অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟଟନ ସ୍ଥାନ

ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟଟନ ସ୍ଥାନ

ଜିଲ୍ଲା ସମ୍ବନ୍ଧରେ

୧ ଜାନୁଆରୀ ୧୯୪୮ ମସିହାରେ ଦୁଇଟି ଗଡଜାତ ରାଜ୍ୟ ଗାଙ୍ଗପୁର ଓ ବୋଣାଇଗଡ କୁ ନେଇ ସୁନ୍ଦରଗଡ଼ ଜିଲ୍ଲା ଗଠିତ ହୋଇଥିଲା ,ଯେଉଁ ଦିନ ଏହି ଦୁଇଟି ରାଜ୍ୟ ଗାଙ୍ଗପୁର ଓ ବଣାଇଗଡ ବିଧିବଦ୍ଧ ଭାବେ ଓଡିଶା ସହ ମିଶିଥିଲେ । ନିଜର ନାମ ସୁନ୍ଦରଗଡ଼ କୁ ସ୍ଵାର୍ଥକ କରି ଏହି ଜିଲ୍ଲାର ୪୩ ଭାଗ ଅଞ୍ଚଳ ସୁନ୍ଦର ପ୍ରାକୃତିକ ପରିବେଶ ତଥା ସବୁଜ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ ହୋଇଛି ଏବଂ ବହୁ ସଂଖ୍ୟାରେ ବିଭିନ୍ନ ଜନଜାତି ଏହି ଉପତ୍ୟକାରେ ବସବାସ କରୁଛନ୍ତି । ତତସହପ୍ରଚୁର ଖଣିଜ ସମ୍ପଦରେ ଭରପୁର ଏହି ଜିଲ୍ଲା ର ଉତ୍ତର ରେ ଝାରଖଣ୍ଡ ରାଜ୍ୟ ର ରାଞ୍ଚି ଜିଲ୍ଲା, ପଶ୍ଚିମ ଅବଂ ଉତ୍ତର – ପଶ୍ଚିମ ରେ ଛତିଶଗଡ ରାଜ୍ୟ ର ରାୟପୁର ଜିଲ୍ଲା, ଦକ୍ଷିଣ ଓ ଦକ୍ଷିଣ – ପୂର୍ବ ରେ ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼ ଏବଂ ଅନୁଗୁଳ ଜିଲ୍ଲା ଅବସ୍ଥିତ ହେବା ସହ ପୂର୍ବରେ ଝାରଖଣ୍ଡ ରାଜ୍ୟ ର ସିଂହଭୂମ ଜିଲ୍ଲା ଏବଂ କେନ୍ଦୁଝର ଜିଲ୍ଲା ଅବସ୍ଥିତ ।

ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ଏହି ଜିଲ୍ଲାର ମୁଖ୍ୟ କାର୍ଯ୍ୟ।ଳୟ । ଭୌଗଳିକ ଭାବେ ଏହା ସୁସଙ୍ଗଠିତ ନ ହୋଇ ବିକ୍ଷୀପ୍ତ ଭାବେ ଗଠିତ ଏବଂ ଏହା ବିସ୍ତିର୍ଣ ଭାବେ ଭିନ୍ନ ଭିନ୍ନ ମୁକ୍ତ ପ୍ରସାରଣକ୍ଷମ ତୀକ୍ଷ ଅଞ୍ଚଳ ପାହାଡିଆ , ବୃକ୍ଷ ଲତା ଦ୍ଵାରା ଆଚ୍ଛାଦିତ ଏକ, କାଦୁଅ , ପାହାଡିଆ ମୃତ୍ତିକାମୟ , ଗିରିଶୃଙ୍ଗ , ବିସ୍ତିର୍ଣ ଦୁର୍ଗମ୍ୟ ଅରଣ୍ୟ ସହ ଦୁଇ ପାଖ ଚଉଡା ସଂପ୍ରସାରିତ ନଦୀ ଉପତ୍ୟକା ଏବଂ ପ୍ରାକୃତିକ ବିଶିଷ୍ଟ ଥିବା ଭୂଭାଗ ତଥା ପର୍ବତ୍ୟାଞ୍ଚଳ ଦ୍ଵାରା ଗଠିତ । ଯଥାର୍ଥ ଭାବେ କହିବାକୁ ଗଲେ ଏହା ବିଭିନ୍ନ ଆବଡା ଖାବଡା ବିକ୍ଷିପ୍ତ ପାହାଡିଆ ଉପତ୍ୟକା ଦ୍ଵାରା ତରଙ୍ଗାୟିତ ଭାବେ ଉର୍ଧିଗାମୀ ଗିରିଶୃଙ୍ଗ କୁ ବିଭିନ୍ନ ସ୍ତାନରେ ବିଭାଜିତ କରିବା ସହ ଇବ ଓ ବ୍ରାହ୍ମଣୀ ନଦୀ ର ପ୍ରଚଣ୍ଡ ଧାର ଯୁକ୍ତ ଉପତ୍ୟକା ଦ୍ଵାରା ମଧ୍ୟ ବିଭାଜିତ । ଏହି ଜିଲ୍ଲା ର ଭୂଭାଗ ମୁଖ୍ୟତ ଉତ୍ତର ରୁ ଦକ୍ଷିଣ କୁ ଗଡାଣିଆ ଅଟେ । ଏହାର ଭୂଭାଗ ତରଙ୍ଗୟିତ , ପାହାଡିଆ ଏବଂ ଢାଲୁଆ କିସମ ଯୋଗୁଁ , ଏଠାର ଦ୍ରୁତ ଗତିରେ ମୃତ୍ତିକା କ୍ଷୟ ହେବା ସହ ଉଭୟ ପାନୀୟ ଜଳ ଓ କୃଷି ପାଇଁ ଜଳସେଚନ ନିମନ୍ତେ ଜଳର ଅଭାବ ପରିଲକ୍ଷିତ ହୋଇଥାଏ । ବ୍ରାହ୍ମଣୀ , ଶଙ୍ଖ , କୋଏଲ ଏବଂ ଇବ ଆଦି ମୁଖ୍ୟ ନଦୀ ଏ ଜିଲ୍ଲାରେ ପ୍ରବାହିତ । ସମଗ୍ର ଓଡିଶାର ଆୟତନର 6.23 ପ୍ରତିଶତ ଧାରଣ କରି ଦ୍ଵୀତୀୟ ବୃହତ୍ତମ ଜିଲ୍ଲା ଭାବେ (ଆୟତନରେ) ଏହି ସୁନ୍ଦରଗଡ଼ ଜିଲ୍ଲା ୯୭୧୨ ବର୍ଗଭୂମି ଆୟତନ ପରିବ୍ୟାପ୍ତ । ତେବେ ଏହାର ସମଗ୍ର ଆୟତନର ୪୨୩୨.୫୭ ବର୍ଗ କ୍ଷେତ୍ର ଅଞ୍ଚଳ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ ହୋଇଥିବାରୁ, ଏହା ସମଗ୍ର ଓଡିଶା ରେ ୮.୫୩ ଭାଗ ଶତକଡା ଧାରଣ କରି ଜଙ୍ଗଲ ଆଚ୍ଛାଦିତ ଜିଲ୍ଲା ରୂପେ ମାନ୍ୟତା ପାଇଛି ।

କିଭଳି ପହଁଞ୍ଚିବେ

  • ଆକାଶ ପଥ :
  • ଦେଶ ର ଅନ୍ୟ ପ୍ରମୁଖ ସହର ଭଳିଆ ରାଉରକେଲା କୁ ନିୟମିତ ଭାବେ କୌଣସି ଆକାଶ ପଥ ନାହି। ରାଞ୍ଚି ହେଉଛି ନିକଟତମ ଆକାଶ ପଥ।(୧୪୦ କି.ମି. ପାଖାପାଖି)

  • ରେଳ ପଥ :
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା

  • ସଡକ ପଥ :
  • ଦେଶ ର ଅନ୍ୟ ପ୍ରମୁଖ ସହର ରୁ ଆପଣ ସହଜରେ ରାଉରକେଲା କୁ ନିୟମିତ ଭାବରେ ବସ ସେବା ପାଇପାରିବେ।

ପର୍ଯ୍ୟଟନ ସ୍ଥଳ

ବୈଷ୍ଣୋ ଦେବୀ ମନ୍ଦିର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ରାଞ୍ଚି

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ରାଉରକେଲା

  • ସଡ଼କ ପଥରେ
  • ସଡକ ମାର୍ଗରେ ରାଉରକେଲା ସ୍ଟେଶନ ଠାରୁ ୩ କି.ମି.

ରାଉରକେଲା ସ୍ଥିତ ବୈଷ୍ଣୋଦେବୀ ମନ୍ଦିରଟି ଜାମ୍ମୁ ( ତ୍ରିକୂଟ ପର୍ବତ ) ସ୍ଥିତ ବୈଷ୍ଣୋଦେବୀ ମନ୍ଦିର ପ୍ରତିକୃତି ଅଟେ ଏବଂ ଏହା ଦୁର୍ଗାପୁର ପାହାଡ ଉପରେ ରାଉରକେଲା ଷ୍ଟିଲ୍ଲ ଇସ୍ପାତ କାରଖାନା ଆଡକୁ ମୁହଁ କରି ରହିଅଛି । ଭୈରବନାଥ ଙ୍କ ମନ୍ଦିର ବୈଷ୍ଣୋଦେବୀ ମନ୍ଦିର ନିକଟରେ ସେହି ପାହାଡ ଉପରେ ଅବସ୍ଥିତ। ପାହାଡ ଉପରେ ଅବସ୍ଥିତ ମନ୍ଦିରଟି ୨୦୦୭ ମସିହାରୁ ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରଯାଇଥିଲା । ଦୁର୍ଗା ପୂଜା ସମୟରେ ବସନ୍ତ ଓ ଶରତ ଋତୁରେ ସେଠାରେ ନବରାତ୍ର ପର୍ବ ପାଳିତ ହୁଏ । ଶହ ଶହ ହିନ୍ଦୁ ଧର୍ମ ବିଲମ୍ବୀ ଭକ୍ତ ଗଣ ଏଠାକୁ ଆଗମନ କରିଥାନ୍ତି ।

ମନ୍ଦିରା ବନ୍ଧ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ରାଞ୍ଚି

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ: ରାଉରକେଲା

  • ସଡ଼କ ପଥରେ
  • ସଡକ ମାର୍ଗରେ ରାଉରକେଲା ଠାରୁ ୨୬ କି.ମି.

ମନ୍ଦିରା ବନ୍ଧ ସୁନ୍ଦରଗଡ଼ ଜିଲ୍ଲାର ( ଓଡିଶା ଭାରତ ) କାଂଶବାହଲ ନିକଟରେ ଅବସ୍ଥିତ । ଏହା ଶଙ୍ଖ ନଦୀ ଉପରେ ନିର୍ମିତ ହୋଇଛି  ମନ୍ଦିରା ଠାରେ ଏହା ୧୬ କିଲୋମିଟର ଉର୍ଦ୍ଧରେ ଅବସ୍ଥିତ । ଏହି ବନ୍ଧ ର ଜଲକୁ ରାଉରକେଲା ଇସ୍ପାତ କାରଖାନା ପାଇଁ ବ୍ୟବହ।ର କରାଯାଏ । ଏହା ୧୯୫୭ ମସିହାରେ ଆରମ୍ଭ ହୋଇଥିଲା । ଏହି ଡ୍ୟାମ ଟି ୨୪୦୦ ପରିବାରକୁ ବିସ୍ଥାପିତ କରିଥିଲା ଏବଂ ମାତ୍ର ୮୪୩ ପରିବାର ପୁରବସ୍ଥ।ପିତ ହୋଇଛି ।

ହନୁମାନ ବାଟିକା

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ରାଞ୍ଚି

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ରାଉରକେଲା

  • ସଡ଼କ ପଥରେ
  • ରାଉରକେଲା ସ୍ଟେଶନରୁ ଠାରୁ ୫-୬ କି.ମି.

ହନୁମାନ ବଟିକା ସର୍ବୋଚ ହନୁମାନ ମୂର୍ତ୍ତୀ ନାମରେ ନାମିତ ହୋଇଅଛି । ଏହା ୧୯୯୪ ମସିହାରେ ସ୍ଵର୍ଗତ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । ଏଠାରେ ହନୁମାନଙ୍କର ଦ୍ଵାରା ଲୋକାର୍ପିତ ହୋଇଥିଲା । ଏଠାରେ ହନୁମାନ ଙ୍କର ୭୫ ଫୁଟ ଲମ୍ବ ବିଶିଷ୍ଟ ମୂର୍ତ୍ତୀ ଟିଏ ନିର୍ମାଣ କରାଯାଇଛି । ସେଠାରେ ଆହୁରି ମଧ୍ୟ ମାନଙ୍କ ପାଇଁ ମନ୍ଦିରମାନ ନିର୍ମାଣ କରା ଯାଇଅଛି , ଯଥା – ବାଟ ମଙ୍ଗଳ। , ବିନୟକ , ବୈଷ୍ଣୋଦେବୀ, ସାରଳା, ଦ୍ଵାଦଶ ଲିଙ୍ଗ, ଶିବ , ମାଁ ସନ୍ତୋଷୀ, ମାଁ ଲକ୍ଷ୍ମୀ ଇତ୍ୟାଦି । ସୁନ୍ଦର ଦୃଶ୍ୟ ଓ ସବୁଜ ଅଞ୍ଚଳ ପାଇଁ ଅନେକ ସାଧାରଣ ଦର୍ଶକ ପ୍ରତିଦିନ ଏଠାକୁ ଆସିଥାନ୍ତି । ଏହି ସ୍ଥାନରେ ଅନେକ ବାର୍ଷିକ ଭକ୍ତି କାର୍ଯ୍ୟ କ୍ରମ ଅଂସ୍ଥିତ ହୋଇଥାଏ । ସେଥି ମଧ୍ୟରୁ ପ୍ରତିଷ୍ଠା ଦିବସ ( ଫେବ୍ରୁଆରି ୨୩ ତାରିଖ ) କାର୍ଯ୍ୟ କ୍ରମ , ଶିବରାତ୍ରି ,ରଥଯାତ୍ରା  ଇତ୍ୟାଦି ଏହାର ଅନ୍ତରଭୁର୍କ୍ତ ।

ବେଦବ୍ୟାସ ଧାମ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର: ରାଞ୍ଚି

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ରାଉରକେଲା

  • ସଡ଼କ ପଥରେ
  • ସଡକ ମାର୍ଗରେ ରାଉରକେଲା ସ୍ଟେଶନ ଠାରୁ ୧୫ କି.ମି.

ବେଦବ୍ୟାସ ଆମ ଶଙ୍ଖ ଓ କୋଏଲ ନଦୀର ମିଳନ ସ୍ଥଳ ଓ ବ୍ରାହ୍ମଣୀ ନଦୀର ଉତ୍ପତି ସ୍ଥଳରେ ଅବସ୍ଥିତ । ବେଦବ୍ୟ।ସ ଏକ ପ୍ରାକୃତିକ ସୌନ୍ଦର୍ଜ୍ୟ ସ୍ଥାନ ଭାବେ ପରିଗଣିତ ନୁହେଁ ବରଂ ଏହା ଏକ ତୀର୍ଥ ସ୍ଥାନ ଭାବେ ପ୍ରସିଦ୍ଧ । ନଦୀର ସଙ୍ଗମ ସ୍ଥଳରେ ବୁଡ ପକାଇଲେ ସବୁ ପାପ ନାଶ ହୋଇଯାଏ ବୋଲି ବିଶ୍ୱାସ କରାଯାଏ । ପରମ୍ପରା ଅନୁଯାୟୀ ମହର୍ଷି ବ୍ୟାସଦେବ ଏଠାରେ ଉପସ୍ଥିତ ରହି ମହାନ ପୌରଣିକ “ ମହାଭାରତ “ ରଚନା କରିଥିଲେ । ଏଠାରେ ୩ ଗୋଟି ମନ୍ଦିର ମଧ୍ୟରୁ ୨ ଶିବ ମନ୍ଦିର ଓ ଗୋଟିଏ ଶ୍ରୀ ରାମଙ୍କ ମନ୍ଦିର ବିରାଜମାନ କରୁଅଛି । ବେଦିକ ଆଶ୍ରମ ଓ ଗୁରୁକୁଳ ଆଶ୍ରମ ବିଶେଷ ଆକର୍ଷଣରେ କେନ୍ଦ୍ର ଅଟେ। ଏହା ଏକ ଉତକୃଷ୍ଟ ବଣଭୋଜି ସ୍ଥଳ । ଏହା ପଣପୋଷ ଠାରୁ ୫ କିଲୋମିଟର ଓ ରାଉରକେଲା ଠାରୁ ୧୫ କି.ମି. ଦୂରରେ ଉର୍ନତ ସଡକ ଦ୍ଵାରା ସଂଯୋଜିତ ହୋଇଅଛି । ଏହାର ନିକଟତମ ରେଳ ଷ୍ଟେସନ ପଣପୋଷ ୫ କିଲୋମିଟର ଓ ରାଉରକେଲା ୧୫ କିଲୋମିଟର।

ଖଣ୍ଡାଧାର ଜଳପ୍ରପାତ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର: ରାଞ୍ଚି

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ରାଉରକେଲା

  • ସଡ଼କ ପଥରେ
  • ସଡକ ମାର୍ଗରେ ରାଉରକେଲା ସ୍ଟେଶନ ଠାରୁ ୧୦୪ କି.ମି.

ଘଞ୍ଚ ଜଙ୍ଗଲ ମଧ୍ୟରେ ଖଣ୍ଡାଧାର ଏକ ଚମକ ପ୍ରଦ ଜଳ ପ୍ରପାତ ଅଟେ । ଯାହା କୋରପାଣି ନାଳର ଅଳ୍ପ କିଛି କିଲୋମିଟର ଦୂରରେ ସୃଷ୍ଟି ହୋଇଅଛି । ଏହା ୨୪୪  ମିଟର ଉଚଟ ବିଶିଷ୍ଟ ଏବଂ ଏହାକୁ ଓଡିଶାର ସର୍ବୋଚ ଜଳ ପ୍ରପାତ ବୋଲି କୁହାଯାଏ । ଏହା ବଣାଇଗଡ ଠାରୁ ୧୯ କିଲୋମିଟର ଦୂର । ଏହା ଉତ୍ତମ ଧରଣର ସଡକ ଦ୍ଵାରା ସଂଯୁକ୍ତ ଯାହାକି ପାଦ ଚଲା ପାଇଁ ଉପଯୁକ୍ତ ଅଟେ । ଜଳଧର। ଯୋଗାଇ ଦେଇଥିବା ଅପାସୋରା ସୌନ୍ଦର୍ୟ ଭରା ଦୃଶ୍ୟରେ ବିଭୋର ହୋଇ ଜଣେ ଯାତ୍ରୀ ଯାତ୍ରା ସମୟରେ ସବୁ କିଛି ପାସୋରି ଯାଏ । ଏଠାକାର ଅଞ୍ଚଳର ଆଦିବାସୀମାନେ କାନ୍ତା ଦେବୀ ନାମରେ ନାମିତ ଦେବୀ କୁ ପୂଜା କରନ୍ତି । ନିକଟତମ ରେଳ ଷ୍ଟେସନ ରାଉରକେଲା (୧୦୪ କି.ମି.) ।

ଖଣ୍ଡାଧାର ଜଳପ୍ରପାତ  ରାଉରକେଲା ଠାରୁ ୧୦୪ କି. ମି. ଦୂରତାରେ ଅବସ୍ଥିତ ।

ଆଧାର - "ସୁନ୍ଦରଗଡ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate