অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିବାଚାଷରୁ ଲକ୍ଷପତି

କୈଳାସ ସିଠ ର ସଫଳତା

ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ମଶାବାରି ଗ୍ରାମର କୈଳାସ ସିଠ (୪୩)। ଗାଁ ସ୍କୁଲରେ ପାଠପଢୁଥିବା ବେଳେ ବାପା ସ୍ଵର୍ଗତ ଉଚ୍ଛବ ସିଠଙ୍କ ସହିତ ଜମିରେ ପାଣି ମଡାଇବାକୁ ଯାଉଥିଲେ । ଦଶମ ଶ୍ରେଣୀରୁ ପାଠପଢାରେ ଡୋରି ବନ୍ଧାହେଲା । ପ୍ରାୟ ୧୨ ବର୍ଷ ହେଲା ସେ କୃଷିକୁ ନିଜର ବୃତ୍ତି ଓ ବ୍ରତ ଭାବରେ ଆଦରି ନେଇଛନ୍ତି । ନିଜର ପୈତୃକ ଜମି ସହିତ କେତେକ ପଡୋଶୀଙ୍କ ଜମିକୁ ସେ ଲିଜରେ ନେଇ ଶ୍ରୀ ପ୍ରଣାଳୀରେ ଧାନଚାଷ କରିବା ସହିତ ବିଭିନ୍ନ ପନିପରିବା ଚାଷ କରୁଛନ୍ତି ।

ପରିବାଚାଷରୁ ଲକ୍ଷପତି

ଏହାସାଙ୍ଗକୁ ବିଭିନ୍ନ ପରିବା ନିମନ୍ତେ ଶଙ୍କର ଜାତୀୟ ଚାରା ପ୍ରସ୍ତୁତ ଓ ବିତରଣ କରି ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଚଳିତ ବର୍ଷ ସେ ଏକାଧାରାରେ ୧୦ ଏକର ଜମିରୁ କେବଳ ଶ୍ରୀ ପ୍ରଣାଳୀରେ ୫ଏକର ଧାନ ଚାଷ କରିଥିବା ସହିତ ୧ ଏକର ବିଲରେ ଫୁଲ ଓ ବନ୍ଧାକୋବି ଚାଷ କରିଛନ୍ତି । ଏଥିରୁ ସେ ୧୫୦ କୁଇଣ୍ଟାଲ ଧାନ ବିକ୍ରିକରି ସେଥିରୁ ୧ଲକ୍ଷ ୬୫ହଜାର ଟଙ୍କା ଓ କୋବିରୁ ୫୦ହଜାର ଟଙ୍କା ଲାଭବାନ ହୋଇଛନ୍ତି । ସେହିପରି ଧାନ ଅମଳ କରି ବିନସ ୨ମାଣ, କଲରା ୨ମାଣ , ବାଇଗଣ ୪ମାଣ , ଜହ୍ନି ମାଣେ , ଭେଣ୍ଡି ୨ମାଣ ଜମିରେ ଚାଷ କରିଛନ୍ତି । ଏଥିରୁ ସେ ସପ୍ତାହରେ ୨ଥର ୪କୁଇଣ୍ଟାଲ ଲେଖାଏଁ କଲରା ଏବଂ ପ୍ରତିଦିନ ୨କୁଇଣ୍ଟାଲ ବାଇଗଣ, ୧କୁଇଣ୍ଟାଲ ଭେଣ୍ଡି ଓ ଜହ୍ନି , ବିନସ ପ୍ରାୟ ୨କୁଇଣ୍ଟାଲ ଅମଳ କରି ସ୍ଥାନୀୟ ବଜାରରେ ବିକ୍ରି ପାଇଁ ଉପଲବ୍ଧ କରାଇଥାନ୍ତି । ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ପରେ ସେ ବର୍ଷକ ୭ରୁ ୮ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ପ୍ରକାଶ କରିଛନ୍ତି ।

ଜଳସେଚନ ନିମନ୍ତେ ତାଙ୍କୁ ଆଉ ପାରମ୍ପରିକ ତେଣ୍ଡାନଳ ମାରିବାକୁ ପଡୁ ନାହିଁ । ସେ ସରକାରଙ୍କ ଠାରୁ ଆର୍ଥିକ ସହାୟତାରେ ହାସଲ କରିଥିବା ଦୁଇଟି ବୋରୱେଲ, ଦୁଇଟି ଖୋଲା କୂଅ, ସିଂଚନ ପ୍ରଣାଳୀ ତାଙ୍କୁ ବେସ ସହାୟକ ହୋଇଛି । ଚଳିତ ବର୍ଷ ତାଙ୍କୁ ଶଙ୍କର ଜାତୀୟ ପନିପରିବା ଚାଷ ନିମନ୍ତେ ୧୬ହଜାର ଟଙ୍କା ପ୍ରୋତ୍ସାହନ ରାଶି ମଞ୍ଜୁର ହୋଇଥିବା ସହକାରୀ କୃଷି ଅଧିକାରୀ ଅଜିତ କୁମାର ନାୟକ ସୂଚନା ଦେଇଛନ୍ତି । କୈଳାଶଙ୍କ ସହିତ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ, ଦୁଇ ପୁଅ ଗଣେଶ ଓ ପପୁନ ସମ୍ପର୍କୀୟ ସିମାଞ୍ଚଳ କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି ।

ଏତଦ ବ୍ୟତୀତ ସେ ୧୫ରୁ ୨୦ଜଣ ମହିଳା ଓ ପୁରୁଷଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୦୬ରେ ଭାରତ ସରକାରଙ୍କ ନ୍ୟାସନାଲ ପ୍ରଡ଼କ୍ଟ ଭିଟି କାଉନସିଲ ତରଫରୁ ତାଙ୍କୁ ଗ୍ରାମୀଣ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସେ ଏକ ଜିଆ ଖତ ପ୍ଲାଣ୍ଟ ଓ ମିନି ଶୀତଳ ଭଣ୍ଡାର ସ୍ଥାପନା କରିବାକୁ ମନ ବଳାଇଛନ୍ତି ।

ଆଧାର: ଓଡିଶା ରିପୋଟର

Last Modified : 2/13/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate