অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନ୍ଧକାରରେ ଆଲୋକର ଶିଖା ‘ଭକ୍ତି’

ପାଠପଢା ହେଉ କି  ଅନ୍ୟ ଯେ କୌଣସି କାମ  ହେଉ ସେଥିରେ ମନୋନିବେଶ କରି ପାରଦର୍ଶିତା ହାସଲ କରବା ହେଲା ବଡ କଥା । ଅନୁକୂଳ  ପରିବେଶରେ ସମସ୍ତେ ସବୁକିଛି ହାସଲ କରିବା ସହଜ । ମାତ୍ର  ପ୍ରତିକୂଳ ପରିବେଶ ଓ ପରିସ୍ଥିତିରେ ନିଜକୁ ଠିଆ କରାଇ ପାରଦର୍ଶିତା ହାସଲ କରିବା, କୃତ୍ତିତ୍ଵ ଅର୍ଜନ  କରିବା ହେଲା ବଡକଥା ।

‘ଭକ୍ତି’ ଦିବ୍ୟାଙ୍ଗ ହୋଇ ମଧ୍ୟ କୃତି ଛାତ୍ରୀ ଭାବେ ପରିଚିତି

ସେହିପରି ଜଣେ ଦିବ୍ୟାଙ୍ଗ ହେଉଛନ୍ତି ଭକ୍ତି । ଯିଏ ପିଲାବେଳୁ ବିଶ୍ଵକୁ ଦେଖି ଆଲୋକକୁ ଉପଭୋଗ କରିବା ପରେ ଦୁଇଟି ଆଖିକୁ ହରାଇଥିଲେ ସତ, କିନ୍ତୁ ଭାଙ୍ଗିପଡି ନଥିଲେ କି ମନୋବଳକୁ ହରାଇ ନଥିଲେ । ବରଂ ନିଜର ଧୀଶକ୍ତି ବଳରେ ନିଜକୁ ସମସ୍ତଙ୍କ ମଧ୍ୟରେ ଜଣେ କୃତି ଛାତ୍ରୀ ଭାବେ ପରିଚିତି କରାଇପାରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷା ଯେ ନିତାନ୍ତ ଜରୁରୀ, ଏଥିରେ କେହି ଦ୍ଵିମତ ହେବାର ନାହିଁ। ପିତାମାତା ନିଜ ପିଲାଙ୍କ ଉତ୍ତମ ଶିକ୍ଷାପ୍ରାପ୍ତି ନିମନ୍ତେ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବାର ଦେଖାଯାଉଛି । ହେଲେ ଖୁବ କମ ସଂଖ୍ୟକ ଛାତ୍ରଛାତ୍ରୀ ସଫଳ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଜଣେ ଦିବ୍ୟାଙ୍ଗ ଛାତ୍ରୀ ନିଜ କଠିନ ପରିଶ୍ରମରେ ପ୍ରଥମ ହୋଇ ସର୍ବଭାରତୀୟ ସ୍ତରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଭାରତର ନାମକରା ଖବରକାଗଜ ଓ ପତ୍ରିକାରେ ଏହି ଯୁବତୀ ଜଣକ ନିଜ ସଫଳତା ପାଇଁ ଶୀର୍ଷ ସ୍ନାନ ମଣ୍ଡନ କରିଛନ୍ତି । ନାଗପୁରର ଜନୈକ ସାଧାରଣ ପରିବାରର ଯୁବତୀ ହେଉଛନ୍ତି ଭକ୍ତି ଘାଟେଲେ । ନାଗପୁର ବିଶ୍ଵବିଦ୍ୟାଳୟରେ ସ୍ନାତକର ପ୍ରଥମ ବର୍ଷରେ ସ୍ଵର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି ଭକ୍ତି । ଦୃଷ୍ଟିହୀନ ହେଲେ ମଧ୍ୟ ତାଙ୍କ ଆତ୍ମବିଶ୍ଵାସ ପାଇଁ ଆଜି ସେ ସଫଳ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ରମେଶ ଓ ସୁଷମା ଘାଟୋଲେଙ୍କ କନିଷ୍ଠା କନ୍ୟା ଭକ୍ତି । ଜନ୍ମର ୬ ମାସ ପରେ ପ୍ରଥମେ ତାଙ୍କର ବାମ ଆଖି କର୍କଟ ରୋଗାକ୍ରାନ୍ତ ହେଲା ।

ଭକ୍ତିଙ୍କ ପିତା ସ୍ଥାନୀୟ ଅଞ୍ଚଳର ସମସ୍ତ ଖ୍ୟାତନାମା ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିବା ସତ୍ତ୍ୱେ କୁନିଝିଅ ଭକ୍ତି ବାମ ଆଖିଟି ହରାଇଥୁଲା। ଭକ୍ତିଙ୍କ ଡାହାଣ ଆଖି ଯେପରି କର୍କଟ ଆକ୍ରାନ୍ତ ନ ହୁଏ, ସେଥିପାଇଁ ଡାକ୍ତରମାନେ ବିଶେଷ ଚିକିତ୍ସା ଆରମ୍ଭ କରିଦେଇଥିଲେ । ବିଧିର ବିଧାନ କିନ୍ତୁ ବିଚିତ୍ର ଓ ଏହା କାହାର ଆୟତ୍ତରେ ନାହିଁ ଶତ ଚେଷ୍ଟା ସତ୍ତ୍ୱେ ୭ ବର୍ଷର ହେବା ବେଳକୁ ଭକ୍ତିଙ୍କ ଡାହାଣ ଆଖିଟି କର୍କଟରେ ଆକ୍ରାନ୍ତ ହେଲା । ୯ ବର୍ଷ ହେଲାବେଳକୁ ତାଙ୍କର ଏହି ଆଖିଟି ମଧ୍ୟ ନଷ୍ଟ ହୋଇଯାଇଥିଲା । ଭକ୍ତିଙ୍କ ମା' ସୁଷମା ଯେପରି ନିର୍ବାକ ହୋଇଯାଇଥିଲା । ଏତେ ଛୋଟ ଝିଅର ଅନ୍ଧକାରମୟ ଭବିଷ୍ୟତକୁ ନେଇ ସେ ସବୁବେଳେ ଚିନ୍ତାଗ୍ରସ୍ତ  ରହୁଥିଲେ । ଏଭଳି ପରିସ୍ଥିତିରେ ଭକ୍ତିଙ୍କ ଜେଜେ ମା’ ହିଁ ସମସ୍ତଙ୍କ ମନୋବଳ ବଢାଇଥିଲେ ।  ଏହି ସବୁ ଚିକିତ୍ସା ଭିତରେ ଭକ୍ତିଙ୍କ ପାଠପଢ଼ା ମଧ୍ୟ ବହୁତ କ୍ଷତିଗ୍ରସ୍ତ ହୋଇଥିଲା ।

ଘରଲୋକ ଓ  ଶିକ୍ଷୟିତ୍ରୀଙ୍କ ପ୍ରୋତ୍ସାହନ

ଆଉ ବିଳମ୍ବ ନ କରି ପିତା ରମେଶ ସ୍ଥାନୀୟ ଦୃଷ୍ଟିହୀନ ବିଦ୍ୟାଳୟରେ ଝିଅର ନାମ ଲେଖାଇଦେଲେ ସେଠାକାର ଜନୈକ ଦୃଷ୍ଟିହୀନ ଶିକ୍ଷୟିତ୍ରୀ ଜିଜ୍ଞାସା କୁବେଡ଼ ହିଁ। ଭକ୍ତିଙ୍କ ଶକ୍ତି ହୋଇଥିଲେ । ଶିକ୍ଷୟିତ୍ରୀ ଜଣକ ଜାଣିପାରିଥିଲେ ଯେ ଭକ୍ତି  ଜଣେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ବାଳିକା  । ସାମାନ୍ୟ ଧ୍ୟାନ ଦେଲେ ଭକ୍ତି ପାଠ ପଢାରେ ବେଶ୍ ଉନ୍ନତି କରୁଥିବାର ଶିକ୍ଷୟିତ୍ରୀ ଲକ୍ଷ୍ୟ କରିଥିଲେ । ସେ ଏହା ପରଠାରୁ ଭକ୍ତିଙ୍କୁ ଉତ୍ସାହିତ କରିବାକୁ ଲାଗିଲେ । ବଡ଼ ଭଉଣୀଙ୍କ ସହାୟତାରେ ଭକ୍ତି କମ୍ପ୍ୟୁଟର ଚାଳନା ଶିଖିବା ସହ ନିଜେ ଇ-ମେଲ ପ୍ରଦାନ କଲେ । ଏକରକମା ସିଦ୍ଧହସ୍ତ ହୋଇଗଲେ ଭକ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ଭକ୍ତି ୯୪ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ । ଏ ସଫଳତାରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଭକ୍ତି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ମନୋବଳ ତାଙ୍କର ଆହୁରି ସୁଦୃଢ଼ ହେଲା । ନିଜ ରାଜ୍ୟରେ ସେ ଦିବ୍ୟାଙ୍ଗଙ୍କ ମଧ୍ୟରେ ପ୍ରଥମ ସ୍ନାନ ଅଧିକାର କରିଥିଲେ । ଏହା ପରେ ଯୁକ୍ତ ଦୁଇରେ ୮୮ ପ୍ରତିଶତ ନମ୍ବର ରଖିବା ସହ ସମଗ୍ର ରାଜ୍ୟରେ ଦ୍ଵିତୀୟ ସ୍ନାନ ଅଧିକାର କଲେ । ଏଥରକ ସ୍ନାତକରେ ସ୍ଵର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି ଭକ୍ତି । ନିକଟରେ ଏକ ସାକ୍ଷାତକାରରେ ଭକ୍ତି କହିଥିଲେ ଯେ ଏସବୁ ସଫଳତା ପାଇବା ଏତେ ସହଜ ନଥିଲା । ଏହା ସହ ଜନ୍ମରୁ ଦୃଷ୍ଟିହୀନ ହେବାବେଳେ ମୋ ପରିସ୍ଥିତି ସମ୍ପୁର୍ଣ୍ଣ ଅଲଗା ଥିଲା । ଏହି ସୁନ୍ଦର ପୃଥିବୀକୁ ଦେଖିବାର ସୌଭାଗ୍ୟ ମୋତେ କିଛି ବର୍ଷ ମିଳିଥିଲା, ଏହା ପରେ ଅନ୍ଧକାର ମୋ ଉପରେ ରାଜୁତି କଲା ଭଳି ଲାଗିଥିଲା । ଏତେ ସବୁ ଭିତରେ ବି ଜେଜେ ମା', 'ବାପା, ମା', ବଡ଼ ଭଉଣୀ ମୋ ନିକଟରେ ଢାଳ ପରି ଛିଡ଼ା ହୋଇଥିଲେ ।

ଆଧାର – ରାଧାନାଥ ପରିଡା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate