অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ଶ୍ରମିକ (ପ୍ରୋହିବିସନ ଏବଂ ରେଗୁଲେସନ) ଆକ୍ଟ -1986

ଶିଶୁ ଶ୍ରମିକ ଆଇନ୍

ଭାରତୀୟ ସମ୍ବିଧାନାର ଧାରା ୨୪ ରେ ଉଲ୍ଲେଖ ଅଛି ଯେ ୧୪ ବର୍ଷରୁ କମ ଶିଶୁ କୁ ବିପଦଜନକ କାମରେ ନିୟୋଜିତ କରାଯାଇ ପାରିବ ନାହିଁ ।

1986 ଆଇନରେ ଜଣେ ୧୪ ବର୍ଷ ସମାପ୍ତ ନ କରିଥିଲେ ତାକୁ ଶିଶୁ ବୋଲି ଧରାଯିବ । ବିପଦଜନକ କାର୍ଯ୍ୟରେ ଶିଶୁ କୁ ନିୟୋଜିତ କରିବା ଏକ ଅପରାଧ ।

  • ଧାରା ୨୧: ଶିକ୍ଷା ଅଧିକାର।
  • ୬ରୁ ୧୪ ବର୍ଷ ବୟସର ଶିଶୁ ଙ୍କୁ ସରକାରଙ୍କ ଦ୍ଵାରା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦେବାର ବ୍ୟବସ୍ଥା କରିବା।

  • ଧାରା ୨୪: କାରଖାନରେ  ଶିଶୁ କୁ କାର୍ଯ୍ୟରେ ଲଗାଇବା।
  • ୧୪ବର୍ଷରୁ ଛୋଟ କୌଣସି ଶିଶୁକୁ ଖଣି, କାରଖାନା କମ୍ବା କୌଣସି ବିପଦଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ।

  • ଧାରା ୩୯ : ରାଷ୍ଟ୍ର ଦ୍ଵାରା ଯୋଜନା ଠିକ ରୂପେ କାର୍ଯ୍ୟକାରି ହେବା ।
  • ୧୪ ବର୍ଷ ତଳକୁ ଶିଶୁ କୁ ପୁରୁଷ କିମ୍ବା ମହିଳାଙ୍କ ଦ୍ଵାରା ଅଥବା  ଦୂରବସ୍ଥା ପାଇଁ କାର୍ଯ୍ୟରେ ନିୟୋଜନ ଯେପରି କରାନଯାଏ ସେ ପ୍ରତି ଦୃଷ୍ଟି ଦେବା ।

ଶିଶୁଙ୍କ କାର୍ଯ୍ୟ

  • ଧାରା 1986 ଅନୁଯାୟୀ ୧୪ ବର୍ଷ ସମ୍ପୂର୍ଣ୍ଣ କରିନଥିବା ପିଲାକୁ ଶିଶୁ କୁହାଯିବ ।
  • ଏହି ଆଇନଦ୍ଵାରା ୧୩ ଟି କାର୍ଯ୍ୟ ଏବଂ ୫୭ ଟି ପ୍ରୋସେସ ରେ ଶିଶୁ କୁ ନିୟୋଜିତ କରାଯାଇ ପାରିବ ନାହିଁ ।
  • ଧାରା ରେ ଏକ ବୈଷୟିକଜ୍ଞାନ ଥିବା ଉପଦେଷ୍ଟା କମିଟି ଗଠନ କରାଯିବ ।
  • ଧାରା ୧୪ ରେ ଯଦି କୌଣସି ବ୍ୟକ୍ତି ୧୪ ବର୍ଷ ତଳକୁ ଶିଶୁ କୁ କାର୍ଯ୍ୟରେ ନିୟୋଜନ କରନ୍ତି ତେବେ ତାଙ୍କୁ ଅତିକମ ରେ ୩ ମାସ ଅତିବେଶିରେ ୧ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧୦,୦୦୦ ରୁ ୨୦,୦୦୦ ପର୍ଯ୍ୟନ୍ତ  ଜୋରିମାନା ହୋଇପାରେ ।
  • ରାଜ୍ୟ ଓ କେନ୍ଦ୍ର ଉଭୟ ଏହି ଆଇନ କୁ  କଡାକଡି ଭାବରେ ପାଳନ କରିବା ଉଚିତ ।

ଶିଶୁ ଶ୍ରମିକର ଜାତୀୟ ଯୋଜନା

  • ୧୯୮୭ ମସିହାରୁ ଜାତୀୟ ଶିଶୁ ଶ୍ରମିକ ଆଇନ ପ୍ରଣୀତ ହୋଇଛି ଏଥିରେ ରହିଛି ।
  • ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ
  • ଶିଶୁ ଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ ଉପରେ ଆଲୋକପାତ
  • ଯେଉଁ ଜାଗାରେ ଅଧିକ ଶିଶୁ ଶ୍ରମିକ ଥିବେ ସେ ଜାଗାରେ ଶିଶୁ ମାନଙ୍କ ଉନ୍ନତି ପାଇଁ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ।

ଏଥିପାଇଁ ଜାତୀୟ ଶିଶୁ ଶ୍ରମିକ ପଲିସ 1988 ରେ ଆରମ୍ଭ କରାଗଲା । ଏହି ଆଇନରେ ଉଲ୍ଲେଖ ଅଛି ଯେ ଯଦି କେଉଁ ଜାଗାରୁ ଶିଶୁ ଶ୍ରମିକ ଉଦ୍ଧାର ହୁଅନ୍ତି ତେବେ ତାଙ୍କୁ ଉଦ୍ଧାର କରି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ସ୍କୁଲରେ ପାଠ ପଢିବାକୁ ଛାଡିବା । ଏହା ଦ୍ଵାରା ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ।

ସରକାର ଏ ଦିଗରେ ଅଧିକ ତତପରତା ପ୍ରକାଶ କରିବା ଆବଶ୍ୟକ । ଶିଶୁ ଶ୍ରମିକ ସୃଷ୍ଟି ହେବାର ଗରିବୀ ହେଉଛି ମୁଖ୍ୟ କାରଣ । ତେଣୁ ଶିଶୁ ଶ୍ରମିକ ହେଉଥିବା ପରିବାର ଗୁଡିକ ରୁ କିପରି ଆର୍ଥିକ ଅଭାବ ଦୂର ହେବ ସେ ସମ୍ବନ୍ଧରେ ସରକାର ଦୃଷ୍ଟି ଦେବା ଉଚିତ।

ଶିକ୍ଷା ଅଧିକାର ବିଲ

2009 ରେ ଭାରତ ସରକାର ଶିକ୍ଷା ଅଧିକାର ବିଲକୁ ପାସ୍ କରାଇଥିଲେ । ଏହି ବିଲରେ ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦିଆଯିବ ।

ବିପଦଜନକ କାର୍ଯ୍ୟରୁ ଶିଶୁକୁ ରକ୍ଷା କରିବା

  1. ବିପଦଜନକ କାର୍ଯ୍ୟ
    • ଟ୍ରେନରେ ଭାର ବୁହାଇବା
    • ରେଳଧାରାଣା ପାଖରେ କୌଣସି କାର୍ଯ୍ୟ
    • କୌଣସି ଠିକାଦାର ପାଖରେ କ୍ୟାଟରିଙ୍ଗ ବ୍ୟବସାୟ ରେ କାର୍ଯ୍ୟକରି ତାହାକୁ ଟ୍ରେନରେ ପହଞ୍ଚାଇବା । ଚଳନ୍ତା ଟ୍ରେନରେ ଗୋଟିଏ ଷ୍ଟେସନରୁ ଅନ୍ୟ ଷ୍ଟେସନ କୁ ଯିବା ।
    • ରେଳ ଷ୍ଟେସନ ବା ଟ୍ରେନଲାଇନ ପାଖରେ କନଷ୍ଟ୍ରକସନ କାର୍ଯ୍ୟ କରିବା ।
    • ଅସ୍ଥାୟୀ ଲାଇସେନ୍ସ ଦ୍ଵାରା ବାଣ କିମ୍ବା ବାରୁଦ ପଦାର୍ଥ ବିକିବା ।
    • କଂସେଇଖାନାରେ କାର୍ଯ୍ୟ ।
    • ଗ୍ୟାରେଜରେ କାର୍ଯ୍ୟ ।
    • ନିଶାଦ୍ରବ୍ୟ ନିର୍ମାଣ କାର୍ଯ୍ୟ ।
    • ହସ୍ତତନ୍ତ ଚଳାଇବା ।
    • ଖଣିରେ କୁଲି କାର୍ଯ୍ୟ ।
    • ପ୍ଲାଷ୍ଟିକ କାରଖାନାରେ କାର୍ଯ୍ୟ ।
    • ଗୃହକାର୍ଯ୍ୟରେ ନିୟୋଜିତ ।
    • ରାସ୍ତାକଡରେ ଥିବା ଢାବା, ରେଷ୍ଟୁରାଣ୍ଟ, ହୋଟେଲ, ଚା’ଦୋକାନ, ରିସୋର୍ଟ, ସ୍ପା ଇତ୍ୟାଦିରେ କାର୍ଯ୍ୟ
    • ଡ୍ରାଇଭିଙ୍ଗ
    • ସର୍କସ ରେ କାର୍ଯ୍ୟ କରିବା
  2. ସାମଗ୍ରୀ ତିଆରି
    • ବିଡି ତିଆରି
    • କାର୍ପେଟ ତିଆରି
    • ସିମେଣ୍ଟ ତିଆରି
    • ଲୁଗାରେ ପ୍ରିଣ୍ଟ କରିବା ରଙ୍ଗ ଦେବା
    • ଡିଆସିଲି କାରଖାନାରେ ତିଆରି କରବା
    • ସାବୁନ ତିଆରି
    • ଉଲ ଧୋଇବା
    • ବିଲଡିଙ୍ଗ ତିଆରି କାର୍ଯ୍ୟ
    • ସ୍ଲେଟ, ପେନସିଲ ତିଆରି କରିବା କିମ୍ବା ପ୍ୟାକିଙ୍ଗ କରିବା
    • କୀଟନାଶ କ ତିଆରି
    • ମରକୁରୀ, କ୍ରୋମିୟମ, ସୋଡିୟମ ଲାଇଟ ତିଆରି
    • କାଜୁତୋଳିବା, ପ୍ରୋସେସିଙ୍ଗ କରିବା
    • ଇଲେକଟ୍ରୋନିଙ୍ଗ କାରଖାନାରେ କାର୍ଯ୍ୟ
    • ଅଗରବତୀ ତିଆରି
    • ଅଟୋମୋବାଇଲ ମରାମତି
    • ଇଟାଭାଟିରେ କାର୍ଯ୍ୟ
    • ସର୍ଫ, ସାବୁନ ତିଆରି
    • ତୁଳା ଭିଣିବା
    • ଝୋଟ କାରଖାନାରେ କାର୍ଯ୍ୟ
    • ତାଲା ଚାବି ତିଆରି କାରଖାନା
    • ସିମେଣ୍ଟ ପାଇପ ତିଆରି
    • କାଚ କାରଖାନାରେ, ଇଲେକଟ୍ରିକ ବଳବ, କାଚଗ୍ଲାସ ତିଆରି
    • କୀଟନାଶକ ଔଷଧ ତିଆରି କାରଖାନା
    • କୋଇଲା ଖଣିରେ କାର୍ଯ୍ୟ
    • କେମିକାଲ ଦ୍ଵାରା ତିଆରି କରାଯାଉଥିବା ଖେଳ ସାମଗ୍ରୀ
    • ତୈଳ ବିଶୋଧନାଗାର କେନ୍ଦ୍ରରେ କାର୍ଯ୍ୟ
    • କାଗଜକଳ
    • ସ-ମିଲ ରେ କାର୍ଯ୍ୟ
    • ଜରି ତିଆରି କାରଖାନା
    • ମେଟାଲ ବାସନ ତିଆରି କାରଖାନା
    • ନିଶାଦ୍ରବ୍ୟ ତିଆରି କାରଖାନା
    • ଚମଡା ଦ୍ରବ୍ୟ ତିଆରି କାରଖାନା
    • ଗ୍ରାଫାଇଟ ପାଇଡ଼ର ତିଆରି କାରଖାନା
    • ହିରାଖଣି, ବା ତିଆରି କାର୍ଯ୍ୟ
    • ଫୁଡ଼ ପ୍ରୋସେସିଙ୍ଗ
    • ଖଣି ରୁ ଜିନିଷ ଉତ୍ତୋଳନ
    • ମେଟାଲ କୁ ଚୁରିବା ବା ଭାଙ୍ଗିବା

ଏହି ସବୁ କାର୍ଯ୍ୟରେ ଶିଶୁ ଶ୍ରମିକ କୁ ନିୟୋଜିତ କରାଯାଇ ପାରିବ ନାହିଁ ।

ଆଧାର – ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate