অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

‘ମଶରୁମ୍ ଲେଡି’ ଦିବ୍ୟା

ଦିବ୍ୟାରୁ  ମଶରୁମ୍ ଲେଡି

ଗ୍ରାମୀଣ ମହିଳାଙ୍କୁ ନିଯୁକ୍ତି ଯୋଗାଇଦେବାରେ ଅଗ୍ରଣୀ  ଭୂମିକା ନେଇଛନ୍ତି ମଶରୁମ୍ ଲେଡି  ଭାବରେ ପରିଚିତ  ଦିବ୍ୟା ରାୱତ ।   ଉତ୍ତରାଖଣ୍ଡର ଏହି ମହିଳା ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ମଶରୁମ୍ ଲେଡି ଭାବରେ ସୁପରିଚିତ । ମାତ୍ର ୭ ବର୍ଷ ବୟସରେ ନିଜ ବାପାଙ୍କୁ ହରାଇଥିବା ଦିବ୍ୟା ଜୀବନରେ ବହୁ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି । ଚାମୋଲିର ଏକ କ୍ଷୁଦ୍ର ଗାଁରେ ତାଙ୍କ ଘର । ପିଲାଦିନୁ ବହୁ ଅସୁବିଧାରେ ବଢିଥିବା ଦିବ୍ୟା ସ୍ନାତକ ଶିକ୍ଷା ଶେଷ କରିବାପରେ ବହୁ ରାଷ୍ଟ୍ରୀୟ କମ୍ପାନୀରୁ ତାଙ୍କୁ ନିକଟକୁ ଚାକିରୀ ଅଫର୍ ଆସିଥିଲା, କିନ୍ତୁ ନିଜ ଗାଁ ପ୍ରତି ତାଙ୍କର ରହିଥିବା ଭଲପାଇବା ଯୋଗୁଁ ସେ ସବୁ ଅଫର୍ ପ୍ରତ୍ୟାଖ୍ୟାନ କରି ସୋସିଆଲ ୱାର୍କରେ ସ୍ନାତକୋତ୍ତର ଶିକ୍ଷା ନିମନ୍ତେ ଦିଲ୍ଲୀ ଗଲେ । ସେଠାରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିବାପରେ ସେ ଉତ୍ତରାଖଣ୍ଡର ନିଜ ଗାଁକୁ ଫେରିଯାଇ ଏମିତି ଏକ ବ୍ୟାବସାୟ ଆରମ୍ଭ କରିବାକୁ ଚିନ୍ତା କଲେ, ଯେଉଁଥିରେ ସେ ପାହାଡି ମହିଳାଙ୍କୁ ସ୍ୱାବଲମ୍ଭୀ କରିପାରିବେ । ଡେରାଡୁନକୁ ଫେରିବା ପରେ ସେ ଛତୁ ଚାଷ ସମ୍ପର୍କରେ ଶିକ୍ଷାଲାଭ କଲେ ଏବଂ ନିଜେ ଛତୁ ଚାଷ ଆରମ୍ଭ କଲେ । ସେତେବେଳକୁ ତାଙ୍କୁ ନିକଟରେ ଆଦୌ ନଥିଲା । ସେବେଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି । ହେଲେ ତାଙ୍କର ଏହି ଛତୁ ବ୍ୟବସାୟ ଏବେ ଡେରାଡୁନ୍ ରେ ଖୁବ୍ ଭଲ ଭାବରେ ପରିଚାଳିତ ହେଉଛି । ରାଜ୍ୟ ସରକାରଙ୍କ ଦ୍ଵାରା ସେ କୃଷି ଉଦ୍ୟୋଗୀଙ୍କ ନିମନ୍ତେ ରହିଥିବା ସଞ୍ଜିବନୀ ରତ୍ନ ଭଳି ବହୁ ପୁରସ୍କାର ପାଇସାରିଛନ୍ତି ।

ପ୍ରଥମେ ପ୍ରଥମେ ଯେତେବେଳେ ସମସ୍ତେ ତାଙ୍କ କଥା ଶୁଣିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ଏତେ ଭଲ ଭଲ ଚାକିରୀ ସୁଯୋଗ ଛାଡି ଜଣେ ଗାଁକୁ ଫେରିବାକୁ ନେଇଥିବା ନିଷ୍ପତ୍ତି ଭୁଲ ବୋଲି ମଧ୍ୟ ଅନେକ ମତ ଦେଲେ । ଦିବ୍ୟା ତାଙ୍କ  କ୍ୟାରିୟରର ଗୁରୁତ୍ଵପୂର୍ଣ୍ଣ ସମୟ ଅଯଥାରେ ନଷ୍ଟ କରୁଛନ୍ତି ବୋଲି ସେମାନେ କହିଲେ । ତାଙ୍କର ଏଭଳି  ନିଷ୍ପତ୍ତିରେ  କେହି ଖୁସି ନଥିଲେ । ତେଣୁ ତାଙ୍କୁ ଏକା ଆଗକୁ ବଢିବାକୁ ପଡିଥିଲା । ଏମିତି ବି  ଅନେକ ଭାବୁଥିଲେ ଯେ ଦିବ୍ୟାଙ୍କ ମୁଣ୍ଡ ଖରାପ ହୋଇଯାଇଛି । କିନ୍ତୁ ନିଜ ନିଷ୍ପତ୍ତିରୁ ଓହରି  ନଥିଲେ  ଦିବ୍ୟା ଛତୁ ଚାଷକୁ ସେ ଏଥିପାଇଁ ପସନ୍ଦ କରିଥିଲେ ଯେ ଏହା ଏକ ଅର୍ଥକାରୀ ଫସଲ ।

ଛତୁ ବ୍ୟବସାୟ

ବଜାରରେ ଛତୁ  ଚାହିଦା ଓ ଯୋଗାଣ ମଧ୍ୟରେ ବ୍ୟାପକ  ପାର୍ଥକ୍ୟ ରହୁଥିବାରୁ ସେ ଏହାକୁ ଉପଯୁକ୍ତ ବ୍ୟବସାୟ  ମନେ କରିଥିଲେ । ବର୍ଷ ତମାମ ବିନା ବିଦ୍ୟୁତ୍ ଶକ୍ତିରେ ଏବଂ ବିନା ଯନ୍ତ୍ରରେ ଏହି ଚାଷ କରାଯାଇପାରୁଛି । ଜଣେ ବ୍ୟକ୍ତି ମାତ୍ର ୬୦ ଟଙ୍କା ବିନିଯୋଗରେ ଛତୁ ଚାଷ ଆରମ୍ଭ କରିପାରିବେ ବୋଲି ଦିବ୍ୟା କହିଛନ୍ତି । ଏବେ ତାଙ୍କର ଏହି ବ୍ୟବସାୟିକ ମଡେଲ ସମ୍ପର୍କରେ ଶିକ୍ଷାଲାଭ କରିବାକୁ ବିହାର, ଉତ୍ତରପ୍ରଦେଶ, ହିମାଞ୍ଚଳପ୍ରଦେଶ, ଦିଲ୍ଲୀ ଓ ପଞ୍ଜାବରୁ ଲୋକମାନେ ଆସୁଛନ୍ତି ।

ଆଧାର - ଦୈନିକ ପ୍ରମେୟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate