অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଟୋ ଚଳାଉଛନ୍ତି ରାଣୀ

ଉପକ୍ରମ

ଏମାନେ ବି କିନ୍ନର । କିନ୍ତୁ ଠିଆ ହେଉ ନାହାନ୍ତି କେଉଁ ଅନ୍ଧାର ଅଞ୍ଚଳରେ ଗ୍ରାହକଙ୍କୁ ଅପେକ୍ଷା କରି କିମ୍ବା ଟ୍ରେନ୍ ରେ ତାଳି ମାରି ଭିକ ମାଗୁ ନାହାନ୍ତି । ଏମାନେ ବି ସ୍ଵାଭିମାନ ଓ ସମ୍ମାନର ସହ ବଞ୍ଚିପାରନ୍ତି । ନିଜେ ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାଇ ପାରନ୍ତି । ଏମିତି ପ୍ରମାଣ କରିବାକୁ ଅଣ୍ଟା ଭିଡିଛନ୍ତି ରାଜଧାନୀର କିଛି କିନ୍ନରା ଜୀବିକା ନିର୍ବାହାର ଏକ ସଚ୍ଚୋଟ ଉପାୟକୁ ବାଛିଛନ୍ତି । ଅଟୋ ଚଳାଇ ରୋଜଗାର କରି ନିଜ ଗୋଡରେ ନିଜେ ଠିଆ ହେବାକୁ ସାହାସର ସହ ଆଗକୁ ଆସିଛନ୍ତି । ଆଉ ସମାଜରେ କିନ୍ନରଙ୍କ ପ୍ରତି ରହିଥିବା ଧାରଣାକୁ ବଦଳାଇବାକୁ ଶପଥ ବି ନେଇଛନ୍ତି ।

ରାଣୀଙ୍କ ଜୀବିକା

ରାଣୀ କିନ୍ନରା ବୟସ ୩୫। ଘର ଭରତପୁର ରାଜଧାନୀର ଆଇଆର୍ସି ଭିଲେଜ ଓ ନୂଆପଲ୍ଲୀ ଅଞ୍ଚଳରେ ବ୍ୟାଟେରି ଅଟୋ ଚଳାନ୍ତି । ସ୍ଵାଭିମାନର ସହ ନିଜ ଜୀବନ ବଞ୍ଚିବା ତଥା ନିଜ ପରିବାରର ଭରଣପୋଷଣ କରିବା ପାଇଁ ଏହି ବୃତ୍ତି ଆପଣେଇ ନେଇଛନ୍ତି । ଅବଶ୍ୟ ସମାଜ ଏ ପର୍ଯ୍ୟନ୍ତ ତାଙ୍କର ଏହି ଉଦ୍ୟମକୁ ସ୍ଵୀକୃତି ଦେଇ ନାହିଁ । ଗତ ୧୫ ଦିନ ହେଲା ସେ ଅଟୋ ଚଳାଇବା ଆରମ୍ଭ କରିଥିଲେ ମଧ୍ୟ ଆଜି ଯାଏଁ ଜଣେ ବି ଗ୍ରାହକ ତାଙ୍କ ଅଟୋରେ ବସି ନାହାନ୍ତି । ଓଲଟା ତାଙ୍କୁ  ଓ ତାଙ୍କ ଅଟୋକୁ ଦେଖି ଅନେକ ଲୋକ ଥଟ୍ଟା ପରିହାସ କରୁଛନ୍ତି । ଦୁଃଖର ସହ ରାଣୀ କୁହନ୍ତି, ‘ବେଳେବେଳେ ବହୁ କଷ୍ଟ ଲାଗେ । ତଥାପି ଭାଙ୍ଗି ପଡିନି । ସମାଜ ଦିନେ ଏହାକୁ ଗ୍ରହଣ କରିବ ବୋଲି ମୋର ବିଶ୍ଵାସ ଅଛି । ‘ କିଛି ଭଲ କରିବାକୁ ବା ସମାଜରେ ପରିବର୍ତ୍ତନ ଆଣିବାକୁ ହେଲେ ଏମିତି ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼େ ଭାବି ନିଜ ମନକୁ ସେ ଦୃଢ କରି ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି ରାଣୀ।

ଟିଜି ସୁରକ୍ଷା ଟ୍ରଷ୍ଟ

କେବଳ ରାଣୀ ନୁହଁନ୍ତି, ସାରିକା କିନ୍ନର, ସସ୍ମିତା କିନ୍ନର ପ୍ରମୁଖ ଚାରି ଜଣ ଅଟୋ ଚଳାଇବା ଆରମ୍ଭ କରିଛନ୍ତି ସେମାନଙ୍କୁ ଏହି କାମରେ ସହଯୋଗ କରିବାକୁ ଅଣ୍ଟା ଭିଡିଛି ନୂଆପଲ୍ଲୀସ୍ଥିତ ‘ଟିଜି ସୁରକ୍ଷା ଟ୍ରଷ୍ଟ’ । ରାଜଧାନୀକୁ ପ୍ରଦୂଷଣମୁକ୍ତ କରିବା, ସମାଜ କଲ୍ୟାଣରେ ନିଜକୁ ସାମିଲ କରିବା ଓ କିନ୍ନରମାନଙ୍କୁ ଖରାପ ରାସ୍ତାରୁ ଭଲ ରାସ୍ତାକୁ ଆଣି ସମାଜରେ ସେମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବା ତଥା ସେମାନଙ୍କୁ ଜୀବିକା ନିର୍ବାହର ବାଟ ଦେଖାଇବା ପାଇଁ ଏହି ସଂସ୍ଥା ଯୋଜନା କରିଛି । ପ୍ରଥମ ପର୍ଯ୍ୟାୟରେ କିନ୍ନରମାନଙ୍କ ପାଇଁ ଏକ ଡ୍ରାଇଭିଂ ଟ୍ରେନିଂ କେନ୍ଦ୍ର ଖୋଲାଯାଇଛି । ଏହି ନୂଆ ଉଦ୍ୟମକୁ ସ୍ଥାନୀୟ ଲୋକେ ସ୍ଵାଗତ ଜଣାଇଛନ୍ତି ବୋଲି ଟ୍ରଷ୍ଟର ଅଧ୍ୟକ୍ଷା ମେନକା କିନ୍ନର କହିଛନ୍ତି । ସେହିପରି କିନ୍ନରମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଫୁଲ, ଫଳ ଓ ପରିବା ଦୋକାନ ଆଦି କରିବାର ଯୋଜନା ମଧ୍ୟ ରହିଛି ବୋଲି ମଧ୍ୟ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଟ୍ରଷ୍ଟରେ ବର୍ତ୍ତମାନ ୨୨ଜଣ ସଦସ୍ୟ । କିନ୍ନରମାନଙ୍କୁ ମୁଖ୍ୟସ୍ରୋତ ସାମିଲ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଉଛି । ଯଦି କୌଣସି କିନ୍ନର ଖରାପ ରାସ୍ତାରୁ ଆସି ସ୍ଵାଭିମାନର ସହ ଜୀବନ ଜିଇଁବାକୁ ଚାହାନ୍ତି ତେବେ ସେ ଏହି ଟ୍ରଷ୍ଟ ସହ ବା ୮୫୯୮୮୪୨୭୩୦ ନମ୍ବରକୁ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି ।

କିନ୍ନରଙ୍କ ପାଇଁ ଆଇନ

ଦେଶର ସର୍ବୋଚ୍ଚ ନ୍ୟାୟଳୟ ୨୦୧୪ ଏପ୍ରିଲ ୧୫ରେ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଇଥିଲେ । ହେଲେ ଏହାକୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏମାନଙ୍କ  ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ପକ୍ଷରୁ ସେମିତି କିଛି ପଦକ୍ଷେପ ନିଆଯାଉ ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସରକାରଙ୍କ ନୂଆ ବିଭାଗ ‘ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ’ କିନ୍ନରମାନଙ୍କ ଦୁଃଖସୁଖ ବୁଝିବ ବୋଲି ସରକାର କହୁଛନ୍ତି । କିନ୍ତୁ ଏହି ବିଭାଗ ଏ ପର୍ଯ୍ୟନ୍ତ କିଛି ଆଖିଦୃଶିଆ ପଦକ୍ଷେପ ନେଉ ନାହିଁ ବୋଲି ମେନକା କହିଛନ୍ତି । ନା ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କିନ୍ନରମାନଙ୍କ ବିକାଶ ପାଇଁ କୌଣସି ଆର୍ଥିକ ସହାୟତା ମିଳିଛି ନାଏ ନେଇ ସରକାର ଆଗ୍ରହ ପ୍ରକାଶ  କରୁଛନ୍ତି । ଅତି କମ୍ ରେ ରାସ୍ତା କଡରେ ଦୋକାନଟିଏ ବସାଇବାକୁ ବିଏମ୍ସି ପକ୍ଷରୁ ଭେଣ୍ଡିଂ ଜୋନ୍ ଦିଆଗଲେ ବହୁ କିନ୍ନର ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି ।

ଆଧାର - ଦୈନିକ ସମ୍ବାଦ

Last Modified : 6/27/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate