অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏଚଆଇଭି ପୀଡିତ ପିଲାଙ୍କ ସେବାରେ ଦିନ କାଟୁଛନ୍ତି ଦମ୍ପତ୍ତି

ଏଚଆଇଭି ପୀଡିତ ପିଲାଙ୍କ ସେବାରେ ଦିନ କାଟୁଛନ୍ତି ଦମ୍ପତ୍ତି

ମହେଶ ଓ ସୁଜାତା ଦମ୍ପତ୍ତିଙ୍କ ଯାତ୍ରା

ଆମ ହାତରେ ଆମରି ଭାଗ୍ୟ ।  ଏମିତି କିଛି ଭାବନା ରହିଛି ପୁନେରେ ରହୁଥିବା ୧୭ ଜଣ ଏଡସ୍‌ ପୀଡିତ ପିଲାମାନଙ୍କର ।  ଯେଉଁମାନଙ୍କ ଦାୟିତ୍ୱ ନେଉଛନ୍ତି ମହେଶ ଓ ତାଙ୍କ ପତ୍ନୀ ସୁଜାତା ।  କେବଳ ଏତିକି ନୁହେଁ, ଆଖପାଖ ଗାଁରେ ରହୁଥିବା ଏଡସ୍‌ ପୀଡିତ ପିଲାମାନଙ୍କର ଯତ୍ନ ମଧ୍ୟ ନେଉଛନ୍ତି ଏହି ଦମ୍ପତ୍ତି ।  ବ୍ୟାଙ୍କ୍‌ ମ୍ୟାନେଜର ଚାକିରି କରିଥିବା ମହେଶ ଏହି କାମ କରିବା ପାଇଁ ଚାକିରି ଛାଡିଦେଇଛନ୍ତି ।  ସୁଜାତାଙ୍କୁ ବିବାହ କରିବା ସମୟରେ ମଧ୍ୟ ଘର ଲୋକେ ପ୍ରବଳ ବିରୋଧ କରିଥିଲେ । କାରଣ ସୁଜାତାଙ୍କ ପିତାମାତାଙ୍କ ମୃତ୍ୟୁ ଏଡସ୍ ଯୋଗୁଁ ହୋଇଥିଲା ।

ମହେଶ ଓ ସୁଜାତା ମହାରାଷ୍ଟ୍ରର ସତାରା ଜିଲ୍ଲାର ଏକ ଗାଁରେ ରୁହନ୍ତି ।  ସୁଜାତାଙ୍କ ପିତାମାତାଙ୍କୁ ଏଡସ୍‌ ରୋଗ ହୋଇଥିଲା ଓ ଏହା ଜଣାପଡିଲା ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ଛଅ ମାସ ମଧ୍ୟରେ ହିଁ ସେମାନଙ୍କ ମୃତ୍ୟୁ ହୋଇଗଲା ।  ତେବେ ସୁଜାତାଙ୍କୁ ଏହି ରୋଗ ନଥିଲା ।  କିନ୍ତୁ ସଚେତନତା ଅଭାବରୁ ଗାଁ ଲୋକେ ସୁଜାତାଙ୍କୁ ଏକ ଘରକିଆ କରିଦେଲେ ।  ସେତେବେଳକୁ ମହେଶ ଏକ ବ୍ୟାଙ୍କରେ ଚାକିରି କରୁଥାନ୍ତି । ସେ ଏହା ଜାଣିଲା ପରେ ସୁଜାତାଙ୍କୁ ସାହାଯ୍ୟ କରିବାକୁ ସ୍ଥିର କଲେ ।  ଏଭଳିକି ତାଙ୍କୁ ବିବାହ ପାଇଁ ମଧ୍ୟ ନିଷ୍ପତି ନେଲେ ।  ଯାହାକୁ ମହେଶଙ୍କ ଘର ଲୋକ କଡା ବିରୋଧ କଲେ ଓ ମହେଶକୁ ବୁଝାଇବାକୁ ଚେଷ୍ଟା କଲେ । ମହେଶଙ୍କ ପରିବାର ଧନୀକ ବର୍ଗର ଥିଲା ଓ ସୁଜାତା ଅତ୍ୟନ୍ତ ଗରିବ ପରିବାର ଝିଅ ଥିଲେ । ତେଣୁ ଏହି ବିବାହ ମେଳ ଖାଇବ ନାହିଁ ବୋଲି ମଧ୍ୟ ମହେଶଙ୍କ ପିତାମାତା ତାଙ୍କୁ କହିଲେ ।  କିନ୍ତୁ ମହେଶ ନିଜ ନିଷ୍ପତ୍ତିରୁ ଓହରିଲେ ନାହିଁ।  ସୁଜାତାଙ୍କୁ ବିବାହ କରିବା ପରେ ସେ ଗାଁ ଛାଡିଲେ । ସେ ଭାବିଥିଲେ - ଘର ଲୋକ ଓ ଗାଁ ଲୋକ ସିନା ତାଙ୍କ ଭାବନାକୁ ବୁଝି ନାହାନ୍ତି, କିନ୍ତୁ ତାଙ୍କ ସାଙ୍ଗସାଥୀ ଓ ଶୁଭେଚ୍ଛୁ ତାଙ୍କୁ ବୁଝିପାରିବେ । କିନ୍ତୁ ମହେଶଙ୍କୁ ଝଟକା ଲାଗିଲା ଯେତେବେଳେ ଯେ କେହି ବି ସୁଜାତାଙ୍କୁ ଏଡସ୍‌ ହୋଇଛି ବୋଲି ଶୁଣିଲା, ସେ ତାଙ୍କ ଠାରୁ ଦୂରେଇ ରହିଲା । ଏଭଳିକି ସେ ମଧ୍ୟ ବାଧ୍ୟ ହୋଇ ଭାବିଲେ, ପ୍ରକୃତରେ ସେ କଣ ଗୋଟେ ଭୁଲ କରିଦେଲେ କି ?

ଏହାପରେ ମହେଶ ଚିନ୍ତାକଲେ ଯଦି ପିତାମାତଙ୍କୁ ଏଡସ୍ ହୋଇଥିଲା ବୋଲି ଜଣେ ଭଲ ଝିଅକୁ ସମାଜରୁ ଏମିତି ବ୍ୟବହାର ସହିବାକୁ ପଡୁଛି, ତେବେ ଯେଉଁ ପିଲାମାନେ ଏଚଆଇଭି ପୀଡିତ ଅଛନ୍ତି, ସେମାନଙ୍କ ଅବସ୍ଥା କଣ ହେଉଥିବ ! ଏହା ପରେ ମହେଶ ଓ ସୁଜାତା ପୁନେ ଆସିଲେ । ମହେଶ ଚାକିରି ଛାଡି ଏଚଆଇଭି ପୀଡିତ ପିଲାଙ୍କ ପାଇଁ କାମ କରିବାକୁ ସ୍ଥିର କଲେ ।  ଏଡସ୍ କ୍ଷେତ୍ରରେ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ସେ ସାମିଲ ହେଲେ । ଏହି ସଂସ୍ଥା ମାଧ୍ୟମରେ ସେ ଗାଁ ଗାଁ ବୁଲି ଲୋକଙ୍କୁ ଏଚଆଇଭି ପ୍ରତି ସଚେତନ କରାଇଲେ । ଏହି ସମୟରେ ସେ ଦେଖିଲେ ଗୋଟିଏ ଆଦିବାସୀ ଗାଁରେ ଗୋଟିଏ ପିଲାକୁ ଗାଁ ବାହାରେ ରଖାଯାଇଛି । କାରଣ ତାର ଦେହ ପଚି ଯାଇଥିଲା । ଏଡସ୍‌ ହୋଇଥିବାରୁ ତାକୁ କେହି ହସ୍ପିଟାଲ୍‍‌ ନେବାକୁ ପ୍ରସ୍ତୁତ ନଥିଲେ । ତାକୁ ଦେଖି ମହେଶ ଓ ତାଙ୍କ ପତ୍ନୀ ସୁଜାତା ସେହି ପିଲାକୁ ପୁନେ ଆଣି ଚିକିତ୍ସା କରାଇଲେ । ଏହା ପରେ ସେମାନେ ଗାଁ ଗାଁ ବୁଲି ଏମିତି ଏଡସ୍ ଗ୍ରସ୍ତ ପିଲାଙ୍କୁ ଆଣିଲେ ଯାହାର କେହି ନାହିଁ ।

ଏଚଆଇଭି ପୀଡିତ ପିଲାଙ୍କ ସେବା

ଆଜି ଏମାନେ ୧୭ ପିଲାଙ୍କୁ ନିଜ ପିଲାଙ୍କ ପରି ପାଳୁଛନ୍ତି । ମହେଶଙ୍କ କହନ୍ତି, “ମୁଁ ପିଲାଙ୍କୁ କୁହେ, ଆମକୁ ମାଗି କରି ନୁହେଁ, ବଂର ସଂଘର୍ଷ କରି ମରିବାକୁ ହେବ। ” ଏହି କାରଣରୁ ମହେଶ କେବେ ବି ସାହାଯ୍ୟ ମାଗିବା ପାଇଁ ଯାଇନାହାନ୍ତି । ଆଜି ନିଜ ପାଖରେ ଥିବା ପିଲାଙ୍କ ସହାୟତାରେ ପରଫ୍ୟୁମ, ଫିନାଇଲ୍, ଫ୍ଲାୱାର ପଟ୍, ଗ୍ରିଟିଂ କାର୍ଡ, ଦ୍ୱୀପ ଓ ମହମବତୀ ଆଦି ତିଆରି କରୁଛନ୍ତି । ଏହା ଦ୍ୱାରା ପିଲାମାନେ ଆତ୍ମନିର୍ଭର ହୋଇ ପାରୁଛନ୍ତି । ଏଠାକାର ଜିନିଷପତ୍ର ସବୁ ଆଇଟି କମ୍ପାନୀକୁ ବିକ୍ରି କରାଯାଏ । ମହେଶ କହନ୍ତି, ଏହି ପିଲାମାନଙ୍କୁ ଖାଇବା ଅପେକ୍ଷା ପିରବାରର ସ୍ନେହ ଦରକାର ।  କାରଣ ପରିବାର କଣ ଏମାନଙ୍କୁ ଜଣାନାହିଁ ।

ମହେଶ ଓ ସୁଜାତଙ୍କ ସହ ରହୁଥିବା ୧୭ ଜଣ ଏଡସ୍ ଗ୍ରସ୍ତ ଆଦିବାସୀ ପିଲା ସରକାରୀ ସ୍କୁଲ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ୭ ଝିଅ ଅଛନ୍ତି । ଏମାନଙ୍କ ବୟସ ୬ରୁ ୧୬ ବର୍ଷ ବୟସ ମଧ୍ୟରେ । ଏମାନେ ଭଲ ପାଠ ପଢୁଛନ୍ତି । ଦୁଇ ଜଣ ଝିଅ ଦଶମ କ୍ଲାସରେ ପଢୁଛନ୍ତି ।

ଏହି ସବୁ ପିଲାଙ୍କର ଚିକିତ୍ସା ପାଖରେ ଥିବା ଏକ ସରକାରୀ ହସ୍ପିଟାଲ୍‌ରେ ଚାଲିଛି । ସୁଜାତା କହନ୍ତି, ସେମାନେ କାମ ଆରମ୍ଭ କରିବା ବେଳେ ପୁନେରେ ଏକ ଘର ଭଡାରେ ମିଳିଥିଲା । ସେଠାକାର ପଡୋଶୀମାନଙ୍କ ବ୍ୟବହାର ଭଲ ନଥିଲା । କିନ୍ତୁ ସମୟକ୍ରମେ ସେମାନଙ୍କ ଚିନ୍ତାଧାରା ମଧ୍ୟ ବଦଳିଗଲା । ସେହି ଲୋକମାନେ ଏବେ ସେମାନଙ୍କ ସହ ଉଠାବସା କରୁଛନ୍ତି ।  ଏମିତିକି ଜରୁରୀ ସମୟରେ ସାହାଯ୍ୟ ମଧ୍ୟ କରୁଛନ୍ତି ।

ପୁନେର ଆଖପାଖ ଗାଁରେ ନିଜ ପରିବାର ସହ ରହୁଥିବା ଏଡସ୍‌ ପୀଡିତ ପିଲାମାନଙ୍କ ଦେଖାଶୁଣା ମଧ୍ୟ କରୁଛନ୍ତି ଏହି ଦମ୍ପତ୍ତି ।  ମହେଶ ଓ ସୁଜାତାଙ୍କ ବିବାହକୁ ୯ ବର୍ଷ ପୂରିଗଲାଣି ।  ଆଜି ଏମାନଙ୍କର ୭ ବର୍ଷର ପୁଅ ଅଛି । ଯିଏ ଏଚଆଇଭି ପୀଡିତ ପିଲାମାନଙ୍କ ସହ ମିଶି ସ୍କୁଲ ଯାଉଛି, ସେମାନଙ୍କ ସହ ଖେଳୁଛି ଓ ଖାଉଛି । ମହେଶଙ୍କ ସ୍ୱପ୍ନ ଯେ ଏହି ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରହିବା ବ୍ୟବସ୍ଥା ହେଉ, ଯେଉଁଠାରେ ସେମାନେ ଆହୁରି ସ୍ୱଚ୍ଛନ୍ଦରେ ରହିପାରିବେ ।

ଆଧାର - Akhand social worker, freelance journalist

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate