অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋଟିଏ ଟଙ୍କାରେ ପ୍ରତିଷ୍ଠା କଲେ ହସ୍ପିଟାଲ୍

କୋଟିଏ ଟଙ୍କାରେ ପ୍ରତିଷ୍ଠା କଲେ ହସ୍ପିଟାଲ୍

ଉପକ୍ରମ

ସମୟ, ସମାଜ ଓ ଇତିହାସ ସେମାନଙ୍କୁ ମନେରଖେ ନାହିଁ, ଯେଉଁମାନଙ୍କର ଦେଶପ୍ରତି କୌଣସି ଅବଦାନ ନଥାଏ।  ଇତିହାସ ସେମାନଙ୍କୁ ମନେ ପକାଏ ଯେଉଁମାନଙ୍କ ପାଖରେ ସବୁକିଛି ଥାଏ, ତଥାପି ସେମାନେ ନିଜର ସର୍ବସ୍ୱ ଦେଶ ପାଇଁ ତ୍ୟାଗ କରିଦିଅନ୍ତି | ସେମାନଙ୍କର ନିଜ ଚିନ୍ତା ନଥାଏ ।

ହନୁମାନ ସହାୟ ଯାତ୍ରା

ଅନ୍ୟ ମୁହଁରେ ଖୁସୀ ଦେଖିବା ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ଥାଏ ।  ଏମିତି ଜଣେ ବ୍ୟକ୍ତି ହେଲେ ହନୁମାନ ସହାୟ ।  ଜୟପୁର ଠାରୁ ପ୍ରାୟ ୭୦ କିଲୋମିଟର ଦୂର ଶାହପୁର ଅଞ୍ଚଳର ଲୁହାକନା ଗାଁର ଜଣେ ସାଧାରଣ ଦେକାନୀ ସେ ।  କିନ୍ତୁ ସେ ଯେଉଁ କାମ କରିଛନ୍ତି, ତାହା ଅସାଧାରଣ ।  ପୂର୍ବରୁ ବିହାର ରାଜଧାନୀ ପାଟଣାରେ ତାଙ୍କର ଦୋକାନ ଥିଲା । ପାଂଚ ବର୍ଷ ପୂର୍ବେ ନିଜର ରୋଗାକ୍ରାନ୍ତ ବାପାଙ୍କୁ ଦେଖିବା ପାଇଁ ସେ ଗାଁକୁ ଆସିଥିଲେ ।  ଗାଁରେ ସେ ଦେଖିଥିଲେ ଜଣେ ମହିଳା ପ୍ରସବ ପୀଡାରେ ଛଟପଟ ହେଉଛନ୍ତି ।  କିନ୍ତୁ ପାଖରେ ଡାକ୍ତରଖାନା ନଥାଏ ।  ସେ ଏହି ମହିଳାଙ୍କୁ ବହୁ ଦୂରରେ ଥିବା ହସ୍ପିଟାଲକୁ ନେଇଥିଲେ । ବାଟଯାକ ସେ ଛଟପଟ ହେଉଥିଲେ ।  ସେତିକିବେଳେ ତାଙ୍କ ବାପା କହିଥିଲେ ଗାଁରେ ଏକ ହସ୍ପିଟାଲ୍ ଥିଲେ ଭଲ ହୋଇଥାନ୍ତା । ସେହିଦିନ ହନୁମାନ ସହାୟ ମନରେ ସ୍ଥିର କରିଥିଲେ ଗାଁରେ ମାତାପିତାଙ୍କ ନାଁରେ ଏକ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ।  ତାହା ପୁଣି ଘରୋଇ ନୁହେଁ, ସରକାରୀ ଡାକ୍ତରଖାନା ।  ଯେଉଁଠାରେ ମାଗଣାରେ ଚିକିତ୍ସା ହୋଇପାରିବ ।  ସେ କହନ୍ତି,

ମୋର ପୈତୃକ ଘର ଥିଲା ।  ଜୟପୁରରେ ଗୋଟିଏ ଦୋକାନ ମଧ୍ୟ ଥିଲା ।  ଯାହାକୁ ମୁଁ ବିକି ଦେଇଥିଲି ।  ଜମି କିଣି ଗାଁରେ ହସ୍ପିଟାଲ୍ ପ୍ରତିଷ୍ଠା କରିଛି | ଏଥିପାଇଁ ଜୟପୁରରେ ବିଭିନ୍ନ ଲୋକଙ୍କ ପାଖକୁ ଯିବାକୁ ପଡିଛି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଜନତା ଦରବାରରେ ସାକ୍ଷାତ କରି ହସ୍ପିଟାଲରେ ଡାକ୍ତର ଯୋଗାଇ ଦେବା ଲାଗି ଅନୁରୋଧ କରିଛି ।  ତାଙ୍କ କହିବା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସହଯୋଗ କରିଛି ।

ଏହା ଥିଲା ବହୁତ ଭଲ କାମ ।  କିନ୍ତୁ ଏଥିପାଇଁ ଅର୍ଥ ଯୋଗାଡ କରିବା ସହଜ ନଥିଲା ।  ସହାୟ କାହା ପାଖରେ ହାତ ପତାଇନଥିଲେ ।  ତାଙ୍କ ଗାଁ ପାଖରେ ଦିଲ୍ଲୀ-ଜୟପୁର ରାଜପଥ ପାଖରେ ଥିବା ପୈତୃକ ଘରକୁ ସେ ବିକିବା ଲାଗି ନିଷ୍ପତି ନେଲେ ।  ଏହାକୁ ବିକି ସେ ପାଇଲେ ୭୦ ଲକ୍ଷ ଟଙ୍କା ।  ଆଉ ୩୦ ଲକ୍ଷ ଟଙ୍କା ମିଶାଇ ଏକ କୋଟି ଟଙ୍କାରେ ସେ ହସ୍ପିଟାଲ ପ୍ରତିଷ୍ଠା କଲେ ।  ଏହି ହସ୍ପିଟାଲରେ ୨୭ ଟି ବଡ ହଲ୍ ରହିଛି । ଡାକ୍ତର ଓ ନର୍ସିଂ ଷ୍ଟାଫ୍ ରହିବା ପାଇଁ ବାସଗୃହ ନିର୍ମିତ କରାଯାଇଛି ।  ଏତେ ବଡ ହସ୍ପିଟାଲ ପ୍ରତିଷ୍ଠା ହେବା ପରେ ଡାକ୍ତର ବ୍ୟବସ୍ଥା କରିବା ସହାୟଙ୍କ ପାଖରେ ସମ୍ଭବ ହୋଇନାହିଁ ।  କିନ୍ତୁ ତାଙ୍କର ପରିଶ୍ରମ ଓ ନିସ୍ୱାର୍ଥ ସେବାକୁ ଦେଖି ଗ୍ରାମବାସୀ ତାଙ୍କ ସହ ସାମିଲ ହୋଇଛନ୍ତି । ଡାକ୍ତର ବ୍ୟବସ୍ଥା କରିବାକୁ ଗାଁ ଲୋକ ସରକାରଙ୍କ ଉପରେ ଚାପ ପକାଇଲେ ।  ଛଅ ମାସ ହେଲାଣି ବିଭିନ୍ନ ସମୟରେ ସେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଭେଟି ଏ ଦିଗରେ କାମ ଚଳାଇଛନ୍ତି ।  ଖୁବଶୀଘ୍ର ଏଠାରେ ଡାକ୍ତର ନିଯୁକ୍ତି ହେବେ ଓ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହାକୁ ଉଦଘାଟଣ କରିବାକୁ ଯାଉଛନ୍ତି । ସହାୟଙ୍କ ଏହି କାମରେ ଗ୍ରାମବାସୀ ବେଶ୍ ଖୁସୀ ଅଛନ୍ତି ।

ଗ୍ରାମ ବାସିଙ୍କ ମତ

ସେଠାକାର ସରପଞ୍ଚ ଦରିୟାବଦ ସିଂହ କହନ୍ତି,“ହନୁମାନ ସହାୟ ଯେଉଁ କାମ କରିଛନ୍ତି, ତାହାକୁ ନେଇ ସବୁ ଗାଁଲୋକ ଭାରି ଖୁସୀ ।  ଡାକ୍ତର ନିଯୁକ୍ତି ଦାବିରେ ଆମେ ତାଙ୍କ ସହ ବହୁତ ସ୍ଥାନକୁ ଯାଇଛୁ ।  ଗାଁରେ ଆମର ହସ୍ପିଟାଲଟିଏ ହୋଇଗଲା, ଏହାଠୁ ଭଲ କଥା ଆଉ କ'ଣ ଥାଇ ପାରେ । ”

ଲୋକମାନେ କହନ୍ତି ବର୍ଷାଦିନେ ପାଣି ଆସିଯାଉଥିବାରୁ ଗାଁ ବାହ୍ୟ ଅଂଚଳରୁ ବିଚ୍ଛିନ୍ନ ହୋଇଯାଏ ।  ଏହି ପରିସ୍ଥିତିରେ ସହରକୁ ଯିବା ମୁସ୍କିଲ ହୋଇପଡେ ।  ତେଣୁ ଏହି ହସ୍ପିଟାଲ୍ ପୂରାପୂରି କାର୍ଯ୍ୟ ଆରମ୍ଭ କଲେ ପାଖାପାଖି ଅଂଚଳର ୨୫ ହଜାର ଲୋକ ଏଥିରୁ ଫାଇଦା ପାଇବେ ।  ସ୍ୱତନ୍ତ୍ର ପ୍ରସୂତି ବିଭାଗ ମହିଳା ଡାକ୍ତର ନିଯୁକ୍ତି ହେବାକୁ ଥିବାରୁ ବିଶେଷ କରି ମହିଳାମାନେ ବେଶୀ ଉପକୃତ ହେବେ । ଗାଁ ସ୍କୁଲର ଶିକ୍ଷକ ଭଗବତ ସିଂହ ଶେଖୱତ୍ କହନ୍ତି,ଆଜିକାଲି ଏଭଳି ତ୍ୟାଗ କିଏ କରୁଛି । ସେ ତ ଆମ ଗାଁ ପାଇଁ ସବୁ କିଛି ବିକ୍ରି କରିଦେଇଛନ୍ତି ।  ତାଙ୍କର ଏହି କାର୍ଯ୍ୟକୁ କେବେହେଲେ କେହି ଭୁଲି ପାରିବେ ନାହିଁ ।

ଶେଷକଥା

କୁହାଯାଏ ବଡ କାମ ସେହିମାନେ କରନ୍ତି, ଯେଉଁମାନଙ୍କର ଭାବନା ବଡ ଥାଏ ।  ତେବେ କିଛି ଲୋକ ବଡକଥା ଭାବନ୍ତି, କିନ୍ତୁ ଏହି ଦିଗରେ ଠିକ୍ ବାଟରେ ପଦକ୍ଷେପ ନେଇପାରନ୍ତି ନାହିଁ ।  ଏଭଳି ଲୋକଙ୍କ ପାଇଁ ହନୁମାନ ସହାୟ ପ୍ରେରଣାର ଉତ୍ସ ପାଲଟିଯାଇଛନ୍ତି ।  ଯିଏ କେବଳ ବଡ ସ୍ୱପ୍ନ ଦେଖିନାହାନ୍ତି, ବଂର ତାହାକୁ ସତରେ ପରିଣତ କରିଛନ୍ତି ।  ହନୁମାନ ସହାୟଙ୍କ ଏହି ଉଦ୍ୟମକୁ ୟୋରଷ୍ଟୋରୀ ପକ୍ଷରୁ ସଲାମ୍‌ ।

ଆଧାର - Akhand  social worker, freelance journalist

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate