অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ରାଜସ୍ଵବୋର୍ଡ କିମ୍ବା ପରିଷଦ ନିୟମାବଳୀ , ୧୯୫୯

ଓଡିଶା ରାଜସ୍ଵବୋର୍ଡ କିମ୍ବା ପରିଷଦ ନିୟମାବଳୀ , ୧୯୫୯

ଉପକ୍ରମ

ଦଫା ୧୨ର  ଉପ – ଦଫା ୯୧ ) ସହିତ   ଓଡିଶା   ରାଜସ୍ୱ   ବୋର୍ଡ  ଆଇନ୍ , ୧୯୫୧  (ଓଡିଶା  ଆଇନ୍  ୨୩/୧୯୫୧) ର  ଦଫା   ୪ ଦ୍ଵାରା  ପ୍ରଦତ୍ତ   କ୍ଷମତାର  ପରିଚାଳନାରେ ,  ରାଜ୍ୟସରକାର ,  ପୂର୍ବରୁ  ଗଠିତ  ନିୟମାବଳୀର  ଅତିକ୍ରମଣରେ ,

ନିୟମାବଳୀ

ଏତତ୍  ଦ୍ଵାରା  ନିମ୍ନ  ଲିଖିତ  ନିୟମାବଳୀ  ପ୍ରଣୟନ   କରୁଛନ୍ତି , ଯଥା : -

୧. (୧) ଏହି   ନିୟମାବଳୀକୁ , ଓଡିଶା   ରାଜସ୍ଵବୋର୍ଡ  ନିୟମାବଳୀ , ୧୯୫୯   ବୋଲି   କୁହାଯିବ   ।

(୨) ସେଗୁଡିକ  ତତ୍ କ୍ଷଣାତ  ବଳବତ୍ତର   ହେବ   ।

୨ . ଏହି  ନିୟମାବଳୀରେ , ଯଦି  ପ୍ରସଙ୍ଗ   କିମ୍ବା  ସୂଚୀ , ଅନ୍ୟଥା  ଆବଶ୍ୟକ   ନକରେ : -

(୧) ‘ ଆଇନ୍ ’  ଅର୍ଥ , ଓଡିଶା  ରାଜସ୍ୱ   ପରିଷଦ   ଆଇନ୍ , ୧୯୫୧ ;

(୨) ‘ ବୋର୍ଡ ’ ଅର୍ଥ ,  ଆଇନ୍  ଦଫା  ୨  ଅନୁଯାୟୀ   ଗଠିତ  ରାଜସ୍ଵବୋର୍ଡ ;

(୩) ‘ ସଦସ୍ୟ ’ ଅର୍ଥ, ରାଜସ୍ୱ   ବୋର୍ଡର  ସଦସ୍ୟ  ;

(୪) ‘ କମିଶନର ’ ଅର୍ଥ , ଯେପରି   ଓଡିଶା  ରାଜସ୍ଵ  ଡିଭିଜନାଲ୍  କମିଶନର  ଆଇନ୍ ,  ୧୯୫୭ରେ   ଯେପରି   ସଂଜ୍ଞାୟୀତ ;

(୫) ଏହି  ନିୟମାବଳୀରେ  ବ୍ୟବହୃତ   ଶବ୍ଦାବଳୀ   ଏବଂ  ଉକ୍ତି , ମାତ୍ର  ଏଥିରେ  ସଂଜ୍ଞାୟୀତ   ହୋଇନାହିଁ , ସେଗୁଡିକର  ସେହି  ଅର୍ଥ  ରହିବ   ଯେପରି  ଏହି  ଆଇନ୍ ରେ   ସେଗୁଡିକୁ   ନ୍ୟସ୍ତ  କରାଯାଇଛି    ।

୩ . ଏହି  ନିୟମାବଳୀର  ବ୍ୟବସ୍ଥାବଳୀର   ନିୟନ୍ତ୍ରଣାଧିନରେ ,  ସମସ୍ତ  ଅପିଲ୍  ଏବଂ  ରିଭିଜନ୍  ଏବଂ  ଅନ୍ୟାନ୍ୟ ଆବେଦନପତ୍ର   ସଦସ୍ୟମାନଙ୍କ   ଦ୍ଵାରା   ଶୁଣାଣୀ  କରାଯାଇ , ଫଇସଲା  କରାଯିବ   ।

୪ . ରାଜ୍ୟ  ସରକାରଙ୍କ  ଅନୁମୋଦନ  ସହିତ , ସଦସ୍ୟ   ମୂଳ  ଆଦେଶ   ପ୍ରଦାନକାରୀ  ଅଧିକାରୀଙ୍କ  ଅନୁପସ୍ଥିତିରେ ; କାର୍ଯ୍ୟାଳୟରେ  ତାଙ୍କ  ଉତ୍ତରାଧିକାରୀଙ୍କ  କ୍ଷମତାରେ , ପୁନଃ  ବିଚାର ନିମନ୍ତେ  ଆବେଦନ  ପତ୍ର  ଶୁଣାଣୀ  କରିବେ

୫ .ନିୟମାବଳୀ  ୩ ଏବଂ ୪ର  ବ୍ୟବସ୍ଥାବଳୀ   ଅନୁଯାୟୀ  ବିଷୟଗୁଡ଼ିକୁ  ଶୁଣୁବା   ସମୟରେ , ବୋର୍ଡକୁ  ଏକ  ନ୍ୟାୟାଳୟ  ଭାବେ  ଧରାଯିବ ଏବଂ  ଏହା , ଏହାର  ସିଦ୍ଧାନ୍ତକୁ  ରାଏ  ଆକାରରେ   ପ୍ରଦାନ   କରିବେ , ଯାହାକି  ସଦସ୍ୟଙ୍କ  ଦ୍ଵାରା  ସ୍ଵାକ୍ଷରିତ  ଏବଂ   ମୋହରୀତ   ହୋଇଥିବ   ।

୬. ସମସ୍ତ  ମୋକଦ୍ଦମା , ଯାହାକି  ସର୍କିଟରେ   ଶୁଣାଣୀ  କରାଯାଇପାରେ   ନାହିଂ ,  ତାହା  ସେହି  ସମୟରେ  କଟକରେ   ଶୁଣାଣୀ   କରାଯିବ , ଯାହାକି  ବୋର୍ଡର  ମୁଖ୍ୟ   କାର୍ଯ୍ୟାଳୟ  ଅଟେ ; ଏବଂ  ସେହି ସମସ୍ତ   ମୋକଦ୍ଦମା , ଯାହାକୁ   ସଦସ୍ୟ , ତାଙ୍କର  ବିବେକ  ଅନୁଯାୟୀ , ସର୍କିଟରେ  ଶୁଣିବା  ନିମନ୍ତେ  ବିବେଚନା   କରନ୍ତି ,  ତାହା  ସେହି ଜିଲ୍ଲାରେ   ଶୁଣାଣୀ  ନିମନ୍ତେ  ଧାର୍ଯ୍ୟ   କରାଯାଇପାରେ , ଯେଉଁଥି   ପ୍ରତି  ସେଗୁଡିକ  ସଂପୃକ୍ତ    ।

୭.ରାଜ୍ୟ  ସରକାରଙ୍କ  ପୂର୍ବ   ଅନୁମୋଦନର  ନିୟନ୍ତ୍ରଣାଧିନରେ , ବୋର୍ଡ , ନିମ୍ନ  ବିଷୟ  ପ୍ରତି ,  ବୋର୍ଡର  ଅଭ୍ୟାସ   ଏବଂ  ପଦ୍ଧତିକୁ   ସାଧାରଣଭାବେ   ସମୟାନୁକ୍ରମେ   ନିୟନ୍ତ୍ରତା   କରିବା  ନିମନ୍ତେ ,  ନିୟମିତ  କରଣ  ପ୍ରସ୍ତୁତ   କରିବେ : -

(୧) ଅପିଲ୍ ର  ଦାଖଲ   ଏବଂ  ପୁନଃବିଚାର   ଏବଂ  ରିଭିଜନ୍  ନିମନ୍ତେ   ଆବେଦନପତ୍ର  ;

(୨) କେଉଁ  ଭାଷାରେ   ଏଗୁଡିକ   ଲେଖାଯିବ ;

(୩) କିପରିଭାବେ  ଏବଂ  କେଉଁ  ଅଧିକାରୀଙ୍କ   ସମ୍ମୁଖରେ   ଏଗୁଡ଼ିକୁ   ଉପସ୍ଥାପନ  କରାଯିବ  ;

(୪) କେଉଁ  ସମୟ   ମଧ୍ୟରେ , ଟିକସ୍   ସଂଯୋଗ  କରାଯିବ  ଏବଂ  ଶୁଳ୍କ  ସହିତ  ଆଦେଶିକା   ଶୁଳ୍କ  ପ୍ରଦାନ  କରାଯିବା  ଉଚିତ୍ ;

(୫) କିପରିଭାବେ   ପକ୍ଷମାନଙ୍କ  ପ୍ରତି  ସୂଚନା   ନିର୍ଗମ  କରାଯିବ  ଏବଂ   ନିମ୍ନ   ନ୍ୟାୟାଳୟରୁ   ନଥି  ଆହ୍ଵାନ   କରିବା  ପଦ୍ଧତି ;

(୬) ଆଫିଡାଭିଟ୍  ଦାଖଲ   କରିବା  ଏବଂ  ଆଇନ୍  ବ୍ୟବସାୟୀଙ୍କ   ଉପସ୍ଥିତି ;

(୭) କେଉଁ  କାରଣ   ଉପରେ  ଅପିଲ୍  ଏବଂ  ପୁନଃବିଚାର   ଏବଂ  ରିଭିଜନ୍  ଆବେଦନପତ୍ରକୁ  ସଂପୂର୍ଣ୍ଣଭାବେ   ପ୍ରତ୍ୟାଖ୍ୟାନ  କିମ୍ବା  ନାକଚ୍  କରାଯିବ ; ଏବଂ

(୮)  ଏପରି   ଅନ୍ୟାନ୍ୟ   ବିଷୟ , ଯେପରି   ଆବଶ୍ୟକ   ବୋଲି  ବିବେଚନା   କରାଯାଏ    ।

ଏପରି  ନିୟମିତକରଣକୁ , ଓଡିଶା  ଗେଜେଟ୍ ରେ   ପ୍ରକାଶନ   କରାଯିବ  ଏବଂ  ଏପରି  ତାରିଖରୁ , ଯେପରି  ସେଥିରେ   ଧାର୍ଯ୍ୟ   କରାଯାଇପାରେ , ସେଗୁଡିକ  ବଳବତ୍ତର  ହେବ   ଏବଂ   ଆଇନ୍ ର  ବଳ  ଗ୍ରହଣ  କରିବ   ।

୮ . ଏହି  ଆଇନ୍  ଉଦ୍ଦେଶ୍ୟ  ନିମନ୍ତେ ,  ଶେଠୀ  ସହ  ସଂଯୁକ୍ତ   ପରିଶିଷ୍ଠରେ  ଉଲ୍ଲେଖିତ  ବିଷୟଗୁଡିକ  ସଂବନ୍ଧରେ , ବୋର୍ଡକୁ  , ବିଭାଗୀୟ   ମୁଖ୍ୟ   ଭାବେ  ଧରାଯିବ   ।

୯ . କମିଶନର , କଲେକ୍ଟର  ଏବ୍ମ୍ମ  ଜିଲ୍ଲାର   ଅନ୍ୟାନ୍ୟ   ରାଜସ୍ୱ  ଉଚ୍ଚାକର୍ମଚାରୀଙ୍କ   କାର୍ଯ୍ୟ  ଉପରେ ,  ତତ୍ତ୍ଵାବଧାନ  କ୍ଷେତ୍ରରେ , ଏହା  ବୋର୍ଡର  କର୍ତ୍ତବ୍ୟ   ହେବ  ଯେ , ସେ ,

(୧) ରାଜସ୍ୱ  କମିଶନର  ଏବଂ  ଭୂ – ସଂସ୍କାର  ସଂବନ୍ଧୀୟ  ବିଷୟଗୁଡିକ   ସଂବନ୍ଧରେ , ପ୍ରତ୍ୟକ  କମିଶନରଙ୍କ  ନ୍ୟାୟାଳୟ ଏବଂ   ଉଚ୍ଚକର୍ମଚାରୀଙ୍କୁ , ପ୍ରତ୍ୟକ   ବର୍ଷ  ପରିଦର୍ଶନ   କରିବେ  ଏବଂ   ପ୍ରତ୍ୟକ  ବର୍ଷ  ଜାନୁୟାରୀ  ମାସରେ  ରାଜ୍ୟ   ସରକାରଙ୍କୁ   ତାଙ୍କର   ବିବରଣୀ  ପ୍ରଦାନ  କରିବେ    ।]

ଟିପ୍ପଣୀ : - (୧) ବିଜ୍ଞପ୍ତି  ସଂଖ୍ୟା – ରାଜସ୍ୱ  ବିଭାଗ – ୧୦୭୬୬୭ . ତା . ୭.୩.୧୯୬୦  ଦ୍ଵାରା , ନିୟମ  ୯କୁ   ପରିବର୍ତ୍ତନ  କରାଯାଇଛି , ଯାହାକି  ଓଡିଶା  ଅସାଧାରଣ   ଗେଜେଟ୍  ସଂଖ୍ୟା ୩୭୫/୧୯୬୦ ରେ   ପ୍ରକାଶିତ   ।

(୨) ଏପରି  ପ୍ରତ୍ୟକ  କମିଶନରଙ୍କ  ଡିଭିଜନ୍ ର   କାର୍ଯ୍ୟାଳୟ  ଏବଂ  କଲେକ୍ଟର   ଏବଂ ସବ୍  ଡିଭିଜନାଲ୍  ଅଫିସରଙ୍କ   କାର୍ଯ୍ୟାଳୟକୁ   ଖୁବ୍   କମ୍ ରେ   ଥରେ  ପରିଦର୍ଶନ   କରିବେ  ଏବଂ  ପ୍ରତ୍ୟକ   ବର୍ଷ   ଜାନୁୟାରୀ  ମାସରେ  ଧାରା (୧) ରେ  ଧାର୍ଯ୍ୟ  ବିବରଣୀ  ସହିତ , ଏହାର  ବିବରଣୀକୁ   ରାଜ୍ୟ  ସରକାରଙ୍କ  ନିକଟରେ   ଦାଖଲ   କରିବା   ।

(୩) କମିଶନରମାନଙ୍କର   ଗସ୍ତ  ଡାଏରୀ  ଉପରେ , ଛଅମାସରେ ,  ପୁନଃ  ବିଚାର   ବିବରଣୀର  ପ୍ରସ୍ତୁତିକରଣ  ;

(୪) ପ୍ରତ୍ୟକ   ବର୍ଷ , ତାଙ୍କ  କାର୍ଯ୍ୟାଳୟର  ପରିଦର୍ଶନ  ଏବଂ  ଧାରା  (୧)  ଏବଂ  (୨) ରେ  ଧାର୍ଯ୍ୟ   ବିବରଣୀ   ସହିତ , ପ୍ରତ୍ୟକ  ବର୍ଷ   ଜାନୁୟାରୀ   ମାସରେ , ରାଜ୍ୟ   ସରକାରଙ୍କୁ  ତାଙ୍କର  ବିବରଣୀ   ପ୍ରଦାନ   କରିବେ   ।

(୫) ରାଜ୍ୟର  ବାର୍ଷିକ  ଭୂ – ରାଜସ୍ୱ  ପ୍ରଶାସନ   ବିବରଣୀର  ସଂକଳନ ;

(୬) ତାଙ୍କ   ତତ୍ତ୍ଵାବଧାନ  ଅଧିନରେ   ଭୂ – ରାଜସ୍ୱ  , ସେସ୍  ଏବଂ   ଅନ୍ୟାନ୍ୟ  ଉତ୍ସରୁ   ଦାବୀ , ଆଦାୟ ଏବଂ  ବଳକା  ଅର୍ଥ  ଚାରି  ମାସରେ  ଥରେ  ପୁନଃବିଚାର   ବିବରଣୀର  ପ୍ରସ୍ତୁତିକରଣ  ଏବଂ  ସେହି  ଚାରିମାସକୁ   ଅନୁସରଣ  କରୁଥିବା  ମାସ  ଶେଷରେ , ସରକାରଙ୍କୁ   ଏପରି  ବିବରଣୀ   ପ୍ରଦାନ  କରିବା , ଯେଉଁଥି  ପ୍ରତି  ଏହା  ସଂପୃକ୍ତ   ।

ଟିପ୍ପଣୀ  : - ବିଜ୍ଞପ୍ତି  ସଂଖ୍ୟା , ରାଜସ୍ୱ  ବିଭାଗ – ୧୦୭୬୭ , ତା  ୭.୬.୧୯୬୦  ଦ୍ଵାରା , ନିୟମ  ୯ର  ଉପ – ନିୟମ  (୬) କୁ  ପରିବର୍ତ୍ତନ କରାଯାଇଛି , ଯାହାକି ଓଡିଶା ଅସାଧାରଣ ଗେଜେଟ୍  ସଂଖ୍ୟା  ୩୭୫/୧୯୬୦ ରେ  ପ୍ରକାଶିତ   ।

(୭) ଶିହି   ସମସ୍ତ  ଶୀର୍ଷ   ନିମନ୍ତେ ,  ବଜେଟ୍ ର  ସଂକଳନ , ଯେଉଁଥି  ନିମନ୍ତେ  ବୋର୍ଡକୁ   ନିୟନ୍ତ୍ରଣକାରୀ   ଅଧିକାରୀ  ଭାବେ   ନିଯୁକ୍ତ  କରାଯାଇଛି  ଏବଂ   ଧାର୍ଯ୍ୟ   ତାରିଖରେ   ତାହା  ସରକାରଙ୍କୁ   ପ୍ରଦାନ   କରିବା  ;

(୮) ବଜେଟ୍  ଶୀର୍ଷ  ଅଧିନରେ  ଆବଣ୍ଟନର  ବିତରଣ , ଯେଉଁଥି   ନିମନ୍ତେ  ବୋର୍ଡ , ନିୟନ୍ତ୍ରଣକାରୀ  ଅଧିକାରୀ  ଅଟନ୍ତି  ;

(୯) ଭି – ରାଜସ୍ୱ  ପ୍ରଶାସନ  ସଂବନ୍ଧରେ , ଗୁରୁତ୍ୱପୂର୍ଣ୍ଣ   ପ୍ରଶାସନିକ  ବିଷୟ , ସରକାରଙ୍କ   ଦୃଷ୍ଟିକୁ  ଆଣିବ , ଯାହା   ବୋର୍ଡ , ଆବଶ୍ୟକ  ବୋଲି  ବିବେଚନା   କରନ୍ତି   ।

(୧୦) ଜମିଦାରୀ  ଉଚ୍ଛେଦ  ସହିତ  ଭୂ – ସଂସ୍କାର  ଉପରେ  , ସରକାରଙ୍କୁ   ଉପଦେଶ   ଦେବା   ।

ଟିପ୍ପଣୀ : - ରାଜସ୍ୱ   ବିଭାଗ  ସଂଖ୍ୟା  ୨୨୧୭୩,ତା ୧୯.୫.୧୯୬୦  ଦ୍ଵାରା , ନିୟମ  ୯ର  ଧାରା  (୧୦) କୁ   ପରିବର୍ତ୍ତନ   କରାଯାଇଛି , ଯାହାକି  ଓଡିଶା ଗେଜେଟ୍   ଅଂଶ – ୩/୧୯୬୦, ପୃଷ୍ଠା – ୪୬୨ରେ  ପ୍ରକାଶିତ   ।

(୧୧) ସର୍ବକ୍ଷେଣ  ଏବଂ   ବନ୍ଦୋବସ୍ତ  କାର୍ଯ୍ୟ   ପରିଚାଳନା  କରିବା  ;

(୧୨)  ଉନ୍ନତିର  ନିୟମିତକରଣ ;  ଏବଂ

(୧୩) ଏ  ସଂବନ୍ଧରେ   ରାଜ୍ୟ  ସରକାରଙ୍କ   ବିଶେଷ  ଆଦେଶର  ନିୟନ୍ତ୍ରଣାଧିନରେ  , ଗେଜେଟ୍ , ତଥ୍ୟ , ରାସ୍ତା ନକ୍ସା  ଏବଂ  କାନ୍ଥ  ଗୁଡିକର  ପ୍ରସ୍ତୁତିକରଣ  ,  ସଂଶୋଧନ , ଅନୁବାଦ   ଏବଂ ପ୍ରକାଶନ   ।

୧୦ . ସାଧାରଣ  ତତ୍ତ୍ଵାବଧାନ  କ୍ଷମତା , ବୋର୍ଡ   ଧାରଣ  କରିବ ଏବଂ  ରାଜସ୍ୱ  ଆଇନ୍ ର ଉପଯୁକ୍ତ   କାର୍ଯ୍ୟକାରୀତା  ନିମନ୍ତେ  ନିର୍ଦ୍ଦେଶାବଳୀ  ନିର୍ଗମ   କରିବେ  ଏବଂ ସେଗୁଡିକର   କାର୍ଯ୍ୟକାରୀତାରେ  ଆବିଷ୍କାର  କରାଯାଇଥିବା  କୌଣସି   ତ୍ରୁଟିକୁ   ରାଜ୍ୟ  ସରକାରଙ୍କ   ଦୃଷ୍ଟିକୁ   ଆଣିବେ  ଏବଂ  ସମୟାନୁକ୍ରମେ  ନିଦାନର  ପଦକ୍ଷେପ   ସଂବନ୍ଧରେ  ପରାମର୍ଶ   ଦେବେ    ।

୧୧ . ଗେଜେଟେଡ୍  ଅଫିସର   କିମ୍ବା  ଉଚ୍ଚକର୍ମଚାରୀଙ୍କ   ବିଭାଗୀୟ   ପରୀକ୍ଷା , ବୋର୍ଡ  ପରିଚାଳନା   କରିବେ  ଏବଂ  ଏ  ସଂବନ୍ଧରେ , ରାଜ୍ୟ  ସରକାରଙ୍କ  ଆଦେଶ   ସହ  ସମନ୍ଵୟ   ରକ୍ଷାକରି   ଫଳାଫଳ  ପ୍ରକାଶନ   କରିବେ  । ରାଜସ୍ୱ  ବୋର୍ଡର  ସଦସ୍ୟ  , ପରୀକ୍ଷକ  ବୋର୍ଡର  ସଭାପତି   ରହିବେ   ।

୧୨ . ସମୟାନୁକ୍ରମେ  ନିର୍ଗମ  କରାଯାଉଥିବା  ସରକାରୀ  ନିର୍ଦ୍ଦେଶାବଳୀ  ସହ  ସମନ୍ଵୟ   ରକ୍ଷାକରି , ବୋର୍ଡର  ଦାୟିତ୍ଵରେ  ଥିବା  ବିଭାଗ  ଗୁଡିକରେ   ସଂପୂର୍ଣ୍ଣ  ଭାବେ  କାର୍ଯ୍ୟ  କରୁଥିବା   ଓଡିଶା  ଅଧସ୍ତନ   ପ୍ରଶାସନିକ  ସେବା  ଉଚ୍ଚକର୍ମଚାରୀ  ଏବଂ  ଓଡିଶା  ପ୍ରଶାସନିକ  ସେବା  ଉଚ୍ଚକର୍ମଚାରୀଙ୍କ  ସ୍ଥିତି , ବଦଳୀ  ଏବଂ  ଛୁଟି  ସଂବନ୍ଧରେ , ବୋର୍ଡର  କ୍ଷମତା  ରହିବ   ।

୧୩ . ଯଦି  ସେପରି  ଆବଶ୍ୟକ  ହୁଏ , ତାହେଲେ   ବୋର୍ଡ , ସମସ୍ତ  କଲେକ୍ଟର  ଏବଂ  ସେହି  ଏକାସ୍ତରର  ରାଜସ୍ୱ  ଉଚ୍ଚକର୍ମଚାରୀ  ଏବଂ  କମିଶନରମାନଙ୍କ   ଗୁପ୍ତା – ଚରିତ   ତାଲିକା  ରକ୍ଷଣାବେକ୍ଷଣ   କରିବେ  ।

୧୪ . ବଳବତ୍ତର  ଥିବା  ଆଇନ୍ , ନିୟମାବଳୀ   ଏବଂ ଆଦେଶ  ଅନୁଯାୟୀ , ବୋର୍ଡ  ଦ୍ଵାରା   ପରିଚାଳିତ   କୌଣସି  କ୍ଷମତା   କ୍ଷେତ୍ରରେ , ଯାହାକି  ନିର୍ଦ୍ଧିଷ୍ଟ   ଭାବେ  ଏହି   ନିୟମାବଳୀ  କିମ୍ବା  ଓଡିଶା  ରାଜସ୍ୱ   ଡିଭିଜନାଲ୍  କମିଶନର   ଆଇନ୍  ୧୯୭୫ ରେ   ଗଠିତ  ନିୟମାବଳୀରେ   ନିର୍ଦ୍ଧିଷ୍ଟ  ଭାବେ   ବ୍ୟବସ୍ଥାୟୀତ   ହୋଇନଥାଏ ;  ସେପରିସ୍ଥଳେ  ଏହା  ବୋର୍ଡର  କର୍ତ୍ତବ୍ୟ  ହେବ  ଯେ , ସେ , ଏ  ବିଷୟ  ରାଜ୍ୟ  ସରକାରଙ୍କୁ   ସୂଚୀତ  କରି , କମିଶନରଙ୍କୁ   ଏପରି  କ୍ଷମତା   ପ୍ରଦାନ  କରିବା   ଆଦେଶ  ପ୍ରଦାନ  କରିବା   ନିମନ୍ତେ  ଅନୁରୋଧ  ହେବ , ଯେପରି   ସେ   ଉପଯୁକ୍ତ  ମନେ  କରିବେ  ।

ଆଧାର :The Law House

Last Modified : 1/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate