অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଆ ପ୍ରାଣୀବିଜ୍ଞାନୀଙ୍କୁ ଫୁଲ୍‌ବ୍ରାଇଟ୍ ନେହେରୁ ଫେଲୋଶିପ୍

ପ୍ରଥମ ପ୍ରାଣୀ ବିଜ୍ଞାନୀ ଗବେଷଣା କରି ପ୍ରସିଦ୍ଧି ହୋଇଛନ୍ତି

ସେ ହେଉଛନ୍ତି ଓଡିଶାର ଏକମାତ୍ର ତଥା ପ୍ରଥମ ପ୍ରାଣୀ ବିଜ୍ଞାନୀ ଯିଏ ସ୍ଥାନ ପୋଷଣ ଉପରେ ଗବେଷଣା କରି ପ୍ରସିଦ୍ଧି ହାସଲ କରିପାରିଛନ୍ତି । କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ, ଆମେରିକା ଯାଏ ତାଙ୍କର କୃତିତ୍ବ ପ୍ରସାରିତ ହୋଇପାରିଛି ।

ସେଥିଲାଗି ସେ ଆମେରିକା ସରକାରଙ୍କ ପକ୍ଷରୁ ହାସଲ କରିଛନ୍ତି ଫୁଲ୍‌ବ୍ରାଇଟ ନେହେରୁ ଫେଲୋଶିପ୍ । ଏହି କୃତୀ ବିଜ୍ଞାନୀ ଜଣଙ୍କ ହେଉଛନ୍ତି ଡକ୍ଟର ଅଶୋକ କୁମାର ପଟ୍ଟନାୟକ । ଯାଜପୁର ଜିଲା ବାଲି ଚନ୍ଦ୍ରପୁର ଅନ୍ତର୍ଗତ କୃଷ୍ଣ ଦାସପୁର ଗ୍ରାମର ସ୍ଵର୍ଗତ ଅର୍କେତ ଚରଣ ପଟ୍ଟନାୟକ ଓ ଇଚ୍ଛାମଣି ପଟ୍ଟନାୟକଙ୍କ ଏହି କନିଷ୍ଟ ସୁପୁତ୍ର ଅଧୁନା ଉତ୍ତରପ୍ରଦେଶ ସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନରେ ପ୍ରଧାନ ବୈଜ୍ଞାନିକ ପଦବୀରେ କାର୍ଯ୍ୟରତ ।

ଡକ୍ଟର ପଟ୍ଟନାୟକ ଉକ୍ତ ଅନୁଷ୍ଠାନରେ ବିଗତ ୨୩ ବର୍ଷ ଧରି ବିଭିନ୍ନ ଗବେଷଣାରେ ସଂପୃକ୍ତ ରହିଥଲେ ମଧ୍ୟ ଶ୍ଵାନ ପୋଷଣ ଓ ପୋଷଣ ମାଧ୍ୟମରେ ଗୃହପାଳିତ ପଶୁମାନଙ୍କର ବିଭିନ୍ନ ରୋଗର ନିରାକରଣ' ବିଷୟରେ ଗବେଷଣା କରି ବୈଜ୍ଞାନିକ ମଣ୍ଡଳୀରେ ସେ ତାଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  ।

ପୁରସ୍କାର ଓ ପଦବୀ

ସଂପ୍ରତି ଏହାର ବିଭିନ୍ନ ଗୁଣାତ୍ମକ ଦିଗରେ ଅନୁସନ୍ଧାନ କରୁଅଛନ୍ତି । ତାଙ୍କର ଏହି ଗବେଷଣାଗତ ଉପଲବ୍ଧି ପାଇଁ ସେ ବିଭିନ୍ନ ଅନୁଷ୍ଠାନ ତଥା ସଙ୍ଗଠନ ପକ୍ଷରୁ ଏକାଧିକ ପୁରସ୍କାର ଓ ପଦବୀ ଲାଭ କରିଛନ୍ତି । ସେଥିମଧ୍ୟରୁ ସର୍ବଭାରତୀୟ ସ୍ତରରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏ ଆର)ର ହରି ଓ ଆଶ୍ରମ ଟ୍ରଷ୍ଟ ପୁରସ୍କାର, ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନର ସର୍ବଶ୍ରେଷ୍ଠ ଶିକ୍ଷକ ପୁରସ୍କାର, ଭାରତୀୟ ପ୍ରାଣୀ ଚିକିତ୍ସା ଏକାଡେମୀର ଫେଲୋଶିପ ପଦବୀ ଆଦି ଉଲ୍ଲେଖନୀୟ । ଏତଦ୍ ବ୍ୟତୀତ ୨୦୧୦ ମସିହାରେ ଅଷ୍ଟ୍ରେଲିଆ ସରକାରଙ୍କ ସମ୍ମାନଜନକ ଇଣ୍ଡିଏଭର ଫେଲୋଶିପ ଲାଭ କରି ଡକ୍ଟର ପଟ୍ଟନାୟକ ଆଡିଲେ ଡ ବିଶ୍ଵବିଦ୍ୟାଳୟରେ ଉଚ୍ଚମାନର ଗବେଷଣା କରିବା ପାଇଁ ସୁଯୋଗ ମଧ୍ୟ ପାଇ ସାରିଛନ୍ତି । ନିଜସ୍ଵ ଗବେଷଣାଲବ, ଜ୍ଞାନକୌଶଳକୁ କର୍ମକ୍ଷେତ୍ରରେ ସଫଳ ରୂପାନ୍ତରୀକରଣ ପାଇଁ ସେ ବିଭିନ୍ନ ସମୟରେ ଅଷ୍ଟ୍ରେଲିଆ, ଫୁନ୍, ସେପ୍ଟାନ୍ ଓ ଆମେରିକା ଭଳି ଦେଶମାନ ଭ୍ରମଣ କରି ବୈଜ୍ଞାନିକ ସମ୍ମିଳନୀରେ ଭାଗ ନେଇ ପାରିଛନ୍ତି ।

ଫୁଲ ବ୍ରାଇଟ ନେହେରୁ ଫେଲୋଶିପର ଅଧିକାରୀ

ବର୍ତ୍ତମାନ ୨୦୧୬–୧୭ ବର୍ଷ ପାଇଁ ଏକମାତ୍ର ପଶୁ ଚିକିତ୍ସା ବିଜ୍ଞାନୀ ଭାବେ ସେ ଆମେରିକା ସରକାରଙ୍କ ସମ୍ମାନଜନକ ଫୁଲ ବ୍ରାଇଟ ନେହେରୁ ଫେଲୋଶିପର ଅଧିକାରୀ ହୋଇଛନ୍ତି । ଏବେ ସେ ଆମେରିକାସ୍ଥିତ ଇଲ୍ଲିନଏସ ବିଶ୍ଵବିଦ୍ୟାଳୟରେ ଖାଦ୍ୟ ବିଜ୍ଞାନ ଓ ମାନବ ପୋଷଣ ବିଭାଗରେ ପୋଷଣ ତତ୍ତ୍ଵ ବୃହଦନ୍ତ୍ର ସ୍ଵାସ୍ଥ୍ୟ ସମ୍ବନ୍ଧିତ ଅତ୍ୟାଧୁନିକ ଗବେଷଣା ଜାରି ରଖୁଛନ୍ତି  ।

ଆଧାର - ଡା. ଅଶୋକ କୁମାର ପଟ୍ଟନାୟକ

Last Modified : 6/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate