অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏସିଡ୍ ମାଡରେ ହାରିନାହାନ୍ତି, ବରଂ ଫାଇଟର୍ ରୂପ ନେଇଛନ୍ତି

ଏସିଡ୍ ମାଡରେ ହାରିନାହାନ୍ତି, ବରଂ ଫାଇଟର୍ ରୂପ ନେଇଛନ୍ତି

ରୂପାଙ୍କ ସଂଘର୍ଷ କାହାଣୀ

ଗତବର୍ଷ ଏସିଡ୍ ମାଡରେ ନା କେବଳ ସେହି ଝିଅର ଜୀବନ ପ୍ରଭାବିତ ହୋଇଥିଲା, ବଂର ପୁରା ପରିବାରକୁ ଶକ୍ତ ଧକ୍କା ଲାଗିଥିଲା ।  କାରଣ ଏସିଡ୍ ମାଡ ପରେ ପୂରା ପରିବାରକୁ ଦୁଃଖ ସହିବାକୁ ପଡେ ।  ତେବେ ସୁପ୍ରିମକୋର୍ଟଙ୍କ କଡା ରାୟ ପରେ ଏହି ଘଟଣା କମିବାରେ ଲାଗିଛି ।  କିନ୍ତୁ ଏବେ ବି କେଉଁଠି ନା କେଉଁଠି ଏପରି ଜଘନ୍ୟ ଘଟଣା ସାମ୍ନାକୁ ଆସୁଛି ।  ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସିଡ ବିକ୍ରି ଉପରେ କଟକଣା ଲାଗି ଯାଇଛି ।

ଏସିଡ୍ ମାଡର ଶିକାର ହୋଇଛନ୍ତି ।  କିନ୍ତୁ ଜୀବନରେ କିଛି କରିବାର ଲକ୍ଷ୍ୟ ରଖିଛନ୍ତି ।  ଆଉ ନିଜ ସ୍ୱପ୍ନକୁ ସାକାର ରୂପ ଦେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।  ନିଜ ପରିବାରରେ ହିଁ ସେ ଏସିଡ୍ ମାଡର ସମ୍ମୁଖୀନ ହୋଇଥିଲେ । ଆଉ କେହି ନୁହେଁ, ତାଙ୍କ ସାବତ ମା ୨୦୦୮ରେ ତାଙ୍କ ଉପରେ ଏସିଡ୍ ମାଡ କରି ମାରିଦେବାକୁ ଚେଷ୍ଟା କରିଥିଲେ । ତାଙ୍କୁ ସେତେବେଳେ ହୋଇଥିଲା ମାତ୍ର ୧୪ ବର୍ଷ ।  କିନ୍ତୁ ରଖେ ହରି, ମାରେ କିଏ ।  ରୂପାଙ୍କ ସାବତ ମା’ଙ୍କ ଚେଷ୍ଟା ବିଫଳ ହୋଇଥିଲା ।  ବଂଚି ଯାଇଥିଲେ ରୂପା ।  ଏବେ ତାଙ୍କୁ ୨୨ ବର୍ଷ ।  ନିଜ ଶରୀର ଓ ମନରେ ଆଘାତ ସହି ଗତ ୭ ବର୍ଷ ଧରି ସେ କଠିନ ପରିସ୍ଥିତିରେ ଦିନ କାଟିଛନ୍ତି ।  କିନ୍ତୁ ଆଜିର ରୂପା ଜଣେ ପୀଡିତା ନୁହଁନ୍ତି ଜଣେ ଫାଇଟର (ଯୋଦ୍ଧା) । ନିଜକୁ ସେ ଏସିଡ୍ ଆଟାକ୍ ଫାଇଟର ବୋଲି କହନ୍ତି ।

ରୂପାଙ୍କର ଜନ୍ମ ଉତ୍ତରପ୍ରଦେଶର ମୁଜଫରନଗର ପାଖରେ ହୋଇଥିଲା । କିନ୍ତୁ କମ୍‌ ବୟସରେ ହିଁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ବାପା ପୁଣି ଥରେ ବିବାହ କରିଥିଲେ ।  କିନ୍ତୁ ସାବତ ମା ରୂପାକୁ ସହି ପାରିଲେ ନାହିଁ । ଏଭଳିକି ଦିନେ ରୂପାକୁ ମାରିବା ପାଇଁ ସେ ଏସିଡ୍ ଆଟାକ୍ କଲେ । ଏହା ପରେ ରୂପାର ଜୀନବରେ ବଡ ଦୁଃଖ ଆସିଯାଇଥିଲା । ସେ ଫରିଦାବାଦରେ ରହୁଥିବା ତାଙ୍କ ଦାଦାଙ୍କ ପାଖକୁ ଚାଲି ଆସିଲେ । ସେ ସୁବୁବେଳେ ଉଦାସ ରହୁଥିଲେ ।  ଖେଳକୁଦ ବୟସରେ ହିଁ ସେ ଗଭୀର ଯନ୍ତ୍ରଣା ସମୁଦ୍ରରେ ବୁଡି ଯାଇଥିଲେ ।  ଏହି ଶକ୍ତ ଧକ୍କାରୁ ବାହାରିବା ଲାଗି ବହୁତ ଦିନ ଲାଗିଗଲା ।  ରୂପାଙ୍କ ସର୍ଜରୀ କରାଗଲା ।  ତାଙ୍କ ଦାଦା ସବୁ ଖର୍ଚ୍ଚ ବହନ କଲେ । ଏସିଡ୍ ଆଟାକ୍ ପୀଡିତ ଭଳି ଜୀବନ କଟାଉଥିବା ରୂପାଙ୍କ ଜୀବନରେ ଦିନେ ନୂଆ ମୋଡ ଆସିଲା।

ଜୀବନରେ  ନୂଆ ମୋଡ

ଷ୍ଟପ୍ ଏସିଡ୍ ଆଟାକ୍ କ୍ୟାମ୍ପେନ୍ ବିଷୟରେ ସେ ଜାଣିଲେ । ଏହା ସହ ଯୋଡିହେବା ପରେ ତାଙ୍କ ଭିତରେ ନୂଆ ଜୋସ୍ ଆସିଥିଲା ଓ ତାଙ୍କ ସ୍ୱପ୍ନ ପୁଣି ଥରେ ଉଜାଗର ହେବାକୁ ଲାଗିଲା ।  କ୍ୟାମ୍ପେନରେ ତାଙ୍କର କାଉନସିଲିଂ କରାଗଲା । ପୁଣି ଅନେକ ଟ୍ରେନିଂରେ ଭାଗନେଲେ ।  ଏହା ପରେ ସେ ଜଣେ ପୀଡିତ ନୁହେଁ, ଏସିଡ୍ ଆଟାକ୍ ବିରୋଧରେ ଜଣେ ଫାଇଟର୍ ହୋଇ ସାରିଥିଲେ ।  ଲାଗୁଥିଲା ସତେ ଯେମିତି ରୂପାଙ୍କ ପୁନର୍ଜନ୍ମ ହେଲା ।  ସମୟକ୍ରମେ ତାଙ୍କର ଆତ୍ମବିଶ୍ୱାସ ବଢିବାକୁ ଲାଗିଲା ଓ ସେ ଆତ୍ମନିର୍ଭର ହେବାର ଯେଉଁ ସ୍ୱପ୍ନ ଦେଖୁଥିଲେ ତାକୁ ପୂର୍ଣ୍ଣ କରିବାକୁ ଦିନରାତି ପରିଶ୍ରମ କରିବାକୁ ଲାଗିଲେ ।

ସେ ଜାଣିଥିଲେ ଆର୍ଥିକ ସ୍ୱତନ୍ତ୍ରତା ପାଇବା ପରେ ତାଙ୍କ ଭିତରେ ନୂଆ ଶକ୍ତି ଆସିବ । ଏଥିପାଇଁ ସେ ସିଲେଇ ଟ୍ରେନିଂ ନେଲେ । ଏହି ସମୟରେ ତାଙ୍କ ଭିତରେ ଲୁଚି ରହିଥିବା ଡିଜାଇନର୍ ଗୁଣ ସାମ୍ନାକୁ ଆସିଥିଲା ।  ଆଉ ଷ୍ଟପ୍ ଏସିଡ୍ କ୍ୟାମ୍ପେନ୍ ମଧ୍ୟ ତାଙ୍କୁ ଜଣେ ଡିଜାଇନର୍ ହେବାକୁ ପ୍ରୋତ୍ସାହିତ କଲା । ଏହା ପରେ ରୂପା ନିଜେ ଡିଜାଇନ୍ ତିଆରି କଲେ ଓ ଏହାର ଭଲ ଭାବେ ଫୋଟୋ ସୁଟ୍ କରାଗଲା ।  ରୂପାଙ୍କ ପରିଶ୍ରମ ସଫଳ ହେବାକୁ ଲାଗିଥିଲା । ତାଙ୍କ ପ୍ରଥମ ଡିଜାଇନ ଲୋକଙ୍କୁ ବେଶ୍ ଭଲ ଲାଗିଥିଲା ।  ଏଥିରେ ଉତ୍ସାହିତ ହୋଇ ସେ ନିଜର ଫେସନ୍ ବ୍ରାଣ୍ଡ ତିଆରି କଲେ ।  ରୂପା କ୍ରିଏସନ୍ ନାମରେ ନିଜେ ଡିଜାଇନ୍‌ କରିଥିବା ପୋଷାକ ଏବେ ବଜାରରେ ବିକ୍ରି ହେଉଛି ।  ବର୍ତ୍ତମାନ ଆଗ୍ରାରେ ଥିବା ସିରୋଜ୍ ହ୍ୟାଂଗଆଉଟ୍ ଜରିଆରେ ତାଙ୍କ ଦ୍ଵାରା ଡିଜାଇନ୍ ପୋଷାକ ବିକ୍ରି ହେଉଛି ।  ସିରୋଜ୍ ହ୍ୟାଂଗଆଉଟ୍ ହେଉଛି ଏମିତି ଏକ କଫି ସପ୍ ଯାହାକୁ ଏସିଡ୍ ଆଟାକ୍ ଶିକାର ହୋଇଥିବା ପାଂଚଜଣ ମହିଳା ଚଳାଉଛନ୍ତି । ରୂପା ଏପର୍ଯ୍ୟନ୍ତ ରିଟେଲର୍ ଙ୍କ ଜରିଆରେ ନିଜ ଜିନିଷ ବିକ୍ରି କରିପାରିନାହାନ୍ତି । ତେବେ ସେ ଇ-କମର୍ସ ଜରିଆରେ ଏସବୁ ବିକ୍ରି ପାଇଁ ଯୋଜନା କରୁଛନ୍ତି ।  ସିରୋଜ୍ ହ୍ୟାଂଗଆଉଟ୍ ଜରିଆରେ ଜିନିଷ ବିକ୍ରି କରି ତାଙ୍କୁ ମାସକୁ ୨୦ ହଜାର ଟଙ୍କା ମିଳିଯାଉଛି । ଭବିଷ୍ୟତ ସମ୍ପର୍କରେ ସେ କୁହନ୍ତି,"ମୁଁ ଚାହୁଛି ମୋର ନିଜର ଅନଲାଇନ୍ ପୋର୍ଟାଲ୍ ହେଉ, ଯାହା ଦ୍ୱାରା ଲୋକେ ମୋ ଦ୍ୱାରା ପ୍ରସ୍ତୁତ ଜିନିଷ କିଣିବେ ଓ ମୋ ଉଦ୍ୟମକୁ ଦେଖିବେ । ମୁଁ ଚାହେଁ ଦେଶର ଲୋକମାନେ ମୋର ଏଇ ବ୍ରାଣ୍ଡ ବିଷୟରେ ଜାଣନ୍ତୁ ।"

ରୂପା ନିଜର ସଂଗ୍ରାମର ଯାତ୍ରା ଏଇଠି ଶେଷ କରିବାକୁ ଚାହାନ୍ତି ନାହିଁ ।  ତାଙ୍କର ଏକ ମହାନ୍ ଲକ୍ଷ୍ୟ ରହିଛି ।  ସେ କହନ୍ତି,"ମୁଁ କୌଶଳ ବିକାଶ ସ୍କୁଲ ଖୋଲିବାକୁ ଚାହୁଁଚି, ଯାହା ଫଳରେ ମୋ ଭଳି ଝିଅ ମାନେ ଆତ୍ମନିର୍ଭର ହେବା ପାଇଁ ଟ୍ରେନିଂ ପାଇପାରିବେ।  ଏହା ଦ୍ୱାରା ସେମାନଙ୍କୁ ଆର୍ଥିକ ସ୍ୱତନ୍ତ୍ରତା ମିଳିବା ସହ ସମାଜରେ ଆତ୍ମସମ୍ମାନ ମିଳିପାରିବ।"

ରୂପା ଆଜି ବି ସେହି ଭୟଙ୍କର ଘଟଣାକୁ ମନେ ପକାଇ କହନ୍ତି, ଯଦି ମୋର ଦାଦା ଠିକ୍ ସମୟରେ ଚିକିତ୍ସା ଓ ସହଯୋଗ କରିନଥାନ୍ତେ, ହୁଏତ ମୁଁ ଏ ଦୁନିଆରେ ନଥାନ୍ତି ।  ଆପଣଙ୍କ ଭିତରେ ଇଛାଶକ୍ତି ଓ କିଛି କରିବାର ଲକ୍ଷ୍ୟ ଥିଲେ, କେହି ଆପଣଙ୍କୁ ଆପଣଙ୍କ ସ୍ୱପ୍ନ ସାକାର ହେବାରେ ରୋକିପାରିବେ ନାହିଁ । ରୂପା ହେଉଛନ୍ତି ଏହାର ବଳିଷ୍ଠ ଉଦାହରଣ । ପ୍ରକୃତରେ ସେ ଜଣେ ଫାଇଟର୍ ।

ଆଧାର - Akhand social worker, freelance journalist

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate