অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଛାତ୍ରୀଙ୍କ ପାଇଁ ଦାନ କଲେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଅର୍ଥରାଶି

ଛାତ୍ରୀଙ୍କ ପାଇଁ ଦାନ କଲେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଅର୍ଥରାଶି

ଛାତ୍ରୀଙ୍କ କଲ୍ୟାଣ

ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଅତିବଡି ଜଗନ୍ନାଥ ଦାସ ସମ୍ମାନ ପାଇଥିଲେ ପ୍ରଫେସର ମଧୁସୂଦନ ପତି । ମାନପତ୍ର ସହ ଲକ୍ଷେ ଟଙ୍କା ପୁରସ୍କାର ବାବଦକୁ ପାଇଥିଲେ ସେ । ପୁରସ୍କାର ପାଇବା ପରେ ପ୍ରଫେସର ପତି କହିଥିଲେ ଯେ, ପୁରସ୍କାର ବାବଦ ଅର୍ଥ ସେ ନିଜ ପାଇଁ ରଖିବେ ନାହିଁ । ସାହିତ୍ୟ କ୍ଷେତ୍ର ପାଇଁ ହିଁ ଖର୍ଚ୍ଚ କରିବେ । ଓଡ଼ିଶା ସାହିତ୍ୟ ଏକାଡେମୀରୁ ପୁରସ୍କାର ଗ୍ରହଣ ବେଳେ ମଧ୍ୟ ସେ ଏହି କଥା କହିଥିଲେ ସାଧାରଣରେ । ଆଉ ପ୍ରଫେସର ପତି ଆଜି ତାହା କରି ଦେଖାଇଛନ୍ତି । ଟଙ୍କାର ମୋହ ତାଙ୍କ ପ୍ରତିଶ୍ରୁତିକୁ ବାନ୍ଧି ରଖିପାରି ନାହିଁ । ଶ୍ରୀ ପତି ନିଜ କଥା ରଖିଛନ୍ତି । ପୁରସ୍କାର ବାବଦ ଅର୍ଥକୁ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ଦାନ କରିଦେଇଛନ୍ତି । ତାଙ୍କର ଏହି ଅର୍ଥରାଶି ମେଧାବୀ ଛାତ୍ରୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ।

ପ୍ରଫେସର ପତିଙ୍କୁ ସମ୍ମାନ ଅର୍ଥ ଛାତ୍ରୀଙ୍କ ପାଇଁ ଉତ୍ସର୍ଗ

ଲାଙ୍ଗୀର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଓ ଯୁକ୍ତ ତିନି ଶ୍ରେଣୀ ରହିଛି । ବର୍ଷେ ହେଲା ବିଜ୍ଞାନ ଶ୍ରେଣୀ ଖୋଲିଛି ।  ତେବେ କିଛି ଦିନ ତଳେ ପ୍ରଫେସର ପତି ସମ୍ମାନ ବାବଦକୁ ପାଇଥିବା ଲକ୍ଷେ ଟଙ୍କା ମହିଳା ମହାବିଦ୍ୟାଳୟକୁ ଦେଇଛନ୍ତି । ଏହି ଟଙ୍କା ବ୍ୟାଙ୍କରେ ମିଆଦୀ ଜମା ହୋଇ ରହିବ । ପ୍ରତି ବର୍ଷ ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ସାହିତ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଛାତ୍ରୀମାନଙ୍କ ତାଲିକା ପ୍ରସ୍ତୁତ କରାଯିବ । ଯେଉଁମାନେ ଉଚ୍ଚଶିକ୍ଷା ପାଇଁ ଆଶାୟୀ ଓ ଆର୍ଥିକ ଭାବେ ସ୍ୱଚ୍ଛଳ ନୁହନ୍ତି ସେମାନଙ୍କୁ ଏହି ତାଲିକା ମଧ୍ୟରୁ ଚୟନ କରାଯିବ । ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ସବୁଠାରୁ ଅଧିକ ଅଭାବୀ ଛାତ୍ରୀଙ୍କୁ ବ୍ୟାଙ୍କରୁ ବର୍ଷକୁ ମିଳିବାକୁ ଥିବା ସୁଧ ଟଙ୍କା ପାଠ ପଢ଼ିବା ପାଇଁ ପ୍ରଦାନ କରାଯିବ । ଏମିତି ଯୋଜନା କରି ପ୍ରଫେସର ପତି ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁଷମା ମଂଜରୀ ନାୟକଙ୍କୁ ଲକ୍ଷେ ଟଙ୍କା ପ୍ରଦାନ କରିଛନ୍ତି । କିଛି ଦିନ ତଳୁ ପ୍ରଫେସର ପତି ଏହି ଟଙ୍କା ଦେଏଥିଲେ ବି ଏସଂପର୍କରେ କୌଣସି ପ୍ରଚାର ନକରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ କହିଥିଲେ । ତେବେ ଅତିବଡି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ପ୍ରଫେସର ପତି ତାଙ୍କ ସମ୍ମାନ ଅର୍ଥ ଛାତ୍ରୀଙ୍କ ପାଇଁ ଉତ୍ସର୍ଗ କରିଦେଇଥିବା ଜଣାପଡ଼ିଛି । ଏହା ଜାଣିବା ପରେ ସାରା ରାଜ୍ୟରେ ତାଙ୍କର ସମ୍ମାନ ଆହୁରି ବଢ଼ିଯାଇଛି । ଅନେକ ଏହାକୁ ପ୍ରଶଂସା କରିବା ସହ ପ୍ରଫେସର ପତିଙ୍କ ବଦାନ୍ୟତା ବୋଲି କହୁଛନ୍ତି । କଲେଜ ଛାତ୍ରୀମାନେ ମଧ୍ୟ ଏଭଳି ସହାୟତା ଜଣେ ମେଧାବୀ ଓ ଅର୍ଥ ଆବଶ୍ୟକ କରୁଥିବା ଛାତ୍ରୀକୁ ମିଳିଲେ ସେ ଉପକୃତ ହେବେ ବୋଲି କହିଛନ୍ତି ।

ଆଧାର - PK writer

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate