অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅତି କମ/ପ୍ରାକ୍‌-ଲକ୍ଷଣାତ୍ମକ କୋଭିଡ଼-19 ରୋଗୀଙ୍କ ପାଇଁ ଘରୋଇ ସଙ୍ଗରୋଧ ସଂପର୍କୀତ ସଂଶୋଧିତ ନିର୍ଦ୍ଦେଶାବଳୀ

ବିଷୟ ପରିସର

ଏହି ନିର୍ଦ୍ଦେଶାବଳୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ 7, 2020 ତାରିଖ ଦିନ କୋଭିଡ଼-19 ସଂକ୍ରମିତ ରୋଗୀ ବୋଲି ସନ୍ଦେହ କରାଯାଉଥିବା/ସୁନିଶ୍ଚିତ ରୋଗୀଙ୍କ ଉପଯୁକ୍ତ ପରିଚାଳନା ନିମନ୍ତେ ଜାରି ଗାଇଡ଼ ଲାଇନ ସହ ଅତିରିକ୍ତ ନିର୍ଦ୍ଦେଶାବଳୀ ଭାବେ ବିବେଚନା କରାଯିବ ।

ପ୍ରଚଳିତ ଗାଇଡ଼ ଲାଇନ୍‌ ଅନୁସାରେ, ରୋଗୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଅନ୍ୟମାନଙ୍କ ଠାରୁ ପୃଥକୀକରଣ କରାଯାଇ ସେମାନଙ୍କୁ ଚିକିତ୍ସା ବିଧାନ ମତେ ଖୁବ୍‌ ଅଳ୍ପ/ଅଳ୍ପ କିମ୍ବା ପ୍ରବଳ ଭାବେ ସଂକ୍ରମିତ ରୋଗୀ ବୋଲି ବର୍ଗୀକୃତ କରାଯିବ । ତଦନୁସାରେ ସେମାନଙ୍କୁ (1) କୋଭିଡ଼ କେୟାର କେନ୍ଦ୍ର (2) ସମର୍ପିତ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା (3) ସମର୍ପିତ କୋଭିଡ଼ ହସପିଟାଲରେ ଯଥାକ୍ରମେ ଭର୍ତ୍ତି କରାଯିବ । ଅତି କମ୍‌ ଆକ୍ରାନ୍ତ/ପ୍ରାକ୍‌-ଲକ୍ଷଣଯୁକ୍ତ ରୋଗୀମାନଙ୍କ ସକାଶେ ଘରୋଇ ସଙ୍ଗରୋଧ ବାସ ସଂପର୍କୀତ ଗାଇଡ଼ ଲାଇନ୍‌ ଏପ୍ରିଲ 27, 2020 ତାରିଖ ଦିନ ଜାରି କରାଯାଇଥିଲା । ବର୍ତ୍ତମାନର ଗାଇଡ଼ ଲାଇନ୍‌ ଏପ୍ରିଲ 27, 2020 ତାରିଖ ଦିନ ଜାରି ଗାଇଡ଼ ଲାଇନ୍‌କୁ ନିରାକୃତ କରି ଘୋଷଣା କରାଯାଇଛି ।

ତେବେ, ଅତି କମ୍‌/ପ୍ରାକ୍‌ ଲକ୍ଷଣଯୁକ୍ତ ରୋଗୀ ଯେଉଁମାନଙ୍କର କି ନିଜ ଘରେ ଏକାନ୍ତବାସରେ ରହିବାର ସକଳ ପ୍ରକାର ସୁବିଧା ଉପଲବ୍ଧ ରହିଛି ସେମାନେ ଚାହିଁଲେ ଘରୋଇ ଏକାନ୍ତବାସରେ ରହିପାରିବେ ।

ଘରୋଇ ଏକାନ୍ତବାସ ପାଇଁ ଯୋଗ୍ୟତା

  • ଉଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଚିକିତ୍ସା ଦୃଷ୍ଟିରୁ ଅତି କମ୍‌/ପ୍ରାକ୍‌- ଲକ୍ଷଣଯୁକ୍ତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ମେଡ଼ିକାଲ ଅଧିକାରୀ ଚିହ୍ନିତ କରିଥିବେ ।
  • ସେଭଳି ରୋଗୀଙ୍କର ଆତ୍ମ ଏକାନ୍ତବାସ ପାଇଁ ନିଜ ଘରେ ଆବଶ୍ୟକ ସୁବିଧା ଉପଲବ୍ଧ ଥିବ ଏବଂ ସେମାନଙ୍କର ପରିବାରବର୍ଗଙ୍କ ସକାଶେ ସଙ୍ଗରୋଧ ବାସ ନିମନ୍ତେ ମଧ୍ୟ ସୁବିଧା ଥିବ ।
  • ସେହି ରୋଗୀଙ୍କୁ ସେବା ଯତ୍ନ ଯୋଗାଇ ଦେବା ସକାଶେ ଜଣେ ସେବାକାରୀ ଚବିଶ ଘଣ୍ଟା ଉପଲବ୍ଧ ଥିବେ । ଘରୋଇ ଏକାନ୍ତବାସର ପୂର୍ଣ୍ଣ ଅବଧି ମଧ୍ୟରେ ସେବାଯତ୍ନ ପ୍ରଦାନାକାରୀ ଏବଂ ହସପିଟାଲ ମଧ୍ୟରେ ଯୋଗାଯୋଗ ଲିଙ୍କ୍‌ ରହିଥିବା ପ୍ରାଥମିକ ଆବଶ୍ୟକତା ।
  • ପ୍ରୋଟୋକଲ ଅନୁସାରେ ସେବାପ୍ରଦାନକାରୀ ଏବଂ ସେଭଳି ରୋଗୀଙ୍କ ଘନିଷ୍ଠ ସଂପର୍କରେ ଆସୁଥିବା ସମସ୍ତ ବ୍ୟକ୍ତି ହାଇଡ଼୍ରୋକ୍ସିକ୍ଲୋରୋକୁଇନ୍‌ ପ୍ରୋଫିଲାକ୍ସିସ୍‌ ଖାଇବା ଜରୁରି ଏବଂ ତାହା ଚିକିତ୍ସା ଦାୟିତ୍ୱରେ ଥିବା ମେଡ଼ିକାଲ ଅଧିକାରୀଙ୍କ ଉପଦେଶ ଅନୁସାରେ ସେବନ କରାଯିବ ।
  • ‘ଆରୋଗ୍ୟ ସେତୁ’ ଆପ୍‌କୁ ମୋବାଇଲ୍‌ରେ ଡାଉନଲୋଡ଼ କରନ୍ତୁ (ଏହା http://www.mygov.in/aarogya-setu-app/‌ରେ ଉପଲବ୍ଧ) ଏବଂ ଏହା ସଦାସର୍ବଦା ସକ୍ରିୟ ରହିଥିବା ଆବଶ୍ୟକ (ବ୍ଲୁ ଟୁଥ୍‌ ଏବଂ ୱାଇ-ଫାଇରେ) ।
  • ସଂପୃକ୍ତ ରୋଗୀ ସ୍ୱୀକୃତି ପ୍ରଦାନ କରିବା ଆବଶ୍ୟକ ଯେ ତାଙ୍କର ସ୍ୱାସ୍ଥ୍ୟକୁ ମନିଟର କରାଇବେ ଏବଂ ନିଜର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ନିୟମିତ ଭାବେ ଜିଲ୍ଲା ସର୍ଭେଲାନ୍ସ ଅଧିକାରୀଙ୍କୁ ଅବଗତ କରାଇବେ ଯଦ୍ୱାରା ସର୍ଭେଲାନ୍ସ ଟିମ୍‌ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ ।
  • ସଂପୃକ୍ତ ରୋଗୀ ନିଜର ଆତ୍ମ-ଏକାନ୍ତବାସ ସଂପର୍କରେ ଏକ ଅଣ୍ଡରଟେକିଂ (ପରିଶିଷ୍ଟ-1) ପୂରଣ କରିଦେବେ ଓ ସ୍ୱଗୃହ ସଙ୍ଗରୋଧ ବାସର ସମସ୍ତ ଗାଇଡ଼ ଲାଇନ୍‌ ପାଳନ କରିବେ । ସେହିଭଳି ବ୍ୟକ୍ତିଙ୍କୁ  ସ୍ୱଗୃହ ସଙ୍ଗରୋଧ ବାସ ପାଇଁ ଯୋଗ୍ୟ ବିବେଚିତ କରାଯିବ ।
  • https://www.mohfw.gov.in/pdf/Guidelinesforhomequarantine.pdfରେ ଉପଲବ୍ଧ ସ୍ୱଗୃହ ସଙ୍ଗରୋଧ ବାସ ଗାଇଡ଼ ଲାଇନ୍‌ ଅତିରିକ୍ତ  ତାଙ୍କୁ ସେବାଯତ୍ନ ଯୋଗାଉଥିବା ବ୍ୟକ୍ତିଙ୍କ ପାଇଁ  ତଥା ରୋଗୀମାନଙ୍କ ଲାଗି ଅନ୍ୟାନ୍ୟ ଆବଶ୍ୟକ ନିର୍ଦ୍ଦେଶାବଳୀ ଯାହାକି ପରିଶିଷ୍ଟ -2ରେ ଦର୍ଶାଯାଇଛି ତାହାକୁ ମଧ୍ୟ ଅନୁପାଳନ କରିବାକୁ ପଡ଼ିବ ।

କେତେବେଳେ ମେଡ଼ିକାଲ ଚିକିତ୍ସା ଆବଶ୍ୟକ ହେବ

ରୋଗୀ/ ସେବା ପ୍ରଦାନକାରୀ ସେମାନଙ୍କର ସ୍ୱାସ୍ଥ୍ୟକୁ ନିୟମିତ ଭାବେ ମନିଟର କରୁଥିବେ । ଯଦି ସେହି ଅବସ୍ଥାରେ କୌଣସି ଗୁରୁତର ସଂକେତ କିମ୍ବା ଲକ୍ଷଣ ଜଣାପଡ଼େ ତେବେ ତୁରନ୍ତ ମେଡ଼ିକାଲ ଚିକିତ୍ସା ସେବା ଲୋଡ଼ିବା ଆବଶ୍ୟକ । ସେଥି ମଧ୍ୟରେ ରହିଛି

  1. ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
  2. ନିରବଚ୍ଛିନ୍ନ ଭାବେ ଛାତିରେ ଯନ୍ତ୍ରଣା/ଚାପ ଅନୁଭବ କରିବା
  3. ମାନସିକ ବିଭ୍ରାନ୍ତି କିମ୍ବା ନିଜକୁ ସମ୍ଭାଳିବାରେ ଅସମ୍ଭବ ବୋଲି ମଣିବା
  4. ଓଠ/ମୁହଁ ରଙ୍ଗ ନୀଳ ପଡ଼ିଯିବା ଏବଂ
  5. ଚିକିତ୍ସା କରୁଥିବା ମେଡ଼ିକାଲ ଅଧିକାରୀଙ୍କ ପରାମର୍ଶ ମତେ ।

ସ୍ୱଗୃହ ଏକାନ୍ତବାସ କେତେବେଳେ ତ୍ୟାଗ କରିବ

ଜଣେ ରୋଗୀଙ୍କୁ କରୋନା ଲକ୍ଷଣ ଜଣା ପଡ଼ିବା ପରେ ସ୍ୱଗୃହ ଏକାନ୍ତବାସର 17 ଦିନ ପରେ ସେ ସ୍ୱଗୃହ ଏକାନ୍ତବାସ ଶେଷ କରିପାରିବେ (କିମ୍ବା ପ୍ରାକ୍‌ ଲକ୍ଷଣଯୁକ୍ତ ରୋଗୀଙ୍କ କ୍ଷେତ୍ରରେ ନମୁନା ସଂଗ୍ରହ ତାରିଖଠାରୁ ) ଏବଂ ତାଙ୍କୁ ଗତ 10 ଦିନ ମଧ୍ୟରେ  ଆଦୌ ଜ୍ୱର ହୋଇନଥିବା ଆବଶ୍ୟକ । ସ୍ୱଗୃହ ଏକାନ୍ତବାସ ପରେ ତାଙ୍କର ଆଉ ପରୀକ୍ଷା କରିବାର ଆବଶ୍ୟକତା ନାହିଁ।

ପରିଶିଷ୍ଟ -1

ଆତ୍ମ- ଏକାନ୍ତବାସ ପାଇଁ ଅଙ୍ଗୀକାରବଚନ

ମୁଁ . . . . . . . . . . . . . . . . . . . . . . . .ପୁତ୍ର/ସ୍ୱୀମୀ. . . . . . . . . . . . . . . . . . . . ନିବାସ ସ୍ଥାନ. . . . . . . . . . . . . . . . . .କୋଭିଡ଼- 19 ସଂକ୍ରମିତ ବୋଲି ନିଶ୍ଚିତ ଭାବେ/ ସନ୍ଦେହରେ ବିବେଚିତ ହୋଇଥିବାରୁ, ଏତଦ୍ୱାରା ସ୍ୱେଚ୍ଛାକୃତ ଭାବେ ଅଙ୍ଗୀକାର ବଚନ ପ୍ରଦାନ କରୁଛି ଯେ ମୁଁ ନିର୍ଦ୍ଧାରିତ ଅବଧିରେ ସବୁ ସମୟ ପାଇଁ ନିଷ୍ଠାର ସହ ଆତ୍ମ- ଏକାନ୍ତବାସର ନିୟମ ପାଳନ କରିବି । ସେହି ଅବଧିରେ ମୁଁ ମୋର ସ୍ୱାସ୍ଥ୍ୟକୁ ମନିଟର କରିବି ଏବଂ ଯେଉଁମାନେ ମୋ ଆଖପାଖରେ ରହିଛନ୍ତି ଏବଂ ମୋ ସହ ସର୍ଭେଲାନ୍ସ ଟିମ୍‌ଭାବେ ସେମାନଙ୍କର ଦାୟିତ୍ୱ ସଂପାଦନ ବେଳେ ଚଳପ୍ରଚଳ ହୋଉଛନ୍ତି ଓ କଲ୍‌ ସେଣ୍ଟର (1075) ସହ ଯୋଗାଯୋଗରେ ଅଛନ୍ତି, ଯଦ୍ୟପି ମୋର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଅବନତିର ଲକ୍ଷଣ ଦେଖାଦିଏ କିମ୍ବା ମୋର କୌଣସି ଘନିଷ୍ଠ ପରିବାର ସଦସ୍ୟଙ୍କ ଠାରେ କୋଭିଡ଼ -19ର ଲକ୍ଷଣ ଦେଖାଦିଏ ସେ ସଂପର୍କରେ ମୁଁ ସୂଚୀତ କରିବି ।

ମୋର ଆତ୍ମ ଏକାନ୍ତବାସ ସମୟରେ ମୋତେ କି କି ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ସେ ସଂପର୍କରେ ମୋତେ ବିସ୍ତୃତ ଭାବେ ବୁଝାଇ ଦିଆଯାଇଛି ଏବଂ ମୁଁ ସେସବୁକୁ  ନିଷ୍ଠାର ସହ ଅନୁପାଳନ କରିବି ।

ଆତ୍ମ ଏକାନ୍ତବାସ ସଂପର୍କୀତ ପ୍ରୋଟୋକଲକୁ ବିଧିବଦ୍ଧ ଭାବେ ଅନୁପାଳନ ନକଲେ ପ୍ରଚଳିତ ଆଇନ ଅନୁସାରେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ସ୍ୱାକ୍ଷର-----------------------------------

ତାରିଖ-----------------------------------

ଯୋଗାଯୋଗ ଟେଲିଫୋନ ନମ୍ବର-------------

ପରିଶିଷ୍ଟ -2

ସେବା ପ୍ରଦାନକାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ

  • ମାସ୍କ: ଯେତେବେଳେ ସେବା ପ୍ରଦାନକାରୀ ଅସୁସ୍ଥ ବ୍ୟକ୍ତିଙ୍କ ସହ ଏକା କୋଠରୀରେ ଥିବେ ସେତେବେଳେ ସେ ତିନିପରସ୍ତଯୁକ୍ତ ମେଡ଼ିକାଲ୍‌ ମାସ୍କ ଉପଯୁକ୍ତ ଭାବେ ପରିଧାନ କରିବେ । ମାସ୍କର ଉପରିଭାଗକୁ କଦାପି ଛୁଆଁଯିବ ନାହିଁ କିମ୍ବା ବ୍ୟବହାର ସମୟରେ ଅନ୍ୟ କୌଣସି ମତେ ଏପଟ ସେପଟ କରାଯିବ ନାହିଁ । ଯଦି ନାକରୁ ପାଣି ବାହାରି ତାହା ଓଦା କିମ୍ବା ମଇଳା ହୋଇଯାଏ ତେବେ ତାହାକୁ ତୁରନ୍ତ ବଦଳାଇ ଦିଆଯିବା ଆବଶ୍ୟକ । ବ୍ୟବହାର ପରେ ମାସ୍କକୁ ନଷ୍ଟ କରିଦିଆଯିବ ଏବଂ ମାସ୍କକୁ ପରିତ୍ୟାଗ କରିବା ପରେ ହାତକୁ ଭଲଭାବେ ଧୋଇ ସଫା କରାଯିବ ।
  • ସେବା ପ୍ରଦାନକାରୀ ବ୍ୟକ୍ତି ନିଜ ମୁହଁ, ନାକ କିମ୍ବା ପାଟିକୁ ଛୁଇଁବାରୁ ବିରତ ରହିବା ବାଂଛନୀୟ ।
  • ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ କିମ୍ବା ତାଙ୍କ ଆଖପାଖ ପରିବେଶ ସଂସ୍ପର୍ଶରେ ଆସିବା ପରେ ହାତ ସଫେଇକୁ ସୁନିଶ୍ଚିତ କରାଯିବା ଉଚିତ ।
  • ଖାଦ୍ୟ ପ୍ରସ୍ତୁତ, ଖାଇବା ପୂର୍ବରୁ, ଶୌଚାଗାର ବ୍ୟବହାର ପରେ ଏବଂ ଯେତେବେଳେ ହାତ ମଇଳା ଦିଶିବ ସେତେବେଳେ ହାତକୁ ପରିଷ୍କାର ଭାବେ ଧୋଇ ସଫା କରିବା ଆବଶ୍ୟକ । ହାତ ଧୋଇବା ନିମନ୍ତେ ସାବୁନ ଓ ଜଳ ବ୍ୟବହାର କରନ୍ତୁ ଏବଂ ଅନ୍ୟୁନ 40 ସେକେଣ୍ଟ ପର୍ଯ୍ୟନ୍ତ ଉତ୍ତମ ଭାବେ ହାତକୁ ରଗଡ଼ି ଧୁଅନ୍ତୁ । ଆଲକୋହଲ ଭିତ୍ତିକ ହାତ ସଫା ଲିକୁଇଡ଼ ମଧ୍ୟ ବ୍ୟବହାର କରାଯାଇପାରେ, ତେବେ ହାତ ମଇଳା ବୋଲି ଯେତେବେଳେ ଦୃଶ୍ୟ ହେଉନଥିବ ସେତେବେଳେ ଏପରି କରିବା ଉଚିତ ।
  • ସାବୁନ ଓ ପାଣିରେ ହାତ ଧୋଇସାରିବା ପରେ, ଆବଶ୍ୟକ ସ୍ଥଳେ ଡ଼ିସପୋଜେବଲ କାଗଜ ଟାୱେଲ୍‌ ବ୍ୟବହାର କରି ହାତକୁ ଶୁଖାନ୍ତୁ । ଯଦି ତାହା ଉପଲବ୍ଧ ନଥିବ, ତେବେ ସମର୍ପିତ ସଫା କପଡ଼ା ଟାୱେଲ୍‌ରେ ହାତ ପୋଛନ୍ତୁ ଏବଂ ତାହା ଓଦା ହୋଇଗଲେ ତାହାକୁ ବଦଳାଇ ଦିଅନ୍ତୁ ।
  • ରୋଗୀଙ୍କ ସଂସ୍ପର୍ଶରେ ଆସିବା:ରୋଗୀଙ୍କ ଦେହରୁ ନିର୍ଗତ କୌଣସି ପ୍ରକାର ଫ୍ଲୁଇଡ଼ର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସନ୍ତୁ ନାହିଁ । ବିଶେଷ କରି ପାଟି କିମ୍ବା ଶ୍ୱାସକ୍ରିୟାରୁ ନିର୍ଗତ ଲାଳ ସହ । ରୋଗୀଙ୍କ ସେବାଶୁଶ୍ରୁଷା କଲାବେଳେ ଡିସପୋଜେବଲ୍‌ ଗ୍ଲୋଭ୍‌ ବ୍ୟବହାର କରନ୍ତୁ । ଗ୍ଲୋଭ୍‌ ହାତରେ ପିନ୍ଧିବା ପୂର୍ବରୁ ତାହା କାଢ଼ିଲା ପରେ ହାତକୁ ଭଲ ଭାବେ ସାବୁନରେ ଧୋଇ ସଫା କରିନିଅନ୍ତୁ ।
  • ରୋଗୀଙ୍କ ଆଖପାଖ ପରିବେଶରେ ଥିବା ସମ୍ଭାବ୍ୟ ସଂକ୍ରମିତ ବସ୍ତୁ ସଂସ୍ପର୍ଶରେ ଆସିବାକୁ ଏଡ଼ାନ୍ତୁ । (ଉଦାହରଣ ସ୍ୱରୂପ; ତାଙ୍କ ସହ ଏକତ୍ର ମିଶି ଗୋଟିଏ ସିଗାରେଟ ପିଅନ୍ତୁ ନାହିଁ, ଖାଇବା ଥାଳି, ପାତ୍ର, ପାନୀୟ, ବ୍ୟବହୃତ ଟାୱେଲ୍‌ କିମ୍ବା ବେଡ଼ସିଟ୍‌ ଇତ୍ୟାଦି) ।
  • ରୋଗୀଙ୍କୁ ତାଙ୍କ ନିଜ କୋଠରୀରେ ହିଁ ଖାଦ୍ୟ ଯୋଗାଇ ଦିଆଯିବା ଆବଶ୍ୟକ ।
  • ରୋଗୀ ବ୍ୟବହାର କରିଥିବା ବାସନକୁସନ ଇତ୍ୟାଦିକୁ ସାବୁନ/ ଡିଟରଜେଣ୍ଟ ଓ ପାଣି ଆଦିରେ ଗ୍ଲୋଭସ୍‌ ପିନ୍ଧି ଉତ୍ତମ ରୂପେ ସଫା କରାଯିବା ଆବଶ୍ୟକ । ବାସନକୁସନକୁ ରୋଗୀଙ୍କ ପାଇଁ ପୁନଃବ୍ୟବହାର କରାଯାଇପାରେ । ଗ୍ଲୋଭସ୍‌ ଓହ୍ଲାଇବା ପରେ ଏବଂ ରୋଗୀ ବ୍ୟବହାର କରିଥିବା ସାମଗ୍ରୀକୁ ଛୁଇଁଥିଲେ ତା’ପରେ ହାତକୁ ଭଲଭାବେ ସାବୁନରେ ଧୋଇ ସଫା କରନ୍ତୁ ।
  • ଚଟାଣ ସଫେଇ ବେଳେ କିମ୍ବା ରୋଗୀ ବ୍ୟବହାର କରିଥିବା ପରିଧାନ ବା ଅନ୍ୟାନ୍ୟ ଶେଯ ବିଛଣା ସଜଡ଼ାସଜଡ଼ି କଲାବେଳେ ତିନିପରସ୍ତଯୁକ୍ତ ମାସ୍କ ଏବଂ ଡିସପୋଜେବଲ୍‌ ଗ୍ଲୋଭସ୍‌ ବ୍ୟବହାର କରନ୍ତୁ । ଗ୍ଲୋଭସ୍‌ ପିନ୍ଧିବା ପୂର୍ବରୁ ଏବଂ ତାହା ଓହ୍ଲେଇବା ପରେ ହାତକୁ ସାବୁନରେ ଭଲ ଭାବେ ସଫା କରିନିଅନ୍ତୁ ।
  • ରୋଗୀଙ୍କ ଚିକିତ୍ସାସେବାରେ ନିୟୋଜିତ ବ୍ୟକ୍ତି ସୁନିଶ୍ଚିତ କରୁଥିବେ ଯେ ରୋଗୀ ନିର୍ଦ୍ଦେଶ ମତେ ଚିକିତ୍ସା ଉପଦେଶ ପାଳନ କରୁଛନ୍ତି ।
  • ସେବା ପ୍ରଦାନକାରୀ ଏବଂ ରୋଗୀଙ୍କ ଘନିଷ୍ଠ ସଂପର୍କରେ ଆସୁଥିବା ବ୍ୟକ୍ତି ସେମାନଙ୍କର ସ୍ୱାସ୍ଥ୍ୟକୁ ନିଜେ ମନିଟର କରୁଥିବେ ଏବଂ ପ୍ରତିଦିନ ନିଜର ତାପମାତ୍ରା ମନିଟରିଂ କରିବେ । ଯଦି ସେମାନଙ୍କ ଠାରେ କୋଭିଡ଼-19ର କୋଣସି ପ୍ରକାର ଲକ୍ଷଣ ଦେଖାଦିଏ (ଯଥା, ଜ୍ୱର, କାଶ/ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା) ତେବେ ସେ ସଂପର୍କରେ ଡାକ୍ତରଙ୍କୁ ତୁରନ୍ତ ଅବଗତ କରିବେ ।

ରୋଗୀଙ୍କ ପାଇଁ ନିର୍ଦ୍ଦେଶାବଳୀ

  • ରୋଗୀମାନେ ସଦାବେଳେ ତିନିପରସ୍ତଯୁକ୍ତ ମେଡ଼ିକାଲ ମାସ୍କ ପରିଧାନ କରିବେ । ପ୍ରତି 8 ଘଣ୍ଟା ଅନ୍ତରରେ ସେମାନେ ପରିଧାନ କରିଥିବା ମାସ୍କକୁ ପରିତ୍ୟାଗ କରିବେ କିମ୍ବା ଯଦି ତାହା ଓଦା ହୋଇଯାଏ କିମ୍ବା ମଇଳା ହୋଇଯାଏ  ତେବେ ତାହା ପୂର୍ବରୁ ପରିତ୍ୟାଗ କରିବେ ।
  • ପରିତ୍ୟାଗ କରାଯାଉଥିବା ମାସ୍କକୁ 1% ସୋଡ଼ିୟମ୍‌ ହାଇପୋ- କ୍ଲୋରାଇଟ୍‌ରେ ଜୀବାଣୁ ରହିତ କରାଯିବା ପରେ ତାହାକୁ ନଷ୍ଟ କରାଯିବା ଉଚିତ ।
  • ରୋଗୀ ସଦାବେଳେ ଚିହ୍ନିତ କୋଠରୀରେ ହିଁ ରହିବା ବାଂଛନୀୟ । ଘରର ଅନ୍ୟ ସଦସ୍ୟମାନଙ୍କ ଠାରୁ ସେ ଦୂରେଇ ରହିବା ଉଚିତ । ବିଶେଷ କରି ବୟସ୍କ ଓ ଅନ୍ୟାନ୍ୟ ବ୍ୟକ୍ତି ଯେଉଁମାନେ କି ହାଇପରଟେନସନ୍‌, ହୃଦ୍‌ରୋଗାକ୍ରାନ୍ତ, ଉଦର ରୋଗ ଆଦିରେ ପୀଡ଼ିତ ଓ କୋ- ମରବିଡ଼୍‌ ସ୍ଥିତିରେ ଅଛନ୍ତି ସେମାନଙ୍କ ଠାରୁ ରୋଗୀଙ୍କୁ ଦୂରେଇ ରଖାଯିବା ଆବଶ୍ୟକ ।
  • ରୋଗୀଙ୍କ ଶରୀରର ଜଳୀୟ ଅଂଶକୁ ସ୍ଥିର ରଖିବା ଲାଗି ତାଙ୍କୁ ଯଥେଷ୍ଟ ବିଶ୍ରାମ ନେବା ଦରକାର ଏବଂ ସେ ଯଥେଷ୍ଟ ପାନୀୟ ପିଇବା ମଧ୍ୟ ଉଚିତ ।
  • ସଦାବେଳେ ଶ୍ୱାସକ୍ରିୟା ଜନିତ ଉପଦେଶାବଳୀକୁ ମାନି କାର୍ଯ୍ୟ କରିବା ଉଚିତ ।
  • ହାତକୁ ବାରମ୍ବାର ସାବୁନ ଓ ଜଳରେ ଅନ୍ୟୁନ 40 ସେକେଣ୍ଡ ପର୍ଯ୍ୟନ୍ତ ଧୁଆଯିବା ଉଚିତ କିମ୍ବା ଆଲକୋହଲ ଆଧାରିତ ସାନିଟାଇଜରରେ ସଫା କରାଯିବା ଦରକାର।
  • ନିଜର ବ୍ୟକ୍ତିଗତ ସାମଗ୍ରୀକୁ ଅନ୍ୟମାନଙ୍କ ସହ ମିଶି ବ୍ୟବହାର କରନ୍ତୁ ନାହିଁ ।
  • ଘରର ଯେଉଁ ଚଟାଣ ଓ ଅନ୍ୟାନ୍ୟ ସ୍ଥାନ (ଯଥା, ଟେବୁଲ ଉପର, କବାଟର ନବ୍‌, ହ୍ୟାଣ୍ଡଲ୍‌ ଇଦ୍ୟାଦି) ସଂସ୍ପର୍ଶରେ ବାରମ୍ବାର ରୋଗୀ ଆସୁଥିବେ ତାହାକୁ ଭଲ ଭାବେ ସଫା କରାଯିବା ଦରକାର । ସେ ସବୁକୁ 1% ହାଇପୋକ୍ଲୋରାଇଟ୍‌ ଦ୍ରବଣରେ ସଫା କରାଯିବା ଭଲ ।
  • ରୋଗୀ ସଦାବେଳେ ନିଷ୍ଠାର ସହ ଚିକିତ୍ସକଙ୍କ ଉପଦେଶ ଏବଂ ମେଡ଼ିକେସନ୍‌ ମାର୍ଗଦର୍ଶିକା ମାନି ଚଳିବା ଉଚିତ ।
  • ରୋଗୀ ତାଙ୍କର ସ୍ୱାସ୍ଥ୍ୟକୁ ପ୍ରତିଦିନ ଆତ୍ମ ମନିଟନ କରିବା ଦରକାର । ସେଥିରେ ଦୈନିକ ନିଜ ଶରୀରର ତାପମାତ୍ରା ମନିଟର କରିବା ସାମିଲ । ଏବଂ ଯଦି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଅବନତି ଦେଖାଦିଏ ତେବେ ତାହା ତୁରନ୍ତ ରିପୋର୍ଟ କରାଯିବା ଉଚିତ ।

ଆଧାର - "ପିଆଇବି"

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate