ୱ   କମିଶନରଙ୍କୁ  ନିଯୁକ୍ତି  କରାଯାଇଥିଲା   । ସେ  ରାଜ୍ୟ  ଗୁଡିକର  ମିଶ୍ରଣ  ପର୍ଯ୍ୟନ୍ତ  ସମସ୍ତ  କାର୍ଯ୍ୟ  ସଂପାଦନ  କରୁ  ନଥିଲେ , ଯେତେବେଳେ  ଏହା  ଦେଖିଲା  ଯେ , ପ୍ରଦେଶଟି   ଏତେ  ବୃହତ୍  ହୋଇଛି  ଯେ ,କେବଳ  ଜଣେ  ରାଜସ୍ୱ  କମିଶନରଙ୍କ  ଦ୍ଵାରା  ଏହା   ପରିଚାଳିତ  ହୋଇପାରିବ  ନାହିଂ  । ତେଣୁ   ଉତ୍ତର  ଡିଭିଜନର  କମିଶନରଙ୍କ  ପଦବୀ  ସୃଷ୍ଟି  କରାଗଲା   ଏବଂ  ତାଙ୍କୁ  ତାଙ୍କ  ଦାୟିତ୍ଵ  ସଂବନ୍ଧରେ , ରାଜସ୍ୱ  ପରିଷଦର  କ୍ଷମତା ପ୍ରଦାନ  କରାଗଲା   ।  ରାଜସ୍ୱ  ବୋର୍ଡ  ଭାବେ  ଦୁଇଜଣ  ସ୍ଵାଧୀନ   ଉଚ୍ଚକର୍ମଚାରୀଙ୍କ  କାର୍ଯ୍ୟ  ଅତି   ସନ୍ତୋଷଜନକ  ନଥିଲା  ଏବଂ   ସମଗ୍ର   ଓଡିଶା  ରାଜ୍ୟ  ନିମନ୍ତେ  ଏକ  ରାଜସ୍ୱ  ବୋର୍ଡର   ଆବଶ୍ୟକତା  ଅନୁଭବ   କରାଯାଇଥିଲା  । ଏଣୁ  ଏହି  ବିଲ୍  ତିନିଜଣ   ସଦସ୍ୟଙ୍କ  ସହିତ  ଏକ  ରାଜସ୍ୱ   ବୋର୍ଡ  ସୃଷ୍ଟି   କରିବା  ନିମନ୍ତେ  ଉଦ୍ଦେଶିତ   । ବୋର୍ଡର   ସୃଷ୍ଟି  କିମ୍ବା  ଗଠନ  ସହିତ , ରାଜସ୍ୱ  କମିଶନର  ଉତ୍ତର   ଡିଭିଜନ   ଏବଂ  କମିଶନର , ଅବକାରୀ , ଉଚ୍ଛେଦ   ହେବ  ଏବଂ  ସେମାନଙ୍କର   କାର୍ଯ୍ୟ , ବୋର୍ଡ  ଦ୍ଵାରା  ଗ୍ରହଣ   କରାଯିବ   । ଖାଦ୍ୟ  କମିଶନରଙ୍କ  କାର୍ଯ୍ୟ , ବୋର୍ଡର  ଜଣେ  ସଦସ୍ୟଙ୍କ  ଦ୍ଵାରା  ସଂପାଦନ  କରାଯିବ  । ଖାଦ୍ୟ  କମିଶନରଙ୍କ  ପଦବୀ  ପୂରଣ  କରାଯିବ  ନାହିଂ   ।

(୨)ବୋର୍ଡର   ସୃଷ୍ଟି , ସୁବିଧାଜନକ  ଭାବେ  ପ୍ରଶଂସିତ   ହେବ , ଯେହେତୁ  ଏହା   ଜିଲ୍ଲା  କାର୍ଯ୍ୟାଳୟ   ଏବଂ ସରକାରଙ୍କ   ମଧ୍ୟରେ  ଉଲ୍ଲେଖ   ସ୍ତର  ଗୁଡିକୁ  ହ୍ରାସ  କରିବ   । ଏହା  ପରେ  ପରେ , ବୋର୍ଡ  , ସରକାରଙ୍କଠାରୁ   ଆଦେଶ  ଗ୍ରହଣ  କରିବ  ଏବଂ  ସେଗୁଡିକୁ  ଜିଲ୍ଲା  ଉଚ୍ଚକର୍ମଚାରୀମାନଙ୍କୁ   ସୂଚୀତ   କରିବ   ।  ଏହା  କାର୍ଯ୍ୟରେ   ଦ୍ରୁତତାକୁ  ନିଶ୍ଚିତ  କରିବ ଏବଂ  ଖର୍ଚ୍ଚ  କାଟ  କରିବ , ଯେହେତୁ  ଚାରୋଟି   କାର୍ଯ୍ୟାଳୟ , ଯଥା , ଅବକାରୀ  ରାଜସ୍ୱ  ବୋର୍ଡ  କମିଶନର  ଏବଂ   ସରକାଙ୍କ  ରାଜସ୍ୱ  ବିଭାଗର  କାର୍ଯ୍ୟର   ଏକତ୍ରୀକରଣ  ଘଟିବ    ।]

[୨ .  ଓଡିଶା   ରାଜ୍ୟ  ନିମନ୍ତେ , ଏକ  ରାଜସ୍ୱ  ବୋର୍ଡ  ଗଠିତ  ହେବ (ଏତତ୍  ପରେଆ ବୋର୍ଡ  ଭାବେ  ଉଲ୍ଲେଖିତ ) ଯେଉଁଥିରେ  ଜଣେ  ମାତ୍ର  ସଦସ୍ୟ  ରହିବେ , ଯେକି  ବିଜ୍ଞପ୍ତି  ଦ୍ଵାରା  ରାଜ୍ୟ   ସରକାରଙ୍କ  ଦ୍ଵାରା  ନିଯୁକ୍ତ  ହେବେ  ;

ଉଲ୍ଲେଖ ଥାଉ  ଯେ , ଯେତେବେଳେ  ସଦସ୍ୟ  ଅନୁପସ୍ଥିତି  କାରଣ  ଯୋଗୁ କିମ୍ବା  ଅନ୍ୟଥା  ତାଙ୍କ  କାର୍ଯ୍ୟାଳୟର  କର୍ତ୍ତବ୍ୟ   ସଂପାଦନ  ନିମନ୍ତେ  ଅକ୍ଷମ  ହୁଅନ୍ତି ;  ସେପରିସ୍ଥଳେ   ରାଜ୍ୟସରକାର   ସେହି   ସମୟ  ପର୍ଯ୍ୟନ୍ତ  ଜଣେ  ବ୍ୟକ୍ତିଙ୍କୁ   ନିଯୁକ୍ତ  କରିପାରନ୍ତି , ଯେକି  ବୋର୍ଡର  ସଦସ୍ୟ  ହେବେ   ।

ଟିପ୍ପଣୀ  : - ଆଇନ୍  ସଂଖ୍ୟା  ୧୮/୧୯୫୭  ଦ୍ଵାରା , ଦଫା  ୨କୁ  ପ୍ରତିବଦଳ  କିମ୍ବା  ପରିବର୍ତ୍ତନ   କରାଯାଇଛି  ।

୩ . ପୂର୍ବୋକ୍ତ  ବୋର୍ଡ  ନିମନ୍ତେ , ଉଲ୍ଲେଖର  ବ୍ୟାଖ୍ୟା  : - ନିମ୍ନଙ୍କ  ପ୍ରତି  କୌଣସି  ଆଇନ୍  ଅନୁଯାୟୀ  ନିର୍ଗମିତ , ପ୍ରଣୀତ  କିମ୍ବା  ଧାର୍ଯ୍ୟ  କୌଣସି  ଆଇନ୍  କିମ୍ବା  କୌଣସି  ବିଜ୍ଞପ୍ତି ,  ଆଦେଶ  ଯୋଜନା , ନିୟମ , ଫର୍ମ  କିମ୍ବା  ଉପ – ନିୟମର   ସମସ୍ତ  ଉଲ୍ଲେଖ  : -

(କ) ଭାରତ  ସରକାରଙ୍କ  (ଓଡିଶା  ଗଠନ)  ଆଦେଶ , ୧୯୩୬ ଅନୁଯାୟୀ , ଧାର୍ଯ୍ୟ  ରାଜସ୍ୱ  କମିଶନର : କିମ୍ବା

(ଖ) ବିହାର , ଓଡିଶା ଏବଂ   ମାଡ୍ରାସ  ପ୍ରଦେଶର  ରାଜସ୍ଵବୋର୍ଡ  ଏବଂ ଅନ୍ୟାନ୍ୟ   ଅଧିକାରୀ , ଯେଉଁମାନଙ୍କର  କାର୍ଯ୍ୟ , ଓଡିଶା  ସରକାରଙ୍କ  ବିଜ୍ଞପ୍ତି  ସଂଖ୍ୟା  ୨୨, ତା .୧.୪.୧୯୬୩  ଦ୍ଵାରା  ରାଜସ୍ୱ  କମିଶନର  ଓଡ଼ିଶାକୁ   ନ୍ୟସ୍ତ  କରାଯାଇଛି ; କିମ୍ବା

(ଗ) କମିଶନର , ଯେପରି  ‘ ରାଜ୍ୟ  ପ୍ରଶାସନ  ଆଦେଶ, ୧୯୪୮ ’  ରେ  ସଂଜ୍ଞାୟୀତ ; କିମ୍ବା

(ଘ) ମୟୁରଭଞ୍ଜ  ରାଜ୍ୟ  ପ୍ରଶାସନ   ଆଦେଶ , ୧୯୪୯  ଅନୁଯାୟୀ , ରାଜସ୍ୱ  କମିଶନର  ; କିମ୍ବା

(ଙ) ୧୯୫୧  ମସିହା  ଅଗଷ୍ଟ  ୧ ତାରିଖ  ପରେ , ଗଠିତ  ରାଜସ୍ୱ   ବୋର୍ଡ  ଯାହାକି  ଓଡିଶା  ରାଜସ୍ଵବୋର୍ଡ  (ସଂଶୋଧନ) ଆଇନ୍ , ୧୯୫୭ ର  ପ୍ରଚଳନ  ତାରିଖ  ପର୍ଯ୍ୟନ୍ତ  ଚାଲିଥିଲା ; ]

[ଏହି  ଆଇନ୍ ଅନୁଯାୟୀ  କିମ୍ବା  ଦ୍ଵାରା  ଗଠିତ  ବୋର୍ଡ   ପ୍ରତି  ଉଲ୍ଲେଖ  ବୋଲି  ବ୍ୟାଖ୍ୟା  କରାଯିବ , ଯେପରି  ଭାବେ   ଓଡିଶା   ଏବଂ  ରାଜସ୍ୱ  ବୋର୍ଡ (ସଂଶୋଧନ) ଆଇନ୍  ୧୮. ୧୯୫୭  ଦ୍ଵାରା  ସଂଶୋଧିତ  ।

ଟିପ୍ପଣୀ : - ଆଇନ୍ ଗତ  ପରିବର୍ତ୍ତନ  : - (୧) ଧାରା  (ଘ) ଶେଷରେ  ଶବ୍ଦ  ‘ କିମ୍ବା ’  କୁ , ଆଇନ୍  ସଂଖ୍ୟା  ୧୮.୧୯୫୭  ଦ୍ଵାରା  ସଂଯୋଗ  କରାଯାଇଛି   ।

(୨) ଧାରା (ଘ) ପରେ , ଧାରା  (ଙ) କୁ  ସଂଯୋଗ   କରାଯାଇଛି  ।

(୩) ବାନ୍ଧିନୀରେ   ଥିବା  ଶବ୍ଦାବଳୀ , ଯଥା  : -  ଏହି  ଆଇନ୍ ଅନୁଯାୟୀ  କିମ୍ବା  ଦ୍ଵାରା  ଗଠିତ  ବୋର୍ଡ , ଯେପରି  ଓଡିଶା   ରାଜସ୍ୱ  ବୋର୍ଡ  (ସଂଶୋଧନ) ଆଇନ୍ , ୧୯୫୭  ଦ୍ଵାରା  ସଂଶୋଧିତ  ପ୍ରତି , ଉଲ୍ଲେଖ  ଭାବେ  ବ୍ୟାଖ୍ୟା  କରାଯିବ , ତାହା   ଆଇନ୍  ସଂଖ୍ୟା  ୧୮.୧୯୫୭ର  ଦଫା  ୩ ଦ୍ଵାରା  ପରିବର୍ତ୍ତିତ   ।

[୪ . ରାଜ୍ୟ  ସରକାରଙ୍କ  ନିୟନ୍ତ୍ରଣାଧିନରେ , ବୋର୍ଡର   କର୍ତ୍ତବ୍ୟ , ନିମ୍ନ  ପ୍ରକାର  ହେବ  : -

(କ) ରାଜସ୍ୱ  ଡିଭିଜନାଲ୍  କମିଶନରମାନଙ୍କ   ପ୍ରଶାସନିକ  କାର୍ଯ୍ୟର  ତତ୍ତ୍ଵାବଧନା , ଯେପରି  ଭାବେ  ଓଡିଶା  ରାଜସ୍ୱ  ଡିଭିଜନାଲ୍  କମିଶନର   ଆଇନ୍  ସଂଖ୍ୟା  ୧୯.୧୯୫୭  ଅନୁଯାୟୀ   ନିଯୁକ୍ତ  ଏବଂ   ଜିଲ୍ଲାରେ  କଲେକ୍ଟର  ଏବଂ  ରାଜସ୍ୱ  ଅଧିକାରୀମାନଙ୍କର  ଏବଂ  ତାହା  ଏପରି  ରାଜସ୍ୱ  ବିଷୟଗୁଡିକ   ସଂବନ୍ଧରେ , ଯେପରି  ଧାର୍ଯ୍ୟ  କରାଯାଇପାରେ ;

(ଖ) ରାଜ୍ୟ  ସରକାରଙ୍କୁ  ଏପରି  ସମସ୍ତ  ପ୍ରସ୍ତାବର  ସୁପାରିସ୍ , ଯେପରି  ବୋର୍ଡ   ମତରେ  ଧାରା  (କ) ରେ  ଉଲ୍ଲେଖିତ  ବିଷୟ   ଗୁଡିକ  ସଂବନ୍ଧରେ , ରାଜ୍ୟର  ରାଜସ୍ୱ  ବୃଦ୍ଧି   କରିବା  ନିମନ୍ତେ  ଉଦ୍ଦେଶିତ  ;

(ଗ) ରାଜ୍ୟରେ  ସେତେବେଳେ  ବଳବତ୍ତର  ଥିବା  ଆଇନ୍  ଅନୁଯାୟୀ , ରାଜସ୍ୱ - ପ୍ରଦାନକାରୀ  ଏବଂ  ରାଜସ୍ୱ  ମୁକ୍ତ  ଜମି  କିମ୍ବା   ସଂପତ୍ତିକୁ   ରାଜସ୍ଵର  ଆଦାୟକୁ ତତ୍ତ୍ଵାବଧାନ   ଏବଂ  ନିୟନ୍ତ୍ରଣ  କରିବା ;

(ଘ) ଭୂ – ସଂସ୍କାରର  ସମସ୍ତ  ପଦକ୍ଷେପକୁ   ତତ୍ତ୍ଵାବଧାନ   ଏବଂ  ନିୟନ୍ତ୍ରଣ  କରିବା ; ଉଲ୍ଲେଖଥାଉ ଯେ , ରାଜ୍ୟ  ସରକାର , ବୋର୍ଡ  ପ୍ରତି  ଏପରି  ଅନ୍ୟାନ୍ୟ  କର୍ତ୍ତବ୍ୟ  ଏବଂ  କାର୍ଯ୍ୟ  ନ୍ୟସ୍ତ  କରିପାରନ୍ତି , ଯେପରି   ସେମାନେ  ଉଚିତ୍  ମନେ  କରନ୍ତି   ।

[x x x]

୫.[xxx]

୬.[xxx]

ଟିପ୍ପଣୀ : - (୧)  ଆଇନ୍ ସଂଖ୍ୟା  ୧୮.୧୯୫୭ ର  ଦଫା  ୪ ଅନୁଯାୟୀ  କିମ୍ବା  ଦ୍ଵାରା , ଦଫା  ୪କୁ  ପରିବର୍ତ୍ତନ  କରାଯାଇଛି   ।

(୨) ଆଇନ୍ ସଂଖ୍ୟା ୨୦.୧୯୫୯ର  ଦଫା ୨ ଦ୍ଵାରା , ଦଫା  ୪ ପ୍ରତି  ପ୍ରତିବନ୍ଧକୁ  ବାଦ୍  ଦିଆଯାଇଛି    ।

(୩) ଆଇନ୍ ସଂଖ୍ୟା  ୧୮.୧୯୫୭ ର  ଦଫା  ୫ ଦ୍ଵାରା , ଦଫା  ୫ ଏବଂ  ୬କୁ  ବାଦ୍  ଦିଆଯାଇଛି  ।

୭ . କୌଣସି  ଆଦେଶର  ପୁନଃ   ବିଚାର  କରିବାରେ ବୋର୍ଡର  କ୍ଷମତା  : - (୧) ଅନୁଯାୟୀ  ପ୍ରଦତ୍ତ   ପ୍ରତ୍ୟକ  ଆବେଦନପତ୍ର , ଏପରି  ଆଦେଶ  ତାରିଖରୁ , ତିନିମାସ  ମଧ୍ୟରେ , ପ୍ରଦାନ  କରାଯିବ ;

ଉଲ୍ଲେଖଥାଉ  ଯେ , ବୋର୍ଡ , ତାଙ୍କର  ବିବେକ   ଅନୁଯାୟୀ , କୌଣସି  କ୍ଷେତ୍ରରେ  ଏପରି  ସମୟକୁ  ପରିବର୍ଦ୍ଧନ  କରି  ପାରନ୍ତି , ଯଦି  ସେପରି  କରିବା  ନିମନ୍ତେ  ଯଥେଷ୍ଟ  କାରଣ  ଦର୍ଶାଯାଏ   ।

ମୋକଦ୍ଦମା  ସଂକ୍ରାନ୍ତୀୟ  ଆଇନ୍

(୧) ଓଡିଶା  ସରକାରୀ  ଜମି  ବନ୍ଦୋବସ୍ତ  ଆଇନ୍ କିମ୍ବା  ଓଡିଶା  ଜମି  ଜବରଦଖଲ   ନିରୋଧ  ଆଇନ୍ , ୧୯୭୨ (ଯେପରି  ଭାବେ  ୧୯୮୨ରେ  ସଂଶୋଧିତ) ଅନୁଯାୟୀ , ରାଜସ୍ଵବୋର୍ଡ  ଦ୍ଵାରା  ମନକୁ  ମନ  ଦ୍ଵିତୀୟ  ରିଭିଜନ୍ , ରାଜସ୍ୱ  ବିଭାଗ  ପତ୍ର  ସଂଖ୍ୟା  ଜିଇ (ଜିଏଲ)- ୬୦/୮୪ – (ପିଟି) ୧୧୫୦ . ତା . ୧୬.୨.୮୪ ରେ , ସରକାରଙ୍କ  ଦ୍ଵାରା  ସ୍ପଷ୍ଟ  କରାଯାଉଥିବା  ନୀତି  ଦୃଷ୍ଟିରୁ  କରାଯାଇପାରିବ  ନାହିଂ – (୧୯୮୪(୧) ଓଏଲ୍ ଆର୍  (ବିଓଆର୍) – ୧୮  ।

(୨) ଏହି  ବିଷୟ  ଉପରେ , ରାଜସ୍ୱ  ବୋର୍ଡର  ସର୍କୁଲାର  ମେମୋ  ସଂଖ୍ୟା  ୬୪୩୩ ତା.୧୦.୯.୭୯  ଯେ , ଆଇ. ଏଲ୍. ଆର୍ . (୧୯୭୩)୩ କଟକ – ୩୩୪ – ଏଆଇଆର  ୧୯୭୮ ଏନ୍ ଓସି – ୮୬ରେ , ଉଲ୍ଲେଖିତ ନୀତିର  ବିରୁଦ୍ଧରେ  ଯେତେବେଳେ  ଜମି  ବିତରଣ  କରାଯାଇଥାଏ , ସେପରିସ୍ଥଳେ  ମୋକଦ୍ଦମାକୁ  ପୁନଃ  ଉନ୍ମୋଚନ  କରାଯାଇପାରିବ  ନାହିଂ  ଏବଂ  ସେମାନଙ୍କ  କାର୍ଯ୍ୟ  ସଂପାଦନରେ  , ଏହି  ଆଇନ୍  ଅନୁଯାୟୀ , ଆଇନ୍  ସମ୍ମତ  ଅଧିକାରୀଙ୍କ  ଉପରେ , ତାହା  ବାଧ୍ୟତା  ମୂଳକ   ନୁହେଁ – (୧୯୫୮(୧)  ଓ. ଏଲ୍. ଆର୍ – ୪୫୭ ; ଏ. ଆଇ.  ଆର୍ ୧୯୮୮  ଓଡିଶା – ୨୦ )  ।

(୩) ଓଡିଶା ସର୍ବକ୍ଷେଣ  ଏବଂ  ବନ୍ଦୋବସ୍ତ   ଆଇନ୍ ର  ଦଫା  ୧୫ (୬)ଅନୁଯାୟୀ  ପ୍ରଦାନ  କରାଯାଇଥିବା  ଆଦେଶର   ପୁନଃ  ବିଚାର  ନିମନ୍ତେ  ଆବେଦନପତ୍ର – ପୁନଃ  ବିଚାର  କ୍ଷମତା  ବିସ୍ତାରିତ  ଏବଂ ଅଣ – କଟକଣିତ ଅଟେ – ଯଦିଓ  ୧୯୫୮ ର  ଆଇନ୍ , ୧୯୫୧ ଆଇନ୍ ରେ  ପୁନଃ  ବିଚାର  ନିମନ୍ତେ  କୌଣସି  ପରିସର  ବ୍ୟବସ୍ଥାୟୀତ  କରିନଥାଏ , ପୁନଃ ବିଚାର  କ୍ଷମତା  ଥାଏ – ପୁନଃ  ବିଚାରର  ଆବେଦନପତ୍ର  ଗ୍ରହଣ  ନିମନ୍ତେ  ରାଜସ୍ୱ  ବୋର୍ଡର  ପ୍ରତ୍ୟାଖ୍ୟାନ , କରଟୁତ୍ଵ  ବାହାରେ  ଅଟେ – (୪୦(୧୯୭୪) ସି. ଏଲ୍.ଟି – ୯୧୭ ; ଆଇ .ଏଲ୍ .ଆର୍ (୧୯୭୪) କଟକ – ୬୨୮ )   ।

୮ . ବୋର୍ଡର  ପ୍ରଶାସନିକ  କାର୍ଯ୍ୟ  : - (୧) ଏହାର   ଅପିଲୀୟ  କିମ୍ବା  ରିଭିଜନୀୟ   କର୍ତ୍ତୁତ୍ଵର   ନିୟନ୍ତ୍ରଣାଧିନରେ , ସେହି  ସମୟ  ନିମନ୍ତେ ,  ସମସ୍ତ  ନ୍ୟାୟାଳୟ  ଉପରେ ,  ବୋର୍ଡର  ତତ୍ତ୍ଵାବଧାନ  କ୍ଷମତା  ରହିବା  ଏବଂ ସେ  (ବୋର୍ଡ) ନିମ୍ନଲିଖିତ  ଯେ  କୌଣସି  ବିଷୟ  କରିପାରେ : -

(କ) ରିଟର୍ଣ୍ଣ  ଆହ୍ଵାନ  କରିପାରେ ;

(ଖ) ଏପରି  ନ୍ୟାୟାଳୟ   ଗୁଡିକର  ଅଭ୍ୟାସ  ଏବଂ ପଦ୍ଧତିକୁ  ନିୟନ୍ତ୍ରଣ  କରିବା  ନିମନ୍ତେ , ସାଧାରଣ  ନିୟମାବଳୀ  ପ୍ରସ୍ତୁତ  କରି , ନିର୍ଗମ   କରିପାରନ୍ତି  ଏବଂ  ଫର୍ମ  ଧାର୍ଯ୍ୟ  କରିପାରନ୍ତି ;

(ଗ) ଏପରି  କୌଣସି  ନ୍ୟାୟାଳୟର  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା , ରଖାଯିବାକୁ   ଥିବା  ପୁସ୍ତକ , ଅନ୍ତର୍ଭୁକ୍ତିକରଣ  ଏବଂ  ହିସାବ ନିମନ୍ତେ  ଫର୍ମ  ଧାର୍ଯ୍ୟ  କରିପାରନ୍ତି ; ଏବଂ

(ଘ) ଆଟର୍ଣ୍ଣି  ଏବଂ ନ୍ୟାୟାଳୟର  ସମସ୍ତ  କିରାଣୀ  ଏବଂ  ଉଚ୍ଚକର୍ମଚାରୀଙ୍କ  ନିମନ୍ତେ  ଅନୁମୋଦିତ  ଶୁଳ୍କ  ଟେବୁଲ୍  ସ୍ଥିର  କରିପାରନ୍ତି ; ସ୍ଥିର  କରିପାରନ୍ତି ;

ଉଲ୍ଲେଖଥାଉ  ଯେ , ଏପରି  ନିୟମାବଳୀ , ଫର୍ମ  ଏବଂ  ଟେବୁଲ୍ , ସେତେବେଳେ  ବଳବତ୍ତର  ଥିବା  କୌଣସି  ଆଇନ୍ ର  ବ୍ୟବସ୍ଥା  ସହିତ  ଅସାମଞ୍ଜସ୍ୟ  ହୋଇନଥିବ , ଯାହାକି  ରାଜ୍ୟ ସରକାରଙ୍କ  ପୂର୍ବ ଅନୁମୋଦିତ ଆବଶ୍ୟକ କରିବ  ।

(୨)କୌଣସି  ନିମ୍ନ  ନ୍ୟାୟାଳୟର  କୌଣସି  ରାଏକୁ  ପ୍ରଶ୍ନାୟୀତ   କରିବା  ନିମନ୍ତେ , ଏହି ଦଫାର  କୌଣସି  ବ୍ୟବସ୍ଥା  ବୋର୍ଡକୁ  କର୍ତ୍ତୁତ୍ଵ  ପ୍ରଦାନ  କରେ  ବୋଲି  ଆଖ୍ୟା  କରାଯିବ ନାହିଂ , ଯାହାକି   ଅନ୍ୟଥା  ଭାବେ , ଅପିଲ୍  କିମ୍ବା  ରିଭିଜନ୍ ର  ନିୟନ୍ତ୍ରଣାଧିନ  ଅଟେ   ।

(୩) ରାଜ୍ୟ  ସରକାର  ସେହି ସ୍ଥାନ  ଧାର୍ଯ୍ୟ  କରିବା  ନିମନ୍ତେ  ଦକ୍ଷ  ଅଟନ୍ତି  ,  ଯେଉଁଠି  ବୋର୍ଡ [xxx] ସମୟାନୁକ୍ରମେ , ଯେତେବେଳେ  ସର୍କିଟ  କାର୍ଯ୍ୟରେ   ନିଯୁକ୍ତ  ନଥାଆନ୍ତି , ସାଧାରଣଭାବେ  ତାଙ୍କର  ବୈଠକ  ଅନୁଷ୍ଠିତ  କରିପାରିବେ ;

ଉଲ୍ଲେଖଥାଉ  ଯେ , ରାଜ୍ୟ  ସରକାର , ସମୟାନୁକ୍ରମେ  ବୋର୍ଡର  [x x x] ଏପରି  ବୈଠକ  ସ୍ଥାନକୁ  ପରିବର୍ତ୍ତନ  କରିପାରନ୍ତି , ଯେପରି  ସମୟାନୁକ୍ରମେ , ସେମାନେ  ଆବଶ୍ୟକ  ବୋଲି  ମନେ  କରନ୍ତି   ।

ଟିପ୍ପଣୀ : - ଆଇନ୍  ସଂଖ୍ୟା  ୧୮ , ୧୯୫୭  , ଦଫା  ୬ ଦ୍ଵାରା  ଶବ୍ଦାବଳୀ  ‘ କିମ୍ବା  ତା’ର  କୌଣସି  ସଦସ୍ୟ , ଯାହାକି  ଉପ – ଦଫା (୩) ରେ  , ଶବ୍ଦ  ‘ ବୋର୍ଡ ’ ପରେ  ଉଲ୍ଲେଖିତ  ଏବଂ  ପ୍ରତିବନ୍ଧରେ , ସେଗୁଡିକୁ  ବାଦ୍  ଦିଆଯାଇଛି   ।

୯ . ରଦ୍ଦିକରଣ  ଏବଂ  ସଂରକ୍ଷଣ  : - (୧) ସୂଚୀରେ  ଧାର୍ଯ୍ୟ  ଆଇନ୍ ଗୁଡିକୁ , ସେହି  ପରିମାଣରେ  ଏତତ୍  ଦ୍ଵାରା  ରଦ୍ଦିକୃତ  ଅକରାଯାଇଛି , ଯାହାକି  ସେଥିରୁ  ଚତୁର୍ଥ  ସ୍ତମ୍ଭରେ   ଉଲ୍ଲେଖିତ  ।

(୨) ଉକ୍ତ  ଆଇନ୍  ଗୁଡିକ  ଅନୁଯାୟୀ  କରାଯାଇଥିବା  କୌଣସି  କାର୍ଯ୍ୟ , ପ୍ରଦାନ  କରାଯାଇଥିବା   ଆଦେଶ , କରାଯାଇଥିବା   ନିଯୁକ୍ତି  ଏବଂ  ଯାହାକି  ଆଇନ୍ ର  ଠିକ୍  ପ୍ରଚଳନ  ପୂର୍ବରୁ  ବଳବତ୍ତର   ଥାଏ  (ଯେପରି  ଓଡିଶା  ରାଜସ୍ୱ  ବୋର୍ଡ  (ସଂଶୋଧନ) ଆଇନ୍ , ୧୮/୧୯୫୦  ଦ୍ଵାରା  ସଂଶୋଧିତ), ତାହା  ସେହିପରି  ବଳବତ୍ତର  ରହିବ  ଏବଂ  ଏହି  ଆଇନ୍ ର  ବ୍ୟବସ୍ଥାବଳୀର  ସମନ୍ଵୟରେ  କରାଯାଇଛି , ପ୍ରଦାନ କରାଯାଇଛି  କିମ୍ବା ପ୍ରଣୟନ କରାଯାଇଛି ବୋଲି  ଧରାଯିବ   ।

ଟିପ୍ପଣୀ : - ବନ୍ଧନୀରେ  ଥିବା  ଶବ୍ଦାବଳୀ  ଯଥା  : - ‘‘ ଓଡିଶା  ରାଜସ୍ୱ  ବୋର୍ଡ  (ସଂଶୋଧନ) ଆଇନ୍ ୧୮/୧୯୫୭  ଦ୍ଵାରା  ଯେପରି  ସଂଶୋଧିତ ’’  ଯାହାକି  ଦଫା  ୯ର ଉପଦଫା (୨) ରେ  ଉଲ୍ଲେଖିତ ;  ତାହା ଆଇନ୍ ସଂଖ୍ୟା  ୧୮.୧୯୫୭ ର ଦଫା  ୭ ଦ୍ଵାରା  ସଂଯୋଗ  କରାଯାଇଛି   ।

ମୋକଦ୍ଦମା  ସଂକ୍ରାନ୍ତୀୟ  ଆଇନ୍

ବିହାର  ଏବଂ  ଓଡିଶା  ସର୍ବସାଧାରଣ  ଦାବୀ  ଉଦ୍ଧାର  ଆଇନ୍  ଅନୁଯାୟୀ  କଲେକ୍ଟରଙ୍କ  ଅପିଲ୍  ଆଦେଶ  ବିରୁଦ୍ଧରେ , ରିଭିଜନ୍  କ୍ଷମତା  ରାଜସ୍ୱ  ବୋର୍ଡ  ଉପରେ  ନ୍ୟସ୍ତ  ଅଟେ , ଏବଂ  କମିଶନରଙ୍କ  ଉପରେ  ନୁହେଁ  - (ଏ . ଆଇ. ଆର୍ . ୧୯୬୬ ଓଡିଶା  - ୧୨୪ )  ।

୧୦ . ବୋର୍ଡର   କର୍ତ୍ତୃତ୍ଵ  : - ଦଫା  ୨ ଅନୁଯାୟୀ  ଗଠିତ  ଓଡିଶା  ରାଜସ୍ବବୋର୍ଡ , ଓଡିଶା  ରାଜ୍ୟରେ  ସେହି  ସମୟରେ  ଅନ୍ତର୍ଭୁକ୍ତ   ସେହି  ସମସ୍ତ   ଅଂଚଳ  ସଂବନ୍ଧରେ , ଏପରି  ସମସ୍ତ  ମୂଳ , ଅପିଲିୟ  ଏବଂ ଅନ୍ୟ  କର୍ତ୍ତୃତ୍ଵ  ରହିବ , ଯେପରିକି   ଏହି ଆଇନ୍ ର   ଠିକ୍  ପ୍ରଚଳନ  ତାରିଖ  ପୂର୍ବରୁ  ବଳବତ୍ତର  ଥିବା  ଆଇନ୍  ଅନୁଯାୟୀ  (ଯେପରି ଓଡିଶା  ରାଜସ୍ଵବୋର୍ଡ ) (ସଂଶୋଧନ) ଆଇନ୍ ୧୮/୧୯୫୭) ଅନୁଯାୟୀ  ସଂଶୋଧିତ ; ତାହା  ଉକ୍ତ  ଅଂଚଳ  କିମ୍ବା  ତା’ର   କୌଣସି  ଅଂଶ  ନିମନ୍ତେ  ରାଜସ୍ୱ  କମିଶନର , ଓଡିଶା  ଏବଂ କମିଶନର , ଉତ୍ତର  ଡିଭିଜନ୍ ଙ୍କ  ଦ୍ଵାରା  ପରିଚାଳନୀୟ   ହେବ , ଯେକି  ରାଜସ୍ୱ  ବୋର୍ଡ   ଭାବେ   କାର୍ଯ୍ୟ   କରନ୍ତି   ।

ଟିପ୍ପଣୀ : - ବାନ୍ଧିନୀରେ   ଥିବା  ଶବ୍ଦାବଳୀ , ଯଥା : - ଦଫା  ୧୦ରେ ଥିବା  ଯେପରି  ଓଡିଶା   ରାଜସ୍ଵବୋର୍ଡ (ସଂଶୋଧନ) ଆଇନ୍  ୧୮/୧୯୫୭କୁ  ସଂଯୋଗ  କରାଯାଇଛି  ଏବଂ   ଶବ୍ଦାବଳୀ , ‘ ‘ କିମ୍ବା  କମିଶନର  କିମ୍ବା  ରାଜସ୍ୱ  କମିଶନର , ଯେଉଁ  ସ୍ଥଳରେ  ଯେପରି   ପ୍ରୟୋଗନୀୟ କୁ   ଆଇନ୍  ସଂଖ୍ୟା  ୧୮/୧୯୫୭ ର  ଦଫା  ୮ ଦ୍ଵାରା  ବାଦ୍  ଦିଆଯାଇଛି   ।

୧୧ . [xxx]

ଟିପ୍ପଣୀ : - ଆଇନ୍  ସଂଖ୍ୟା  ୧୮/୧୯୫୭ର  ଦଫା   ୯ ଦ୍ଵାରା , ଦଫା  ୧୧କୁ , ବାଦ୍  ଦିଆଯାଇଛି   ।

[୧୨ . ନିୟମାବଳୀ  ପ୍ରଣୟନ  କରିବା  କ୍ଷମତା  : - (୧)  ଏହି  ଆଇନ୍ ର   ଉଦ୍ଦେଶ୍ୟ  ପରିପାଳନ  କରିବା  ନିମନ୍ତେ  ରାଜ୍ୟ  ସରକାର  ନିୟମାବଳୀ  ପ୍ରଣୟନ   କରିପାରନ୍ତି ,  ଯାହାକି  ଏହି  ଆଇନ୍ ର  ବ୍ୟବସ୍ଥାବଳୀ  ସହ   ଅସାମଞ୍ଜ୍ୟସ   ହୋଇନଥିବେ   ।

(୨) ରାଜ୍ୟ  ସରକାରଙ୍କ   ଦ୍ଵାରା  ପ୍ରଣୀତ   ନିୟମାବଳୀର  ନିୟନ୍ତ୍ରଣାଧିନରେ , ବୋର୍ଡର   ଅଭ୍ୟାସ   ଏବଂ  ପଦ୍ଧତିକୁ    ନିୟନ୍ତ୍ରିତ   କରିବା  ନିମନ୍ତେ , ନିୟମିତକରଣ  ପ୍ରସ୍ତୁତ   କରିବା  କ୍ଷମତା  ବୋର୍ଡର  ରହିବ  ଏବଂ  ସେହି  ସମୟ  ପର୍ଯ୍ୟନ୍ତ , ଯାହା  ମଧ୍ୟରେ , ଉପଯୁକ୍ତ   ଆଇନ୍ ରେ   କୌଣସି  ସ୍ପଷ୍ଟ  ବ୍ୟବସ୍ଥାର   ଅନୁପସ୍ଥିତିରେ  , ବୋର୍ଡ  ପ୍ରତି  କୌଣସି  ଅପିଲ୍ , ରିଭିଜନ୍  ଆବେଦନପତ୍ର   ଦାଖଲ   କରାଯାଇପାରେ   ।]

ଟିପ୍ପଣୀ  : - ଆଇନ୍  ସଂଖ୍ୟା  ୧୮/୧୯୫୭ ର , ଦଫା  ୧୧ ଦ୍ଵାରା , ଦଫା  ୧୨କୁ  ପ୍ରତିବଦଳ  କିମ୍ବା  ପରିବର୍ତ୍ତନ   କରାଯାଇଛି    ।

୧୩ . କ୍ଲେଶ  କିମ୍ବା  କ୍ଳିଷ୍ଟତାର   ଅପସାରଣ  : - ଆଇନ୍ ର   ବ୍ୟବସ୍ଥାବଳୀକୁ  ପ୍ରଭାବିତ   କିମ୍ବା  କାର୍ଯ୍ୟକାରୀ   କରିବାରେ  ଯଦି  କୌଣସି  କ୍ଲିଷ୍ଟତା  ଉଦ୍ରେକ୍  ହୁଏ ; ସେପରିସ୍ଥଳେ   ରାଜ୍ୟସରକାର , ଯେପରି   ପରିସ୍ଥିତି   ଆବଶ୍ୟକ  କରେ , ଯେକୌଣସି   କାର୍ଯ୍ୟ  କରିପାରନ୍ତି , ଯାହାକି  ଏପରି  କ୍ଲିଷ୍ଟତା   ଅପସାରଣ   କରିବା  ନିମନ୍ତେ   ଆବଶ୍ୟକ  ଅଟେ  ।

ଟିପ୍ପଣୀ  : - ଆଇନ୍  ସଂଖ୍ୟା  ୧୮/୧୯୫୭ର , ଦଫା  ୧୧  ଦ୍ଵାରା , ଦଫା  ୧୩କୁ  ସଂଯୋଗ  କିମ୍ବା  ଅନ୍ତର୍ଭୁକ୍ତ  କରାଯାଇଛି   ।

ସୂଚୀ

ରଦ୍ଧିକୃତ  ଆଇନ୍

(ଦଫା  ୯  ଦ୍ରଷ୍ଟବ୍ୟ)

ବର୍ଷ

ନମ୍ବର

ସଂକ୍ଷିପ୍ତ  ଆଖ୍ୟା

ରଦ୍ଦିକରଣର   ପରିମାଣ

୧୯୧୩

ବିହାର  ଏବଂ  ଓଡିଶା  ରାଜସ୍ୱ  ବୋର୍ଡ  ଆଇନ୍ ୧୯୧୩

ସମୁଦାୟ

୧୮୯୪

ମାଡ୍ରାସ୍  ରାଜସ୍ୱ  ବୋର୍ଡ , ୧୮୯୪

ସମୁଦାୟ

୧୮୦୩

ମାଡ୍ରାସ୍  ରାଜସ୍ଵବୋର୍ଡ  ନିୟମିତ  କରଣ , ୧୮୦୩

ସମୁଦାୟ

୧୯୪୮

ଓଡିଶା  ରାଜସ୍ୱ  କମିଶନର  (କାର୍ଯ୍ୟର  ନିୟନ୍ତ୍ରଣ)ଆଇନ୍ ୧୯୪୮  ସମୁଦାୟ

ସମୁଦାୟ

 

aadhaara:The Law House

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate