অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆନ୍ତର୍ଜାତୀୟ ଫୁଟବଲ ଖେଳାଳି ସୁସ୍ମିତା

ଆନ୍ତର୍ଜାତୀୟ ଫୁଟବଲ ଖେଳାଳି ସୁସ୍ମିତା

ଉପକ୍ରମ

ମାତ୍ର ୪ ବର୍ଷ ତଳେ ସାଙ୍ଗମାନଙ୍କ ସହ ଗାଁ ପଡିଆରେ ଫୁଟବଲ ଗଡାଉଥିବା ସୁସ୍ମିତା ଆଜି ଜଣେ ଆନ୍ତର୍ଜାତୀୟ ଖେଳାଳି । କଠିନ ପରିଶ୍ରମ ଓ ନିଷ୍ଠା ତାଙ୍କ ପାଇଁ ଏହି ଗୌରବ ଆଣିଛି । ଭାରତୀୟ ସବଜୁନିୟର ଟିମରେ ସ୍ଥାନ ପାଇଁ ସେ ତାଜିକ୍ ସ୍ତାନ ଖେଳି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନିଜର ପାରଦର୍ଶିତା ପ୍ରଦର୍ଶନ କରି ସେ ପାଇଛନ୍ତି ରୌପ୍ୟ ପଦକ । ଯାହା ତାଙ୍କୁ ଆଗାମୀ ଦିନରେ ସଫଳତାର ଶିଡି ଚଢିବାକୁ ବାଟ ଦେଖାଇଛି । କେବଳ ସୁନ୍ଦରଗଡ ଜିଲ୍ଲାର ନୁହେଁ ଦେଶର ଅନ୍ୟମାନଙ୍କ ପରି ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବା ଲକ୍ଷ୍ୟ ରଖିଛନ୍ତି ସୁସ୍ମିତା ତନ୍ତୀ ।

ସୁସ୍ମିତା ଯାତ୍ରା

ଚଳିତ ବର୍ଷ ୨୬ ଏପ୍ରିଲରୁ ମେ ପର୍ଯ୍ୟନ୍ତ ତାଜିକ୍ ସ୍ତାନର ହୁସାନ ବେଠାରୁ ଅନୁଷ୍ଠିତ ଆନ୍ତର୍ଜାତୀୟ ସବଜୁନିୟର ଫୁଟବଲ ପ୍ରତିଯୋଗୀତାରେ ଭାରତ ଦଳର ପ୍ରତିନିଧିତ୍ଵ କରିଥିଲେ କରିଥିଲେ ସୁସ୍ମିତା । ଖୁବ ଦକ୍ଷତାର ସହ ସେ ଖେଳ ପ୍ରଦର୍ଶନ କରିବା ସହିତ ଗୋଲ ସ୍କୋର କରି ଭାରତ ଦଳକୁ ସେମିଫାଇନାଲରେ ପହଞ୍ଚାଇ ପଡ଼ିଥିଲେ । ଫାଇନାଲ ମ୍ୟାଚରେ ବାଂଲାଦେଶଠାରୁ ୪-୦ ଗୋଲରେ ଭାରତ ପରାସ୍ତ ହୋଇ ରନର୍ସ ଅଫ ହୋଇଥିଲା । ଏହି ଟୁର୍ନାମେଣ୍ଟରେ ଭାରତ, ବାଂଲାଦେଶ ସହିତ ଇରାନ, ନେପାଳ ଆଦି ଦେଶ ଭାଗ ନେଇଥିଲେ । ସବୁ ଦେଶର ଖେଳାଳିମାନେ ସୁସ୍ମିତାଙ୍କ ପ୍ରଦର୍ଶନ ଦେଖି ପ୍ରଶଂସା କରିଥିଲେ । ରାଉରକେଲା ସହରଠାରୁ ମାତ୍ର ୭ କିମି ଦୂର ପ୍ରଧାନପାଲି ବନପୋଷ ବସ୍ତିରେ ରହୁଥିବା ଆରଏସପି ଅବସରପ୍ରାପ୍ତ କର୍ମଚାରୀ ଅନନ୍ତ ତନ୍ତୀଏନକେ ଝିଅ ସୁସ୍ମିତା (୧୪) ଯେତେବେଳେ ସେ ୬ଷ୍ଠ ଶ୍ରେଣୀରେ ପଡୁଥିଲା ସେତେବେଳେ ତାଙ୍କର ଫୁଟବଲ ଖେଳ ପ୍ରତି ଆଗ୍ରହ ବଢିଥିଲା । ସ୍କୁଲ ଛୁଟି ଦେବା ପରେ ଘରେ ବହିବସ୍ତାନି ଫୋପାଡି ଦେଇ ବସ୍ତିର ପିଲାମାନଙ୍କ ସହ ବାହାରି ଯାଉଥିଲେ ନିକଟସ୍ଥ ପଡିଆକୁ । ଖେଳ ପ୍ରତି ଏପରି ଆଗ୍ରହ ଦେଖି ବାପା ଅନନ୍ତ ଏ ସମ୍ପର୍କରେ ଫୁଟବଲ କୋଚ କାଲୁ ଲାକ୍ରା ଏବଂ ଗିରିଜା ଲାକ୍ରାଙ୍କୁ ଜଣାଇଥିଲେ । ୨ କୋଚ ଫୁଟବଲ ଖେଳର ବିଭିନ୍ନ କୌଶଳ ସମ୍ପର୍କରେ ସୁସ୍ମିତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ୨୦୧୫ରେ ସଫଳତା ପ୍ରଦର୍ଶନ ଯୋଗୁଁ ତାଙ୍କୁ ସୁନ୍ଦରଗଡରେ ଥିବା ସ୍ପୋଟସ ହଷ୍ଟେଲରେ ଭର୍ତ୍ତି କରଯାଇଥିଲା । ସେଠାରେ କୋଚ ସୁରେନ୍ଦ୍ର ନାଥ ପାଢୀଏନକେ ଦ୍ଵାରା ପ୍ରଶିକ୍ଷଣ ନେଉଛନ୍ତି । ବିଦେଶରେ ପହଞ୍ଚିବା ସୁସ୍ମିତା ହୋଇଥିଲେ ଜାତୀୟ ସବଜୁନିୟର ଫୁଟବଲ ପ୍ରତିଯୋଗୀତା ସହ ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ଖେଳରେ ସବୁଠାରୁ ଆଗରେ ରହିଛନ୍ତି । କଟକ ଜାତୀୟ ସବଜୁନିୟରର ବାଳିକା ଫୁଟବଲ ପ୍ରତିଯୋଗିତାରେ ତାଙ୍କର ପ୍ରଦର୍ଶନ ବେଶ ପ୍ରଶଂସନୀୟ ଥିଲା । ପ୍ରତିଯୋଗୀତାରେ ଓଡିଶା ଚମ୍ପିଆନ ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିଲେ ।

ଶେଷ କଥା

ତାଙ୍କର ଏହି ସଫଳତା ପାଇଁ ଗୁରୁବାର ପାନପୋସ୍ଥିତ ବ୍ରାହ୍ମାଣୀ କ୍ଲବଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ , ରାଉରକେଲାର ପୂର୍ବତନ ବିଧାୟକ ତଥା ଆରଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ସମ୍ବର୍ଦ୍ଧନା କରିଥିଲେ । ଆଗାମୀ ଦିନରେ ଆନ୍ତର୍ଜାତୀୟ ସ୍ତରରେ ନିଜର ଖେଳ ପ୍ରଦର୍ଶନ କରି ସୁନ୍ଦରଗଡ ଭଳିଳ ଆଦିବାସୀ ଜିଲ୍ଲାର ନାମକୁ କେବଳ ଭାରତର ନୁହେଁ ସମଗ୍ର ବିଶ୍ଵରେପରିଚିତ କରିବାକୁ ଶୁଭକାମନା ଜଣାଇଥିଲେ ।

ଆଧାର – ଦୈନିକ ଧରିତ୍ରୀ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate